ଭୟଙ୍କର ରୂପ ନେଇ ଆଗକୁ ବଢୁଛି ବାତ୍ୟା ‘ତୌକତେ’: ଗୁଜରାଟ ଉପକୂଳରେ କରିବ ଲ୍ୟାଣ୍ଡଫଲ୍

The Sakala Picture
Published On

ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ତୌକ୍‌ତେ’ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେବାରେ ଲାଗିଛି। ପ୍ରଳୟଙ୍କରୀ ରୂପ ଧାରଣ କରି ଆଗକୁ ବଢୁଛି । ଆଜି ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି । ଗୋଆର ପାଞ୍ଜିମଠାରୁ ଦକ୍ଷିଣ ପଶ୍ଚିମରେ ୨୯୦ କିମି, ମୁମ୍ବାଇର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୬୫୦ କିମି ଏବଂ ଗୁଜରାଟର ଭେରାଭାଲଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୮୮୦ କିମି ଦୂରରେ ବାତ୍ୟା ରହିଛି। ମେ ୧୮ ତାରିଖ ଅପରାହ୍ଣରେ ଏହା ଗୁଜରାଟ […]

ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ତୌକ୍‌ତେ’ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେବାରେ ଲାଗିଛି। ପ୍ରଳୟଙ୍କରୀ ରୂପ ଧାରଣ କରି ଆଗକୁ ବଢୁଛି । ଆଜି ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି । ଗୋଆର ପାଞ୍ଜିମଠାରୁ ଦକ୍ଷିଣ ପଶ୍ଚିମରେ ୨୯୦ କିମି, ମୁମ୍ବାଇର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୬୫୦ କିମି ଏବଂ ଗୁଜରାଟର ଭେରାଭାଲଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୮୮୦ କିମି ଦୂରରେ ବାତ୍ୟା ରହିଛି। ମେ ୧୮ ତାରିଖ ଅପରାହ୍ଣରେ ଏହା ଗୁଜରାଟ ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି । ପ୍ରଭାବିତ ହେବାକୁ ଥିବା ରାଜ୍ୟମାନଙ୍କୁ ଆଲର୍ଟ ରହିବା ପାଇଁ କୁହାଯାଇଛି । ଏନଡିଆରଏଫ ଓ ଉଦ୍ଧାରକାରୀ ଦଳ ସଜାଗ ହୋଇ ରହିଛନ୍ତି ।

ଆହୁରି ପଢ଼ନ୍ତୁ: ମିର୍ଜାପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇ ଟ୍ରକ୍ ମଝିରେ ଚାପିହୋଇଗଲା କାର୍, ୧୧ ମୃତ

ଭୟଙ୍କର ରୂପ ନେଉଛି ଆଗକୁ ବଢୁଛି ବାତ୍ୟା 'ତୌକତେ'

ଆହୁରି ପଢ଼ନ୍ତୁ: "ମୋ ପାଖରେ ଅଲୌକିକ ଶକ୍ତି ଅଛି...": ନାସିକରେ 'ଭଣ୍ଡ ବାବା' ମହେଶଗିରିର କଳାକାରନାମା, ଯୁବତୀଙ୍କୁ ଦୁଷ୍କର୍ମ ପରେ କରୁଥିଲା ବ୍ଲାକମେଲ୍

ବାତ୍ୟା ଲ୍ୟାଣ୍ଡଫଲ ସମୟରେ ଘଣ୍ଟା ପ୍ରତି ୧୬୦ରୁ ୧୭୦ କିଲୋମିଟର ବେଗରେ ପବନ ବହିବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ଏଥି ପାଇଁ ମାଙ୍ଗାଲୁରୁ ପୋରବନ୍ଦର ଓ ବେରାୱଲ, କଚ୍ଛ ଓ ଦ୍ୱାରକାରେ ରେଡ୍‌ ଆଲର୍ଟ ଜାରି କରାଯାଇଛି । ବାତ୍ୟା ଦ୍ବାରା ୫ଟି ରାଜ୍ୟ ଗୁଜରାଟ, କେରଳ, ଗୋଆ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ଅଧିକ ବର୍ଷା ହେବ ।

ଆହୁରି ପଢ଼ନ୍ତୁ: ୟୁଟ୍ୟୁବର ଅରୁଣ ପନୱାରଙ୍କୁ ଶ୍ୱଶୁର ଘରୁ ମିଳିଲା ୭୧ ଲକ୍ଷ ଟଙ୍କା ଓ ୨୧ ତୋଳା ସୁନା: ଯୌତୁକ ନା ଦାନ, ଜାଣନ୍ତୁ ପୂରା ବିବାଦ

ଓଡ଼ିଶା ଉପରେ ବାତ୍ୟା ତୌକତେର କୌଣସି ପ୍ରଭାବ ପଡିବ ନାହିଁ । କେବଳ ସାମାନ୍ୟ ପଶ୍ଚିମା ପବନ ବହିପାରେ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ।

16 May 2021 By The Sakala

ଭୟଙ୍କର ରୂପ ନେଇ ଆଗକୁ ବଢୁଛି ବାତ୍ୟା ‘ତୌକତେ’: ଗୁଜରାଟ ଉପକୂଳରେ କରିବ ଲ୍ୟାଣ୍ଡଫଲ୍

ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ତୌକ୍‌ତେ’ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେବାରେ ଲାଗିଛି। ପ୍ରଳୟଙ୍କରୀ ରୂପ ଧାରଣ କରି ଆଗକୁ ବଢୁଛି । ଆଜି ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି । ଗୋଆର ପାଞ୍ଜିମଠାରୁ ଦକ୍ଷିଣ ପଶ୍ଚିମରେ ୨୯୦ କିମି, ମୁମ୍ବାଇର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୬୫୦ କିମି ଏବଂ ଗୁଜରାଟର ଭେରାଭାଲଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୮୮୦ କିମି ଦୂରରେ ବାତ୍ୟା ରହିଛି। ମେ ୧୮ ତାରିଖ ଅପରାହ୍ଣରେ ଏହା ଗୁଜରାଟ ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି । ପ୍ରଭାବିତ ହେବାକୁ ଥିବା ରାଜ୍ୟମାନଙ୍କୁ ଆଲର୍ଟ ରହିବା ପାଇଁ କୁହାଯାଇଛି । ଏନଡିଆରଏଫ ଓ ଉଦ୍ଧାରକାରୀ ଦଳ ସଜାଗ ହୋଇ ରହିଛନ୍ତି ।

ଭୟଙ୍କର ରୂପ ନେଉଛି ଆଗକୁ ବଢୁଛି ବାତ୍ୟା 'ତୌକତେ'

ବାତ୍ୟା ଲ୍ୟାଣ୍ଡଫଲ ସମୟରେ ଘଣ୍ଟା ପ୍ରତି ୧୬୦ରୁ ୧୭୦ କିଲୋମିଟର ବେଗରେ ପବନ ବହିବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ଏଥି ପାଇଁ ମାଙ୍ଗାଲୁରୁ ପୋରବନ୍ଦର ଓ ବେରାୱଲ, କଚ୍ଛ ଓ ଦ୍ୱାରକାରେ ରେଡ୍‌ ଆଲର୍ଟ ଜାରି କରାଯାଇଛି । ବାତ୍ୟା ଦ୍ବାରା ୫ଟି ରାଜ୍ୟ ଗୁଜରାଟ, କେରଳ, ଗୋଆ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ଅଧିକ ବର୍ଷା ହେବ ।

ଓଡ଼ିଶା ଉପରେ ବାତ୍ୟା ତୌକତେର କୌଣସି ପ୍ରଭାବ ପଡିବ ନାହିଁ । କେବଳ ସାମାନ୍ୟ ପଶ୍ଚିମା ପବନ ବହିପାରେ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର