ସିଙ୍ଗାପୁର କୋର୍ଟଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ବାଇଜୁସ୍ ପ୍ରତିଷ୍ଠାତା ବାଇଜୁ ରବୀନ୍ଦ୍ରନ୍‌ଙ୍କୁ ୬ ମାସର ଜେଲ୍

Suryakanta Picture
Published On

ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଏଡ୍‌ଟେକ୍ କମ୍ପାନୀ ବାଇଜୁସ୍ (Byju's) ର ପ୍ରତିଷ୍ଠାତା ବାଇଜୁ ରବୀନ୍ଦ୍ରନ୍ (Byju Raveendran) ଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଅଦାଲତ ଅବମାନନା (Contempt of Court) ମାମଲାରେ ସିଙ୍ଗାପୁରର ଏକ ଅଦାଲତ ତାଙ୍କୁ ୬ ମାସର ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ସମ୍ପତ୍ତି ସମ୍ବନ୍ଧୀୟ ତଥ୍ୟ ଲୁଚାଇବା ଏବଂ କୋର୍ଟଙ୍କ ନିର୍ଦ୍ଦେଶକୁ ବାରମ୍ବାର ଉଲ୍ଲଂଘନ କରିବା ଅଭିଯୋଗରେ ତାଙ୍କ ବିରୋଧରେ ଏହି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

କୋର୍ଟଙ୍କ କଡ଼ା ନିର୍ଦ୍ଦେଶ ଏବଂ ଜୋରିମାନା

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗତ ଏପ୍ରିଲ୍ ୨୦୨୪ ଠାରୁ ରବୀନ୍ଦ୍ରନ୍ ନିଜର ସମ୍ପତ୍ତି ସମ୍ବନ୍ଧୀୟ ଏକାଧିକ କୋର୍ଟ ନିର୍ଦ୍ଦେଶକୁ ପାଳନ କରିନଥିଲେ। ଏଥିପାଇଁ କୋର୍ଟ ତାଙ୍କୁ ଜେଲ୍ ଦଣ୍ଡ ଭୋଗିବା ସହ ତୁରନ୍ତ ଅଧିକାରୀଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଆଇନଗତ ଖର୍ଚ୍ଚ ବାବଦକୁ ତାଙ୍କୁ ୯୦,୦୦୦ ସିଙ୍ଗାପୁର ଡଲାର୍ ଅର୍ଥାତ୍ ପ୍ରାୟ ୭୦,୫୦୦ ଆମେରିକୀୟ ଡଲାର (ପାଖାପାଖି ୬୭.୫୦ ଲକ୍ଷ ଟଙ୍କା) ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କୋର୍ଟ ମଧ୍ୟ ରବୀନ୍ଦ୍ରନ୍‌ଙ୍କୁ ବିଆର୍ ଇନଭେଷ୍ଟକୋ ପ୍ରାଇଭେଟ୍ ଲିମିଟେଡ୍ (Beeaar Investco Pte) କମ୍ପାନୀ ଉପରେ ତାଙ୍କର ଆଇନଗତ ମାଲିକାନା ପ୍ରମାଣିତ କରିବା ପାଇଁ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିବାକୁ କହିଛନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

ବଢୁଛି ଆଇନଗତ ବିବାଦ

ଏହି ରାୟ ଏପରି ଏକ ସମୟରେ ଆସିଛି, ଯେତେବେଳେ ବାଇଜୁସ୍ ଅନ୍ତର୍ଜାତୀୟ ସ୍ତରରେ ଅନେକ ଆଇନଗତ ଆହ୍ୱାନର ସମ୍ମୁଖୀନ ହେଉଛି। ଯୁକ୍ତରାଷ୍ଟ୍ର ଆମେରିକାରେ ବିଦେଶୀ ନିବେଶକମାନେ ୧.୨ ବିଲିୟନ ଡଲାର୍ ର ଏକ ଋଣ ଅସୁଲି ପାଇଁ ତାଙ୍କ ବିରୋଧରେ ସଂଘର୍ଷ କରୁଛନ୍ତି। ବର୍ତ୍ତମାନ ସିଙ୍ଗାପୁରରେ କାତାର ଇନଭେଷ୍ଟମେଣ୍ଟ୍ ଅଥରିଟିର ଏକ ସହଯୋଗୀ ସଂସ୍ଥା ଦ୍ୱାରା ରବୀନ୍ଦ୍ରନ୍ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛନ୍ତି। ଅନ୍ୟପକ୍ଷରେ ଏହି ଦଣ୍ଡାଦେଶ ପ୍ରସଙ୍ଗରେ ବାଇଜୁ ରବୀନ୍ଦ୍ରନ୍‌ଙ୍କ ପକ୍ଷରୁ କୌଣସି ସର୍ବସାଧାରଣ ପ୍ରତିକ୍ରିୟା ମିଳିପାରିନାହିଁ ଏବଂ ସେ ବର୍ତ୍ତମାନ ସିଙ୍ଗାପୁରରେ ଅଛନ୍ତି ନା ଅନ୍ୟ କୌଣସି ସ୍ଥାନରେ, ତାହା ସ୍ପଷ୍ଟ ହୋଇନାହିଁ।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର