ସ୍ବେଜ କେନାଲରେ ୫ଦିନ ହେଲା ଅଟକିଛି ମାଲବାହୀ ଜାହାଜ

The Sakala Picture
Published On

ନୂଆଦିଲ୍ଲୀ: ଇଜିପ୍ଟର ସ୍ବେଜ କେନାଲରେ ଗତ ୫ ଦିନ ହେଲା ଏକ ବଡ଼ ମାଲବାହୀ ଜାହାଜ ଫଶି ରହିଛି। ଏଥିଯୋଗୁଁ ଅନେକ ଜାହାଜ ଉକ୍ତ ଅଞ୍ଚଳରେ ଅଟକି ରହିଛି। ଉକ୍ତ ଜାହାଜକୁ ବାହାର କରି ବିଶ୍ବର ଏହି ଗୁରୁତ୍ବପୂର୍ଣ୍ଣ ଜଳପଥକୁ ଖୋଲିବା ପାଇଁ ଅନେକ ପ୍ରୟାସ କରାଯାଇଥିଲେ ମଧ୍ୟ ତାହା ବିଫଳ ହୋଇଛି। ଏସିଆ ଏବଂ ୟୁରୋପ ମଧ୍ୟରେ ମାଲ ନେଇ ଯାଉଥିବା ଏବଂ ପାନାମାର ପତାକା ଲାଗିଥିବା ‘ଦ ଏଭର ଗିଭନ’ ଜାହାଜ ମଙ୍ଗଳବାର ସ୍ବେଜ […]

ନୂଆଦିଲ୍ଲୀ: ଇଜିପ୍ଟର ସ୍ବେଜ କେନାଲରେ ଗତ ୫ ଦିନ ହେଲା ଏକ ବଡ଼ ମାଲବାହୀ ଜାହାଜ ଫଶି ରହିଛି। ଏଥିଯୋଗୁଁ ଅନେକ ଜାହାଜ ଉକ୍ତ ଅଞ୍ଚଳରେ ଅଟକି ରହିଛି। ଉକ୍ତ ଜାହାଜକୁ ବାହାର କରି ବିଶ୍ବର ଏହି ଗୁରୁତ୍ବପୂର୍ଣ୍ଣ ଜଳପଥକୁ ଖୋଲିବା ପାଇଁ ଅନେକ ପ୍ରୟାସ କରାଯାଇଥିଲେ ମଧ୍ୟ ତାହା ବିଫଳ ହୋଇଛି। ଏସିଆ ଏବଂ ୟୁରୋପ ମଧ୍ୟରେ ମାଲ ନେଇ ଯାଉଥିବା ଏବଂ ପାନାମାର ପତାକା ଲାଗିଥିବା ‘ଦ ଏଭର ଗିଭନ’ ଜାହାଜ ମଙ୍ଗଳବାର ସ୍ବେଜ ସହର ନିକଟରେ ଥିବା କେନାଲରେ ଫସି ଯାଇଥିଲା। ଏହା ଦ୍ବାରା ଏହି ଜଳପଥରେ ପରିବହନ ବାଧାପ୍ରାପ୍ତ ହୋଇଥିଲା। ଏଭର ଗିଭନର ବୈଷୟିକ ପ୍ରବନ୍ଧକ ବର୍ଣ୍ଣହାର୍ଡ ସୁଲତେ ସିପମ୍ୟାନେଜମେଣ୍ଟ କହିଛନ୍ତି ଯେ କେନାଲ ରାସ୍ତା ଖୋଲିବା ପାଇଁ ଶୁକ୍ରବାର କରାଯାଇଥିବା ପ୍ରୟାସ ବିଫଳ ହୋଇଥିଲା। ଜାହାଜ ଭିତରୁ ପାଣି ବାହାର କରିବା ପାଇଁ ତଥା ନୌକା ଡକାଯାଇ ଜାହାଜକୁ ହଟାଇବା ପ୍ରୟାସ କରାଯାଉଛି। ରବିବାର ସୁଦ୍ଧା ୨ଟି ଟଗ ପହଞ୍ଚି ଜାହାଜକୁ ଭିଡି ବାହାର କରିବାକୁ ପ୍ରୟାସ କରିବେ। ସ୍ବେଜ କେନାଲର ଜଣେ ଅଧିକାରୀ କହିଛନ୍ତି ଯେ ସମୁଦ୍ର ଲହରୀ କମ ହେବା ପରେ ଏହି ଜାହାଜକୁ ବାହାର କରିବା ପାଇଁ ପ୍ରୟାସ କରାଯିବ। ତେବେ ଏହି ଘଟଣାସ୍ଥଳକୁ ମିଡିଆ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଅନ୍ୟପକ୍ଷରେ ଜାହାଜକୁ ବାହାର କରିବା ପାଇଁ ଆମେରିକା ସାହାଯ୍ୟ କରିବ ବୋଲି କହିଛି।

ଆହୁରି ପଢ଼ନ୍ତୁ: FATF ର ନୂତନ ଉପାଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ୧୯୯୪ ବ୍ୟାଚ୍ ର ଆଇଏଏସ୍ ଅଧିକାରୀ ବିବେକ ଅଗ୍ରୱାଲ

28 Mar 2021 By The Sakala

ସ୍ବେଜ କେନାଲରେ ୫ଦିନ ହେଲା ଅଟକିଛି ମାଲବାହୀ ଜାହାଜ

ନୂଆଦିଲ୍ଲୀ: ଇଜିପ୍ଟର ସ୍ବେଜ କେନାଲରେ ଗତ ୫ ଦିନ ହେଲା ଏକ ବଡ଼ ମାଲବାହୀ ଜାହାଜ ଫଶି ରହିଛି। ଏଥିଯୋଗୁଁ ଅନେକ ଜାହାଜ ଉକ୍ତ ଅଞ୍ଚଳରେ ଅଟକି ରହିଛି। ଉକ୍ତ ଜାହାଜକୁ ବାହାର କରି ବିଶ୍ବର ଏହି ଗୁରୁତ୍ବପୂର୍ଣ୍ଣ ଜଳପଥକୁ ଖୋଲିବା ପାଇଁ ଅନେକ ପ୍ରୟାସ କରାଯାଇଥିଲେ ମଧ୍ୟ ତାହା ବିଫଳ ହୋଇଛି। ଏସିଆ ଏବଂ ୟୁରୋପ ମଧ୍ୟରେ ମାଲ ନେଇ ଯାଉଥିବା ଏବଂ ପାନାମାର ପତାକା ଲାଗିଥିବା ‘ଦ ଏଭର ଗିଭନ’ ଜାହାଜ ମଙ୍ଗଳବାର ସ୍ବେଜ ସହର ନିକଟରେ ଥିବା କେନାଲରେ ଫସି ଯାଇଥିଲା। ଏହା ଦ୍ବାରା ଏହି ଜଳପଥରେ ପରିବହନ ବାଧାପ୍ରାପ୍ତ ହୋଇଥିଲା। ଏଭର ଗିଭନର ବୈଷୟିକ ପ୍ରବନ୍ଧକ ବର୍ଣ୍ଣହାର୍ଡ ସୁଲତେ ସିପମ୍ୟାନେଜମେଣ୍ଟ କହିଛନ୍ତି ଯେ କେନାଲ ରାସ୍ତା ଖୋଲିବା ପାଇଁ ଶୁକ୍ରବାର କରାଯାଇଥିବା ପ୍ରୟାସ ବିଫଳ ହୋଇଥିଲା। ଜାହାଜ ଭିତରୁ ପାଣି ବାହାର କରିବା ପାଇଁ ତଥା ନୌକା ଡକାଯାଇ ଜାହାଜକୁ ହଟାଇବା ପ୍ରୟାସ କରାଯାଉଛି। ରବିବାର ସୁଦ୍ଧା ୨ଟି ଟଗ ପହଞ୍ଚି ଜାହାଜକୁ ଭିଡି ବାହାର କରିବାକୁ ପ୍ରୟାସ କରିବେ। ସ୍ବେଜ କେନାଲର ଜଣେ ଅଧିକାରୀ କହିଛନ୍ତି ଯେ ସମୁଦ୍ର ଲହରୀ କମ ହେବା ପରେ ଏହି ଜାହାଜକୁ ବାହାର କରିବା ପାଇଁ ପ୍ରୟାସ କରାଯିବ। ତେବେ ଏହି ଘଟଣାସ୍ଥଳକୁ ମିଡିଆ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଅନ୍ୟପକ୍ଷରେ ଜାହାଜକୁ ବାହାର କରିବା ପାଇଁ ଆମେରିକା ସାହାଯ୍ୟ କରିବ ବୋଲି କହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର