ଚନ୍ଦ୍ରପୃଷ୍ଠରୁ ଆସିଲା ଖୁସି ଖବର : ୪୦ ସେ.ମି. ଉପରକୁ ଉଠି ପୁଣି ନିରାପଦରେ ଚନ୍ଦ୍ରପୃଷ୍ଠ ଛୁଇଁଲା ‘ବିକ୍ରମ’

The Sakala Picture
Published On

ବାଙ୍ଗଲୋର : ଚନ୍ଦ୍ରପୃଷ୍ଠରୁ ଆସିଲା ଆଉ ଏକ ଖୁସି ଖବର। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ କରାଯାଇଥିବା ଏକ ପରୀକ୍ଷଣ ସଫଳ ହୋଇଛି। ଯାହା ଆଗକୁ ଚନ୍ଦ୍ରକୁ ମାନବ ପଠାଇବାରେ ସଫଳ ହେବ ବୋଲି କୁହାଯାଇଛି। ସୋମବାର ଇସ୍ରୋ ପକ୍ଷରୁ ଟ୍ବିଟ କରି କୁହାଯାଇଛି କି ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡରକୁ ଚନ୍ଦ୍ରପୃଷ୍ଠରେ କିକ୍‌ ଷ୍ଟାର୍ଟ କରାଯାଇଛି। ଇସ୍ରୋ କମାଣ୍ଡ୍‌ ବା ଆଦେଶ ଅନୁସାରେ, ‘ଲାଣ୍ଡର୍‌ ବିକ୍ରମ’ ତା’ର ଇଞ୍ଜିନ୍‌ଗୁଡ଼ିକୁ ‘ଫାୟାର୍‌’ କରି ନିଜେ ପ୍ରାୟ […]

ବାଙ୍ଗଲୋର : ଚନ୍ଦ୍ରପୃଷ୍ଠରୁ ଆସିଲା ଆଉ ଏକ ଖୁସି ଖବର। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ କରାଯାଇଥିବା ଏକ ପରୀକ୍ଷଣ ସଫଳ ହୋଇଛି। ଯାହା ଆଗକୁ ଚନ୍ଦ୍ରକୁ ମାନବ ପଠାଇବାରେ ସଫଳ ହେବ ବୋଲି କୁହାଯାଇଛି। ସୋମବାର ଇସ୍ରୋ ପକ୍ଷରୁ ଟ୍ବିଟ କରି କୁହାଯାଇଛି କି ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡରକୁ ଚନ୍ଦ୍ରପୃଷ୍ଠରେ କିକ୍‌ ଷ୍ଟାର୍ଟ କରାଯାଇଛି। ଇସ୍ରୋ କମାଣ୍ଡ୍‌ ବା ଆଦେଶ ଅନୁସାରେ, ‘ଲାଣ୍ଡର୍‌ ବିକ୍ରମ’ ତା’ର ଇଞ୍ଜିନ୍‌ଗୁଡ଼ିକୁ ‘ଫାୟାର୍‌’ କରି ନିଜେ ପ୍ରାୟ ୪୦ ସେଣ୍ଟିମିଟର୍‌ ଉପରକୁ ଉଠି ୩୦ରୁ ୪୦ ସେଣ୍ଟିମିଟର୍‌ ଦୂରରେ ନିରାପଦରେ ଅବତରଣ କରିଛି।

ଆହୁରି ପଢ଼ନ୍ତୁ: ସାବଧାନ ! ବିବାହ ୱେବସାଇଟ୍‌ରେ ବି ଠକେଇ: ଡାକ୍ତର ପରିଚୟ ଦେଇ ଅସଲି ଡାକ୍ତରାଣୀଙ୍କୁ ଚୂନା ଲଗାଇଲେ

ଇସ୍ରୋ ପକ୍ଷରୁ କୁହାଯାଇଛି କି ଚନ୍ଦ୍ରପୃଷ୍ଠରେ ନିଜ ଇଞ୍ଜିନ ଷ୍ଟାଟ କରିଛି ଲ୍ୟାଣ୍ଡର ବିକ୍ରମ । ହୋପ ଏକ୍ସପେରିମେଟକୁ ସଫଳତା ପୂର୍ବକ ପୁରା କରିଛି ଲ୍ୟାଣ୍ଡର ବିକ୍ରମ । ହୋପ ଅର୍ଥାତ୍ ଦୁଇ ଗୋଡ ଏକାଠି କରି ଡେଇଁବାରେ ସଫଳ ହୋଇଛି ଲ୍ୟାଣ୍ଡର ବିକ୍ରମ । ଫଳରେ ଚନ୍ଦ୍ରପୃଷ୍ଠକୁ ମାନବ ମିଶନ ପାଇଁ ଆଶା ଉଜ୍ଜିବୀତ ହୋଇଛି । ଆଗମୀ ଦିନରେ ଚନ୍ଦ୍ରପୃଷ୍ଠକୁ ମଣିଷ ଯାଇ ଫେରିପାରିବାର ଆଶା ସୃଷ୍ଟି ହୋଇଛି । ମାନବ ମିଶନରେ ଏହା ସହାୟକ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଏଥିସହ ଚନ୍ଦ୍ରପୃଷ୍ଠରୁ କୌଣସି ନମୂନା ପୃଥିବୀ ପୃଷ୍ଠକୁ ଆଣିବାରେ ଏହା ସହାୟକ ହେବ ବୋଲି ମଧ୍ୟ ଇସ୍ରୋ କହିଛି । ଲ୍ୟାଣ୍ଡର ବିକ୍ରମର ସମସ୍ତ ପାର୍ଟ ସୁରକ୍ଷିତ ଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । ପେ-ଲୋଡରେ ମୁତୟନ ଥିବା ରାମ୍ପ, ଚାଷ୍ଟେ, ଇଲସା ପୁନର୍ବାର ସଫଳତାର ମୁତୟନ କରଯାଇଛି।

ଆହୁରି ପଢ଼ନ୍ତୁ: Viral Video: ଲିଫ୍ଟ ଭିତରେ ଫାଟିଲା ଗ୍ୟାସ ବେଲୁନ୍, ଜଳିଗଲେ ଯୁବକ ଓ ମହିଳା


ଅନ୍ୟପଟେ ଆହୁରି ମଧ୍ୟ ଇସ୍ରୋ ପକ୍ଷରୁ କୁହାଯାଇଛି କି ସଫଳତାର ସହିତ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ କରିଥିବା ‘ଚନ୍ଦ୍ରଯାନ-୩’ର ‘ରୋଭର୍‌ ପ୍ରଜ୍ଞାନ’କୁ ଚନ୍ଦ୍ରପୃଷ୍ଠରେ ନିରାପଦରେ ‘ପାର୍କିଙ୍ଗ୍‌’ କରାଇ ‘ସ୍ଲିପ୍‌ ମୋଡ୍‌’ରେ (ନିଷ୍କ୍ରିୟ ଅବସ୍ଥା) ରଖାଯାଇଥିବା କଥା ଶନିବାର ରାତିରେ ‘ଇସ୍ରୋ’ କହିଥିଲା। ‘ରୋଭର୍‌ ପ୍ରଜ୍ଞାନ’ର ‘ଏପିଏକ୍ସଏସ୍‌’ ଓ ‘ଏଲ୍‌ଆଇବିଏସ୍’ ‌ପ୍ଲେଲୋଡ୍‌ ଦୁଇଟିକୁ ମଧ୍ୟ ନିଷ୍କ୍ରିୟ କରିଦିଆଯାଇଛି। ୧୪ ଦିନ ପରେ ଅର୍ଥାତ୍‌ ସେପ୍ଟେମ୍ବର ୨୨ ତାରିଖରେ ଚନ୍ଦ୍ରପୃଷ୍ଠରେ ପୁଣି ସୂର୍ଯ୍ୟୋଦୟ ହେଲେ ‘ରୋଭର୍‌ ପ୍ରଜ୍ଞାନ’ ନିଦରୁ ଉଠିବ ବା ସକ୍ରିୟ ହେବ ବୋଲି ‘ଇସ୍ରୋ’ ଆଶା କରୁଛି। ଚନ୍ଦ୍ରରେ ଗୋଟିଏ ଦିନ ପୃଥିବୀରେ ୧୪ ଦିନ ସହିତ ସମାନ । ସେହିପରି ଚନ୍ଦ୍ରର ଦକ୍ଷିଣ ପୋଲରେ ରାତିର ତାପମାତ୍ରା ମାଇନସ୍ ୨୩୮ ଡିଗ୍ରୀ ସେଲସିୟସକୁ ଖସିଯାଏ । ଏପରି ପରିସ୍ଥିତିରେ ରୋଭର ଏବଂ ଲ୍ୟାଣ୍ଡର ଏତେ କମ୍ ତାପମାତ୍ରାରେ କାମ କରି ପାରିବେ ନାହିଁ ତାହାକୁ ଇସ୍ରୋ ପକ୍ଷରୁ ଅପେକ୍ଷା କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp