ପ୍ରଥମ ଥର ୪୦ ଡିଗ୍ରୀ ଉପରେ ବ୍ରିଟେନ ତାପମାତ୍ରା, ପ୍ରବଳ ଗ୍ରୀଷ୍ମ ପ୍ରବାହରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

The Sakala Picture
Published On

ଲଣ୍ଡନ : ଚଳିତ ସପ୍ତାହରେ ବ୍ରିଟେନ ,ଆମେରିକା ଏବଂ ୟୁରୋପ ସମେତ ଉତ୍ତର ଗୋଲାର୍ଦ୍ଧର ବିଭିନ୍ନ ଭାଗରେ ବର୍ଦ୍ଧିତ ତାପମାତ୍ରା ସମସ୍ତଙ୍କ ନିଦ ହଜାଇ ଦେଇଛି। କେବଳ ଉତ୍ତର ଗୋଲାର୍ଦ୍ଧ ନୁହେଁ ,ଏସୀୟ ରାଷ୍ଟ୍ର ଚୀନରେ ମଧ୍ୟ ଯେଉଁ ହାରରେ ଉତ୍ତାପ ବୃଦ୍ଧି ପାଇଛି ତାହା ମଧ୍ୟ ଗମ୍ଭୀର ସ୍ଥିତି ସୃଷ୍ଟି କରିଛି। ସାରା ବିଶ୍ବରେ ଦିନକୁ ଦିନ ବୃଦ୍ଧି ପାଉଥିବା ଉତ୍ତାପ ଏବେ ମାନବସମାଜ ପାଇଁ ଘାତକ ହେବାକୁ ଯାଉଛି ବୋଲି ଜାତିସଂଘ ପକ୍ଷରୁ ଚେତାଇ […]

ଲଣ୍ଡନ : ଚଳିତ ସପ୍ତାହରେ ବ୍ରିଟେନ ,ଆମେରିକା ଏବଂ ୟୁରୋପ ସମେତ ଉତ୍ତର ଗୋଲାର୍ଦ୍ଧର ବିଭିନ୍ନ ଭାଗରେ ବର୍ଦ୍ଧିତ ତାପମାତ୍ରା ସମସ୍ତଙ୍କ ନିଦ ହଜାଇ ଦେଇଛି। କେବଳ ଉତ୍ତର ଗୋଲାର୍ଦ୍ଧ ନୁହେଁ ,ଏସୀୟ ରାଷ୍ଟ୍ର ଚୀନରେ ମଧ୍ୟ ଯେଉଁ ହାରରେ ଉତ୍ତାପ ବୃଦ୍ଧି ପାଇଛି ତାହା ମଧ୍ୟ ଗମ୍ଭୀର ସ୍ଥିତି ସୃଷ୍ଟି କରିଛି। ସାରା ବିଶ୍ବରେ ଦିନକୁ ଦିନ ବୃଦ୍ଧି ପାଉଥିବା ଉତ୍ତାପ ଏବେ ମାନବସମାଜ ପାଇଁ ଘାତକ ହେବାକୁ ଯାଉଛି ବୋଲି ଜାତିସଂଘ ପକ୍ଷରୁ ଚେତାଇ ଦିଆଯାଇଛି। ବିଶ୍ବ ତାପାୟନ ନିୟନ୍ତ୍ରଣ ପାଇଁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟରେସ୍‌ଙ୍କ ଅଧ୍ୟକ୍ଷତାରେ ଜର୍ମାନୀର ବର୍ଲିନ ଠାରେ ୪୦ ରାଷ୍ଟ୍ରର ଜଳବାୟୁ ମନ୍ତ୍ରୀ ଓ ସଂଯୋଜକମାନେ ଏକାଠି ହୋଇଥିବା ବେଳେ ଆମକୁ ତାପାୟନ ନିୟନ୍ତ୍ରଣ ପାଇଁ ସାମୂହିକ ଭାବେ କଠୋର ଏବଂ ତ୍ବରିତ ପଦକ୍ଷେପ ନେବାକୁ ପଡ଼ିବ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ନିଟ୍ ପୁନଃ ପରୀକ୍ଷା ପୂର୍ବରୁ ଟେଲିଗ୍ରାମ୍ ବ୍ୟାନ୍: କେନ୍ଦ୍ର ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ କଡ଼ା ପ୍ରଶ୍ନ

ଯଦି ଏଥିପାଇଁ ସାମୂହିକ ଉଦ୍ୟମ ନ ହୁଏ ତେବେ ଆମକୁ ସାମୂହିକ ଆତ୍ମହତ୍ୟା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ସାମୂହିକ ଉଦ୍ୟମ ଏବଂ ସାମୂହିକ ଆତ୍ମହତ୍ୟା ମଧ୍ୟରୁ ଆମକୁ ଗୋଟିଏ ବାଛିବାକୁ ପଡ଼ିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ବିଭିନ୍ନ ସମୟରେ ବିଶ୍ବର ଭିନ୍ନ ଭିନ୍ନ ଭାଗରେ ଜଳବାୟୁ ନିୟନ୍ତ୍ରଣ ପାଇଁ କାର୍ଯ୍ୟକ୍ରମ କରାଯାଉଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ସେଭଳି କିଛି ଠୋସ୍‌ ପଦକ୍ଷେପ ନିଆଯାଇପାରୁନି। କିନ୍ତୁ ଏବେ ଏଥିପାଇଁ ସମସ୍ତଙ୍କୁ ଗୁରୁତ୍ବ ସହ ବିଚାର କରିବାର ସମୟ ଆସିଛି। ଏବେ ଏହା ଆମ ହାତରେ ରହିଛି। କିନ୍ତୁ ସମୟ ଟଳିଗଲେ ସବୁକିଛି ଅନିୟନ୍ତ୍ରିତ ହୋଇପଡ଼ିବ ବୋଲି ଗୁଟରେସ୍‌ ଚେତାବନୀ ଦେଇ କହିଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ-ଆମେରିକା ଯୁଦ୍ଧବିରାମ ସତ୍ତ୍ୱେ ଉପସାଗରରେ ମୁତୟନ ରହିବ ଭାରତୀୟ ନୌସେନା

ଉଲ୍ଲେଖଯୋଗ୍ୟ ଯେ, ଆମେରିକାରେ ଉତ୍ତାପ ମାତ୍ରା ରେକର୍ଡ ସ୍ତର ଛୁଇଁଥିଲା ବେଳେ ଏବେ ବ୍ରିଟେନରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ମଙ୍ଗଳବାର ବ୍ରିଟେନର ହାରାହାରି ତାପମାତ୍ରା ରେକର୍ଡ ୩୯.୧ ଡିଗ୍ରୀ ଛୁଇଁବା ପରେ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ୨୦୧୯ରେ ବ୍ରିଟେନରେ ସର୍ବାଧିକ ଭାବେ ତାପମାତ୍ରା ୩୮.୭ ଡିଗ୍ରୀ ରହିଥିଲା। ହେଲେ ଚଳିତ ଗ୍ରୀଷ୍ମରେ ଏଠାରେ ତାପମାତ୍ରା ସବୁ ରେକର୍ଡ ଅତିକ୍ରମ କରିଛି ବୋଲି କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ଗତ ଦୁଇ ଦିନ ଧରି ବ୍ରିଟେନର ବିଭିନ୍ନ ଭାଗରେ ତାପମାତ୍ରା ପାଖାପାଖି ୪୦ ଡିଗ୍ରୀ ରହିଥିବା ସେଠାକାର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସ୍ଥିତି ଏଭଳି ସ୍ତରରେ ପହଞ୍ଚିଛି ଯେ,ବ୍ରିଟେନର ବିଭିନ୍ନ ଭାଗରେ ବିମାନବନ୍ଦର ରନୱେ ଏବେ ତରଳିବାକୁ ଲାଗିଛି। ବ୍ରିଟେନ ବ୍ୟତୀତ ଫ୍ରାନ୍ସ ,ଜର୍ମାନୀ, ସ୍ବିଜରଲାଣ୍ଡ ଭଳି ଅନେକ ରାଷ୍ଟ୍ରରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ସେପଟେ ଆମେରିକାରେ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଥିବା କୁହାଯାଇଛି। ଏହାଛଡ଼ା ବହୁ ଜଙ୍ଗଲରେ ନିଆଁ ଲାଗି ସ୍ଥିତିକୁ ଆହୁରି ଦୁର୍ବିସହ କରିଦେଇଛି।

ଆହୁରି ପଢ଼ନ୍ତୁ: ଇରାନର ପରମାଣୁ କେନ୍ଦ୍ର ଯାଞ୍ଚ କରିବ ଆଇଏଇଏ: ଆମେରିକା-ଇରାନ ମଧ୍ୟବର୍ତ୍ତୀକାଳୀନ ଚୁକ୍ତି ପରେ ମିଳିଲା ସବୁଜ ସଙ୍କେତ

ସେପଟେ ଫ୍ରାନ୍ସ, ନେଦରଲାଣ୍ଡ, ପର୍ତୁଗାଲ, ସ୍ପେନ୍, ଗ୍ରୀସ୍ ଭଳି ୟୁରୋପୀୟ ଦେଶରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପର୍ତ୍ତୁଗାଲ ଗାଲରେ ପାରା ୪୭ ଡିଗ୍ରୀ ପାର କରିଯାଇଛି । ଫ୍ରାନ୍ସରେ ଏପର୍ଯ୍ୟନ୍ତ ୩୦ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରଖାଯାଇଛି । ଫ୍ରାନ୍ସର ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଗିରୋଣ୍ଡୋ ସର୍ବାଧିକ ପ୍ରଭାବିତ ହୋଇଛି । ଏଠାରେ ଜଙ୍ଗଲ ନିଆଁ ବ୍ୟାପୁଛି । ଏପର୍ଯ୍ୟନ୍ତ ୪୭ ହଜାର ଏକର ଜଙ୍ଗଲ ପୋଡି ପାଉଁଶ ହୋଇଗଲାଣି । ସ୍ଥିତି ଏଭଳି ସ୍ତରରେ ପହଞ୍ଚିଛି ଯେ, ବ୍ରିଟେନର ବିଭିନ୍ନ ଭାଗରେ ବିମାନବନ୍ଦର ରନୱେ ଏବେ ତରଳିବାକୁ ଲାଗିଛି । ବ୍ରିଟେନ ବ୍ୟତୀନ ଫ୍ରାନ୍ସ, ଜର୍ମାନୀ, ସ୍ୱିଜରଲାଣ୍ଡ ଭଳି ଅନେକ ରାଷ୍ଟ୍ରରେ ସ୍ଥିତି ଅସମ୍ଭାଳ ହୋଇପଡିଛି । ଏହାଛଡା ବହୁ ଜଙ୍ଗଲରେ ନିଆଁ ଲାଗି ସ୍ଥିତିକୁ ଆହୁରି ଦୁର୍ବିସହ କରିଦେଇଛି ।

20 Jul 2022 By The Sakala

ପ୍ରଥମ ଥର ୪୦ ଡିଗ୍ରୀ ଉପରେ ବ୍ରିଟେନ ତାପମାତ୍ରା, ପ୍ରବଳ ଗ୍ରୀଷ୍ମ ପ୍ରବାହରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ଲଣ୍ଡନ : ଚଳିତ ସପ୍ତାହରେ ବ୍ରିଟେନ ,ଆମେରିକା ଏବଂ ୟୁରୋପ ସମେତ ଉତ୍ତର ଗୋଲାର୍ଦ୍ଧର ବିଭିନ୍ନ ଭାଗରେ ବର୍ଦ୍ଧିତ ତାପମାତ୍ରା ସମସ୍ତଙ୍କ ନିଦ ହଜାଇ ଦେଇଛି। କେବଳ ଉତ୍ତର ଗୋଲାର୍ଦ୍ଧ ନୁହେଁ ,ଏସୀୟ ରାଷ୍ଟ୍ର ଚୀନରେ ମଧ୍ୟ ଯେଉଁ ହାରରେ ଉତ୍ତାପ ବୃଦ୍ଧି ପାଇଛି ତାହା ମଧ୍ୟ ଗମ୍ଭୀର ସ୍ଥିତି ସୃଷ୍ଟି କରିଛି। ସାରା ବିଶ୍ବରେ ଦିନକୁ ଦିନ ବୃଦ୍ଧି ପାଉଥିବା ଉତ୍ତାପ ଏବେ ମାନବସମାଜ ପାଇଁ ଘାତକ ହେବାକୁ ଯାଉଛି ବୋଲି ଜାତିସଂଘ ପକ୍ଷରୁ ଚେତାଇ ଦିଆଯାଇଛି। ବିଶ୍ବ ତାପାୟନ ନିୟନ୍ତ୍ରଣ ପାଇଁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟରେସ୍‌ଙ୍କ ଅଧ୍ୟକ୍ଷତାରେ ଜର୍ମାନୀର ବର୍ଲିନ ଠାରେ ୪୦ ରାଷ୍ଟ୍ରର ଜଳବାୟୁ ମନ୍ତ୍ରୀ ଓ ସଂଯୋଜକମାନେ ଏକାଠି ହୋଇଥିବା ବେଳେ ଆମକୁ ତାପାୟନ ନିୟନ୍ତ୍ରଣ ପାଇଁ ସାମୂହିକ ଭାବେ କଠୋର ଏବଂ ତ୍ବରିତ ପଦକ୍ଷେପ ନେବାକୁ ପଡ଼ିବ ବୋଲି କହିଛନ୍ତି।

ଯଦି ଏଥିପାଇଁ ସାମୂହିକ ଉଦ୍ୟମ ନ ହୁଏ ତେବେ ଆମକୁ ସାମୂହିକ ଆତ୍ମହତ୍ୟା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ସାମୂହିକ ଉଦ୍ୟମ ଏବଂ ସାମୂହିକ ଆତ୍ମହତ୍ୟା ମଧ୍ୟରୁ ଆମକୁ ଗୋଟିଏ ବାଛିବାକୁ ପଡ଼ିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ବିଭିନ୍ନ ସମୟରେ ବିଶ୍ବର ଭିନ୍ନ ଭିନ୍ନ ଭାଗରେ ଜଳବାୟୁ ନିୟନ୍ତ୍ରଣ ପାଇଁ କାର୍ଯ୍ୟକ୍ରମ କରାଯାଉଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ସେଭଳି କିଛି ଠୋସ୍‌ ପଦକ୍ଷେପ ନିଆଯାଇପାରୁନି। କିନ୍ତୁ ଏବେ ଏଥିପାଇଁ ସମସ୍ତଙ୍କୁ ଗୁରୁତ୍ବ ସହ ବିଚାର କରିବାର ସମୟ ଆସିଛି। ଏବେ ଏହା ଆମ ହାତରେ ରହିଛି। କିନ୍ତୁ ସମୟ ଟଳିଗଲେ ସବୁକିଛି ଅନିୟନ୍ତ୍ରିତ ହୋଇପଡ଼ିବ ବୋଲି ଗୁଟରେସ୍‌ ଚେତାବନୀ ଦେଇ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଆମେରିକାରେ ଉତ୍ତାପ ମାତ୍ରା ରେକର୍ଡ ସ୍ତର ଛୁଇଁଥିଲା ବେଳେ ଏବେ ବ୍ରିଟେନରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ମଙ୍ଗଳବାର ବ୍ରିଟେନର ହାରାହାରି ତାପମାତ୍ରା ରେକର୍ଡ ୩୯.୧ ଡିଗ୍ରୀ ଛୁଇଁବା ପରେ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ୨୦୧୯ରେ ବ୍ରିଟେନରେ ସର୍ବାଧିକ ଭାବେ ତାପମାତ୍ରା ୩୮.୭ ଡିଗ୍ରୀ ରହିଥିଲା। ହେଲେ ଚଳିତ ଗ୍ରୀଷ୍ମରେ ଏଠାରେ ତାପମାତ୍ରା ସବୁ ରେକର୍ଡ ଅତିକ୍ରମ କରିଛି ବୋଲି କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ଗତ ଦୁଇ ଦିନ ଧରି ବ୍ରିଟେନର ବିଭିନ୍ନ ଭାଗରେ ତାପମାତ୍ରା ପାଖାପାଖି ୪୦ ଡିଗ୍ରୀ ରହିଥିବା ସେଠାକାର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସ୍ଥିତି ଏଭଳି ସ୍ତରରେ ପହଞ୍ଚିଛି ଯେ,ବ୍ରିଟେନର ବିଭିନ୍ନ ଭାଗରେ ବିମାନବନ୍ଦର ରନୱେ ଏବେ ତରଳିବାକୁ ଲାଗିଛି। ବ୍ରିଟେନ ବ୍ୟତୀତ ଫ୍ରାନ୍ସ ,ଜର୍ମାନୀ, ସ୍ବିଜରଲାଣ୍ଡ ଭଳି ଅନେକ ରାଷ୍ଟ୍ରରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ସେପଟେ ଆମେରିକାରେ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଥିବା କୁହାଯାଇଛି। ଏହାଛଡ଼ା ବହୁ ଜଙ୍ଗଲରେ ନିଆଁ ଲାଗି ସ୍ଥିତିକୁ ଆହୁରି ଦୁର୍ବିସହ କରିଦେଇଛି।

ସେପଟେ ଫ୍ରାନ୍ସ, ନେଦରଲାଣ୍ଡ, ପର୍ତୁଗାଲ, ସ୍ପେନ୍, ଗ୍ରୀସ୍ ଭଳି ୟୁରୋପୀୟ ଦେଶରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପର୍ତ୍ତୁଗାଲ ଗାଲରେ ପାରା ୪୭ ଡିଗ୍ରୀ ପାର କରିଯାଇଛି । ଫ୍ରାନ୍ସରେ ଏପର୍ଯ୍ୟନ୍ତ ୩୦ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରଖାଯାଇଛି । ଫ୍ରାନ୍ସର ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଗିରୋଣ୍ଡୋ ସର୍ବାଧିକ ପ୍ରଭାବିତ ହୋଇଛି । ଏଠାରେ ଜଙ୍ଗଲ ନିଆଁ ବ୍ୟାପୁଛି । ଏପର୍ଯ୍ୟନ୍ତ ୪୭ ହଜାର ଏକର ଜଙ୍ଗଲ ପୋଡି ପାଉଁଶ ହୋଇଗଲାଣି । ସ୍ଥିତି ଏଭଳି ସ୍ତରରେ ପହଞ୍ଚିଛି ଯେ, ବ୍ରିଟେନର ବିଭିନ୍ନ ଭାଗରେ ବିମାନବନ୍ଦର ରନୱେ ଏବେ ତରଳିବାକୁ ଲାଗିଛି । ବ୍ରିଟେନ ବ୍ୟତୀନ ଫ୍ରାନ୍ସ, ଜର୍ମାନୀ, ସ୍ୱିଜରଲାଣ୍ଡ ଭଳି ଅନେକ ରାଷ୍ଟ୍ରରେ ସ୍ଥିତି ଅସମ୍ଭାଳ ହୋଇପଡିଛି । ଏହାଛଡା ବହୁ ଜଙ୍ଗଲରେ ନିଆଁ ଲାଗି ସ୍ଥିତିକୁ ଆହୁରି ଦୁର୍ବିସହ କରିଦେଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର