ମନୋରଞ୍ଜନ
ଭାରତ ବିରୋଧୀ ଲଢ଼େଇରେ ସାମିଲ ଥିଲା ତୁର୍କୀ, ପାକ୍ ସେନାକୁ ପ୍ରଶିକ୍ଷଣ ସହ ୩୫୦ରୁ ଅଧିକ ଡ୍ରୋନ ଦେଇଥିଲା

ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲା ପରେ ଆତଙ୍କବାଦ ବିରୋଧୀ ଲଢେଇକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢିବା ପରେ ଏକମାତ୍ର ରାଷ୍ଟ୍ର ଭାବେ କେବଳ ତୁର୍କୀ ପାକିସ୍ତାନକୁ ସମର୍ଥନ କରିଥିଲା। ପରେ ପରେ ଭାରତ ଉପରେ ଆକ୍ରମଣ କରିବାକୁ ତୁର୍କୀ ପାକିସ୍ତାନକୁ ୩୫୦ରୁ ଅଧିକ ଡ୍ରୋନ ଯୋଗାଇଥିଲା। କେବଳ ଡ୍ରୋନ ଯୋଗାଣ ନୁହେଁ, ତୁର୍କୀର ସାମରିକ ଅଧିକାରୀ ଏବଂ ବିଶେଷଜ୍ଞମାନେ ମଧ୍ୟ ପାକିସ୍ତାନ ସେନାକୁ ପ୍ରଶିକ୍ଷଣ ଦେଇଥିଲେ। ଭାରତ ଉପରେ କିଭଳି ବିଭିନ୍ନ ସ୍ତରରେ […]
ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲା ପରେ ଆତଙ୍କବାଦ ବିରୋଧୀ ଲଢେଇକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢିବା ପରେ ଏକମାତ୍ର ରାଷ୍ଟ୍ର ଭାବେ କେବଳ ତୁର୍କୀ ପାକିସ୍ତାନକୁ ସମର୍ଥନ କରିଥିଲା। ପରେ ପରେ ଭାରତ ଉପରେ ଆକ୍ରମଣ କରିବାକୁ ତୁର୍କୀ ପାକିସ୍ତାନକୁ ୩୫୦ରୁ ଅଧିକ ଡ୍ରୋନ ଯୋଗାଇଥିଲା। କେବଳ ଡ୍ରୋନ ଯୋଗାଣ ନୁହେଁ, ତୁର୍କୀର ସାମରିକ ଅଧିକାରୀ ଏବଂ ବିଶେଷଜ୍ଞମାନେ ମଧ୍ୟ ପାକିସ୍ତାନ ସେନାକୁ ପ୍ରଶିକ୍ଷଣ ଦେଇଥିଲେ। ଭାରତ ଉପରେ କିଭଳି ବିଭିନ୍ନ ସ୍ତରରେ ଆକ୍ରମଣ କରାଯାଇପାରିବ ସେଥିନେଇ ସେମାନେ ରଣନୀତି ପ୍ରସ୍ତୁତ କରିଥିଲେ। ଭାରତ ଉପରେ ଆକ୍ରମଣ କରିବାକୁ ପାକିସ୍ତାନ ତୁର୍କୀର ବେରାକ୍ତାର ଟିବି୨ ଏବଂ ୱାଇଆଇଏଚଏ ଡ୍ରୋନ ବ୍ୟବହାର କରିଥିଲା। ବିଶେଷକରି ସୀମାରେ ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ କରିବା ଏବଂ ବିଭିନ୍ନ ସାମରିକ ୟୁନିଟ୍କୁ ଯୋଗାଣ ବନ୍ଦ କରିବା ଲକ୍ଷ୍ୟରେ ଆକ୍ରମଣ କରିବାକୁ ଟାର୍ଗେଟ କରାଯାଇଥିଲା। ପାକିସ୍ତାନ ବିରୋଧରେ ଭାରତର ଅପରେସନ ସିନ୍ଦୂର ବେଳେ ତୁର୍କୀର କିଛି ସେନାଧିକାରୀଙ୍କ ମୃତ୍ୟୁ ହୋଇଥିଲା ବେଳେ ଏହି ବିଷୟ ସ୍ପଷ୍ଟ ହୋଇଛି। ବିଗତ କିଛି ବର୍ଷ ହେଲା ପାକିସ୍ତାନ ସହ ତୁର୍କୀର ସାମରିକ ଏବଂ ପ୍ରତିରକ୍ଷା ସମ୍ପର୍କ ବୃଦ୍ଧି ପାଇଥିଲା ଏବଂ ପାକିସ୍ତାନ ସେନାକୁ ତୁର୍କୀ ନିୟମିତ ଭାବେ ପ୍ରଶିକ୍ଷଣ ଦେଉ ଆସୁଥିଲା ବୋଲି ଏବେ ବିଭିନ୍ନ ସୂତ୍ରରୁ ଜଣାପଡ଼ିଛି।
ତେବେ ପାକିସ୍ତାନ ବିରୋଧରେ ଭାରତର ଆତଙ୍କବାଦ ବିରୋଧୀ ଲଢେଇରେ ତୁର୍କୀ ପାକିସ୍ତାନକୁ ଏଭଳି ଅସ୍ତ୍ରଶସ୍ତ୍ର ଯୋଗାଇବା ଘଟଣାକୁ ଭାରତୀୟମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି। ଯାହାକୁ ନେଇ ଏବେ ଭାରତରେ ‘ ତୁର୍କୀ ବୟକଟ୍’ ଅଭିଯାନ ଜୋରଦାର୍ ହୋଇଛି। ଭାରତରୁ ଆଲୁମିନିୟମ, ଅଟୋମୋବାଇଲ ସରଞ୍ଜାମ, ବିମାନ ଉପକରଣ,ଟେଲିକମ୍ ଉପକରଣ ଏବଂ ଇଲେକ୍ଟ୍ରିକ୍ ସରଞ୍ଜାମ ଭଳି ବହୁ ସାମଗ୍ରୀ ତୁର୍କୀକୁ ରପ୍ତାନି ହୋଇଥାଏ। ସେହିଭଳି ପ୍ରତିବର୍ଷ ଲକ୍ଷ ଲକ୍ଷ ଭାରତୀୟ ତୁର୍କୀକୁ ପର୍ଯ୍ୟଟନ ପାଇଁ ଯାଇଥାଆନ୍ତି। ତୁର୍କୀରୁ ଭାରତକୁ ବିପୁଳ ପରିମାଣରେ ସେଓ ଆମଦାନୀ କରାଯାଇଥାଏ। କିନ୍ତୁ ତୁର୍କୀର ସାଂପ୍ରତିକ ଆଭିମୁଖ୍ୟକୁ ଦୃଷ୍ଟିରେ ରଖୀ ତୁର୍କୀ ସହିତ ସବୁ ସ୍ତରରେ ସମ୍ପର୍କ ବନ୍ଦ କରିବାକୁ ଏହି ଅଭିଯାନ ଆରମ୍ଭ ହୋଇଛି। କୋଭିଡ୍ ସମୟରେ ଭାରତ ତୁର୍କୀକୁ ପର୍ଯ୍ୟାପ୍ତ ପରିମାଣରେ ମେଡିକାଲ ସରଞ୍ଜାମ ସମେତ ଟିକା ଯୋଗାଇ ଦେଇଥÒଲା। ଏହାଛଡ଼ା ତୁର୍କୀର ପ୍ରଳୟଙ୍କରୀ ଭୂକମ୍ପ ସମୟରେ ପ୍ରଥମ ରାଷ୍ଟ୍ର ଭାବେ ଭାରତରୁ ସବୁ ସ୍ତରରେ ସହାୟତା ଯୋଗାଇ ଦିଆଯାଇଥÒଲା।