ସତନା ସେଣ୍ଟ୍ରାଲ ଜେଲର ମହିଳା ଜେଲରଙ୍କ ପ୍ରେମ ବିବାହ: ଆଜୀବନ କାରାଦଣ୍ଡ ଭୋଗିଥିବା କଏଦୀଙ୍କୁ କଲେ ଜୀବନସାଥୀ

Suryakanta Picture
Published On

ମଧ୍ୟପ୍ରଦେଶର ସତନା ଜିଲ୍ଲାରେ ଏକ ନିଆରା ପ୍ରେମ କାହାଣୀ ସାମ୍ନାକୁ ଆସିଛି। ସତନା ସେଣ୍ଟ୍ରାଲ ଜେଲର (Satna Central Jail) ମହିଳା ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ ଫିରୋଜା ଖାତୁନ ଜଣେ ପୂର୍ବତନ କଏଦୀ ଧର୍ମେନ୍ଦ୍ର ସିଂହଙ୍କୁ ବିବାହ କରିଛନ୍ତି। ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗିଥିବା ଧର୍ମେନ୍ଦ୍ରଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଜେଲରେ ଡ୍ୟୁଟି ସମୟରେ ଆରମ୍ଭ ହୋଇଥିଲା। ପରେ ଉଭୟ ଧର୍ମ ଓ ସମାଜର ପ୍ରାଚୀର ଡେଇଁ ହିନ୍ଦୁ ରୀତିନୀତିରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

ଆହୁରି ପଢ଼ନ୍ତୁ: ୩ କୋଟିର ରାସ୍ତା ବର୍ଷାରେ ବେହାଲ୍: ଧସିଲା ୯୦ ଫୁଟ୍‌ର ପିଚ୍ ରାସ୍ତା, ବିଚ୍ଛିନ୍ନ ହେଲା ଯୋଗାଯୋଗ

କିପରି ଆରମ୍ଭ ହେଲା ପ୍ରେମ କାହାଣୀ?

ସୂଚନା ଅନୁଯାୟୀ, ରେୱା ବାସିନ୍ଦା ଫିରୋଜା ଖାତୁନ ସତନା ସେଣ୍ଟ୍ରାଲ ଜେଲରେ ୱାରେଣ୍ଟ ଇନଚାର୍ଜ ଭାବରେ କାର୍ଯ୍ୟ କରୁଥିଲେ। ସେହି ସମୟରେ ଧର୍ମେନ୍ଦ୍ର ସିଂହ ଜେଲରେ ନିଜର ଦଣ୍ଡ ଭୋଗୁଥିଲେ ଏବଂ ଜେଲର ପ୍ରଶାସନିକ କାର୍ଯ୍ୟରେ ସାହାଯ୍ୟ କରୁଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ପ୍ରେମରେ ପରିଣତ ହୋଇଥିଲା। ୨୦୦୭ ମସିହାରେ ଚାନ୍ଦଲା ନଗର ପରିଷଦର ଉପାଧ୍ୟକ୍ଷ କୃଷ୍ଣ ଦତ୍ତ ଦୀକ୍ଷିତଙ୍କ ହତ୍ୟା ମାମଲାରେ ଧର୍ମେନ୍ଦ୍ରଙ୍କୁ ଆଜୀବନ କାରାଦଣ୍ଡ ମିଳିଥିଲା। ପ୍ରାୟ ୧୪ ବର୍ଷ ଜେଲରେ ରହିବା ପରେ ଭଲ ଆଚରଣ ଯୋଗୁଁ ତାଙ୍କୁ ୪ ବର୍ଷ ପୂର୍ବେ ମୁକ୍ତ କରାଯାଇଥିଲା। ଜେଲରୁ ବାହାରିବା ପରେ ମଧ୍ୟ ଉଭୟଙ୍କ ମଧ୍ୟରେ ସମ୍ପର୍କ ଅତୁଟ ରହିଥିଲା।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ହିନ୍ଦୁ ରୀତିନୀତିରେ ସମ୍ପନ୍ନ ହେଲା ବିବାହ

ଧର୍ମେନ୍ଦ୍ର ହିନ୍ଦୁ ହୋଇଥିବାବେଳେ ଫିରୋଜା ଜଣେ ମୁସଲମାନ, ତେଣୁ ଏହି ବିବାହକୁ ଫିରୋଜାଙ୍କ ପରିବାର ତରଫରୁ ତୀବ୍ର ବିରୋଧ କରାଯାଇଥିଲା। ତେବେ ପରିବାରର ବିରୋଧ ସତ୍ତ୍ୱେ ମେ' ୫ ତାରିଖରେ ଛତରପୁର ଜିଲ୍ଲାର ଲବକୁଶନଗରରେ ଧର୍ମେନ୍ଦ୍ରଙ୍କ ପରିବାର ଉପସ୍ଥିତିରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହ ସମ୍ପୂର୍ଣ୍ଣ ରୂପେ ବୈଦିକ ମନ୍ତ୍ରୋଚ୍ଚାରଣ ଏବଂ ହିନ୍ଦୁ ରୀତିନୀତିରେ ଅନୁଷ୍ଠିତ ହୋଇଥିଲା।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

କନ୍ୟାଦାନ କଲେ ଭିଏଚପି ନେତା

ଫିରୋଜାଙ୍କ ପରିବାରର କୌଣସି ସଦସ୍ୟ ଏହି ବିବାହରେ ସାମିଲ ନହେବାରୁ କନ୍ୟାଦାନ ରୀତିନୀତି ସମ୍ପନ୍ନ କରିବାରେ ଅସୁବିଧା ଦେଖାଦେଇଥିଲା। ତେବେ ଏହି ସମୟରେ ବିଶ୍ୱ ହିନ୍ଦୁ ପରିଷଦ (VHP) ର ଜିଲ୍ଲା ଉପସଭାପତି ରାଜବାହାଦୁର ମିଶ୍ର ଏବଂ ତାଙ୍କ ପତ୍ନୀ ଆଗେଇ ଆସି ଫିରୋଜାଙ୍କ କନ୍ୟାଦାନ କରିଥିଲେ। ଏହି ବିବାହ ଉତ୍ସବରେ ବଜରଙ୍ଗ ଦଳର କର୍ମୀମାନେ ମଧ୍ୟ ଉପସ୍ଥିତ ଥିଲେ। ବର୍ତ୍ତମାନ ଏହି ଅସାଧାରଣ ପ୍ରେମ କାହାଣୀ ଏବଂ ବିବାହ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର