ବ୍ରିଟେନରୁ ଭାରତ ଆସିଲେ ୧୦ ଦିନିଆ କ୍ୱାରେଣ୍ଟିନ ସହ ୩ ଥର ଆରଟିପିସିଆର ପରୀକ୍ଷା ବାଧ୍ୟତାମୂଳକ
ନୂଆଦିଲ୍ଲୀ : ବ୍ରିଟେନ ବିରୋଧରେ କଡା ଆଭିମୁଖ୍ୟ ନେଇଛି ଭାରତ। ଯେସାକୁ ତେସା ନୀତି ଆପଣାଇବା ସହ ଭାରତ ମଧ୍ୟ ବ୍ରିଟେନରୁ ଭାରତ ଆସିଲେ ଟିକା ନେଇଥିଲେ ମଧ୍ୟ ୧୦ ଦିନିଆ କ୍ୱାରେଣ୍ଟିନ ସହ ୩ ଥର ଆରଟିପିସିଆର ପରୀକ୍ଷା ବାଧ୍ୟତାମୂଳକ କରିଛି। ସରକାର କହିଛନ୍ତି ଯେ ଅକ୍ଟୋବର ୪ରୁ ଭାରତ ଆସୁଥିବା ବ୍ରିଟେନ ନାଗରିକଙ୍କ ପାଇଁ ୧୦ ଦିନିଆ କ୍ୱାରେଣ୍ଟିନ ବାଧ୍ୟତାମୂଳକ। ସେମାନେ ଟିକା ନେଇଥିଲେ ମଧ୍ୟ ନିୟମରେ କୌଣସି ପରିବର୍ତ୍ତନ ହେବନି। ଯାତ୍ରାର ୭୨ […]
ନୂଆଦିଲ୍ଲୀ : ବ୍ରିଟେନ ବିରୋଧରେ କଡା ଆଭିମୁଖ୍ୟ ନେଇଛି ଭାରତ। ଯେସାକୁ ତେସା ନୀତି ଆପଣାଇବା ସହ ଭାରତ ମଧ୍ୟ ବ୍ରିଟେନରୁ ଭାରତ ଆସିଲେ ଟିକା ନେଇଥିଲେ ମଧ୍ୟ ୧୦ ଦିନିଆ କ୍ୱାରେଣ୍ଟିନ ସହ ୩ ଥର ଆରଟିପିସିଆର ପରୀକ୍ଷା ବାଧ୍ୟତାମୂଳକ କରିଛି। ସରକାର କହିଛନ୍ତି ଯେ ଅକ୍ଟୋବର ୪ରୁ ଭାରତ ଆସୁଥିବା ବ୍ରିଟେନ ନାଗରିକଙ୍କ ପାଇଁ ୧୦ ଦିନିଆ କ୍ୱାରେଣ୍ଟିନ ବାଧ୍ୟତାମୂଳକ। ସେମାନେ ଟିକା ନେଇଥିଲେ ମଧ୍ୟ ନିୟମରେ କୌଣସି ପରିବର୍ତ୍ତନ ହେବନି। ଯାତ୍ରାର ୭୨ ଘଣ୍ଟା ପୂର୍ବରୁ, ଭାରତର ଏୟାରପୋର୍ଟରେ ପହଞ୍ଚିବା ପରେ ଓ ଭାରତରେ ରହିବାର ୮ମ ଦିନରେ ସମସ୍ତେ ଆରଟିପିସିଆର ଟେଷ୍ଟ କରିବାକୁ ବାଧ୍ୟ ବୋଲି କେନ୍ଦ୍ର ସରକାର କହିଛନ୍ତି।
From October 4, all UK nationals arriving in India from the UK, irrespective of their vaccination status, will have to undertake – pre-departure Covid-19 RT-PCR test within 72 hours before travel, RT-PCR test on arrival at airport, RT-PCR test on Day 8 after arrival: Sources
— ANI (@ANI) October 1, 2021
ଭାରତରେ କୋଭିସିଲଡ୍ ଟିକା ନେଇଥିବା ଲୋକମାନଙ୍କୁ ବ୍ରିଟେନ୍ କ୍ବାରାଣ୍ଟାଇନରେ ରହିବା ବାଧ୍ୟତାମୂଳକ କରିଥିବାରୁ ଭାରତ ସମାନ ଢଙ୍ଗରେ ତାହାର ଜବାବ ଦେଇଛି। କୋଭିସିଲ୍ଡକୁ ବ୍ରିଟେନରେ ଅନୁମତି ଥିବା ସତ୍ତ୍ବେ ଭାରତରେ ଏହି ଟିକା ନେଇଥିବା ବ୍ୟକ୍ତିଙ୍କୁ ବ୍ରିଟେନରେ ୧୦ ଦିନ କ୍ବାରାଣ୍ଟାଇନରେ ରହିବା ବାଧ୍ୟତାମୂଳକ କରାଯାଇଛି । ଟିକାର ଡବଲ ଡୋଜ୍ ନେଇଥିବା ଆମେରିକା, ଇସ୍ରାଏଲ ଓ ଅଷ୍ଟ୍ରେଲିଆ ଭଳି ଦେଶର ଲୋକମାନେ ବ୍ରିଟେନ ଗଲେ ଅକ୍ଟୋବର ୪ରୁ ଆଉ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବନି ବୋଲି ୟୁକେ ସରକାର କହିଛନ୍ତି କିନ୍ତୁ କିନ୍ତୁ ଭାରତ ପାଇଁ ବ୍ରିଟେନ ସରକାର ଅଲଗା ନିୟମ ପ୍ରଣୟନ କରିଛନ୍ତି। ଯାହା ଗ୍ରହଣୀୟ ନୁହେଁ ବୋଲି କହିବା ସହ ଭାରତ ଆପତ୍ତି ଉଠାଥିଲା। କିନ୍ତୁ କୌଣସି ସମାଧାନ ନହେବାରୁ ଭାରତ ସରକାର ଯେସାକୁ ତେସା ନୀତି ଅବଲମ୍ବନ କରି ବ୍ରିଟେନ ବିରୋଧରେ କଡ଼ା ଆଭିମୁଖ୍ୟ ଆପଣାଇଛନ୍ତି।
UK nationals arriving in India from the UK will have to undergo mandatory quarantine at home or in the destination address for 10 days after the arrival: Sources
— ANI (@ANI) October 1, 2021






