ଫ୍ରାନ୍ସରେ ନିର୍ମାଣ ହେଉଛି କୃତ୍ରିମ ସୂର୍ଯ୍ୟ, ଭାରତ ସମେତ ୩୫ ଦେଶର ବୈଜ୍ଞାନିକ ସାମିଲ

The Sakala Picture
Published On

ପ୍ୟାରିସ୍‌ : ଫ୍ରାନ୍ସରେ କୃତ୍ରିମ ସୂର୍ଯ୍ୟ ନିର୍ମାଣ କରାଯାଉଛି। ଦେଶର ଦକ୍ଷିଣରେ ଥିବା ପାହାଡିଆ ଅଞ୍ଚଳରେ ଏହାର ନିର୍ମାଣ ଚାଲିଛି। ସାରା ବିଶ୍ବରେ ସ୍ବଚ୍ଛ ଶକ୍ତିର ଉତ୍ସକୁ ହାସଲ କରିବା ପାଇଁ ଜୋରସୋର୍‌ରେ ଏହି ପ୍ରକଳ୍ପ ଆଗେଇ ଚାଲିଛି। ଏହି କାର୍ଯ୍ୟରେ ଭାରତ ସମେତ ୩୫ ଦେଶର ବୈଜ୍ଞାନିକ ସାମିଲ ହୋଇଛନ୍ତି। ଏହି କୃତ୍ରିମ ସୂର୍ଯ୍ୟର ପ୍ରସ୍ତୁତ ହୋଇଯିବା ପରେ ମାନବ ସମାଜରେ ଦେଖାଯାଉଥିବା ବିଶ୍ବର ସବୁଠାରୁ ବଡ଼ ଶକ୍ତି ସଙ୍କଟ ଶେଷ ହୋଇଯିବ। ଏହା ସହିତ […]

ପ୍ୟାରିସ୍‌ : ଫ୍ରାନ୍ସରେ କୃତ୍ରିମ ସୂର୍ଯ୍ୟ ନିର୍ମାଣ କରାଯାଉଛି। ଦେଶର ଦକ୍ଷିଣରେ ଥିବା ପାହାଡିଆ ଅଞ୍ଚଳରେ ଏହାର ନିର୍ମାଣ ଚାଲିଛି। ସାରା ବିଶ୍ବରେ ସ୍ବଚ୍ଛ ଶକ୍ତିର ଉତ୍ସକୁ ହାସଲ କରିବା ପାଇଁ ଜୋରସୋର୍‌ରେ ଏହି ପ୍ରକଳ୍ପ ଆଗେଇ ଚାଲିଛି। ଏହି କାର୍ଯ୍ୟରେ ଭାରତ ସମେତ ୩୫ ଦେଶର ବୈଜ୍ଞାନିକ ସାମିଲ ହୋଇଛନ୍ତି। ଏହି କୃତ୍ରିମ ସୂର୍ଯ୍ୟର ପ୍ରସ୍ତୁତ ହୋଇଯିବା ପରେ ମାନବ ସମାଜରେ ଦେଖାଯାଉଥିବା ବିଶ୍ବର ସବୁଠାରୁ ବଡ଼ ଶକ୍ତି ସଙ୍କଟ ଶେଷ ହୋଇଯିବ। ଏହା ସହିତ ଜଳବାୟୁ ପରିବର୍ତ୍ତନ ସମସ୍ୟାରୁ ପୃଥିବୀ ମୁକ୍ତି ପାଇବ।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗରେ ଅଭୂତପୂର୍ବ ସାମ୍ବିଧାନିକ ସଙ୍କଟ: ନିର୍ବାଚନ ହାରିବା ପରେ ବି ଇସ୍ତଫା ଦେବାକୁ ମମତା ବାନାର୍ଜୀଙ୍କ ମନା, ଆଜି ସରୁଛି ବିଧାନସଭା କାର୍ଯ୍ୟକାଳ

ଏହି କୃତ୍ରିମ ସୂର୍ଯ୍ୟରୁ ଏକ ପରମାଣୁ ଇନ୍ଧନରୁ ୮ ଟନ୍‌ ତୈଳ ସମାନ ଶକ୍ତି ମିଳିବ। ବୈଜ୍ଞାନିକମାନେ ନ୍ୟୁକ୍ଲିୟର ଫ୍ୟୁଜନ ଦିଗରେ ସଫଳତା ହାସଲ କରିବା ଲାଗି କାର୍ଯ୍ୟ ଜାରି ରଖିଛନ୍ତି। ସୂର୍ଯ୍ୟ ଏବଂ ଅନ୍ୟ ଗ୍ରହଗୁଡିକରେ ପ୍ରାକୃତିକ ଭାବେ ନ୍ୟୁକ୍ଲିୟର ଫ୍ୟୁଜନ ପ୍ରକ୍ରିୟା ଜାରି ରହିଛି। ତେବେ ଏହି ପ୍ରକ୍ରିୟା ପୃଥିବୀରେ ହେବା ସହଜ ନୁହେଁ। ନ୍ୟୁକ୍ଲିୟର ଫ୍ୟୁଜନ ମାଧ୍ୟମରେ ଜୀବାଶ୍ମ ଇନ୍ଧନ ବଦଳରେ ଅସୀମିତ ଶକ୍ତି ମିଳିଥାଏ। ଏଥିରୁ ଆଦୌ ଗ୍ରୀନ ହାଉନ ଗ୍ୟାସ ମିଳିନଥାଏ। ଏହା ରେଡିଓ ଆକ୍ଟିଭ ପ୍ରଦୂଷଣରୁ ମଧ୍ୟ ମୁକ୍ତି ଦେବ ବୋଲି
ଆଶା କରାଯାଉଛି।

ଫ୍ରାନ୍ସର ଅନ୍ତର୍ଜାତୀୟ ଥର୍ମୋନ୍ୟୁକ୍ଲିୟର ଏକ୍ସପିରିମେଣ୍ଟାଲ ରିଆକ୍ଟର (ଆଇଟିଇଆର) ଏଭଳି ପ୍ରଥମ ଡିଭାଇସ ହେବ ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ଫ୍ୟୁଜନ ପ୍ରତିକ୍ରିୟାକୁ ଜାରି ରଖିବ। ଏଥିରେ ଇଣ୍ଟିଗ୍ରେଟେଡ ଟେକ୍ନୋଲୋଜି ଏବଂ ଅନ୍ୟ ସାମଗ୍ରୀର ପରୀକ୍ଷଣ କରାଯିବ। ଫ୍ୟୁଜନ ଦ୍ବାରା ବିଜୁଳିର ବ୍ୟବସାୟିକ ଉତ୍ପାଦନ ପାଇଁ କରାଯିବ। ଏ ଦିଗରେ ପରୀକ୍ଷଣ ପାଇଁ ୧୯୮୫ ମସିହାରେ ଯୋଜନା କରାଯାଇଥିଲା। ଏହାର ଡିଜାଇନରେ ଭାରତ, ଜାପାନ, କୋରିଆ, ୟୁରୋପୀୟ ସଂଘ (ଇୟୁ) ଏବଂ ଆମେରିକାର ଭୂମିକା ରହିଛି।

ଆହୁରି ପଢ଼ନ୍ତୁ: ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଦାବି: ରାଜନୀତିରେ ପ୍ରବେଶ କରିବାକୁ ଦିଲଜିତ ଦୋସାଞ୍ଝଙ୍କ ଉପରେ ପଡ଼ୁଛି ଚାପ

08 Jun 2022 By The Sakala

ଫ୍ରାନ୍ସରେ ନିର୍ମାଣ ହେଉଛି କୃତ୍ରିମ ସୂର୍ଯ୍ୟ, ଭାରତ ସମେତ ୩୫ ଦେଶର ବୈଜ୍ଞାନିକ ସାମିଲ

ପ୍ୟାରିସ୍‌ : ଫ୍ରାନ୍ସରେ କୃତ୍ରିମ ସୂର୍ଯ୍ୟ ନିର୍ମାଣ କରାଯାଉଛି। ଦେଶର ଦକ୍ଷିଣରେ ଥିବା ପାହାଡିଆ ଅଞ୍ଚଳରେ ଏହାର ନିର୍ମାଣ ଚାଲିଛି। ସାରା ବିଶ୍ବରେ ସ୍ବଚ୍ଛ ଶକ୍ତିର ଉତ୍ସକୁ ହାସଲ କରିବା ପାଇଁ ଜୋରସୋର୍‌ରେ ଏହି ପ୍ରକଳ୍ପ ଆଗେଇ ଚାଲିଛି। ଏହି କାର୍ଯ୍ୟରେ ଭାରତ ସମେତ ୩୫ ଦେଶର ବୈଜ୍ଞାନିକ ସାମିଲ ହୋଇଛନ୍ତି। ଏହି କୃତ୍ରିମ ସୂର୍ଯ୍ୟର ପ୍ରସ୍ତୁତ ହୋଇଯିବା ପରେ ମାନବ ସମାଜରେ ଦେଖାଯାଉଥିବା ବିଶ୍ବର ସବୁଠାରୁ ବଡ଼ ଶକ୍ତି ସଙ୍କଟ ଶେଷ ହୋଇଯିବ। ଏହା ସହିତ ଜଳବାୟୁ ପରିବର୍ତ୍ତନ ସମସ୍ୟାରୁ ପୃଥିବୀ ମୁକ୍ତି ପାଇବ।

ଏହି କୃତ୍ରିମ ସୂର୍ଯ୍ୟରୁ ଏକ ପରମାଣୁ ଇନ୍ଧନରୁ ୮ ଟନ୍‌ ତୈଳ ସମାନ ଶକ୍ତି ମିଳିବ। ବୈଜ୍ଞାନିକମାନେ ନ୍ୟୁକ୍ଲିୟର ଫ୍ୟୁଜନ ଦିଗରେ ସଫଳତା ହାସଲ କରିବା ଲାଗି କାର୍ଯ୍ୟ ଜାରି ରଖିଛନ୍ତି। ସୂର୍ଯ୍ୟ ଏବଂ ଅନ୍ୟ ଗ୍ରହଗୁଡିକରେ ପ୍ରାକୃତିକ ଭାବେ ନ୍ୟୁକ୍ଲିୟର ଫ୍ୟୁଜନ ପ୍ରକ୍ରିୟା ଜାରି ରହିଛି। ତେବେ ଏହି ପ୍ରକ୍ରିୟା ପୃଥିବୀରେ ହେବା ସହଜ ନୁହେଁ। ନ୍ୟୁକ୍ଲିୟର ଫ୍ୟୁଜନ ମାଧ୍ୟମରେ ଜୀବାଶ୍ମ ଇନ୍ଧନ ବଦଳରେ ଅସୀମିତ ଶକ୍ତି ମିଳିଥାଏ। ଏଥିରୁ ଆଦୌ ଗ୍ରୀନ ହାଉନ ଗ୍ୟାସ ମିଳିନଥାଏ। ଏହା ରେଡିଓ ଆକ୍ଟିଭ ପ୍ରଦୂଷଣରୁ ମଧ୍ୟ ମୁକ୍ତି ଦେବ ବୋଲି
ଆଶା କରାଯାଉଛି।

ଫ୍ରାନ୍ସର ଅନ୍ତର୍ଜାତୀୟ ଥର୍ମୋନ୍ୟୁକ୍ଲିୟର ଏକ୍ସପିରିମେଣ୍ଟାଲ ରିଆକ୍ଟର (ଆଇଟିଇଆର) ଏଭଳି ପ୍ରଥମ ଡିଭାଇସ ହେବ ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ଫ୍ୟୁଜନ ପ୍ରତିକ୍ରିୟାକୁ ଜାରି ରଖିବ। ଏଥିରେ ଇଣ୍ଟିଗ୍ରେଟେଡ ଟେକ୍ନୋଲୋଜି ଏବଂ ଅନ୍ୟ ସାମଗ୍ରୀର ପରୀକ୍ଷଣ କରାଯିବ। ଫ୍ୟୁଜନ ଦ୍ବାରା ବିଜୁଳିର ବ୍ୟବସାୟିକ ଉତ୍ପାଦନ ପାଇଁ କରାଯିବ। ଏ ଦିଗରେ ପରୀକ୍ଷଣ ପାଇଁ ୧୯୮୫ ମସିହାରେ ଯୋଜନା କରାଯାଇଥିଲା। ଏହାର ଡିଜାଇନରେ ଭାରତ, ଜାପାନ, କୋରିଆ, ୟୁରୋପୀୟ ସଂଘ (ଇୟୁ) ଏବଂ ଆମେରିକାର ଭୂମିକା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର