୭୭ ହଜାର ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ନୂଆ ନିଯୁକ୍ତି ଦେବ ଟିସିଏସ

The Sakala Picture
Published On

ନୂଆଦିଲ୍ଲୀ: ହଜାର ସଂଖ୍ୟାରେ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ନୂଆ ନିଯୁକ୍ତି ଦେବ ଟିସିଏସ୍। ୨୦୨୧-୨୨ ଆର୍ଥିକବର୍ଷରେ ଟିସିଏସ ରେକର୍ଡ ସଂଖ୍ୟକ ୭୭ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାକୁ ଯାଉଥିବା ଜଣାଯାଇଛି। ଏନେଇ କମ୍ପାନୀର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ମିଲିଣ୍ଡ ଲକ୍କଡ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କମ୍ପାନୀରେ ତୁରନ୍ତ ୪୦,୦୦୦ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତ ଦିଆଯିବ। ବିଭିନ୍ନ କ୍ୟାମ୍ପ ସରୁ ୪୩,୦୦୦ ଯୁବକଙ୍କୁ ଚାକିରୀ ପ୍ରଦାନ କରାଯାଇଛି। ଏବେ ଆଉ ୩୪୦୦୦ ଯୁବକ-ଯୁବତୀଙ୍କୁ ନିଯୁକ୍ତି ଦିଆଯିବ। […]

ନୂଆଦିଲ୍ଲୀ: ହଜାର ସଂଖ୍ୟାରେ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ନୂଆ ନିଯୁକ୍ତି ଦେବ ଟିସିଏସ୍। ୨୦୨୧-୨୨ ଆର୍ଥିକବର୍ଷରେ ଟିସିଏସ ରେକର୍ଡ ସଂଖ୍ୟକ ୭୭ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାକୁ ଯାଉଥିବା ଜଣାଯାଇଛି। ଏନେଇ କମ୍ପାନୀର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ମିଲିଣ୍ଡ ଲକ୍କଡ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ନାଗ ପଞ୍ଚମୀରେ ମଇଁଷି ଭଳି ବ୍ୟବହାର କରୁଛନ୍ତି ୭୦ ବର୍ଷୀୟ ବୃଦ୍ଧ, ଦାବି କରୁଛନ୍ତି ଶରୀରରେ ପ୍ରବେଶ କରୁଛନ୍ତି ମହିଷାସୁର

ସେ କହିଛନ୍ତି ଯେ, କମ୍ପାନୀରେ ତୁରନ୍ତ ୪୦,୦୦୦ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତ ଦିଆଯିବ। ବିଭିନ୍ନ କ୍ୟାମ୍ପ ସରୁ ୪୩,୦୦୦ ଯୁବକଙ୍କୁ ଚାକିରୀ ପ୍ରଦାନ କରାଯାଇଛି। ଏବେ ଆଉ ୩୪୦୦୦ ଯୁବକ-ଯୁବତୀଙ୍କୁ ନିଯୁକ୍ତି ଦିଆଯିବ। ଏହିପରି ଭାବେ ୭୭,୦୦୦ ଜଣଙ୍କୁ କମ୍ପାନୀ ଚାକିରି ପ୍ରଦାନ କରାଯିବ। ଟିସିଏସ ବିଭିନ୍ନ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନରେ ସପ୍ତମ ସେମିଷ୍ଟର ପିଲାଙ୍କୁ ନେଇ କାର୍ଯ୍ୟକ୍ରମ ଆୟୋଜନମାନ କରୁଛି। ଯେଉଁଥିରେ ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନ କରାଯାଉଛି।

ଆହୁରି ପଢ଼ନ୍ତୁ: ୨୦୧୩ ଦୁଷ୍କର୍ମ ମାମଲା: ବମ୍ବେ ହାଇକୋର୍ଟଙ୍କ ଦଣ୍ଡାଦେଶ ବିରୋଧରେ ସୁପ୍ରିମକୋର୍ଟ ଗଲେ ତରୁଣ ତେଜପାଲ

କରୋନା ସମୟରେ ଅନ୍‌ଲାଇନରେ ତାଲିମ  ଦିଆଯାଉଥିଲା। ସ୍ଥିତି ଠିକ୍ ହେଲେ ଅଫଲାଇନରେ କାର୍ଯ୍ୟକ୍ରମ ଆୟୋଜିତ ହେବ । ପ୍ରତି ସପ୍ତାହରେ ୧୫୦୦ ଛାତ୍ରଛାତ୍ରୀ କମ୍ପାନୀର ଡିଜିଟାଲ ସାର୍ଟିଫିକେସନ ପ୍ରୋଗ୍ରାମରେ ସାମିଲ ହେଉଛନ୍ତି। ଏ ସମୟରେ ସେମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି ।

ଆହୁରି ପଢ଼ନ୍ତୁ: ଏୟାର ହୋଷ୍ଟେସରୁ ଡିଏସପି ହୋଇଥିବା ନେହା ପଚ୍ଚିସିଆଙ୍କ ନାମରେ ଏଫଆଇଆର, ଜମି କେଳେଙ୍କାରୀ ମାମଲାରେ ନିଲମ୍ବିତ

ନୂଆ କରି ଯୋଗଦେଉଥିବା କର୍ମଚାରୀଙ୍କ ଦରମାକୁ ସାଢେ ୩ ଲକ୍ଷ ଟଙ୍କା କରାଯାଇଥିଲା। କମ୍ପାନୀରେ ଯୋଗଦେବାକୁ ଯୁବକ-ଯୁବତୀଙ୍କୁ ୩ ବର୍ଷରେ ୩ ଥର ସୁଯୋଗ ମିଳିଥାଏ। ଏଥିରେ ସଫଳ ହେଉଥିବା ଛାତ୍ରଛାତ୍ରୀଙ୍କୁ କମ୍ପାନୀ ନିଯୁକ୍ତି ଦେଇଥାଏ ବୋଲି ଲକ୍କଡ କହିଛନ୍ତି ।

22 Oct 2021 By The Sakala

୭୭ ହଜାର ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ନୂଆ ନିଯୁକ୍ତି ଦେବ ଟିସିଏସ

ନୂଆଦିଲ୍ଲୀ: ହଜାର ସଂଖ୍ୟାରେ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ନୂଆ ନିଯୁକ୍ତି ଦେବ ଟିସିଏସ୍। ୨୦୨୧-୨୨ ଆର୍ଥିକବର୍ଷରେ ଟିସିଏସ ରେକର୍ଡ ସଂଖ୍ୟକ ୭୭ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାକୁ ଯାଉଥିବା ଜଣାଯାଇଛି। ଏନେଇ କମ୍ପାନୀର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ମିଲିଣ୍ଡ ଲକ୍କଡ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, କମ୍ପାନୀରେ ତୁରନ୍ତ ୪୦,୦୦୦ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତ ଦିଆଯିବ। ବିଭିନ୍ନ କ୍ୟାମ୍ପ ସରୁ ୪୩,୦୦୦ ଯୁବକଙ୍କୁ ଚାକିରୀ ପ୍ରଦାନ କରାଯାଇଛି। ଏବେ ଆଉ ୩୪୦୦୦ ଯୁବକ-ଯୁବତୀଙ୍କୁ ନିଯୁକ୍ତି ଦିଆଯିବ। ଏହିପରି ଭାବେ ୭୭,୦୦୦ ଜଣଙ୍କୁ କମ୍ପାନୀ ଚାକିରି ପ୍ରଦାନ କରାଯିବ। ଟିସିଏସ ବିଭିନ୍ନ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନରେ ସପ୍ତମ ସେମିଷ୍ଟର ପିଲାଙ୍କୁ ନେଇ କାର୍ଯ୍ୟକ୍ରମ ଆୟୋଜନମାନ କରୁଛି। ଯେଉଁଥିରେ ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନ କରାଯାଉଛି।

କରୋନା ସମୟରେ ଅନ୍‌ଲାଇନରେ ତାଲିମ  ଦିଆଯାଉଥିଲା। ସ୍ଥିତି ଠିକ୍ ହେଲେ ଅଫଲାଇନରେ କାର୍ଯ୍ୟକ୍ରମ ଆୟୋଜିତ ହେବ । ପ୍ରତି ସପ୍ତାହରେ ୧୫୦୦ ଛାତ୍ରଛାତ୍ରୀ କମ୍ପାନୀର ଡିଜିଟାଲ ସାର୍ଟିଫିକେସନ ପ୍ରୋଗ୍ରାମରେ ସାମିଲ ହେଉଛନ୍ତି। ଏ ସମୟରେ ସେମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି ।

ନୂଆ କରି ଯୋଗଦେଉଥିବା କର୍ମଚାରୀଙ୍କ ଦରମାକୁ ସାଢେ ୩ ଲକ୍ଷ ଟଙ୍କା କରାଯାଇଥିଲା। କମ୍ପାନୀରେ ଯୋଗଦେବାକୁ ଯୁବକ-ଯୁବତୀଙ୍କୁ ୩ ବର୍ଷରେ ୩ ଥର ସୁଯୋଗ ମିଳିଥାଏ। ଏଥିରେ ସଫଳ ହେଉଥିବା ଛାତ୍ରଛାତ୍ରୀଙ୍କୁ କମ୍ପାନୀ ନିଯୁକ୍ତି ଦେଇଥାଏ ବୋଲି ଲକ୍କଡ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର