ବିକ୍ରି ହୋଇନାହିଁ ଏୟାର ଇଣ୍ଡିଆ, ଗଣମାଧ୍ୟମରେ ପ୍ରସାରିତ ଖବର ମିଛ : କେନ୍ଦ୍ର ସରକାର

The Sakala Picture
Published On

ନୂଆଦିଲ୍ଲୀ : ରାଷ୍ଟ୍ରାୟତ୍ତ ବିମାନସେବା କମ୍ପାନି ଏୟାରଇଣ୍ଡିଆକୁ ନିଲାମି ପ୍ରକ୍ରିୟାରେ ଟାଟା ସନ୍ସ ହାତେଇଥିବା ନେଇ ପ୍ରସାରିତ ଗଣମାଧ୍ୟମ ରିପୋର୍ଟକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି । ଏ ସମ୍ପର୍କରେ ଏକ ଟ୍ବିଟ କରି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅଧିନସ୍ଥ ପୁଞ୍ଜିନିବେଶ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ପରିଚାଳନା ବିଭାଗ ପକ୍ଷରୁ କୁହାଯାଇଛି ଟାଟା ସନ୍ସ ଏୟାର ଇଣ୍ଡିଆ ନିଲାମରେ ବିଜୟୀ ହୋଇଛି ବୋଲି ଯେଉଁ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶିତ ହେଉଛି ସେଥିରେ ସତ୍ୟତା ନାହିଁ । ସରକାର ନିଷ୍ପତ୍ତି […]

ନୂଆଦିଲ୍ଲୀ : ରାଷ୍ଟ୍ରାୟତ୍ତ ବିମାନସେବା କମ୍ପାନି ଏୟାରଇଣ୍ଡିଆକୁ ନିଲାମି ପ୍ରକ୍ରିୟାରେ ଟାଟା ସନ୍ସ ହାତେଇଥିବା ନେଇ ପ୍ରସାରିତ ଗଣମାଧ୍ୟମ ରିପୋର୍ଟକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି । ଏ ସମ୍ପର୍କରେ ଏକ ଟ୍ବିଟ କରି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅଧିନସ୍ଥ ପୁଞ୍ଜିନିବେଶ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ପରିଚାଳନା ବିଭାଗ ପକ୍ଷରୁ କୁହାଯାଇଛି ଟାଟା ସନ୍ସ ଏୟାର ଇଣ୍ଡିଆ ନିଲାମରେ ବିଜୟୀ ହୋଇଛି ବୋଲି ଯେଉଁ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶିତ ହେଉଛି ସେଥିରେ ସତ୍ୟତା ନାହିଁ । ସରକାର ନିଷ୍ପତ୍ତି ସମ୍ପର୍କରେ ଯଥା ସମୟରେ ଗଣମାଧ୍ୟମକୁ ସୂଚୀତ କରାଯିବ ।

ଆହୁରି ପଢ଼ନ୍ତୁ: ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୪୨ ମାଓବାଦୀ, ତେଲେଙ୍ଗାନାକୁ ମାଓମୁକ୍ତ ରାଜ୍ୟ କହିଲେ ଡିଜିପି

ସୂଚନା ଅନୁଯାୟୀ, ସରକାରୀ ଏୟାର ଲାଇନ୍ସ ‘ଏୟାର ଇଣ୍ଡିଆ’ର ନିଲାମ ଜିତି ଟାଟା ସନ୍ସ ଏହାର ମାଲିକାନା ନିଜ ହାତକୁ ନେଇଥିବା ଖବର ପ୍ରସାରିତ ହୋଇଥିଲା। ସବୁ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ ଏୟାର ଇଣ୍ଡିଆକୁ ବିକ୍ରି କରିବାକୁ କେନ୍ଦ୍ର ସରକାର ଯେଉଁ ନିଲାମ ଡାକିଥିଲେ, ସେଥିରେ ଟାଟା ଗ୍ରୁପ୍‌ ବାଜିମାତ କରିଛି। ହେଲେ ଏହି ରିପୋର୍ଟ ଭୁଲ ବୋଲି କେନ୍ଦ୍ର ସରକାର କହିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ନିଲାମ ପ୍ରକ୍ରିୟାକୁ ଯାଞ୍ଚ କରାଯାଉଛି ଓ ଏଯାଏ ବିଡ୍ ବିଜେତାଙ୍କ ଉପରେ କୌଣସି ପ୍ରକାରର ନିଷ୍ପତ୍ତି ହୋଇନି। ଭାରତ ସରକାର ଏୟାର ଇଣ୍ଡିଆର ଡିସଇନଭେଷ୍ଟମେଣ୍ଟ ପାଇଁ ଡକା ଯାଇଥିବା ନିଲାମକୁ ମଞ୍ଜୁରୀ ଦେଇଛନ୍ତି। ତେବେ ଏଯାଏ କୌଣସି ବିଡ୍‌କୁ ସରକାର ମଞ୍ଜୁରୀ ଦେଇ ନାହାନ୍ତି। ରିପୋର୍ଟ ଭୁଲ। ସରକାର ନିଷ୍ପତ୍ତି ନେବା ପରେ ସରକାର ମିଡିଆକୁ ଏ ସମ୍ପର୍କରେ ଅବଗତ କରାଇବେ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟ ସଂଘର୍ଷର ପ୍ରଭାବ: ବିଶ୍ୱ ଅର୍ଥନୀତିକୁ ନେଇ ସତର୍କ କରାଇଲେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ଅଜୟ ବଙ୍ଗା

ସୂଚନା ଅନୁଯାୟୀ ଏୟାର ଇଣ୍ଡିଆକୁ ଅଧିଗ୍ରହଣ କରିବା ପାଇଁ ଟାଟା ଗ୍ରୁପ୍ ଓ ସ୍ପାଇସ ଜେଟ୍ ଦ୍ୱାରା ବିଡ୍ ଦାଖଲ କରାଯାଇଛି। ଆଉ ଯାହା ପରେ ଟାଟା ଗ୍ରୁପ ନିଲାମ ଜିତିଥିବା ନେଇ ଚର୍ଚ୍ଚା ହୋଇଥିଲା । ଯାହାକୁ ଖଣ୍ଡନ କରିବା ସହ କେନ୍ଦ୍ର ସରକାର କହିଛନ୍ତି ଯେ କିଛି ନିଷ୍ପତ୍ତି ନେଲେ ଗଣମାଧ୍ୟମକୁ ସୂଚନା ଦିଆଯିବ । ତେବେ ୨୦୦୭ ରେ ଇଣ୍ଡିଆନ୍ ଏୟାରଲାଇନ୍ସ ସହିତ ମିଶ୍ରଣ ହେବା ପରଠାରୁ ଏୟାର ଇଣ୍ଡିଆ ନିଟ୍ ଲାଭରେ ଆସିନାହିଁ । ମାର୍ଚ୍ଚ ୨୦୨୧ ଶେଷ ହେବାକୁ ଥିବା ତ୍ରୈମାସରେ ଏୟାର ଇଣ୍ଡିଆର ପ୍ରାୟ ୧୦,୦୦୦ କୋଟି ଟଙ୍କା କ୍ଷତି ହେବ ବୋଲି ଆଶା କରାଯାଉଛି । ୩୧ମାର୍ଚ୍ଚ ୨୦୧୯ ସୁଦ୍ଧା କମ୍ପାନୀର ମୋଟ ୬୦,୬୭୪ କୋଟି ଟଙ୍କା ଋଣ ଥିଲା ।

01 Oct 2021 By The Sakala

ବିକ୍ରି ହୋଇନାହିଁ ଏୟାର ଇଣ୍ଡିଆ, ଗଣମାଧ୍ୟମରେ ପ୍ରସାରିତ ଖବର ମିଛ : କେନ୍ଦ୍ର ସରକାର

ନୂଆଦିଲ୍ଲୀ : ରାଷ୍ଟ୍ରାୟତ୍ତ ବିମାନସେବା କମ୍ପାନି ଏୟାରଇଣ୍ଡିଆକୁ ନିଲାମି ପ୍ରକ୍ରିୟାରେ ଟାଟା ସନ୍ସ ହାତେଇଥିବା ନେଇ ପ୍ରସାରିତ ଗଣମାଧ୍ୟମ ରିପୋର୍ଟକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି । ଏ ସମ୍ପର୍କରେ ଏକ ଟ୍ବିଟ କରି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅଧିନସ୍ଥ ପୁଞ୍ଜିନିବେଶ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ପରିଚାଳନା ବିଭାଗ ପକ୍ଷରୁ କୁହାଯାଇଛି ଟାଟା ସନ୍ସ ଏୟାର ଇଣ୍ଡିଆ ନିଲାମରେ ବିଜୟୀ ହୋଇଛି ବୋଲି ଯେଉଁ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶିତ ହେଉଛି ସେଥିରେ ସତ୍ୟତା ନାହିଁ । ସରକାର ନିଷ୍ପତ୍ତି ସମ୍ପର୍କରେ ଯଥା ସମୟରେ ଗଣମାଧ୍ୟମକୁ ସୂଚୀତ କରାଯିବ ।

ସୂଚନା ଅନୁଯାୟୀ, ସରକାରୀ ଏୟାର ଲାଇନ୍ସ ‘ଏୟାର ଇଣ୍ଡିଆ’ର ନିଲାମ ଜିତି ଟାଟା ସନ୍ସ ଏହାର ମାଲିକାନା ନିଜ ହାତକୁ ନେଇଥିବା ଖବର ପ୍ରସାରିତ ହୋଇଥିଲା। ସବୁ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ ଏୟାର ଇଣ୍ଡିଆକୁ ବିକ୍ରି କରିବାକୁ କେନ୍ଦ୍ର ସରକାର ଯେଉଁ ନିଲାମ ଡାକିଥିଲେ, ସେଥିରେ ଟାଟା ଗ୍ରୁପ୍‌ ବାଜିମାତ କରିଛି। ହେଲେ ଏହି ରିପୋର୍ଟ ଭୁଲ ବୋଲି କେନ୍ଦ୍ର ସରକାର କହିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ନିଲାମ ପ୍ରକ୍ରିୟାକୁ ଯାଞ୍ଚ କରାଯାଉଛି ଓ ଏଯାଏ ବିଡ୍ ବିଜେତାଙ୍କ ଉପରେ କୌଣସି ପ୍ରକାରର ନିଷ୍ପତ୍ତି ହୋଇନି। ଭାରତ ସରକାର ଏୟାର ଇଣ୍ଡିଆର ଡିସଇନଭେଷ୍ଟମେଣ୍ଟ ପାଇଁ ଡକା ଯାଇଥିବା ନିଲାମକୁ ମଞ୍ଜୁରୀ ଦେଇଛନ୍ତି। ତେବେ ଏଯାଏ କୌଣସି ବିଡ୍‌କୁ ସରକାର ମଞ୍ଜୁରୀ ଦେଇ ନାହାନ୍ତି। ରିପୋର୍ଟ ଭୁଲ। ସରକାର ନିଷ୍ପତ୍ତି ନେବା ପରେ ସରକାର ମିଡିଆକୁ ଏ ସମ୍ପର୍କରେ ଅବଗତ କରାଇବେ।

ସୂଚନା ଅନୁଯାୟୀ ଏୟାର ଇଣ୍ଡିଆକୁ ଅଧିଗ୍ରହଣ କରିବା ପାଇଁ ଟାଟା ଗ୍ରୁପ୍ ଓ ସ୍ପାଇସ ଜେଟ୍ ଦ୍ୱାରା ବିଡ୍ ଦାଖଲ କରାଯାଇଛି। ଆଉ ଯାହା ପରେ ଟାଟା ଗ୍ରୁପ ନିଲାମ ଜିତିଥିବା ନେଇ ଚର୍ଚ୍ଚା ହୋଇଥିଲା । ଯାହାକୁ ଖଣ୍ଡନ କରିବା ସହ କେନ୍ଦ୍ର ସରକାର କହିଛନ୍ତି ଯେ କିଛି ନିଷ୍ପତ୍ତି ନେଲେ ଗଣମାଧ୍ୟମକୁ ସୂଚନା ଦିଆଯିବ । ତେବେ ୨୦୦୭ ରେ ଇଣ୍ଡିଆନ୍ ଏୟାରଲାଇନ୍ସ ସହିତ ମିଶ୍ରଣ ହେବା ପରଠାରୁ ଏୟାର ଇଣ୍ଡିଆ ନିଟ୍ ଲାଭରେ ଆସିନାହିଁ । ମାର୍ଚ୍ଚ ୨୦୨୧ ଶେଷ ହେବାକୁ ଥିବା ତ୍ରୈମାସରେ ଏୟାର ଇଣ୍ଡିଆର ପ୍ରାୟ ୧୦,୦୦୦ କୋଟି ଟଙ୍କା କ୍ଷତି ହେବ ବୋଲି ଆଶା କରାଯାଉଛି । ୩୧ମାର୍ଚ୍ଚ ୨୦୧୯ ସୁଦ୍ଧା କମ୍ପାନୀର ମୋଟ ୬୦,୬୭୪ କୋଟି ଟଙ୍କା ଋଣ ଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର