ତୈଳଦର ବୃଦ୍ଧି ନେଇ ମୁହଁ ଖୋଲିଲେ ଧର୍ମେନ୍ଦ୍ର : କହିଲେ ତୈଳଦର ବୃଦ୍ଧି ପଛର ଦୁଇଟି କାରଣ

The Sakala Picture
Published On

ନୂଆଦିଲ୍ଲୀ : ଦେଶରେ ହୁ ହୁ ହୋଇ ବଢିଚାଲିଛି ତୈଳ ଦର। ଦେଶର ଅନେକ ସହରରେ ଶତକ ମାରିଛି ପେଟ୍ରୋଲ । ଡିଜେଲ ଦରରେ ବି ଲାଗୁନି ଲଗାମ। ଲଗାତାର ୧୩ ଦିନରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ପରେ ଆଜି ସ୍ଥିର ରହିଛି। ରାଜ୍ୟର ସମସ୍ତ ଜିଲ୍ଲାରେ ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା ଉପରେ ରହିଥିବା ବେଳେ ମାଲକାନଗିରିରେ ସର୍ବାଧିକ ୯୫ ଟଙ୍କା ୯୬ ପଇସା ରହିଛି ।  ଆଉ ଏନେଇ ସିଧାସଳଖ ବିରୋଧୀଙ୍କ ଟାର୍ଗେଟରେ […]

ନୂଆଦିଲ୍ଲୀ : ଦେଶରେ ହୁ ହୁ ହୋଇ ବଢିଚାଲିଛି ତୈଳ ଦର। ଦେଶର ଅନେକ ସହରରେ ଶତକ ମାରିଛି ପେଟ୍ରୋଲ । ଡିଜେଲ ଦରରେ ବି ଲାଗୁନି ଲଗାମ। ଲଗାତାର ୧୩ ଦିନରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ପରେ ଆଜି ସ୍ଥିର ରହିଛି। ରାଜ୍ୟର ସମସ୍ତ ଜିଲ୍ଲାରେ ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା ଉପରେ ରହିଥିବା ବେଳେ ମାଲକାନଗିରିରେ ସର୍ବାଧିକ ୯୫ ଟଙ୍କା ୯୬ ପଇସା ରହିଛି ।  ଆଉ ଏନେଇ ସିଧାସଳଖ ବିରୋଧୀଙ୍କ ଟାର୍ଗେଟରେ କେନ୍ଦ୍ର ସରକାର । ଏହାରି ମଧ୍ୟରେ ତୈଳ ଦର ବୃଦ୍ଧିର କାରଣ କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆହୁରି ପଢ଼ନ୍ତୁ: ଯୌନ ଅପରାଧ ମାମଲାଗୁଡ଼ିକ ତୁରନ୍ତ ରୁଜୁ କର, ଦୋଷୀଙ୍କୁ କଠୋର ଦଣ୍ଡ ସୁନିଶ୍ଚିତ କର: ପୋଲିସକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ନିର୍ଦ୍ଦେଶ

ଆହୁରି ପଢ଼ନ୍ତୁ: ଟ୍ରମ୍ପଙ୍କ 'ଆବ୍ରାହମ୍ ଆକର୍ଡ୍ସ' ଚାପରେ ପାକିସ୍ତାନ, ଅଡ଼ୁଆରେ ଆସିମ୍ ମୁନିର୍ ଓ ଶାହବାଜ୍ ସରିଫ୍

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଦେଶର ତୈଳଦର ବୃଦ୍ଧି ପଛରେ ମୁଖ୍ୟତଃ ଦୁଇଟି କାରଣ ରହିଛି । ଅନ୍ତରାଷ୍ଟ୍ରୀୟ ବଜାରରେ କମିଛି ତୈଳ ଉତ୍ପାଦନ । ଏହା ସହ ଉତ୍ପାଦକ ଦେଶଗୁଡିକ ଲାଭ ପାଇବାକୁ କମ ତେଲ ଉତ୍ପାଦନ କରୁଛନ୍ତି ।  ଫଳରେ ତୈଳ ଆମଦାନୀକାରୀ ଦେଶ ଅଧିକ ଦାମ ଦେବାକୁ ବାଧ୍ୟ ହେଉଛନ୍ତି । ଏହା ଦ୍ବାରା ଉପଭୋକ୍ତା ଦେଶଗୁଡିକ ପ୍ରଭାବିତ ହେଉଛନ୍ତି। ଆମେ ଏନେଇ ଓପିଇସି ଓ ଓପିଇସି ପ୍ଲସ୍ ଦେଶକୁ ଅନୁରୋଧ କରିଛୁ । ଆଶା ରଖିଛୁ ନିକଟରେ କିଛି ପରିବର୍ତ୍ତନ ଆସିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: ରାୟ ସଂରକ୍ଷିତ ରଖିବାର ୩ ମାସ ଭିତରେ ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇବେ ହାଇକୋର୍ଟ

ଧର୍ମେନ୍ଦ୍ର କହିଛନ୍ତି, ତୈଳ ଦର ବୃଦ୍ଧିର ଦ୍ବିତୀୟ କାରଣ ହେଉଛି ମହାମାରୀ କରୋନା । ଏହି ସମୟରେ ଆମେ ଅନେକ ବିକାଶ କାର୍ଯ୍ୟ କରିଛୁ । ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କର ଆଦାୟ କରନ୍ତି । ବିକାଶ କାର୍ଯ୍ୟରେ  ଅଧିକ ଖର୍ଚ୍ଚ ନିଯୁକ୍ତି ସୃଷ୍ଟି କରିବ । ସରକାର ନିବେଶରେ ବୃଦ୍ଧି କରିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟ ସରକାର ମଧ୍ୟ ଖର୍ଚ୍ଚ ବଢାଇବେ । ଏଥିପାଇଁ ଆମେ ଏହି କର ଆବଶ୍ୟକ କରୁଛୁ । ହେଲେ ଏଥିପାଇଁ ଭରସାମ୍ୟ ରହିବା ଦରକାର । ତେବେ ଏହାର ସମାଧାନ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ କୌଣସି ନା କୌଣସି ରାସ୍ତା ବାହାର କରିବେ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

21 Feb 2021 By The Sakala

ତୈଳଦର ବୃଦ୍ଧି ନେଇ ମୁହଁ ଖୋଲିଲେ ଧର୍ମେନ୍ଦ୍ର : କହିଲେ ତୈଳଦର ବୃଦ୍ଧି ପଛର ଦୁଇଟି କାରଣ

ନୂଆଦିଲ୍ଲୀ : ଦେଶରେ ହୁ ହୁ ହୋଇ ବଢିଚାଲିଛି ତୈଳ ଦର। ଦେଶର ଅନେକ ସହରରେ ଶତକ ମାରିଛି ପେଟ୍ରୋଲ । ଡିଜେଲ ଦରରେ ବି ଲାଗୁନି ଲଗାମ। ଲଗାତାର ୧୩ ଦିନରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ପରେ ଆଜି ସ୍ଥିର ରହିଛି। ରାଜ୍ୟର ସମସ୍ତ ଜିଲ୍ଲାରେ ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା ଉପରେ ରହିଥିବା ବେଳେ ମାଲକାନଗିରିରେ ସର୍ବାଧିକ ୯୫ ଟଙ୍କା ୯୬ ପଇସା ରହିଛି ।  ଆଉ ଏନେଇ ସିଧାସଳଖ ବିରୋଧୀଙ୍କ ଟାର୍ଗେଟରେ କେନ୍ଦ୍ର ସରକାର । ଏହାରି ମଧ୍ୟରେ ତୈଳ ଦର ବୃଦ୍ଧିର କାରଣ କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଦେଶର ତୈଳଦର ବୃଦ୍ଧି ପଛରେ ମୁଖ୍ୟତଃ ଦୁଇଟି କାରଣ ରହିଛି । ଅନ୍ତରାଷ୍ଟ୍ରୀୟ ବଜାରରେ କମିଛି ତୈଳ ଉତ୍ପାଦନ । ଏହା ସହ ଉତ୍ପାଦକ ଦେଶଗୁଡିକ ଲାଭ ପାଇବାକୁ କମ ତେଲ ଉତ୍ପାଦନ କରୁଛନ୍ତି ।  ଫଳରେ ତୈଳ ଆମଦାନୀକାରୀ ଦେଶ ଅଧିକ ଦାମ ଦେବାକୁ ବାଧ୍ୟ ହେଉଛନ୍ତି । ଏହା ଦ୍ବାରା ଉପଭୋକ୍ତା ଦେଶଗୁଡିକ ପ୍ରଭାବିତ ହେଉଛନ୍ତି। ଆମେ ଏନେଇ ଓପିଇସି ଓ ଓପିଇସି ପ୍ଲସ୍ ଦେଶକୁ ଅନୁରୋଧ କରିଛୁ । ଆଶା ରଖିଛୁ ନିକଟରେ କିଛି ପରିବର୍ତ୍ତନ ଆସିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଧର୍ମେନ୍ଦ୍ର କହିଛନ୍ତି, ତୈଳ ଦର ବୃଦ୍ଧିର ଦ୍ବିତୀୟ କାରଣ ହେଉଛି ମହାମାରୀ କରୋନା । ଏହି ସମୟରେ ଆମେ ଅନେକ ବିକାଶ କାର୍ଯ୍ୟ କରିଛୁ । ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କର ଆଦାୟ କରନ୍ତି । ବିକାଶ କାର୍ଯ୍ୟରେ  ଅଧିକ ଖର୍ଚ୍ଚ ନିଯୁକ୍ତି ସୃଷ୍ଟି କରିବ । ସରକାର ନିବେଶରେ ବୃଦ୍ଧି କରିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟ ସରକାର ମଧ୍ୟ ଖର୍ଚ୍ଚ ବଢାଇବେ । ଏଥିପାଇଁ ଆମେ ଏହି କର ଆବଶ୍ୟକ କରୁଛୁ । ହେଲେ ଏଥିପାଇଁ ଭରସାମ୍ୟ ରହିବା ଦରକାର । ତେବେ ଏହାର ସମାଧାନ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ କୌଣସି ନା କୌଣସି ରାସ୍ତା ବାହାର କରିବେ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର