ବାହାଦୂରଗଡରେ ଚମତ୍କାର ଘଟଣା: ମା’ର ଡାକରେ ମୃତ ଘୋଷିତ ପୁଅ ପୁଣି ଥରେ ଜୀବିତ ହୋଇ ଉଠିଲା

The Sakala Picture
Published On

ବାହାଦୂରଗଡ: ହରିୟାଣାର ବାହାଦୂରଗଡରେ ଏକ ଚମତ୍କାର ଘଟଣା ଘଟିଛି। ମା’ର ଡାକରେ ମୃତ ପୁଅ ପଣି ଥରେ ଜୀବିତ ହୋଇ ଉଠିଛି। ଏହା କୌଣସି ମନଗଡ଼ା କାହାଣୀ ନୁହେଁ । ଏହା ସମ୍ପୂର୍ଣ୍ଣ ସତ୍ୟ ଅଟେ। ବାହାଦୂରଗଡର ହିତେଶ ଏବଂ ତାଙ୍କ ପତ୍ନୀ ଜାନଭୀ କହିଛନ୍ତି ଯେ , ତାଙ୍କ  ପୁଅକୁ ଟାଇଫଏଡ୍ ହୋଇଥିଲା। ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ନିଆଯାଇଥିଲା। ମେ ୨୬ରେ ଡାକ୍ତର ତାଙ୍କ ପୁଅକୁ ମୃତ ବୋଲି ଘୋଷଣା କରିଥିଲେ। ସେମାନେ ମୃତଦେହ […]

ବାହାଦୂରଗଡ: ହରିୟାଣାର ବାହାଦୂରଗଡରେ ଏକ ଚମତ୍କାର ଘଟଣା ଘଟିଛି। ମା’ର ଡାକରେ ମୃତ ପୁଅ ପଣି ଥରେ ଜୀବିତ ହୋଇ ଉଠିଛି। ଏହା କୌଣସି ମନଗଡ଼ା କାହାଣୀ ନୁହେଁ । ଏହା ସମ୍ପୂର୍ଣ୍ଣ ସତ୍ୟ ଅଟେ।

ଆହୁରି ପଢ଼ନ୍ତୁ: ବେଙ୍ଗାଲୁରୁରେ ବେଆଇନ ପଥର କ୍ୱାରୀ ଠାବ: ବିପୁଳ ପରିମାଣର ବିସ୍ଫୋରକ ଜବତ, ୫ ଜଣଙ୍କ ନାମରେ ମାମଲା

ବାହାଦୂରଗଡର ହିତେଶ ଏବଂ ତାଙ୍କ ପତ୍ନୀ ଜାନଭୀ କହିଛନ୍ତି ଯେ , ତାଙ୍କ  ପୁଅକୁ ଟାଇଫଏଡ୍ ହୋଇଥିଲା। ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ନିଆଯାଇଥିଲା। ମେ ୨୬ରେ ଡାକ୍ତର ତାଙ୍କ ପୁଅକୁ ମୃତ ବୋଲି ଘୋଷଣା କରିଥିଲେ। ସେମାନେ ମୃତଦେହ ନେଇ ବାହାଦୂରଗଡକୁ ଫେରିଥିଲେ।

ଆହୁରି ପଢ଼ନ୍ତୁ: ଟିଏମସିରେ ସଙ୍କଟ: ସୁସ୍ମିତା ଦେବଙ୍କ ପରେ ଇସ୍ତଫା ଦେଲେ ତୃତୀୟ ରାଜ୍ୟସଭା ସାଂସଦ ପ୍ରକାଶ ଚିକ ବରାଇକ

ଶିଶୁର ଜେଜେବାପା ବିଜୟ ଶର୍ମା କହିଛନ୍ତି ଯେ,  ଶରୀରକୁ ରାତିସାରା ରଖିବା ପାଇଁ ବରଫରେ ରଖାଯାଇଥିଲା ଏବଂ ସକାଳେ ସମାଧି ପାଇଁ ସମସ୍ତ ରୀତିନୀତି ସରିଥିଲା। ସ୍ଥାନୀୟ ଲୋକଙ୍କୁ ସକାଳେ ଶବଦାହ ସ୍ଥଳରେ ପହଞ୍ଚିବାକୁ କୁହାଯାଇଥିଲା।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ AI-171 ବିମାନ ଦୁର୍ଘଟଣାର ଏକମାତ୍ର ଜୀବିତ ବ୍ୟକ୍ତି: 'ବଞ୍ଚିବା ପରେ ଯାହା ସହିବାକୁ ପଡ଼ିଲା, ତାହା ଥିଲା ଅଧିକ କଷ୍ଟକର'

ଶିଶୁର ମାଆ ଜାନଭୀ ଏବଂ ତାଇ ଅନ୍ନୁ ପୁଅଟିକୁ ଧରି କାନ୍ଦୁଥିଲେ ଏବଂ କୋହଭରା କଣ୍ଠରେ କହୁଥିଲେ ଉଠିଯା ଉଠିଯା ବୋଳି। ଏତିକି ବେଳେ ଏହି ଆଶ୍ଚର୍ଯ୍ୟକର ଘଟଣା ଘଟିଥିଲା। କିଛି ସମୟ ପରେ ପ୍ୟାକ୍ ହୋଇଥିବା ଶରୀରରେ ଗତି ଅନୁଭବ ହୋଇଥିଲା। ଏହା ପରେ ବାପା ହିତେଶ ସେହି ପ୍ୟାକିଂରୁ ପିଲାଟିର ମୁହଁ ବାହାର କରି ତାଙ୍କ ପାଟିରୁ ନିଶ୍ୱାସ ନେବା ଆରମ୍ଭ କରିଥିଲେ।  ପଡୋଶୀ ସୁନୀଲ ଉକ୍ତ ପିଲାଟିର ଛାତିକୁ ଦିବାକୁ ଲାଗିଥିଲେ। ଏହି ସମୟରେ ପିଲାଟି ବାପାଙ୍କ ଓଠରେ ଦାନ୍ତ ଲଗାଇଥିଲା।

ଏହା ପରେ, ୨୬ ମଇ ରାତିରେ ପିଲାଟିକୁ ରୋହତକର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ତାଙ୍କ ପୁଅର ବଞ୍ଚିବାର ମାତ୍ର ୧୫ ପ୍ରତିଶତ ସୁଯୋଗ ଥିବା ଡାକ୍ତରମାନେ କହିଥିଲେ। ଚିକିତ୍ସା ଆରମ୍ଭ ହେଲା।  ସେଠାରେ ଶେ ଶୀଘ୍ର ସୁସ୍ଥ ହୋଇଥିଲେ। ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ମଙ୍ଗଳବାର ଦିନ ଘରକୁ ଫେରିଛନ୍ତି।

ବର୍ତ୍ତମାନ ଶିଶୁର ପିତା ହିତେଶ ତାଙ୍କ ଓଠରେ ପୁଅର କ୍ଷତ ଦେଖାଇ ଆନନ୍ଦିତ ହେଉଛନ୍ତି। ଏଥି ସହିତ ଦାଦା ବିଜୟ ଏହାକୁ ଏକ ଚମତ୍କାର ବୋଲି କହିଛନ୍ତି। ମା’ କହିଛନ୍ତି ଯେ ଭଗବାନ ପୁଣିଥରେ ତାଙ୍କ ପୁଅକୁ ଏକ ନୂତନ ଜୀବନ ଦେଇଛନ୍ତି। କେବଳ ପରିବାର ନୁହେଁ, ସମଗ୍ର ଗାଁରେ ଖୁସିର ବାତାବରଣ ଖେଳିଯାଇଛି। ଯଦି ଏହା ଏକ ଚମତ୍କାର ନୁହେଁ, ତେବେ କ’ଣ?

17 Jun 2021 By The Sakala

ବାହାଦୂରଗଡରେ ଚମତ୍କାର ଘଟଣା: ମା’ର ଡାକରେ ମୃତ ଘୋଷିତ ପୁଅ ପୁଣି ଥରେ ଜୀବିତ ହୋଇ ଉଠିଲା

ବାହାଦୂରଗଡ: ହରିୟାଣାର ବାହାଦୂରଗଡରେ ଏକ ଚମତ୍କାର ଘଟଣା ଘଟିଛି। ମା’ର ଡାକରେ ମୃତ ପୁଅ ପଣି ଥରେ ଜୀବିତ ହୋଇ ଉଠିଛି। ଏହା କୌଣସି ମନଗଡ଼ା କାହାଣୀ ନୁହେଁ । ଏହା ସମ୍ପୂର୍ଣ୍ଣ ସତ୍ୟ ଅଟେ।

ବାହାଦୂରଗଡର ହିତେଶ ଏବଂ ତାଙ୍କ ପତ୍ନୀ ଜାନଭୀ କହିଛନ୍ତି ଯେ , ତାଙ୍କ  ପୁଅକୁ ଟାଇଫଏଡ୍ ହୋଇଥିଲା। ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ନିଆଯାଇଥିଲା। ମେ ୨୬ରେ ଡାକ୍ତର ତାଙ୍କ ପୁଅକୁ ମୃତ ବୋଲି ଘୋଷଣା କରିଥିଲେ। ସେମାନେ ମୃତଦେହ ନେଇ ବାହାଦୂରଗଡକୁ ଫେରିଥିଲେ।

ଶିଶୁର ଜେଜେବାପା ବିଜୟ ଶର୍ମା କହିଛନ୍ତି ଯେ,  ଶରୀରକୁ ରାତିସାରା ରଖିବା ପାଇଁ ବରଫରେ ରଖାଯାଇଥିଲା ଏବଂ ସକାଳେ ସମାଧି ପାଇଁ ସମସ୍ତ ରୀତିନୀତି ସରିଥିଲା। ସ୍ଥାନୀୟ ଲୋକଙ୍କୁ ସକାଳେ ଶବଦାହ ସ୍ଥଳରେ ପହଞ୍ଚିବାକୁ କୁହାଯାଇଥିଲା।

ଶିଶୁର ମାଆ ଜାନଭୀ ଏବଂ ତାଇ ଅନ୍ନୁ ପୁଅଟିକୁ ଧରି କାନ୍ଦୁଥିଲେ ଏବଂ କୋହଭରା କଣ୍ଠରେ କହୁଥିଲେ ଉଠିଯା ଉଠିଯା ବୋଳି। ଏତିକି ବେଳେ ଏହି ଆଶ୍ଚର୍ଯ୍ୟକର ଘଟଣା ଘଟିଥିଲା। କିଛି ସମୟ ପରେ ପ୍ୟାକ୍ ହୋଇଥିବା ଶରୀରରେ ଗତି ଅନୁଭବ ହୋଇଥିଲା। ଏହା ପରେ ବାପା ହିତେଶ ସେହି ପ୍ୟାକିଂରୁ ପିଲାଟିର ମୁହଁ ବାହାର କରି ତାଙ୍କ ପାଟିରୁ ନିଶ୍ୱାସ ନେବା ଆରମ୍ଭ କରିଥିଲେ।  ପଡୋଶୀ ସୁନୀଲ ଉକ୍ତ ପିଲାଟିର ଛାତିକୁ ଦିବାକୁ ଲାଗିଥିଲେ। ଏହି ସମୟରେ ପିଲାଟି ବାପାଙ୍କ ଓଠରେ ଦାନ୍ତ ଲଗାଇଥିଲା।

ଏହା ପରେ, ୨୬ ମଇ ରାତିରେ ପିଲାଟିକୁ ରୋହତକର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ତାଙ୍କ ପୁଅର ବଞ୍ଚିବାର ମାତ୍ର ୧୫ ପ୍ରତିଶତ ସୁଯୋଗ ଥିବା ଡାକ୍ତରମାନେ କହିଥିଲେ। ଚିକିତ୍ସା ଆରମ୍ଭ ହେଲା।  ସେଠାରେ ଶେ ଶୀଘ୍ର ସୁସ୍ଥ ହୋଇଥିଲେ। ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ମଙ୍ଗଳବାର ଦିନ ଘରକୁ ଫେରିଛନ୍ତି।

ବର୍ତ୍ତମାନ ଶିଶୁର ପିତା ହିତେଶ ତାଙ୍କ ଓଠରେ ପୁଅର କ୍ଷତ ଦେଖାଇ ଆନନ୍ଦିତ ହେଉଛନ୍ତି। ଏଥି ସହିତ ଦାଦା ବିଜୟ ଏହାକୁ ଏକ ଚମତ୍କାର ବୋଲି କହିଛନ୍ତି। ମା’ କହିଛନ୍ତି ଯେ ଭଗବାନ ପୁଣିଥରେ ତାଙ୍କ ପୁଅକୁ ଏକ ନୂତନ ଜୀବନ ଦେଇଛନ୍ତି। କେବଳ ପରିବାର ନୁହେଁ, ସମଗ୍ର ଗାଁରେ ଖୁସିର ବାତାବରଣ ଖେଳିଯାଇଛି। ଯଦି ଏହା ଏକ ଚମତ୍କାର ନୁହେଁ, ତେବେ କ’ଣ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର