ଭାରତ ପାଇଁ ସବୁଆଡୁ ତାଲିବାନ ବିପଦ

The Sakala Picture
Published On

ନୂଆଦିଲ୍ଲୀ : ଆଉ ମାତ୍ର କିଛି ଦିନ ମଧ୍ୟରେ ପୁରା ଆଫଗାନିସ୍ତାନ ତାଲିବାନ ଉଗ୍ରବାଦୀଙ୍କ ହାତ ମୁଠାକୁ ଚାଲିଯିବ। ଆଫଗାନିସ୍ତାନର ମୋଟ ୪୦୭ଟି ଜିଲ୍ଲା ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୧୨ଟି ଜିଲ୍ଲାକୁ ତାଲିବାନ ଉଗ୍ରବାଦୀମାନେ କବ୍‌ଜା କରିସାରିଥିଲା ବେଳେ ୧୧୯ଟି ଜିଲ୍ଲାକୁ କବ୍‌ଜା କରିବାକୁ ସେମାନେ ଆଫଗାନ ସେନା ସହ ଲଢେଇ ଜାରି ରଖୀଛନ୍ତି। ଏବେ ମାତ୍ର ୭୬ଟି ଜିଲ୍ଲାରେ ଆଫଗାନିସ୍ତାନର ଆସରଫ ଘନି ସରକାରଙ୍କ କର୍ତ୍ତୃତ୍ବ ରହିଛି। ଆଫଗାନ ସେନା ଏବଂ ତାଲିବାନୀଙ୍କ ମଧ୍ୟରେ ଚାଲିଥିବା […]

ନୂଆଦିଲ୍ଲୀ : ଆଉ ମାତ୍ର କିଛି ଦିନ ମଧ୍ୟରେ ପୁରା ଆଫଗାନିସ୍ତାନ ତାଲିବାନ ଉଗ୍ରବାଦୀଙ୍କ ହାତ ମୁଠାକୁ ଚାଲିଯିବ। ଆଫଗାନିସ୍ତାନର ମୋଟ ୪୦୭ଟି ଜିଲ୍ଲା ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୧୨ଟି ଜିଲ୍ଲାକୁ ତାଲିବାନ ଉଗ୍ରବାଦୀମାନେ କବ୍‌ଜା କରିସାରିଥିଲା ବେଳେ ୧୧୯ଟି ଜିଲ୍ଲାକୁ କବ୍‌ଜା କରିବାକୁ ସେମାନେ ଆଫଗାନ ସେନା ସହ ଲଢେଇ ଜାରି ରଖୀଛନ୍ତି। ଏବେ ମାତ୍ର ୭୬ଟି ଜିଲ୍ଲାରେ ଆଫଗାନିସ୍ତାନର ଆସରଫ ଘନି ସରକାରଙ୍କ କର୍ତ୍ତୃତ୍ବ ରହିଛି। ଆଫଗାନ ସେନା ଏବଂ ତାଲିବାନୀଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷ ଗୃହ ଯୁଦ୍ଧରେ ପରିଣତ ହୋଇଥିବା ବେଳେ ତାଲିବାନ ପୁରା ନର ସଂହାର ଚଳାଇଛନ୍ତି। କେଉଁଠି ମୁଣ୍ଡକାଟ ହେଉଛି ତ’ ଆଉ କେଉଁଠି ଆତ୍ମସମର୍ପଣ କରୁଥିବା ଯବାନଙ୍କୁ ତାଲିବାନ ଉଗ୍ରବାଦୀ ଗୁଳିରେ ଉଡାଇ ଦେଉଛନ୍ତି। ସେମାନଙ୍କ ଏକମାତ୍ର ଲକ୍ଷ୍ୟ ଆଫଗାନିସ୍ତାନ ଦଖଲ।

ଆହୁରି ପଢ଼ନ୍ତୁ: ୨୦୧୮ ମାନହାନି ମାମଲା: ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ବିରୋଧରେ ଜାମିନଯୋଗ୍ୟ ୱାରେଣ୍ଟ ଜାରି କଲେ ଦିଲ୍ଲୀ କୋର୍ଟ

ତେବେ ଆଫଗାନିସ୍ତାନରେ ତାଲିବାନ ଶାସନ ପ୍ରତିଷ୍ଠା ମଧ୍ୟ ଏସିଆ ପାଇଁ ଏକ ବିରାଟ ସମସ୍ୟା ସୃଷ୍ଟି କରିବା ସହିତ ଭାରତ ପାଇଁ ମଧ୍ୟ ସବୁଆଡୁ ବିପଦ ହେବ ବୋଲି ଏବେ ଠାରୁ ଚିନ୍ତା ପଶିଲାଣି। ଏହାପଛରେ ମଧ୍ୟ ଅନେକ କାରଣ ରହିଥିବା ବେଳେ ସବୁଠୁ ବଡ଼ କାରଣଟି ହେଲା ଭାରତର ଦୁଇ ଶତ୍ରୁ ଚୀନ୍‌ ଏବଂ ପାକିସ୍ତାନ। ପାକିସ୍ତାନ ତାଲିବାନକୁ ଏକପ୍ରକାର ପାଳି ପୋଷି ବଡ଼ କରିଛି। ଆଫଗାନିସ୍ତାନରେ ତାଲିବାନ କ୍ଷମତା ହାସଲ କରୁ ତା’ ମଧ୍ୟ ପାକିସ୍ତାନ ଚାହୁଁଛି। ନାଁକୁ ମାତ୍ର ଗଣତନ୍ତ୍ରର ଦେଶ କହୁଥିବା ପାକିସ୍ତାନ ବାସ୍ତବରେ ହେଉଛି ଆତଙ୍କବାଦର ଦେଶ। ତେଣୁ ତାଲିବାନ ଭଳି ଉଗ୍ରବାଦୀ ସଂଗଠନ ପ୍ରତି ପାକିସ୍ତାନର ପୁରା ସମର୍ଥନ ରହିଛି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚିତ ଆଫଗାନିସ୍ତାନର ଘନି ସରକାରକୁ ମୂଳପୋଛ କରି ତାଲିବାନ ଶାସନ କ୍ଷମତା ହାତେଇବାକୁ ବସିଥିବା

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଇଣ୍ଟରନେଟ୍ ବ୍ୟବହାର କରିବା ପିଲାମାନଙ୍କ ସମେତ ପ୍ରତ୍ୟେକ ବ୍ୟକ୍ତିଙ୍କ ମୌଳିକ ଅଧିକାର

ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଖୁସି ବ୍ୟକ୍ତ କରିବା ସହିତ ତାଲିବାନକୁ ସବୁପ୍ରକାର ସହାୟତା କରିବାକୁ ମଧ୍ୟ ପଛେଇ ନାହାନ୍ତି। ଏହାପଛରେ ପାକିସ୍ତାନର ଯେଉଁ ଆଭିମୁଖ୍ୟ ରହିଛି ତା’ କାହାକୁ ଅଛପା ନାହିଁ। ଭାରତ ବିପକ୍ଷରେ ସବୁ ସ୍ତରରେ ଫେଲ ମାରିବା ପରେ ପାକିସ୍ତାନ ଏବେ ରକ୍ତ ଚାଉଳ ଚୋବାଉଛି। ଭାରତକୁ ଆତଙ୍କବାଦୀ ପଠାଇ ଅରାଜକତା ସୃଷ୍ଟି କରିବା ବାଟ ବନ୍ଦ ହୋଇଯିବା ପରେ ଏବେ ତାଲିବାନ ସହାୟତାରେ ଭାରତରେ ଉପଦ୍ରବ ସୃଷ୍ଟି କରିବାକୁ ପାକିସ୍ତାନ ମସୁଧା କରିଛି। ପୂର୍ବରୁ ତାଲିବାନ ଆଫଗାନିସ୍ତାନର କେନ୍ଦ୍ରୀୟ ଅଞ୍ଚଳ ଛଡ଼ା ଅନ୍ୟ କିଛି ଅଞ୍ଚଳରେ ନିଜର ପ୍ରଭାବ ବିସ୍ତାର କରିଥିଲା। ହେଲେ ଆଫାଗନିସ୍ତାନରୁ ଆମେରିକା ସେନା ଏବଂ ନାଟୋ ସେନା ପ୍ରତ୍ୟାହାର ହେବା ପରେ ତାଲିବାନ ଆଫଗାନିସ୍ତାନର ସମସ୍ତ ଇଲାକା ସମେତ ଏହାର ସମସ୍ତ ସୀମାନ୍ତ ଅଞ୍ଚଳକୁ ମଧ୍ୟ କବଯା କରିଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ: ଟିଭି ବିତର୍କରେ ଅଶାଳୀନ ମନ୍ତବ୍ୟ ଦେଲେ ତୁରନ୍ତ କାଟନ୍ତୁ ଲାଇଭ୍ ଫିଡ୍

ଇରାନ, ଉଜବେକିସ୍ତାନ, ପାକିସ୍ତାନ, ତାଜିକ୍‌ସ୍ତାନ,ତୁର୍କୀସ୍ତାନ ସମେତ ଭାରତ ସୀମା(ପିଓକେ)ରେ ମଧ୍ୟ ପ୍ରବେଶ କରିସାରିଛି। ଭାରତର ଉତ୍ତର ପଶ୍ଚିମରେ ପାକ୍‌ ଅଧିକୃତ କଶ୍ମୀର ଅଞ୍ଚଳକୁ ଲାଗି ରହିଥିବା ଆଫଗାନିସ୍ତାନର ‘ବନ୍ଦଖ୍ବା ପ୍ରାନ୍ତ’ରେ ତାଲିବାନ ସେନା ପ୍ରବେଶ କରିସାରିଥିବା ବେଳେ ଏହି ଅଞ୍ଚଳ ଜମ୍ମୁ କଶ୍ମୀର ଠାରୁ ମାତ୍ର ୪୦୦ କିମି ଦୂରରେ ରହିଛି। ତେବେ ଏହି ବାଟ ଦେଇ ଜମ୍ମୁ କଶ୍ମୀରକୁ ତାଲିବାନ ଉଗ୍ରବାଦୀଙ୍କୁ ପଠାଇ ଭାରତରେ ପୁଣିଥରେ ଅରାଜକତା ସୃଷ୍ଟି କରିବାକୁ ପାକିସ୍ତାନ ଯୋଜନା କରୁଥିବା ବେଳେ ଭାରତର ଅନ୍ୟତମ ଶତ୍ରୁ ଏବଂ ପାକିସ୍ତାନର ବନ୍ଧୁ ରାଷ୍ଟ୍ର ଚୀନ୍‌ ମଧ୍ୟ ଏଥିପାଇଁ ଖେରାକ୍‌ ଯୋଗାଇ ଦେଉଛି। ପାକିସ୍ତାନରେ ଚୀନ୍‌ ନିର୍ମାଣ କରୁଥିବା ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର(ସିପେକ୍‌)କୁ ସୁରକ୍ଷିତ ରଖୀବା ଠାରୁ ଆରମ୍ଭ କରି ଭାରତରେ ଉଗ୍ରବାଦୀ କାର୍ଯ୍ୟକଳାପ ବୃଦ୍ଧି କରି ଭାରତକୁ ବିବ୍ରତ କରିବା ଏବଂ ତାଲିବାନ

ସହାୟତାରେ ଆଫଗାନିସ୍ତାନର ବିଭିନ୍ନ ପ୍ରାକୃତିକ ଉତ୍ସଗୁଡିକୁ ହାତେଇବା ନେଇ ଚୀନ୍‌ ମଧ୍ୟ ତାଲିବାନ ପ୍ରତି ପରୋକ୍ଷରେ ସମର୍ଥନ ଯୋଗାଇ ଦେଉଛି। ଆଫଗାନିସ୍ତାନରେ ଚୀନ୍‌ର ବିଭିନ୍ନ ପ୍ରକଳ୍ପକୁ ତାଲିବାନ ହାତ ମାରୁନଥିବା ବେଳେ ଭାରତ ପକ୍ଷରୁ ନିର୍ମାଣ କରାଯାଉଥିବା ପ୍ରକଳ୍ପଗୁଡିକୁ କ୍ଷତି ପହଞ୍ଚାଯାଉଛି। କାରଣ ଚୀନ୍‌ ପ୍ରଚୁର ପରିମାଣର ଅର୍ଥ ତାଲିବାନକୁ ଯୋଗାଇ ଦେଉଛି। ଖଣି, ଭିତ୍ତିଭୂମି, ସ୍ବାସ୍ଥ୍ୟ ଏବଂ ବୈଷୟିକ କ୍ଷେତ୍ରରେ ଚୀନ୍‌ ବିଭିନ୍ନ ପ୍ରକଳ୍ପ ପ୍ରତିଷ୍ଠା କରି ଏଠାରେ ଏକ ଚାଟିଆ କାରବାର କରିବାକୁ ଯୋଜନା କରୁଥିବା ବେଳେ ଆଫଗାନିସ୍ତାନ ଦେଇ ୟୁରୋପକୁ ଏହାର ପ୍ରକଳ୍ପ ବିସ୍ତାର କରିବାକୁ ମଧ୍ୟ ଯୋଜନା କରିଛି। ଅନ୍ୟପକ୍ଷରେ ଆଫଗାନିସ୍ତାନରେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରକାର ପ୍ରତିଷ୍ଠା କରାଯାଇ ସେଠାରେ ଏକ ସୁସ୍ଥ ପରିବେଶ ସୃଷ୍ଟି କରିବା ଦିଗରେ ଭାରତର ବଡ଼ ଭୂମିକା ରହିଆସିଛି ।

ଆଫଗାନିସ୍ତାନର ଭୌଗୋଳିକ ସ୍ତିତି ଭାରତ ପାଇଁ ମହତ୍ତ୍ବପୂର୍ଣ୍ଣ ହୋଇଥିବା ବେଳେ ଆଫଗାନିସ୍ତାନ ଦେଇ ଇରାନକୁ ତୈଳ ପ୍ରକଳ୍ପ ଏବଂ ମଧ୍ୟ ଏସୀୟ ରାଷ୍ଟ୍ରଗୁଡିକ ସହ ବାଣିଜ୍ୟ ବ୍ୟବସାୟ ବୃଦ୍ଧି କରିବାକୁ ଭାରତ ଉଦ୍ୟମ କରିଆସିଛି। ପୂର୍ବରୁ ହମିଦ୍‌ କାର୍ଜାଇ ସରକାରଙ୍କ ଠାରୁ ଆରମ୍ଭ କରି ଏବେକାର ଘନି ସରକାରଙ୍କ ପର୍ଯ୍ୟନ୍ତ ଭାରତ ସମସ୍ତଙ୍କ ସହ ଉତ୍ତମ ସମ୍ପର୍କ ରକ୍ଷା କରି ସେଠାରେ ବହୁ ସମାଜିକ ପ୍ରକଳ୍ପ ପ୍ରତିଷ୍ଠା କରିଛି। ହସ୍ପିଟାଲ ଠାରୁ ସ୍କୁଲ,ସରକାରୀ କାର୍ଯ୍ୟାଳୟ ଏବଂ ଅନେକ ବ୍ୟାବସାୟିକ ପ୍ରକଳ୍ପ ପ୍ରତିଷ୍ଠା କରିଛି। ବର୍ତ୍ତମାନ ଭାରତ ପକ୍ଷରୁ ଆଫଗାନିସ୍ତାନରେ ପ୍ରାୟ ୫୦୦ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଥିବା ବେଳେ ଅନ୍ୟୂନ ୨୫୦୦ କୋଟି ଟଙ୍କା ନିବେଶ କରାଯାଇଛି। କିନ୍ତୁ ଏଥିପାଇଁ ତାଲିବାନ ଏବେ ପ୍ରତିବନ୍ଧକ ସାଜିଛି। ଆଫଗାନିସ୍ତାନରେ ଭାରତର କର୍ତ୍ତୃତ୍ବକୁ ପାକିସ୍ତାନ ଏବଂ ଚୀନ୍‌ ମଧ୍ୟ ପରୋକ୍ଷରେ ବିରୋଧ କରିବା ସହିତ ତାଲିବାନକୁ ହାତବାରିସି କରି ନିଜର ଯୋଜନା କାର୍ଯ୍ୟକାରୀ କରିବାକୁ ମସୁଧା କରିଛନ୍ତି। ଯାହା ଭାରତ ପାଇଁ ନିଶ୍ଚିତ ଭାବେ ବିପଦ ହେବ ବୋଲି ଆଶଙ୍କା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର