ନନ୍ଦିଗ୍ରାମ ବ୍ୟାଟେଲ୍‌ : ଦିଦିଙ୍କ ପରେ ନାମାଙ୍କନ ଦାଖଲ କଲେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ

The Sakala Picture
Published On

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ସବୁଠୁ ଚର୍ଚ୍ଚିତ ନିର୍ବାଚନ କ୍ଷେତ୍ର ନନ୍ଦିଗ୍ରାମରେ ହେବ କଡା ଟକ୍କର। ନନ୍ଦିଗ୍ରାମ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ନିର୍ବାଚନ ମଇଦାନକୁ ଓହ୍ଲାଇ ଥିବା ଭାରତୀୟ ଜନତା ପାର୍ଟି(ବିଜେପି) ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ ଅବସରରେ ବିଜେପି ପକ୍ଷରୁ ନନ୍ଦିଗ୍ରାମରେ ଶକ୍ତି ପ୍ରଦର୍ଶନ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସ୍ମୃତି ଇରାନୀଙ୍କ ସହ ଏକ କିଲୋମିଟର ଦୀର୍ଘ […]

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ସବୁଠୁ ଚର୍ଚ୍ଚିତ ନିର୍ବାଚନ କ୍ଷେତ୍ର ନନ୍ଦିଗ୍ରାମରେ ହେବ କଡା ଟକ୍କର। ନନ୍ଦିଗ୍ରାମ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ନିର୍ବାଚନ ମଇଦାନକୁ ଓହ୍ଲାଇ ଥିବା ଭାରତୀୟ ଜନତା ପାର୍ଟି(ବିଜେପି) ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ ଅବସରରେ ବିଜେପି ପକ୍ଷରୁ ନନ୍ଦିଗ୍ରାମରେ ଶକ୍ତି ପ୍ରଦର୍ଶନ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସ୍ମୃତି ଇରାନୀଙ୍କ ସହ ଏକ କିଲୋମିଟର ଦୀର୍ଘ ରୋଡ୍ ସୋ’ରେ ଯାଇ ଶ୍ରୀ ଅଧିକାରୀ ହଲଦିଆ ସବ୍-ଡିଭିଜନାଲ ଅଫିସରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ବାରାମତୀରେ ଦୁର୍ଘଟଣାଗ୍ରସ୍ତ ହେଲା ଟ୍ରେନିଂ ବିମାନ, ସୁରକ୍ଷିତ ଅଛନ୍ତି ପାଇଲଟ୍

ଆହୁରି ପଢ଼ନ୍ତୁ: ୭୯ ବର୍ଷୀୟ ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟକୁ ନେଇ ବଢୁଛି ଚିନ୍ତା: ନିଷ୍ପତ୍ତି ନେବା କ୍ଷମତା ଉପରେ ଉଠିଲା ପ୍ରଶ୍ନ

ସେ ନାମାଙ୍କନ ଦାଖଲ କରିବା ପୂର୍ବରୁ ସୋନାଚୁରା ସିଂହବାହିନୀ ମନ୍ଦିରରେ ପହଞ୍ଚି ସେଠାରେ ପୂଜାର୍ଚ୍ଚନା କରିଥିଲେ । ଏହା ପୂର୍ବରୁ ଗତକାଲି ସେ ନନ୍ଦିଗ୍ରାମରେ ଭଗବାନ ଶିବଙ୍କ ମନ୍ଦିର ଯାଇ ପୂଜା କରିଥିଲେ । ଶୁଭେନ୍ଦୁ ଅଧିକାରୀ ନାମାଙ୍କନ ଦାଖଲ କରିବା ପୂର୍ବରୁ ବିରାଟ ଶୋଭାଯାତ୍ରା କରିଥିଲେ। ଏଥିରେ ଯୋଗଦେଇ ସ୍ମୃତି ଇରାନୀ ଟିଏମସି ଓ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, “ଆପଣ ଖେଲା ବା ଖେଳ କଲେ। କିନ୍ତୁ ମୋଦି ଏଠାରେ ପରିବର୍ତ୍ତନ କରିବେ। ଆପଣ ପଶ୍ଚିମବଙ୍ଗ ସହ ଖେଳ କରିଛନ୍ତି। ମୁଁ ଦିଦିଙ୍କୁ ପଚାରିବାକୁ ଚାହେଁ ଖେଳ ସରିବା ପରେ ଆପଣ ଭବାନୀପୁର ଆସନ ଛାଡ଼ିଲେ କି? ନା ଆପଣ ଏବେ ନନ୍ଦିଗ୍ରାମ ସହ ଖେଳ କରିବାକୁ ଏଠାକୁ ଆସିଛନ୍ତି? ଦିଦି ଝିଅକୁ ଭୋଟ ଦେବାକୁ କହୁଛନ୍ତି। ହେଲେ ମୁଁ ପଚାରିବାକୁ ଚାହେଁ, କେଉଁ ଝିଅ ଦିଦି? ଯେଉଁ ଯିଏ ୮୦ ବର୍ଷର ବୃଦ୍ଧାଙ୍କୁ ପିଟିଛି? ଯେଉଁ ଝିଅ ବିଜେପି କର୍ମୀଙ୍କୁ ମାରିଛି ଓ ଗଛରେ ଟାଙ୍ଗି ଦେଉଛି? ଯେଉଁ ଝିଅ ଦୁର୍ଗା ଭଷାଣୀ ଓ ସରସ୍ୱତୀ ପୂଜାକୁ ଅନୁମତି ଦେଇ ନଥିଲା? ସେଭଳି ଯିଏ ଆଜି ନନ୍ଦିଗ୍ରାମକୁ ଆସି ଚଣ୍ଡିପାଠ କରୁଛନ୍ତି।”

ଆହୁରି ପଢ଼ନ୍ତୁ: ପାକିସ୍ତାନକୁ ସ୍ଥଳସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀଙ୍କ କଡ଼ା ଚେତାବନୀ: 'ଭୂଗୋଳ ନା ଇତିହାସ, ନିଜେ କରୁ ନିଷ୍ପତ୍ତି'

ସୂଚନାଯୋଗ୍ୟ ଏକଦା ମମତା ବାନାର୍ଜୀଙ୍କ ଏକାନ୍ତ ଅନୁଗତ ଥିବା ଶୁଭେନ୍ଦୁ ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେଇ ଗତ ଡିସେମ୍ବରରେ ବିଜେପିରେ ସାମିଲ୍‌ ହୋଇଥିଲେ ଏବଂ ମମତାଙ୍କୁ ନନ୍ଦିଗ୍ରାମରୁ ତାଙ୍କ ବିରୋଧରେ ଲଢ଼ିବାକୁ ଆହ୍ବାନ ଦେଇଥିଲେ।

ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟିଏମ୍‌ସି ତରଫରୁ ନିଜର ପ୍ରାର୍ଥୀପତ୍ର ଦାଖଲ କରି ଆସିଛନ୍ତି। ପୂର୍ବରୁ ୨୦୧୬ ନିର୍ବାଚନରେ ତୃଣମୂଳ ଟିକେଟରେ ଶୁଭେନ୍ଦୁ ଅଧିକାରୀ ନନ୍ଦୀଗ୍ରାମରୁ ୬୭ ପ୍ରତିଶତ ଭୋଟ୍‌ ପାଇ ସିପିଆଇ ପ୍ରାର୍ଥୀ ତଥା ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କୁ ୮୧ ହଜାର ୨୩୦ ଭୋଟ୍‌ରେ ପରାସ୍ତ କରିଥିଲେ। ତେଣୁ ଏଥର ନନ୍ଦିଗ୍ରାମରେ ଅଧିକାରୀ ଓ ବାନାର୍ଜୀଙ୍କ ଭିତରେ କଡ଼ା ଟକ୍କର ହେବ ବୋଲି ଅନୁମାନ କରାଯାଉଛି।

12 Mar 2021 By The Sakala

ନନ୍ଦିଗ୍ରାମ ବ୍ୟାଟେଲ୍‌ : ଦିଦିଙ୍କ ପରେ ନାମାଙ୍କନ ଦାଖଲ କଲେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ସବୁଠୁ ଚର୍ଚ୍ଚିତ ନିର୍ବାଚନ କ୍ଷେତ୍ର ନନ୍ଦିଗ୍ରାମରେ ହେବ କଡା ଟକ୍କର। ନନ୍ଦିଗ୍ରାମ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ନିର୍ବାଚନ ମଇଦାନକୁ ଓହ୍ଲାଇ ଥିବା ଭାରତୀୟ ଜନତା ପାର୍ଟି(ବିଜେପି) ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ ଅବସରରେ ବିଜେପି ପକ୍ଷରୁ ନନ୍ଦିଗ୍ରାମରେ ଶକ୍ତି ପ୍ରଦର୍ଶନ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସ୍ମୃତି ଇରାନୀଙ୍କ ସହ ଏକ କିଲୋମିଟର ଦୀର୍ଘ ରୋଡ୍ ସୋ’ରେ ଯାଇ ଶ୍ରୀ ଅଧିକାରୀ ହଲଦିଆ ସବ୍-ଡିଭିଜନାଲ ଅଫିସରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ସେ ନାମାଙ୍କନ ଦାଖଲ କରିବା ପୂର୍ବରୁ ସୋନାଚୁରା ସିଂହବାହିନୀ ମନ୍ଦିରରେ ପହଞ୍ଚି ସେଠାରେ ପୂଜାର୍ଚ୍ଚନା କରିଥିଲେ । ଏହା ପୂର୍ବରୁ ଗତକାଲି ସେ ନନ୍ଦିଗ୍ରାମରେ ଭଗବାନ ଶିବଙ୍କ ମନ୍ଦିର ଯାଇ ପୂଜା କରିଥିଲେ । ଶୁଭେନ୍ଦୁ ଅଧିକାରୀ ନାମାଙ୍କନ ଦାଖଲ କରିବା ପୂର୍ବରୁ ବିରାଟ ଶୋଭାଯାତ୍ରା କରିଥିଲେ। ଏଥିରେ ଯୋଗଦେଇ ସ୍ମୃତି ଇରାନୀ ଟିଏମସି ଓ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, “ଆପଣ ଖେଲା ବା ଖେଳ କଲେ। କିନ୍ତୁ ମୋଦି ଏଠାରେ ପରିବର୍ତ୍ତନ କରିବେ। ଆପଣ ପଶ୍ଚିମବଙ୍ଗ ସହ ଖେଳ କରିଛନ୍ତି। ମୁଁ ଦିଦିଙ୍କୁ ପଚାରିବାକୁ ଚାହେଁ ଖେଳ ସରିବା ପରେ ଆପଣ ଭବାନୀପୁର ଆସନ ଛାଡ଼ିଲେ କି? ନା ଆପଣ ଏବେ ନନ୍ଦିଗ୍ରାମ ସହ ଖେଳ କରିବାକୁ ଏଠାକୁ ଆସିଛନ୍ତି? ଦିଦି ଝିଅକୁ ଭୋଟ ଦେବାକୁ କହୁଛନ୍ତି। ହେଲେ ମୁଁ ପଚାରିବାକୁ ଚାହେଁ, କେଉଁ ଝିଅ ଦିଦି? ଯେଉଁ ଯିଏ ୮୦ ବର୍ଷର ବୃଦ୍ଧାଙ୍କୁ ପିଟିଛି? ଯେଉଁ ଝିଅ ବିଜେପି କର୍ମୀଙ୍କୁ ମାରିଛି ଓ ଗଛରେ ଟାଙ୍ଗି ଦେଉଛି? ଯେଉଁ ଝିଅ ଦୁର୍ଗା ଭଷାଣୀ ଓ ସରସ୍ୱତୀ ପୂଜାକୁ ଅନୁମତି ଦେଇ ନଥିଲା? ସେଭଳି ଯିଏ ଆଜି ନନ୍ଦିଗ୍ରାମକୁ ଆସି ଚଣ୍ଡିପାଠ କରୁଛନ୍ତି।”

ସୂଚନାଯୋଗ୍ୟ ଏକଦା ମମତା ବାନାର୍ଜୀଙ୍କ ଏକାନ୍ତ ଅନୁଗତ ଥିବା ଶୁଭେନ୍ଦୁ ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେଇ ଗତ ଡିସେମ୍ବରରେ ବିଜେପିରେ ସାମିଲ୍‌ ହୋଇଥିଲେ ଏବଂ ମମତାଙ୍କୁ ନନ୍ଦିଗ୍ରାମରୁ ତାଙ୍କ ବିରୋଧରେ ଲଢ଼ିବାକୁ ଆହ୍ବାନ ଦେଇଥିଲେ।

ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟିଏମ୍‌ସି ତରଫରୁ ନିଜର ପ୍ରାର୍ଥୀପତ୍ର ଦାଖଲ କରି ଆସିଛନ୍ତି। ପୂର୍ବରୁ ୨୦୧୬ ନିର୍ବାଚନରେ ତୃଣମୂଳ ଟିକେଟରେ ଶୁଭେନ୍ଦୁ ଅଧିକାରୀ ନନ୍ଦୀଗ୍ରାମରୁ ୬୭ ପ୍ରତିଶତ ଭୋଟ୍‌ ପାଇ ସିପିଆଇ ପ୍ରାର୍ଥୀ ତଥା ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କୁ ୮୧ ହଜାର ୨୩୦ ଭୋଟ୍‌ରେ ପରାସ୍ତ କରିଥିଲେ। ତେଣୁ ଏଥର ନନ୍ଦିଗ୍ରାମରେ ଅଧିକାରୀ ଓ ବାନାର୍ଜୀଙ୍କ ଭିତରେ କଡ଼ା ଟକ୍କର ହେବ ବୋଲି ଅନୁମାନ କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର