ବରିଷ୍ଠ ନେତା କପିଲ ସିବଲଙ୍କ ପ୍ରଶ୍ନ କଂଗ୍ରେସରେ କିଏ ନେଉଛି ନିଷ୍ପତ୍ତି

The Sakala Picture
Published On

ନୂଆଦିଲ୍ଲୀ : ପଞ୍ଜାବ ପ୍ରଦେଶ କଂଗ୍ରେସ ସଭାପତି ପଦରୁ ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେବା ପରେ ଦଳରେ ଏକ ଅଡୁଆ ସୃଷ୍ଟି ହୋଇଛି। ଦଳର ସାମ୍ପ୍ରତିକ ସ୍ଥିତିକୁ ନେଇ ବରିଷ୍ଠ ନେତାମାନେ ପୁନର୍ବାର ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ବର୍ତ୍ତମାନର ପରିସ୍ଥିତିକୁ ନେଇ ଯଥାଶିଘ୍ର କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଡକାଇବା ପାଇଁ ଦାବି କରିଛନ୍ତି। ଏଥି ସହିତ କପିଲ ସିବଲ ପ୍ରଶ୍ନ କରିଛନ୍ତି ଯେ କଂଗ୍ରେସ ଦଳରେ ବର୍ତ୍ତମାନ […]

ନୂଆଦିଲ୍ଲୀ : ପଞ୍ଜାବ ପ୍ରଦେଶ କଂଗ୍ରେସ ସଭାପତି ପଦରୁ ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେବା ପରେ ଦଳରେ ଏକ ଅଡୁଆ ସୃଷ୍ଟି ହୋଇଛି। ଦଳର ସାମ୍ପ୍ରତିକ ସ୍ଥିତିକୁ ନେଇ ବରିଷ୍ଠ ନେତାମାନେ ପୁନର୍ବାର ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ବର୍ତ୍ତମାନର ପରିସ୍ଥିତିକୁ ନେଇ ଯଥାଶିଘ୍ର କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଡକାଇବା ପାଇଁ ଦାବି କରିଛନ୍ତି। ଏଥି ସହିତ କପିଲ ସିବଲ ପ୍ରଶ୍ନ କରିଛନ୍ତି ଯେ କଂଗ୍ରେସ ଦଳରେ ବର୍ତ୍ତମାନ କେହି ବି ନିର୍ବାଚିତ ଅଧ୍ୟକ୍ଷ ନାହାନ୍ତି। ତେବେ ଆମେ ଜାଣିନୁ କଂଗ୍ରେସରେ କେଉଁମାନେ ଏସବୁ ନିଷ୍ପତ୍ତି ନେଉଛନ୍ତି।

ଆହୁରି ପଢ଼ନ୍ତୁ: ଇରାକରୁ ୨୩ ବର୍ଷ ପରେ ବିଦାୟ ନେଲା ଆମେରିକା ସେନା; ପୁଣି ସକ୍ରିୟ ହେବେ କି ଆତଙ୍କବାଦୀ ଓ ଇରାନ ସମର୍ଥିତ ଗୋଷ୍ଠୀ?


କପିଲ ସିବଲ ଆହୁରି ମଧ୍ୟ କହିଛନ୍ତି ନେତାମନେ କଣ ପାଇଁ କଂଗ୍ରେସ ଛାଡି ଯାଉଛନ୍ତି ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଜତିନ ପ୍ରସାଦ ଦଳ ଛାଡିଥିଲେ । ଏହାପରେ ମଧ୍ୟ ଦଳ ଛାଡିବା ବନ୍ଦ ହେଲାନି । ଯଦି ଲୋକମାନେ ଦଳ ଛାଡିବା ବନ୍ଦ ନକରନ୍ତି, ତେବେ ଦଳ ଏକ ବଡ଼ କ୍ଷତି ସହିବ। ମୁଁ ପାର୍ଟିର କ୍ଷତି ଦେଖିପାରୁ ନାହିଁ। ଆମକୁ ତୁରନ୍ତ ସିଡବ୍ଲ୍ୟୁସି ଡାକି ଆଲୋଚନା କରିବାକୁ ହେବ। ଆମେ କେବେ ହେଲେ କଂଗ୍ରେସର ଆଦର୍ଶକୁ ଛାଡ଼ି ଅନ୍ୟ କେଉଁଠିକୁ ଯିବାକୁ ଚାହୁଁନୁ। କିନ୍ତୁ ସବୁଠାରୁ ଆଶ୍ଚର୍ୟ୍ୟଜନକ ଘଟଣା ହେଲା ହାଇକମାଣ୍ଡଙ୍କ ଘନିଷ୍ଠ କୁହାଯାଉଥିବା ନେତାମାନେ ଅନ୍ୟତ୍ର ଚାଲି ଯାଉଛନ୍ତି। ଯେଉଁମାନେ ଘନିଷ୍ଠ ନୁହନ୍ତି, ସେମାନେ ଦଳରେ ରହିଛନ୍ତି।


ସିବଲ କଂଗ୍ରେସ ନେତୃତ୍ୱକୁ ତୀବ୍ର ସମାଲୋଚନା କରିଛନ୍ତି। ଦଳୀୟ ନିର୍ବାଚନରେ ବିଳମ୍ବ ହେଉଥିବାରୁ ସେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। କଂଗ୍ରେସ ଏବେ ମୁରବୀଶୂନ୍ୟ ହୋଇ ଯାଇଛି। ତୁରନ୍ତ ନେତୃତ୍ୱ ପରିବର୍ତ୍ତନ, ଦଳୀୟ ସଙ୍କଟର ଦୂରୀକରଣ ଓ ସାଂଗଠିନକ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି। ପୂର୍ବରୁ ମଧ୍ୟ ସବିଲଙ୍କ ସମେତ ଏକାଧିକ ବରିଷ୍ଠ ନେତା କଂଗ୍ରେସର ନେତୃତ୍ୱ ପରିବର୍ତ୍ତନ ପାଇଁ ଦାବି କରି ସୋନିଆ ଗାନ୍ଧିଙ୍କ ପାଖକୁ ଚିଠି ଲେଖିଥିଲେ। ସାଂଗଠନିକ ପରିବର୍ତ୍ତନ ପାଇଁ ଦଳୀୟ ନିର୍ବାଚନ ହେବ ବୋଲି ସୂଚନା ମିଳିଥିଲା। କିନ୍ତୁ ମହାମାରୀ କରୋନା ଆଳରେ ଏହା ସମ୍ଭବ ହୋଇପାରିନାହିଁ। ଏବେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ଦଳୀୟ କନ୍ଦଳ ଦେଖା ଯାଉଥିବାରୁ ସିବଲ ଦଳର ହାଇକମାଣ୍ଡଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଏବଂ ଯଥା ଶିଘ୍ର ନିର୍ବାଚନ କରି କଂଗ୍ରେସର ଅଧ୍ୟକ୍ଷ ଘୋଷଣା କରିବା ସହ ରାଜ୍ୟମାନଙ୍କରେ କଂଗ୍ରେସର ବିପର୍ଯ୍ୟୟ ଦେଖାଦେଇଛି ତାହାର ସମାଧାନ କରାଯିବା ଉଚିତ ବୋଲି ବରିଷ୍ଠ ନେତା କପିଲ ସିବଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର