ଗମ୍ଭୀର ହେବାରେ ଲାଗିଛି ଶ୍ରୀଲଙ୍କା ସ୍ଥିତି : ରାଷ୍ଟ୍ରପତି ଭବନରେ ପ୍ରଦର୍ଶନକାରୀ କରୁଛନ୍ତି କ୍ୟାବିନେଟ୍ ମିଟିଙ୍ଗ, ଅର୍ଥ ସଙ୍କଟ ଉପରେ ଚାଲିଛି ଆଲୋଚନା

The Sakala Picture
Published On

କଲମ୍ବୋ : ଘୋର ଆର୍ଥିକ ଦୁର୍ଦ୍ଦିନର ଶିକାର ହୋଇଥିବା ଶ୍ରୀଲଙ୍କା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଗତକାଲିର ଘଟଣା ପରେ ଏବେ କୌଣସି ମୁହୂର୍ତ୍ତରେ ଦେଶରେ ଗୃହଯୁଦ୍ଧ ଦେଖାଯିବାର ଆଶଙ୍କା ସୃଷ୍ଟି କରିଛି। ଗୋଟିଏ ପକ୍ଷରେ ଦେଶବାସୀଙ୍କ ନିକଟରେ ଉତ୍କଟ ଖାଦ୍ୟାଭାବ ସହ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଜଟିଳ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଅନ୍ୟପଟେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ପଳାୟନ ଏବଂ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂଘେଙ୍କ ଇସ୍ତଫାକୁ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ସ୍ଥିତିକୁ […]

କଲମ୍ବୋ : ଘୋର ଆର୍ଥିକ ଦୁର୍ଦ୍ଦିନର ଶିକାର ହୋଇଥିବା ଶ୍ରୀଲଙ୍କା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଗତକାଲିର ଘଟଣା ପରେ ଏବେ କୌଣସି ମୁହୂର୍ତ୍ତରେ ଦେଶରେ ଗୃହଯୁଦ୍ଧ ଦେଖାଯିବାର ଆଶଙ୍କା ସୃଷ୍ଟି କରିଛି। ଗୋଟିଏ ପକ୍ଷରେ ଦେଶବାସୀଙ୍କ ନିକଟରେ ଉତ୍କଟ ଖାଦ୍ୟାଭାବ ସହ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଜଟିଳ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଅନ୍ୟପଟେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ପଳାୟନ ଏବଂ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂଘେଙ୍କ ଇସ୍ତଫାକୁ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ସ୍ଥିତିକୁ ଆହୁରି ଗମ୍ଭୀର କରିଛି। ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରି ଶନିବାର ହଜାର ହଜାର ବିକ୍ଷୋଭକାରୀ ରାଷ୍ଟ୍ରପତିଙ୍କ ଆବାସ ‘ପ୍ରେସିଡେନ୍ସିଆଲ ପ୍ୟାଲେସ୍‌’ରେ ଖଣ୍ଡପ୍ରଳୟ କରିଥିଲେ।

ଆହୁରି ପଢ଼ନ୍ତୁ: ଜି-୭ ସମ୍ମିଳନୀରେ ମୋଦୀଙ୍କୁ ମେଲୋନୀଙ୍କ ମଜାଳିଆ କଥା: 'ଇନଷ୍ଟାଗ୍ରାମରେ ଆମେ ସବୁଠାରୁ ଲୋକପ୍ରିୟ ଯୋଡ଼ି'

ଆହୁରି ପଢ଼ନ୍ତୁ: ରାୟପୁର ବିମାନବନ୍ଦରରେ ଏୟାର ଇଣ୍ଡିଆ ବିମାନ ସହ ପକ୍ଷୀର ଧକ୍କା, ସମସ୍ତ ଯାତ୍ରୀ ସୁରକ୍ଷିତ

ସେମାନେ ସୁରକ୍ଷା ବଳୟକୁ ବେଖାତିର କରି ରାଷ୍ଟ୍ରପତି ଭବନ ଭିତରେ ପଶିବା ସହିତ ଲଙ୍କାକାଣ୍ଡ ଘଟାଇଥିଲେ। ତେବେ ରବିବାର ମଧ୍ୟ ଶହ ଶହ ଲୋକ ରାଷ୍ଟ୍ରପତି ଭବନ ମଧ୍ୟକୁ ପଶିଥିବାର ଦେଖାଯାଇଛି। ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନ ପରିସରର ସମସ୍ତ ପ୍ରକୋଷ୍ଠରେ ପ୍ରବେଶ କରି ମଉଜ କରୁଥିବା ଦେଖାଯାଇଛି। ରାଷ୍ଟ୍ରପତିଙ୍କ ଶୟନ କକ୍ଷ ଠାରୁ ଆରମ୍ଭ କରି ଅତିଥି ପ୍ରକୋଷ୍ଠ, ରୋଷେଇ ଗୃହ ଏବଂ ବିଶ୍ରାମ କକ୍ଷରେ ଲୋକମାନେ ଆରାମ କରୁଥିବାର ଦେଖାଯାଇଛି।ସତେ ଯେମିତି ରାଷ୍ଟ୍ରପତି ଭବନ ଏବେ ମଉଜସ୍ଥଳ ପାଲଟିଯାଇଛି।

ଆହୁରି ପଢ଼ନ୍ତୁ: କୋଲକାତାର ତାରାତଲାରେ ଭୁଶୁଡିଲା ନିର୍ମାଣାଧୀନ ଗୋଦାମର ଛାତ, ଭଗ୍ନାବଶେଷ ତଳେ ଅନେକ ଶ୍ରମିକ ଫସିରହିଥିବା ଆଶଙ୍କା

ସେଠାରେ ସେମାନେ ଏକ ନକଲି କ୍ୟାବିନେଟ୍ ବୈଠକ କରିଥିଲେ । ଯେଉଁଥିରେ ଦେଶର ଆର୍ଥିକ ସଙ୍କଟ ଉପରେ ଚର୍ଚ୍ଚା କରିଥିବା ଜଣାପଡିଛି ।ଏହାପରେ ପ୍ରଦର୍ଶନକାରୀ ରବିବାର ପ୍ରଧାନମନ୍ତ୍ରୀଙ୍କ ଆବାସ ଟେମ୍ପଲ ଟ୍ରିରେ ମଧ୍ୟ ପହଞ୍ଚିଯାଇଥିଲେ । ଯେପର୍ୟ୍ୟନ୍ତ ରାଷ୍ଟ୍ରପତି ଗୋଟାବୟା ଇସ୍ତଫା ନନେଇଛନ୍ତି ସେପର୍ୟ୍ୟନ୍ତ ନା ରାଷ୍ଟ୍ରପତି ଭବନ ନା ପ୍ରଧାନମନ୍ତ୍ରୀଙ୍କ ବାସଭବନ ଛାଡିଯିବା ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି ପ୍ରଦର୍ଶନକାରୀ ।

ଅନ୍ୟପକ୍ଷରେ ରବିବାର କିଛି ଲୋକ ରାଷ୍ଟ୍ରପତି ଭବନରୁ ପ୍ରାୟ ଦେଢ କୋଟି ଶ୍ରୀଲଙ୍କା ଟଙ୍କା ପାଇଥିବା ଜଣାପଡ଼ିଛି। ଏହାକୁ ସୁରକ୍ଷା ବିଭାଗକୁ ହସ୍ତାନ୍ତର କରାଯାଇଛି। ଗତକାଲିର ଏହି ଘଟଣା ପୂର୍ବରୁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଫେରାର ହୋଇଯାଇଥିଲା ବେଳେ ଏବେ ସୁଦ୍ଧା ତାଙ୍କ ସମ୍ପର୍କରେ କିଛି ସୂଚନା ମିଳିନାହିଁ । ତାଙ୍କର ଦୁଇଟି କାଫେଲା ରାଷ୍ଟ୍ରପତି ଭବନରୁ ବାହାରିଥିଲା ବେଳେ ସେ ବିଦେଶ ଫେରାର ହୋଇଯାଇଥାଇ ପାରନ୍ତି ବୋଲି କୁହାଯାଉଛି। ଅନ୍ୟପଟେ ସେ ସମୁଦ୍ର ଭିତରେ କୌଣସି ଜାହାଜରେ ଆଶ୍ରୟ ନେଇ ଥାଇପାରନ୍ତି ବୋଲି ମଧ୍ୟ କୁହାଯାଉଛି।

ତେବେ ଦେଶବାସୀଙ୍କୁ ଗ୍ୟାସ ଯୋଗାଣ ସୁନିଶ୍ଚିତ କରିବାକୁ ଗୋଟାବାୟା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀଲଙ୍କା ସଂସଦର ବାଚସ୍ପତି ମହିନ୍ଦା ଆପ୍ପା ଲୋକଙ୍କୁ ଶାନ୍ତ ହେବାକୁ ପରାମର୍ଶ ଦେବା ସହ ରାଷ୍ଟ୍ରପତି ଗୋଟାବାୟା ଆସନ୍ତା ବୁଧବାର ଇସ୍ତଫା ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଅନୁପସ୍ଥିତିରେ ସେ କାମଚଳା ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିବେ। ଏହାପରେ ସାଂସଦମାନେ ପରବର୍ତ୍ତୀ ରାଷ୍ଟ୍ରପତି ଚୟନ କରିବେ ବୋଲି ଜଣାପଡ଼ିଛି। ଏହାସତ୍ତ୍ବେ ଲୋକଙ୍କ ବିରୋଧ ଥମି ନ ଥିବା ଦେଖାଯାଇଛି। କଲମ୍ବୋ ବ୍ୟତୀତ ଦେଶର ଅନ୍ୟ କିଛି ଭାଗରେ ମଧ୍ୟ ଶହ ଶହ ଲୋକ ସରକାରଙ୍କ ବିରୋଧରେ ବିକ୍ଷୋଭ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା ସେନା ମୁଖ୍ୟ ଲୋକଙ୍କୁ ଶାନ୍ତ ହେବାକୁ ଆହ୍ବାନ ଜଣାଇଛନ୍ତି। ଏହାବ୍ୟତୀତ ବିଭିନ୍ନ ସ୍ଥାନରେ ସେନାକୁ ମଧ୍ୟ ସତର୍କ ରଖାଯାଇଛି।

11 Jul 2022 By The Sakala

ଗମ୍ଭୀର ହେବାରେ ଲାଗିଛି ଶ୍ରୀଲଙ୍କା ସ୍ଥିତି : ରାଷ୍ଟ୍ରପତି ଭବନରେ ପ୍ରଦର୍ଶନକାରୀ କରୁଛନ୍ତି କ୍ୟାବିନେଟ୍ ମିଟିଙ୍ଗ, ଅର୍ଥ ସଙ୍କଟ ଉପରେ ଚାଲିଛି ଆଲୋଚନା

କଲମ୍ବୋ : ଘୋର ଆର୍ଥିକ ଦୁର୍ଦ୍ଦିନର ଶିକାର ହୋଇଥିବା ଶ୍ରୀଲଙ୍କା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଗତକାଲିର ଘଟଣା ପରେ ଏବେ କୌଣସି ମୁହୂର୍ତ୍ତରେ ଦେଶରେ ଗୃହଯୁଦ୍ଧ ଦେଖାଯିବାର ଆଶଙ୍କା ସୃଷ୍ଟି କରିଛି। ଗୋଟିଏ ପକ୍ଷରେ ଦେଶବାସୀଙ୍କ ନିକଟରେ ଉତ୍କଟ ଖାଦ୍ୟାଭାବ ସହ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଜଟିଳ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଅନ୍ୟପଟେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ପଳାୟନ ଏବଂ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂଘେଙ୍କ ଇସ୍ତଫାକୁ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ସ୍ଥିତିକୁ ଆହୁରି ଗମ୍ଭୀର କରିଛି। ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରି ଶନିବାର ହଜାର ହଜାର ବିକ୍ଷୋଭକାରୀ ରାଷ୍ଟ୍ରପତିଙ୍କ ଆବାସ ‘ପ୍ରେସିଡେନ୍ସିଆଲ ପ୍ୟାଲେସ୍‌’ରେ ଖଣ୍ଡପ୍ରଳୟ କରିଥିଲେ।

ସେମାନେ ସୁରକ୍ଷା ବଳୟକୁ ବେଖାତିର କରି ରାଷ୍ଟ୍ରପତି ଭବନ ଭିତରେ ପଶିବା ସହିତ ଲଙ୍କାକାଣ୍ଡ ଘଟାଇଥିଲେ। ତେବେ ରବିବାର ମଧ୍ୟ ଶହ ଶହ ଲୋକ ରାଷ୍ଟ୍ରପତି ଭବନ ମଧ୍ୟକୁ ପଶିଥିବାର ଦେଖାଯାଇଛି। ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନ ପରିସରର ସମସ୍ତ ପ୍ରକୋଷ୍ଠରେ ପ୍ରବେଶ କରି ମଉଜ କରୁଥିବା ଦେଖାଯାଇଛି। ରାଷ୍ଟ୍ରପତିଙ୍କ ଶୟନ କକ୍ଷ ଠାରୁ ଆରମ୍ଭ କରି ଅତିଥି ପ୍ରକୋଷ୍ଠ, ରୋଷେଇ ଗୃହ ଏବଂ ବିଶ୍ରାମ କକ୍ଷରେ ଲୋକମାନେ ଆରାମ କରୁଥିବାର ଦେଖାଯାଇଛି।ସତେ ଯେମିତି ରାଷ୍ଟ୍ରପତି ଭବନ ଏବେ ମଉଜସ୍ଥଳ ପାଲଟିଯାଇଛି।

ସେଠାରେ ସେମାନେ ଏକ ନକଲି କ୍ୟାବିନେଟ୍ ବୈଠକ କରିଥିଲେ । ଯେଉଁଥିରେ ଦେଶର ଆର୍ଥିକ ସଙ୍କଟ ଉପରେ ଚର୍ଚ୍ଚା କରିଥିବା ଜଣାପଡିଛି ।ଏହାପରେ ପ୍ରଦର୍ଶନକାରୀ ରବିବାର ପ୍ରଧାନମନ୍ତ୍ରୀଙ୍କ ଆବାସ ଟେମ୍ପଲ ଟ୍ରିରେ ମଧ୍ୟ ପହଞ୍ଚିଯାଇଥିଲେ । ଯେପର୍ୟ୍ୟନ୍ତ ରାଷ୍ଟ୍ରପତି ଗୋଟାବୟା ଇସ୍ତଫା ନନେଇଛନ୍ତି ସେପର୍ୟ୍ୟନ୍ତ ନା ରାଷ୍ଟ୍ରପତି ଭବନ ନା ପ୍ରଧାନମନ୍ତ୍ରୀଙ୍କ ବାସଭବନ ଛାଡିଯିବା ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି ପ୍ରଦର୍ଶନକାରୀ ।

ଅନ୍ୟପକ୍ଷରେ ରବିବାର କିଛି ଲୋକ ରାଷ୍ଟ୍ରପତି ଭବନରୁ ପ୍ରାୟ ଦେଢ କୋଟି ଶ୍ରୀଲଙ୍କା ଟଙ୍କା ପାଇଥିବା ଜଣାପଡ଼ିଛି। ଏହାକୁ ସୁରକ୍ଷା ବିଭାଗକୁ ହସ୍ତାନ୍ତର କରାଯାଇଛି। ଗତକାଲିର ଏହି ଘଟଣା ପୂର୍ବରୁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଫେରାର ହୋଇଯାଇଥିଲା ବେଳେ ଏବେ ସୁଦ୍ଧା ତାଙ୍କ ସମ୍ପର୍କରେ କିଛି ସୂଚନା ମିଳିନାହିଁ । ତାଙ୍କର ଦୁଇଟି କାଫେଲା ରାଷ୍ଟ୍ରପତି ଭବନରୁ ବାହାରିଥିଲା ବେଳେ ସେ ବିଦେଶ ଫେରାର ହୋଇଯାଇଥାଇ ପାରନ୍ତି ବୋଲି କୁହାଯାଉଛି। ଅନ୍ୟପଟେ ସେ ସମୁଦ୍ର ଭିତରେ କୌଣସି ଜାହାଜରେ ଆଶ୍ରୟ ନେଇ ଥାଇପାରନ୍ତି ବୋଲି ମଧ୍ୟ କୁହାଯାଉଛି।

ତେବେ ଦେଶବାସୀଙ୍କୁ ଗ୍ୟାସ ଯୋଗାଣ ସୁନିଶ୍ଚିତ କରିବାକୁ ଗୋଟାବାୟା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀଲଙ୍କା ସଂସଦର ବାଚସ୍ପତି ମହିନ୍ଦା ଆପ୍ପା ଲୋକଙ୍କୁ ଶାନ୍ତ ହେବାକୁ ପରାମର୍ଶ ଦେବା ସହ ରାଷ୍ଟ୍ରପତି ଗୋଟାବାୟା ଆସନ୍ତା ବୁଧବାର ଇସ୍ତଫା ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଅନୁପସ୍ଥିତିରେ ସେ କାମଚଳା ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିବେ। ଏହାପରେ ସାଂସଦମାନେ ପରବର୍ତ୍ତୀ ରାଷ୍ଟ୍ରପତି ଚୟନ କରିବେ ବୋଲି ଜଣାପଡ଼ିଛି। ଏହାସତ୍ତ୍ବେ ଲୋକଙ୍କ ବିରୋଧ ଥମି ନ ଥିବା ଦେଖାଯାଇଛି। କଲମ୍ବୋ ବ୍ୟତୀତ ଦେଶର ଅନ୍ୟ କିଛି ଭାଗରେ ମଧ୍ୟ ଶହ ଶହ ଲୋକ ସରକାରଙ୍କ ବିରୋଧରେ ବିକ୍ଷୋଭ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା ସେନା ମୁଖ୍ୟ ଲୋକଙ୍କୁ ଶାନ୍ତ ହେବାକୁ ଆହ୍ବାନ ଜଣାଇଛନ୍ତି। ଏହାବ୍ୟତୀତ ବିଭିନ୍ନ ସ୍ଥାନରେ ସେନାକୁ ମଧ୍ୟ ସତର୍କ ରଖାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର