ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଭାରସାମ୍ୟ ହରାଇ ପିଟିହେଲା ଟ୍ରକ, ୪୯ ମୃତ
ମେକ୍ସିକୋ ସିଟି: ଗୁରୁବାର ରାତିରେ ମେକ୍ସିକୋରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୪୯ ଜଣଙ୍କର ମୃତ୍ୟୁ ହୋଇଛି। ଚିଆପାସ୍ ରାଜ୍ୟରେ ଦୁଇଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ୪୯ ଜଣ ପ୍ରାଣ ହରାଇଥିବା ବେଳେ ୫୮ ଜଣ ଗୁରୁତର ଆହତ ହୋଇଥିବା କୁହାଯାଉଛି। ଉଦ୍ଧାରକାରୀ ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ସମ୍ପୃକ୍ତ ଟ୍ରକ ମଧ୍ୟରୁ କେନ୍ଦ୍ରୀୟ ଆମେରିକାରୁ ୧୦୦ ରୁ ଅଧିକ ପ୍ରବାସୀ ଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ ଏହି […]
ମେକ୍ସିକୋ ସିଟି: ଗୁରୁବାର ରାତିରେ ମେକ୍ସିକୋରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୪୯ ଜଣଙ୍କର ମୃତ୍ୟୁ ହୋଇଛି। ଚିଆପାସ୍ ରାଜ୍ୟରେ ଦୁଇଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ୪୯ ଜଣ ପ୍ରାଣ ହରାଇଥିବା ବେଳେ ୫୮ ଜଣ ଗୁରୁତର ଆହତ ହୋଇଥିବା କୁହାଯାଉଛି।
ଉଦ୍ଧାରକାରୀ ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ସମ୍ପୃକ୍ତ ଟ୍ରକ ମଧ୍ୟରୁ କେନ୍ଦ୍ରୀୟ ଆମେରିକାରୁ ୧୦୦ ରୁ ଅଧିକ ପ୍ରବାସୀ ଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ୫୮ ଜଣ ଆହତ ହୋଇଥିବା କୁହାଯାଉଛି ଯେଉଁଥିରୁ ୩ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ବୋଲି କୁହାଯାଇଛି।
ସମସ୍ତ ଆହତଙ୍କୁ ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଉଦ୍ଧାରକାରୀ ଦଳ ଏହି ଘଟଣାରେ ୪୯ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି। ଚିଆପାସର ରାଜ୍ୟପାଳ ରେଟିଲିଓ ଏସ୍କାଣ୍ଡନ୍ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ପୀଡିତଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଏହି ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କୁହାଯାଇଛି। ଉଦ୍ଧାରକାରୀ ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏପର୍ୟ୍ୟନ୍ତ ଅନେକ ମୃତକଙ୍କ ପରିଚୟ ମିଳିନାହିଁ। ମୃତକଙ୍କ ଚିହ୍ନଟ ଏବଂ ପୋଷ୍ଟମର୍ଟମ ପରେ ସମସ୍ତ ଶବ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯିବ।






