ଆଉ କିଛି ସମୟର ଅପେକ୍ଷା : ଉଦ୍ଧାର ହେବ ୪ ଦିନ ହେଲାଣି ୮୦ ଫୁଟର ବୋରୱେଲରେ ଗଳିପଡିଥିବା ୧୧ ବର୍ଷିୟ ରାହୁଲ

The Sakala Picture
Published On

ଭୁବନେଶ୍ବର : ଆଉ ମାତ୍ର କିଛି ସମୟର ଅପେକ୍ଷା। ଉଦ୍ଧାର ହେବ ରାହୁଲ। ବୋରୱେଲ ପାଇଁ ଖୋଳାଯାଇଥିବା ଏକ ଗର୍ତ୍ତରେ ଖସି ପଡ଼ିଥିବା ରାହୁଲ ସାହୁ (୧୧)ଙ୍କୁ ଉଦ୍ଧାର ପାଇଁ ଉଦ୍ଧାରକାରୀ ଦଳ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି। ଟାଣ ମାଟି ଓ ପଥର କାଟି ଉଦ୍ଧାରକାରୀ ଦଳ ରାହୁଲ ପାଖରେ ପହଞ୍ଚିବାକୁ ଯେଉଁ ଉଦ୍ୟମ କରିଛନ୍ତି ସେଥିରେ ସଫଳ ହେବାକୁ ଆଉ ମାତ୍ର ୨ ଫୁଟ୍‌ର ବ୍ୟବଧାନ ରହିଛି। ଦୀର୍ଘ ୪ ଦିନର ଅହରହ କସରତ […]

ଭୁବନେଶ୍ବର : ଆଉ ମାତ୍ର କିଛି ସମୟର ଅପେକ୍ଷା। ଉଦ୍ଧାର ହେବ ରାହୁଲ। ବୋରୱେଲ ପାଇଁ ଖୋଳାଯାଇଥିବା ଏକ ଗର୍ତ୍ତରେ ଖସି ପଡ଼ିଥିବା ରାହୁଲ ସାହୁ (୧୧)ଙ୍କୁ ଉଦ୍ଧାର ପାଇଁ ଉଦ୍ଧାରକାରୀ ଦଳ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି। ଟାଣ ମାଟି ଓ ପଥର କାଟି ଉଦ୍ଧାରକାରୀ ଦଳ ରାହୁଲ ପାଖରେ ପହଞ୍ଚିବାକୁ ଯେଉଁ ଉଦ୍ୟମ କରିଛନ୍ତି ସେଥିରେ ସଫଳ ହେବାକୁ ଆଉ ମାତ୍ର ୨ ଫୁଟ୍‌ର ବ୍ୟବଧାନ ରହିଛି। ଦୀର୍ଘ ୪ ଦିନର ଅହରହ କସରତ ପରେ ଉଦ୍ଧାରକାରୀ ଦଳ ରାହୁଲ ପାଖରେ ପହଁଚିବାକୁ ଯାଉଛନ୍ତି ।

ଆହୁରି ପଢ଼ନ୍ତୁ: "ବିବାହ ପରେ ଝିଅମାନଙ୍କୁ ଏକାକୀ ଛାଡିଦେବା ଭାରତୀୟ ସମାଜର ନିନ୍ଦନୀୟ ପ୍ରଥା": କଙ୍ଗନା ରଣାୱତଙ୍କ ବଡ଼ ବୟାନ

କୋଟି କୋଟି ଲୋକଙ୍କ ପ୍ରାର୍ଥନାକୁ ଶୁଣୁଛନ୍ତି ଜଗତର ନାଥ ଜଗନ୍ନାଥ। ଦୀର୍ଘ ୪ ଦିନର ପରିଶ୍ରମ ପରେ ଉଦ୍ଧାରକାରୀ ଦଳ ରାହୁଲ ପାଖା ପାଖି ପହଞ୍ଚି ଯାଇଛନ୍ତି।  ଏନେଇ ସୂଚନା ଦେଇଛନ୍ତି ଚମ୍ପା ଜିଲ୍ଲାର ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଲା । ଏନଡିଆରଏଫ ଏବଂ ଏସଡିଆରଏଫ ଟିମ ଉଦ୍ୟମ ସଫଳ ହେବାକୁ ଯାଉଛି । ଉଦ୍ଧାରକାରୀ ଦଳ ରାହୁଲକୁ ବୋରୱେଲରୁ ବାହାର କରିବା ପରେ  ତତକ୍ଷଣାତ୍ ମେଡିକାଲ ନେବାକୁ ପ୍ରସ୍ତୁତ ହୋଇ ରହିଛି ଆମ୍ବୁଲାନ୍ସ। ଏଥି ପାଇଁ ସେହିସ୍ଥାନର ଚତୁପାର୍ଶ୍ୱକୁକଡ଼ା ସୁରକ୍ଷା ବଳୟ ଭିତରେ ଅର୍ଥାତ ଗ୍ରୀନ କରିଡର ମାଧ୍ୟମରେ ମେଡିକାଲକୁ ପଠାଯିବାକୁ ବ୍ୟବସ୍ଥା ହୋଇଛି। ବୋରୱେଲ ପାଖରେ ସଜାଗ ରହିଛି ମେଡିକାଲ ଟିମ୍ । ସେ ରାହୁଲର ସ୍ବାସ୍ଥ୍ୟ ଅବସ୍ଥା ଉପରେ ନଜର ରଖିଥିଲେ।

ଆହୁରି ପଢ଼ନ୍ତୁ: ଭାରତରେ ନୂଆ ରାଜନୈତିକ ଲଢ଼େଇ: 'କକରୋଚ୍ ଜନତା ପାର୍ଟି' ବନାମ 'ନ୍ୟାସନାଲ୍ ପାରାସାଇଟିକ୍ ଫ୍ରଣ୍ଟ'

ଛତିଶଗଡ଼ ରାଜ୍ୟ ଜାଞ୍ଜଗିର- ଚାମ୍ପାର ମାଲଖାଦାରୁଆ ଥାନା ଅଧୀନ ପରହ୍ରିଡ଼ ଗାଁରେ ରାହୁଲଙ୍କ ଘର। ଗତ ଶୁକ୍ରବାର ଦିନରେ ୨ଟା ବେଳେ ପିଲାଟି ତାଙ୍କ ଘର ପଛରେ ଖେଳୁଥିବା ବେଳେ ଏକ ପରିତ୍ୟକ୍ତ ବୋରୱେଲରେ ଖସିପଡିଥିଲା । ପିଲାଟିର ପରିବାର ସଦସ୍ୟ ଖୋଜି ଖୋଜି ନପାଇବାରୁ ପାଟି କରି ଡାକିଥିଲେ । ତେବେ ଶିଶୁର ସ୍ୱର ଗର୍ତ୍ତ ଭିତରୁ ଶୁଣାଯାଇଥିଲା । ଯାହା ପରେ ତୁରନ୍ତ ପରିବାର ସଦସ୍ୟ ଏହା ବିଷୟରେ ୧୧୨ କୁ ଫୋନ କରି ସାହାଯ୍ୟ ପାଇଁ ଜଣାଇଥିଲେ।

ଆହୁରି ପଢ଼ନ୍ତୁ: ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହମଜା ବୁରହାନକୁ ପାକିସ୍ତାନରେ ଗୁଳିକରି ହତ୍ୟା

ଏହାପରେ ଏହାପରେ ପୁଲିସ୍‌ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଅପରାହ୍ନ ୪ଟାରୁ ରାହୁଲଙ୍କୁ ୮୦ ଫୁଟ ତଳୁ ଉଦ୍ଧାର କରିବାକୁ ପ୍ରୟାସ ଆରମ୍ଭ କରିଥିଲେ। ରାହୁଲଙ୍କୁ ଉଦ୍ଧାର କରିବା ପାଇଁ ବୋରୱେଲ ନିକଟରେ ସମାନ୍ତରଳ ଭାବେ ଜେସିବି ଦ୍ୱାରା ଆଉ ଗୋଟିଏ ଗାତ ଖୋଳା ଯଇଥିଲା। କିନ୍ତୁ ସେଠାରେ ପଥର ପଡିବାରୁ ଆଉ ଖୋଳିବା ସମ୍ଭବ ହୋଇନଥିଲା। ଯାହା ଫଳରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଅଧିକାରୀମାନଙ୍କୁ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଯାହା ପରେ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ, ଏନଡିଆରଏଫ ଏବଂ ସ୍ୱାସ୍ଥ୍ୟ ବିଭାଗର ଟିମ୍ ନିୟୋଜିତ ହୋଇ ଅପରେସନ୍‌ ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ଆଇଜି, ଡିଜି, କଲେକ୍ଟର ଏସପିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଅପରେସନ୍‌ ରାହୁଲର ତଦାରଖ କରିଥିଲେ। ଶିଶୁଟିକୁ ନିରାପଦରେ ବାହାରକୁ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ଜୋରସୋର କରାଯାଇଥିଲା।

ରାହୁଲ ଜନ୍ମରୁ ମୁକ ବଧୀର ଅଟେ। ଏଣୁ ଏତେ ସମୟ ୮୦ ଫୁଟ ଗର୍ତ୍ତରେ ପଡିଥିବା ରାହୁଲର ଅବସ୍ଥା କିଭଳି ରହିଛି, ତାହା ଅନୁଧ୍ୟାନ କରିବାପାଇଁ ଗୁଜରାଟରୁ ଏକ ରୋବୋଟ ମଧ୍ୟ ଆସିଥିଲା। ସେହିପରି କ୍ୟାମେରା ଦ୍ୱାରା ତାଙ୍କ ଅବସ୍ଥିତି ଜାଣିଥିଲା ପ୍ରଶାସନ। ବୋରୱେଲ ପାଖରେ ଡାକ୍ତରୀ ଟିମ ଉପସ୍ଥିତି ଥିବା ବେଳେ ରାହୁଲକୁ ଅମ୍ଳଜାନ ଯୋଗାଇବାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ପାଇପ୍‌ ମାଧ୍ୟମରେ ରାହୁଲ ପାଖକୁ ଅମ୍ଳଜାନ ପଠାଯାଇଥିଲା। ଶିଶୁ ଫସି ରହିଥିବାରୁ କିଛି କିଛି ସମୟର ବ୍ୟବଧାନରେ ଖାଦ୍ୟ ସାମଗ୍ରୀ ପଠାଯାଉଥିଲା। କଦଳୀ, ଫଳ ଏବଂ ଓଆର୍‌ଏସ୍‌ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ପଠାଯାଉଥିଲା।

ଅନ୍ୟପଟେ ସୁରକ୍ଷିତ ଭାବେ ରାହୁଲକୁ ଉଦ୍ଧାର ପାଇଁ ଗୁଜରାଟରୁ ରୋବଟ୍‌ ଅଣାଯାଇଥିଲା। ତାହା ଚତୁରତାର ସହିତ ଉକ୍ତ ଶିଶୁର ଶାରୀରିକ, ମାନସିକ ସ୍ଥିତି ଅନୁଧ୍ୟାନ କରିବା ସହିତ ଏହାର ସୂଚନା କମ୍ପ୍ୟୁଟର ମାଧ୍ୟମରେ ଉଦ୍ଧାରକାରୀ ଦଳକୁ ପ୍ରେରଣ କରୁଥିଲା। ରୋବୋଟର ସୂଚନା ମୁତାବକ ଶିଶୁଟି କିଛି ସମୟ ଛିଡ଼ା ହୋଇ ପୁଣି ଶୋଇପଡ଼ୁଥିଲା। ଗର୍ତ୍ତ ବାହାରେ ଏକାଧିକ ମେସିନ ଦ୍ବାରା ଏକ ଟନେଲ ଖୋଳାଯାଇଥିଲା। କାଳେ ଗର୍ତ୍ତଟି ଭୁଶୁଡ଼ି ପଡ଼ିବ, ସେ ନେଇ ବହୁ ସୁରକ୍ଷିତ ଭାବେ କାର୍ଯ୍ୟ କରାଯାଇଛି।

13 Jun 2022 By The Sakala

ଆଉ କିଛି ସମୟର ଅପେକ୍ଷା : ଉଦ୍ଧାର ହେବ ୪ ଦିନ ହେଲାଣି ୮୦ ଫୁଟର ବୋରୱେଲରେ ଗଳିପଡିଥିବା ୧୧ ବର୍ଷିୟ ରାହୁଲ

ଭୁବନେଶ୍ବର : ଆଉ ମାତ୍ର କିଛି ସମୟର ଅପେକ୍ଷା। ଉଦ୍ଧାର ହେବ ରାହୁଲ। ବୋରୱେଲ ପାଇଁ ଖୋଳାଯାଇଥିବା ଏକ ଗର୍ତ୍ତରେ ଖସି ପଡ଼ିଥିବା ରାହୁଲ ସାହୁ (୧୧)ଙ୍କୁ ଉଦ୍ଧାର ପାଇଁ ଉଦ୍ଧାରକାରୀ ଦଳ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି। ଟାଣ ମାଟି ଓ ପଥର କାଟି ଉଦ୍ଧାରକାରୀ ଦଳ ରାହୁଲ ପାଖରେ ପହଞ୍ଚିବାକୁ ଯେଉଁ ଉଦ୍ୟମ କରିଛନ୍ତି ସେଥିରେ ସଫଳ ହେବାକୁ ଆଉ ମାତ୍ର ୨ ଫୁଟ୍‌ର ବ୍ୟବଧାନ ରହିଛି। ଦୀର୍ଘ ୪ ଦିନର ଅହରହ କସରତ ପରେ ଉଦ୍ଧାରକାରୀ ଦଳ ରାହୁଲ ପାଖରେ ପହଁଚିବାକୁ ଯାଉଛନ୍ତି ।

କୋଟି କୋଟି ଲୋକଙ୍କ ପ୍ରାର୍ଥନାକୁ ଶୁଣୁଛନ୍ତି ଜଗତର ନାଥ ଜଗନ୍ନାଥ। ଦୀର୍ଘ ୪ ଦିନର ପରିଶ୍ରମ ପରେ ଉଦ୍ଧାରକାରୀ ଦଳ ରାହୁଲ ପାଖା ପାଖି ପହଞ୍ଚି ଯାଇଛନ୍ତି।  ଏନେଇ ସୂଚନା ଦେଇଛନ୍ତି ଚମ୍ପା ଜିଲ୍ଲାର ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଲା । ଏନଡିଆରଏଫ ଏବଂ ଏସଡିଆରଏଫ ଟିମ ଉଦ୍ୟମ ସଫଳ ହେବାକୁ ଯାଉଛି । ଉଦ୍ଧାରକାରୀ ଦଳ ରାହୁଲକୁ ବୋରୱେଲରୁ ବାହାର କରିବା ପରେ  ତତକ୍ଷଣାତ୍ ମେଡିକାଲ ନେବାକୁ ପ୍ରସ୍ତୁତ ହୋଇ ରହିଛି ଆମ୍ବୁଲାନ୍ସ। ଏଥି ପାଇଁ ସେହିସ୍ଥାନର ଚତୁପାର୍ଶ୍ୱକୁକଡ଼ା ସୁରକ୍ଷା ବଳୟ ଭିତରେ ଅର୍ଥାତ ଗ୍ରୀନ କରିଡର ମାଧ୍ୟମରେ ମେଡିକାଲକୁ ପଠାଯିବାକୁ ବ୍ୟବସ୍ଥା ହୋଇଛି। ବୋରୱେଲ ପାଖରେ ସଜାଗ ରହିଛି ମେଡିକାଲ ଟିମ୍ । ସେ ରାହୁଲର ସ୍ବାସ୍ଥ୍ୟ ଅବସ୍ଥା ଉପରେ ନଜର ରଖିଥିଲେ।

ଛତିଶଗଡ଼ ରାଜ୍ୟ ଜାଞ୍ଜଗିର- ଚାମ୍ପାର ମାଲଖାଦାରୁଆ ଥାନା ଅଧୀନ ପରହ୍ରିଡ଼ ଗାଁରେ ରାହୁଲଙ୍କ ଘର। ଗତ ଶୁକ୍ରବାର ଦିନରେ ୨ଟା ବେଳେ ପିଲାଟି ତାଙ୍କ ଘର ପଛରେ ଖେଳୁଥିବା ବେଳେ ଏକ ପରିତ୍ୟକ୍ତ ବୋରୱେଲରେ ଖସିପଡିଥିଲା । ପିଲାଟିର ପରିବାର ସଦସ୍ୟ ଖୋଜି ଖୋଜି ନପାଇବାରୁ ପାଟି କରି ଡାକିଥିଲେ । ତେବେ ଶିଶୁର ସ୍ୱର ଗର୍ତ୍ତ ଭିତରୁ ଶୁଣାଯାଇଥିଲା । ଯାହା ପରେ ତୁରନ୍ତ ପରିବାର ସଦସ୍ୟ ଏହା ବିଷୟରେ ୧୧୨ କୁ ଫୋନ କରି ସାହାଯ୍ୟ ପାଇଁ ଜଣାଇଥିଲେ।

ଏହାପରେ ଏହାପରେ ପୁଲିସ୍‌ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଅପରାହ୍ନ ୪ଟାରୁ ରାହୁଲଙ୍କୁ ୮୦ ଫୁଟ ତଳୁ ଉଦ୍ଧାର କରିବାକୁ ପ୍ରୟାସ ଆରମ୍ଭ କରିଥିଲେ। ରାହୁଲଙ୍କୁ ଉଦ୍ଧାର କରିବା ପାଇଁ ବୋରୱେଲ ନିକଟରେ ସମାନ୍ତରଳ ଭାବେ ଜେସିବି ଦ୍ୱାରା ଆଉ ଗୋଟିଏ ଗାତ ଖୋଳା ଯଇଥିଲା। କିନ୍ତୁ ସେଠାରେ ପଥର ପଡିବାରୁ ଆଉ ଖୋଳିବା ସମ୍ଭବ ହୋଇନଥିଲା। ଯାହା ଫଳରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଅଧିକାରୀମାନଙ୍କୁ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଯାହା ପରେ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ, ଏନଡିଆରଏଫ ଏବଂ ସ୍ୱାସ୍ଥ୍ୟ ବିଭାଗର ଟିମ୍ ନିୟୋଜିତ ହୋଇ ଅପରେସନ୍‌ ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ଆଇଜି, ଡିଜି, କଲେକ୍ଟର ଏସପିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଅପରେସନ୍‌ ରାହୁଲର ତଦାରଖ କରିଥିଲେ। ଶିଶୁଟିକୁ ନିରାପଦରେ ବାହାରକୁ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ଜୋରସୋର କରାଯାଇଥିଲା।

ରାହୁଲ ଜନ୍ମରୁ ମୁକ ବଧୀର ଅଟେ। ଏଣୁ ଏତେ ସମୟ ୮୦ ଫୁଟ ଗର୍ତ୍ତରେ ପଡିଥିବା ରାହୁଲର ଅବସ୍ଥା କିଭଳି ରହିଛି, ତାହା ଅନୁଧ୍ୟାନ କରିବାପାଇଁ ଗୁଜରାଟରୁ ଏକ ରୋବୋଟ ମଧ୍ୟ ଆସିଥିଲା। ସେହିପରି କ୍ୟାମେରା ଦ୍ୱାରା ତାଙ୍କ ଅବସ୍ଥିତି ଜାଣିଥିଲା ପ୍ରଶାସନ। ବୋରୱେଲ ପାଖରେ ଡାକ୍ତରୀ ଟିମ ଉପସ୍ଥିତି ଥିବା ବେଳେ ରାହୁଲକୁ ଅମ୍ଳଜାନ ଯୋଗାଇବାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ପାଇପ୍‌ ମାଧ୍ୟମରେ ରାହୁଲ ପାଖକୁ ଅମ୍ଳଜାନ ପଠାଯାଇଥିଲା। ଶିଶୁ ଫସି ରହିଥିବାରୁ କିଛି କିଛି ସମୟର ବ୍ୟବଧାନରେ ଖାଦ୍ୟ ସାମଗ୍ରୀ ପଠାଯାଉଥିଲା। କଦଳୀ, ଫଳ ଏବଂ ଓଆର୍‌ଏସ୍‌ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ପଠାଯାଉଥିଲା।

ଅନ୍ୟପଟେ ସୁରକ୍ଷିତ ଭାବେ ରାହୁଲକୁ ଉଦ୍ଧାର ପାଇଁ ଗୁଜରାଟରୁ ରୋବଟ୍‌ ଅଣାଯାଇଥିଲା। ତାହା ଚତୁରତାର ସହିତ ଉକ୍ତ ଶିଶୁର ଶାରୀରିକ, ମାନସିକ ସ୍ଥିତି ଅନୁଧ୍ୟାନ କରିବା ସହିତ ଏହାର ସୂଚନା କମ୍ପ୍ୟୁଟର ମାଧ୍ୟମରେ ଉଦ୍ଧାରକାରୀ ଦଳକୁ ପ୍ରେରଣ କରୁଥିଲା। ରୋବୋଟର ସୂଚନା ମୁତାବକ ଶିଶୁଟି କିଛି ସମୟ ଛିଡ଼ା ହୋଇ ପୁଣି ଶୋଇପଡ଼ୁଥିଲା। ଗର୍ତ୍ତ ବାହାରେ ଏକାଧିକ ମେସିନ ଦ୍ବାରା ଏକ ଟନେଲ ଖୋଳାଯାଇଥିଲା। କାଳେ ଗର୍ତ୍ତଟି ଭୁଶୁଡ଼ି ପଡ଼ିବ, ସେ ନେଇ ବହୁ ସୁରକ୍ଷିତ ଭାବେ କାର୍ଯ୍ୟ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର