ବାଇଡେନଙ୍କ ମନ୍ତବ୍ୟକୁ ନେଇ ପୁଟିନ୍‌ କ୍ଷୁବ୍ଧ

The Sakala Picture
Published On

ୱାଶିଂଟନ : ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରତି ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ଉଭୟ ରାଷ୍ଟ୍ର ମଧ୍ୟରେ ବିବାଦୀୟ ସ୍ଥିତି ଉପୁଜିଛି। ବାଇଡେନଙ୍କ ମନ୍ତବ୍ୟକୁ ନେଇ ରାଷ୍ଟ୍ରପତି ପୁଟିନ କ୍ଷୁବ୍ଧ ହେବା ସହିତ ଆମେରିକାରୁ ରୁଷ ରାଷ୍ଟ୍ରଦୂତଙ୍କୁ ତୁରନ୍ତ ସ୍ବଦେଶ ଫେରିଆସିବାକୁ ନିର୍ଦ୍ଦେଶ ଦେବା ଏହି ବିଷୟକୁ ସ୍ପଷ୍ଟ କରିଛି। ପୁଟିନଙ୍କୁ ବାଇଡେନ ଜଣେ ନରହନ୍ତା ଭାବେ ଅଭିହିତ କରିଥିବା ବେଳେ ଆମେରିକା ନିର୍ବାଚନରେ ରୁଷ ମୁଣ୍ଡ ପୁରାଇଥିବାରୁ ଏହାର ଫଳ […]

ୱାଶିଂଟନ : ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରତି ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ଉଭୟ ରାଷ୍ଟ୍ର ମଧ୍ୟରେ ବିବାଦୀୟ ସ୍ଥିତି ଉପୁଜିଛି। ବାଇଡେନଙ୍କ ମନ୍ତବ୍ୟକୁ ନେଇ ରାଷ୍ଟ୍ରପତି ପୁଟିନ କ୍ଷୁବ୍ଧ ହେବା ସହିତ ଆମେରିକାରୁ ରୁଷ ରାଷ୍ଟ୍ରଦୂତଙ୍କୁ ତୁରନ୍ତ ସ୍ବଦେଶ ଫେରିଆସିବାକୁ ନିର୍ଦ୍ଦେଶ ଦେବା ଏହି ବିଷୟକୁ ସ୍ପଷ୍ଟ କରିଛି।

ଆହୁରି ପଢ଼ନ୍ତୁ: ନରୱେ ଗଣମାଧ୍ୟମକୁ କଡ଼ା ଜବାବ ଦେଇ ଚର୍ଚ୍ଚାରେ ଭାରତୀୟ କୂଟନୀତିଜ୍ଞ ସିବି ଜର୍ଜ

ପୁଟିନଙ୍କୁ ବାଇଡେନ ଜଣେ ନରହନ୍ତା ଭାବେ ଅଭିହିତ କରିଥିବା ବେଳେ ଆମେରିକା ନିର୍ବାଚନରେ ରୁଷ ମୁଣ୍ଡ ପୁରାଇଥିବାରୁ ଏହାର ଫଳ ପୁଟିନଙ୍କୁ ଭୋଗିବାକୁ ପଡ଼ିବ ବୋଲି ବାଇଡେନଙ୍କ ମନ୍ତବ୍ୟକୁ ନେଇ ଏଭଳି ସ୍ଥିତି ଉପୁଜିଛି। ଗତ ମଙ୍ଗଳବାର ଆମେରିକା ଗୁଇନ୍ଦା ସଂସ୍ଥା ପକ୍ଷରୁ ରିପୋର୍ଟ ପ୍ରକାଶ କରାଯାଇଥିଲା ବେଳେ ଗତବର୍ଷ ଶେଷ ହୋଇଥିବା ଆମେରିକା ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ବିଦେଶୀ ରାଷ୍ଟ୍ରଙ୍କ ପ୍ରଭାବ ଯଥେଷ୍ଟ ରହିଥିଲା ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ଆମେରିକାର ବଡ଼ କାର୍ଯ୍ୟାନୁଷ୍ଠାନ: ଭାରତ ମହାସାଗରରେ ଇରାନର ତେଲ ଟ୍ୟାଙ୍କର ଜବତ

ତେବେ ଆମେରିକା ନିର୍ବାଚନ ଫଳାଫଳରେ ହେରାଫେରି କରି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସହାୟତା କରିବା ଦିଗରେ ରୁଷ ରାଷ୍ଟ୍ରପତି ପୁଟିନ୍‌ଙ୍କ ପ୍ରଭାବ ସବୁଠୁ ଅଧିକ ରହିଥିଲା ବୋଲି ଏହି ରିପୋର୍ଟରେ ଦର୍ଶାଯାଇଥିଲା। ଏହାବ୍ୟତୀତ ରୁଷ୍‌ର ବିରୋଧୀ ନେତା ଆଲେକ୍ସି ନାଭାଲନି ଏବଂ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବିଷ ଦେବା ଲାଗି ପୁଟିନ ଆଦେଶ ଦେଇଥିବାରୁ ବାଇଡେନ ତାଙ୍କୁ ଜଣେ ନରହନ୍ତା ଭାବେ ଦେଖନ୍ତି ବୋଲି ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେବା ଅବସରରେ କହିଥିଲେ। ନାଭାଲ୍‌ନିଙ୍କୁ ବିଷ ଦିଆଯାଇଥିବା କାରଣରୁ ଆମେରିକା ପକ୍ଷରୁ ରୁଷ୍‌ ପ୍ରତି ରପ୍ତାନି କଟକଣାକୁ ଆହୁରି କଠୋର କରାଯିବ ବୋଲି ଘୋଷଣା କରାଯିବା ପରେ ରୁଷ ୱାଶିଂଟନରେ ଅବସ୍ଥାପିତ ନିଜ ରାଷ୍ଟ୍ରଦୂତ ଆନାଟୋଲି ଆଣ୍ଟୋନୋଭ୍‌ଙ୍କୁ ସ୍ବଦେଶ ଫେରାଇ ନେଇଛି। କିନ୍ତୁ ରୁଷର ଏଭଳି ନିଷ୍ପତ୍ତିକୁ ନେଇ ଆମେରିକା ପକ୍ଷରୁ କିଛି ମତାମତ ଦିଆଯାଇନଥିବା ବେଳେ ମସ୍କୋରେ ଥିବା ତା’ର ରାଷ୍ଟ୍ରଦୂତଙ୍କୁ ୱାଶିଂଟନ ପ୍ରତ୍ୟାହାର କରାଯାଇ ନାହିଁ।

ଆହୁରି ପଢ଼ନ୍ତୁ: ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହମଜା ବୁରହାନକୁ ପାକିସ୍ତାନରେ ଗୁଳିକରି ହତ୍ୟା

19 Mar 2021 By The Sakala

ବାଇଡେନଙ୍କ ମନ୍ତବ୍ୟକୁ ନେଇ ପୁଟିନ୍‌ କ୍ଷୁବ୍ଧ

ୱାଶିଂଟନ : ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରତି ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ଉଭୟ ରାଷ୍ଟ୍ର ମଧ୍ୟରେ ବିବାଦୀୟ ସ୍ଥିତି ଉପୁଜିଛି। ବାଇଡେନଙ୍କ ମନ୍ତବ୍ୟକୁ ନେଇ ରାଷ୍ଟ୍ରପତି ପୁଟିନ କ୍ଷୁବ୍ଧ ହେବା ସହିତ ଆମେରିକାରୁ ରୁଷ ରାଷ୍ଟ୍ରଦୂତଙ୍କୁ ତୁରନ୍ତ ସ୍ବଦେଶ ଫେରିଆସିବାକୁ ନିର୍ଦ୍ଦେଶ ଦେବା ଏହି ବିଷୟକୁ ସ୍ପଷ୍ଟ କରିଛି।

ପୁଟିନଙ୍କୁ ବାଇଡେନ ଜଣେ ନରହନ୍ତା ଭାବେ ଅଭିହିତ କରିଥିବା ବେଳେ ଆମେରିକା ନିର୍ବାଚନରେ ରୁଷ ମୁଣ୍ଡ ପୁରାଇଥିବାରୁ ଏହାର ଫଳ ପୁଟିନଙ୍କୁ ଭୋଗିବାକୁ ପଡ଼ିବ ବୋଲି ବାଇଡେନଙ୍କ ମନ୍ତବ୍ୟକୁ ନେଇ ଏଭଳି ସ୍ଥିତି ଉପୁଜିଛି। ଗତ ମଙ୍ଗଳବାର ଆମେରିକା ଗୁଇନ୍ଦା ସଂସ୍ଥା ପକ୍ଷରୁ ରିପୋର୍ଟ ପ୍ରକାଶ କରାଯାଇଥିଲା ବେଳେ ଗତବର୍ଷ ଶେଷ ହୋଇଥିବା ଆମେରିକା ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ବିଦେଶୀ ରାଷ୍ଟ୍ରଙ୍କ ପ୍ରଭାବ ଯଥେଷ୍ଟ ରହିଥିଲା ବୋଲି କୁହାଯାଇଛି।

ତେବେ ଆମେରିକା ନିର୍ବାଚନ ଫଳାଫଳରେ ହେରାଫେରି କରି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସହାୟତା କରିବା ଦିଗରେ ରୁଷ ରାଷ୍ଟ୍ରପତି ପୁଟିନ୍‌ଙ୍କ ପ୍ରଭାବ ସବୁଠୁ ଅଧିକ ରହିଥିଲା ବୋଲି ଏହି ରିପୋର୍ଟରେ ଦର୍ଶାଯାଇଥିଲା। ଏହାବ୍ୟତୀତ ରୁଷ୍‌ର ବିରୋଧୀ ନେତା ଆଲେକ୍ସି ନାଭାଲନି ଏବଂ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବିଷ ଦେବା ଲାଗି ପୁଟିନ ଆଦେଶ ଦେଇଥିବାରୁ ବାଇଡେନ ତାଙ୍କୁ ଜଣେ ନରହନ୍ତା ଭାବେ ଦେଖନ୍ତି ବୋଲି ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେବା ଅବସରରେ କହିଥିଲେ। ନାଭାଲ୍‌ନିଙ୍କୁ ବିଷ ଦିଆଯାଇଥିବା କାରଣରୁ ଆମେରିକା ପକ୍ଷରୁ ରୁଷ୍‌ ପ୍ରତି ରପ୍ତାନି କଟକଣାକୁ ଆହୁରି କଠୋର କରାଯିବ ବୋଲି ଘୋଷଣା କରାଯିବା ପରେ ରୁଷ ୱାଶିଂଟନରେ ଅବସ୍ଥାପିତ ନିଜ ରାଷ୍ଟ୍ରଦୂତ ଆନାଟୋଲି ଆଣ୍ଟୋନୋଭ୍‌ଙ୍କୁ ସ୍ବଦେଶ ଫେରାଇ ନେଇଛି। କିନ୍ତୁ ରୁଷର ଏଭଳି ନିଷ୍ପତ୍ତିକୁ ନେଇ ଆମେରିକା ପକ୍ଷରୁ କିଛି ମତାମତ ଦିଆଯାଇନଥିବା ବେଳେ ମସ୍କୋରେ ଥିବା ତା’ର ରାଷ୍ଟ୍ରଦୂତଙ୍କୁ ୱାଶିଂଟନ ପ୍ରତ୍ୟାହାର କରାଯାଇ ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର