ବିପଦ ସମୟରେ ଭାରତଠୁ ସହାୟତା ନେଲା, ଏବେ ଆମର ଦୁଇ ପ୍ରମୁଖ ଶତ୍ରୁ ରାଷ୍ଟ୍ର ସହ ହାତମିଳାଇ ଶ୍ରୀଲଙ୍କା କରୁଛି ଏପରି କାର୍ଯ୍ୟ

The Sakala Picture
Published On

ନୂଆଦିଲ୍ଲୀ : ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାବାସୀଙ୍କୁ ସହାୟତାର ହାତ ବଢାଇଥିଲା ଭାରତ। ପଡୋଶୀ ହିସାବରେ ଅନ୍ୟ ଏକ ପଡୋଶୀକୁ ତାର ବିପଦ ସମୟରେ ସାହାର୍ଯ୍ୟ କରି ଭାରତ ତାର କର୍ତ୍ତବ୍ୟ ସମ୍ପାଦନ କରିଥିଲା। ତେଲ, ଖାଦ୍ୟ ଏବଂ ଔଷଧ ପରି ସମାଗ୍ରୀ ଯୋଗାଇ ଦେଇଥିଲା ଭାରତ। ଶ୍ରୀଲଙ୍କାର ତାହାର ସ୍ବାଧୀନତା ପରଠାରୁ ସବୁଠାରୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ସମହୟରେ ଭାରତ ସହାୟତା କରିଥିଲା କିନ୍ତୁ ଶ୍ରୀଲଙ୍କା ଏବେ […]

ନୂଆଦିଲ୍ଲୀ : ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାବାସୀଙ୍କୁ ସହାୟତାର ହାତ ବଢାଇଥିଲା ଭାରତ। ପଡୋଶୀ ହିସାବରେ ଅନ୍ୟ ଏକ ପଡୋଶୀକୁ ତାର ବିପଦ ସମୟରେ ସାହାର୍ଯ୍ୟ କରି ଭାରତ ତାର କର୍ତ୍ତବ୍ୟ ସମ୍ପାଦନ କରିଥିଲା। ତେଲ, ଖାଦ୍ୟ ଏବଂ ଔଷଧ ପରି ସମାଗ୍ରୀ ଯୋଗାଇ ଦେଇଥିଲା ଭାରତ। ଶ୍ରୀଲଙ୍କାର ତାହାର ସ୍ବାଧୀନତା ପରଠାରୁ ସବୁଠାରୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ସମହୟରେ ଭାରତ ସହାୟତା କରିଥିଲା କିନ୍ତୁ ଶ୍ରୀଲଙ୍କା ଏବେ ଭାରତ ପ୍ରତି ବିଶ୍ବାସଘାତକତା କରିଛି।

ଆହୁରି ପଢ଼ନ୍ତୁ: ୟୁକ୍ରେନର ମାରାତ୍ମକ ଡ୍ରୋନ ଆକ୍ରମଣ: ଧ୍ୱସ୍ତ ହେଲା ଋଷର ସପ୍ଲାଇ ଲାଇନ, ବଢିଲା ପୁଟିନଙ୍କ ଚିନ୍ତା

ନିଜର ବିପଦ ସମୟରେ ଭାରତଠାରୁ ସବୁ ପ୍ରକାରର ସହାୟତା ପାଇ ମଧ୍ୟ ଶ୍ରୀଲଙ୍କା ଭାରତର ଶତ୍ରୁ ମାନଙ୍କ ସହ ହାତ ମିଳାଇବାକୁ ପଛଘୁଞ୍ଚା ଦେଉନାହିଁ । ପ୍ରଥମେ ଭାରତର ଶତୃ ଚୀନର ଗୁପ୍ତଚର ଜାହାଜକୁ ପ୍ରବେଶ ଅନୁମତି ଦେବା ପରେ ଶ୍ରୀଲଙ୍କା ଏବେ ଭାରତର ପରମ ଶତୃ ପାକିସ୍ତାନ ସହ ହାତମିଳାଇଛି। ପ୍ରଥମେ ଶ୍ରୀଲଙ୍କା ସରକାର ଚୀନର ଗୁଇନ୍ଦା ଜାହଜ ‘ୟୁୱାନ ୱାନ-୫’କୁ ନିଜ ବନ୍ଦରରେ ପ୍ରବେଶ କରିବାକୁ ଅନୁମତି ଦେଇ ଦେଇଛି । ଭାରତର ପ୍ରତିରୋଧ ସତ୍ୱେ ଚୀନ ଜାହଜକୁ ଶ୍ରୀଲଙ୍କା କୂଳରେ ଲଗାଇବାକୁ ଅନୁମତି ପ୍ରଦାନ କରିଛି କଲମ୍ବୋ । ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ଏଏଫପି ର ରିପୋର୍ଟ ଅନୁସାରେ  ୧୬ରୁ ୨୨ ଅଗଷ୍ଟ ଭିତରେ ହାମ୍ବନଟୋଟାରେ ଚୀନ ଜାହଜ ‘ୟୁୱାନ ୱାନ-୫’କୁ ଆସିବାକୁ ଶ୍ରୀଲଙ୍କା ବିଦେଶ ମନ୍ତ୍ରାଳୟ ମଂଜୁରୀ ପ୍ରଦାନ କରିଛି ।

ଆହୁରି ପଢ଼ନ୍ତୁ: ରାଫେଲ୍ ଓ S-400 ମୁତୟନ ଥିବା ଏୟାରବେସ୍ ପାଇଁ ଶୁଭେନ୍ଦୁ ଦେଲେ ୨୫ ଏକର ଜମି

ଅନ୍ୟପଟେ ଶ୍ରୀଲଙ୍କାର ନୌସେନା ସହ ସମରାଭ୍ୟାସ କରିବ ପାକିସ୍ତାନର ନୌସେନା । ଏଥିପାଇଁ ପାକିସ୍ତାନର ଏକ ଯୁଦ୍ଧ ଜାହାଜ ପିଏନଏସ ତୈମୁର ଶ୍ରୀଲଙ୍କାରେ ପହଞ୍ଚିଛି । ଭାରତ ଉପରେ ଆକ୍ରମଣ କରି ଦିଲ୍ଲୀରେ ବ୍ୟାପକ ରକ୍ତପାତ କରିଥିବା ତୈମୁରଲଙ୍ଗ ନାଁରେ ଏହି ଯୁଦ୍ଧଜାହାଜକୁ ନାମିତ କରିଛି ପାକିସ୍ତାନ । ଗତ ଜୁନ ମାସରେ ଚୀନ ଏହି ଫ୍ରିଗେଟ୍ ଜାହାଜକୁ ପାକିସ୍ତାନକୁ ପ୍ରଦାନ କରିଥିଲା । କ୍ୟାପଟେନ ଏମ ୟାସିର ତାହିରଙ୍କ ନେତୃତ୍ବରେ ଆସିଥିବା ଏହି ଜାହାଜରେ ପ୍ରାୟ ୧୬୯ ଜଣ ପାକିସ୍ତାନ ନୌସେନା କର୍ମଚାରୀ ରହିଛନ୍ତି । ଏହି ଯୁଦ୍ଧଜାହାଜରେ ଅନେକ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ସେନସର ତଥା ରାଡାର ଲାଗିଛି । ଏହି ଯୁଦ୍ଧ ଜାହାଜ ଆସନ୍ତା ଅଗଷ୍ଟ ୧୫ ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ରହିବ । ଏହି ତନିଦିନରେ ଦୁଇ ଦେଶର ନୌସେନା ବିଭିନ୍ନ ପ୍ରକାରର ସମରାଭ୍ୟାସ କରିବେ ।

ଆହୁରି ପଢ଼ନ୍ତୁ: ଇରାନର ପରମାଣୁ କେନ୍ଦ୍ର ଯାଞ୍ଚ କରିବ ଆଇଏଇଏ: ଆମେରିକା-ଇରାନ ମଧ୍ୟବର୍ତ୍ତୀକାଳୀନ ଚୁକ୍ତି ପରେ ମିଳିଲା ସବୁଜ ସଙ୍କେତ

ଏହି ଯୁଦ୍ଧ ଜାହାଜ ଅଗଷ୍ଟ ୧୫ରେ ଶ୍ରୀଲଙ୍କାରୁ ବିଦାୟ ନେବାର ପର ଦିନ ଚୀନର ଗୁପ୍ତଚର ଜାହାଜ ଉଆନ ଉଆଙ୍ଗ-୫କୁ ହାମ୍ବନଟୋଟା ବନ୍ଦରରେ ପ୍ରବେଶ କରିବ । ଏଥିପାଇଁ ଅନୁମତି ଦେଇଛନ୍ତି ଶ୍ରୀଲଙ୍କା ସରକାର । ଏହା ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ରହିବ । ଚୀନ ଜାହଜ ଶ୍ରୀଲଙ୍କା କୂଳରେ ଲାଗୁଥିବାରୁ ଏହାକୁ ନେଇ ଚିନ୍ତାରେ ଭାରତୀୟ ପ୍ରତିରକ୍ଷା ବିଭାଗ । କୁହାଯାଉଛି ଏହି ଜାହଜ ଭାରତୀୟ ପ୍ରତିରକ୍ଷା ସମ୍ପନ୍ଧୀୟ ଗୁପ୍ତ ତଥ୍ୟ ହାସଲ କରିବାକୁ ଶ୍ରୀଲଙ୍କା ଆସିଛି।

ୟୁଆନ୍ ୱାଙ୍ଗ-୫ ଏକ ଗୁପ୍ତଚର ଜାହାଜ 

ଏକ ଗୁପ୍ତଚର ଜାହାଜ ଭାବରେ ମନୋନୀତ ହୋଇଥିବା ୟୁଆନ୍ ୱାଙ୍ଗ ୫, ୨୦୦୭ ରେ ନିର୍ମିତ ହୋଇଥିଲା ଏବଂ ଏହାର କ୍ଷମତା ୧୧,୦୦୦ ଟନ୍ ଅଟେ । ଏହି ଜାହାଜ ୧୩ ଜୁଲାଇରେ ଚାଇନାର ଜିଆଙ୍ଗିନ୍ ଛାଡି ବର୍ତ୍ତମାନ ତାଇୱାନ ନିକଟରେ ରହିଛି।  ମେରାଇନ୍ ଟ୍ରାଫିକ୍ ୱେବସାଇଟ୍ ଅନୁଯାୟୀ ଏହି ଜାହାଜଟି ଦକ୍ଷିଣ ଜାପାନ ଏବଂ ତାଇୱାନର ଉତ୍ତର-ପୂର୍ବ ମଧ୍ୟରେ ପୂର୍ବ ଚୀନ୍ ସାଗରରେ ଅଛି।

ଏହି ଜାହାଜ ମହାକାଶ ଏବଂ ଉପଗ୍ରହ ଟ୍ରାକିଂରେ ପାରଦର୍ଶୀ ହୋଇଛି। ୟୁଆନ୍ ୱାଙ୍ଗ ଶ୍ରେଣୀ ଜାହାଜ ମାଧ୍ୟମରେ ଚାଇନା ଉପଗ୍ରହ, ରକେଟ୍ ଏବଂ ଇଣ୍ଟରକଣ୍ଟିନେଣ୍ଟାଲ୍ ବାଲିଷ୍ଟିକ୍ ମିସାଇଲ୍ (ଆଇସିବିଏମ୍) ର ଉତକ୍ଷେପଣ କେନ୍ଦ୍ର ଉପରେ ନଜର ରଖିଛି। ଚାଇନାରେ ଏପରି ୭ଟି ଜାହାଜ ଅଛି, ଯାହା ସମଗ୍ର ପ୍ରଶାନ୍ତ, ଆଟଲାଣ୍ଟିକ୍ ଏବଂ ଭାରତ ମହାସାଗରରେ କାର୍ଯ୍ୟ କରିବାକୁ ସକ୍ଷମ। ଏହି ଜାହାଜଗୁଡ଼ିକ ଗୁପ୍ତଚର କରନ୍ତି ଏବଂ ବେଜିଂର ସ୍ଥଳ-ଆଧାରିତ ଟ୍ରାକିଂ ଷ୍ଟେସନକୁ ସମ୍ପୂର୍ଣ୍ଣ ସୂଚନା ପଠାଇଥାନ୍ତି।

ଆମେରିକାର ପ୍ରତିରକ୍ଷା ବିଭାଗର ରିପୋର୍ଟ ଅନୁଯାୟୀ, ଏହି ଜାହାଜଟି ପିଏଲଏର ଷ୍ଟ୍ରାଟେଜିକ୍ ସପୋର୍ଟ ଫୋର୍ସ (ssf) ଦ୍ୱାରା ପରିଚାଳିତ। SSF ହେଉଛି ଏକ ଥିଏଟର କମାଣ୍ଡ ସ୍ତରର ସଂଗଠନ। ଏହା ସ୍ପେସ୍, ସାଇବର, ଇଲେକ୍ଟ୍ରୋନିକ୍, ସୂଚନା, ଯୋଗାଯୋଗ ଏବଂ ମାନସିକ ଯୁଦ୍ଧ ମିଶନରେ PLAକୁ ସାହାଯ୍ୟ କରେ। ଏହାପୂର୍ବରୁ, ଯେତେବେଳେ ଚୀନ୍ ୨୦୨୨ରେ ଲଙ୍ଗ ମାର୍ଚ୍ଚ ୫ ବି ରକେଟ୍ ଉତକ୍ଷେପଣ କରିଥିଲା, ସେତେବେଳେ ଏହିଜାହାଜ ନୀରିକ୍ଷଣରେ ବାହାରିଥିଲା। ସମ୍ପ୍ରତି ଏହା ଚାଇନାର ଟିଆଙ୍ଗୋଗ ସ୍ପେସ୍ ଷ୍ଟେସନର ପ୍ରଥମ ଲ୍ୟାବ୍ ମଡ୍ୟୁଲ୍ ଉତକ୍ଷେପଣର ସାମୁଦ୍ରିକ ନୀରିକ୍ଷଣରେ ମଧ୍ୟ ଜଡିତ ଥିଲା।

ଭାରତର ନୌସେନା ବେସ ଚୀନ ରାଡାର ମଧ୍ୟକୁ ଆସିଯାଇପାରେ

ୟୁଆନ୍ ୱାଙ୍ଗ୍୫ ଏକ ସାମରିକ ଜାହାଜ ନୁହେଁ ବରଂ ଏକ ଶକ୍ତିଶାଳୀ ଟ୍ରାକିଂ ଜାହାଜ ମଧ୍ୟ। ଚୀନ୍ କିମ୍ବା ଅନ୍ୟ କୌଣସି ଦେଶ କ୍ଷେପଣାସ୍ତ୍ର ପରୀକ୍ଷଣ କରୁଥିବାବେଳେ ଏହି ଜାହାଜଗୁଡ଼ିକ ସେମାନଙ୍କର ଗତିବିଧି ଆରମ୍ଭ କରନ୍ତି। ଏହି ଜାହାଜ ୭୫୦ କିଲୋମିଟର ଦୂରରେ ସହଜରେ ନୀରିକ୍ଷଣ କରିପାରିବ । ଏହି ୪୦୦ କ୍ରୁ ବିଶିଷ୍ଟ ଜାହାଜରେ ଏକ ପାରାବୋଲିକ୍ ଟ୍ରାକିଂ ଆଣ୍ଟେନା ଏବଂ ଅନେକ ସେନ୍ସର ରହିଛି।

ହାମବନ୍ତୋଟା ବନ୍ଦରରେ ପହଞ୍ଚିବା ପରେ ଏହି ଜାହାଜଟି ଦକ୍ଷିଣ ଭାରତର ପ୍ରମୁଖ ସାମରିକ ଏବଂ ପରମାଣୁ ଭିତ୍ତିଭୂମି ଭଳି କଳ୍ପକମ, କୁନ୍ଦନକୁଲମ ଭଳି ସୁବିଧା ପାଇବ। ଆହୁରି ମଧ୍ୟ କେରଳ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ଅନେକ ବନ୍ଦର ଚୀନର ରାଡାରରେ ରହିବ। କେତେକ ବିଶେଷଜ୍ଞ ଏହା ମଧ୍ୟ କହିଛନ୍ତି ଯେ ଚୀନ୍ ଏହି ଜାହାଜକୁ ଶ୍ରୀଲଙ୍କାକୁ ଭାରତର ମୁଖ୍ୟ ନୌସେନା ଆଧାର ଏବଂ ଆଣବିକ କାରଖାନା ଗୁପ୍ତଚର କରିବା ପାଇଁ ପଠାଉଛି।

ଜାହାଜଟି ହାଇ-ଟେକ୍ ଇଭିଡ୍ରପିଂ ଉପକରଣ ସହିତ ସଜାଯାଇଛି। ଅର୍ଥାତ୍ ଶ୍ରୀଲଙ୍କା ବନ୍ଦରରେ ଠିଆ ହୋଇ ଏହା ଭାରତର ଆଭ୍ୟନ୍ତରୀଣ ଅଞ୍ଚଳଗୁଡ଼ିକ ପର୍ୟ୍ୟନ୍ତ ତଥ୍ୟ ସଂଗ୍ରହ କରିପାରିବ। ଆହୁରି ମଧ୍ୟ, ପୂର୍ବ ଉପକୂଳରେ ଅବସ୍ଥିତ ଭାରତୀୟ ନୌସେନା ବେସ ଏହି ଜାହାଜର ଗୁପ୍ତଚର ପରିସର ମଧ୍ୟରେ ରହିବ।

13 Aug 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର