ରାମଦେବଙ୍କୁ IMAର ନୋଟିସ , କ୍ଷମା ନମାଗିଲେ ୧୦୦୦ କୋଟିର ମାନହାନୀ ମାମଲା

The Sakala Picture
Published On

ରାମଦେବଙ୍କୁ ନୋଟିସ , ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାମ ନେଉନାହିଁ । ଡାକ୍ତରଙ୍କ ବିରୋଧରେ ବିବାଦିତ ବୟାନକୁ ନେଇ ଆଇଏମଏ ରାମଦେବଙ୍କୁ ମାନହାନୀ ନୋଟିସ ପଠାଇଛି । ବାବା ରାମଦେବ ଯଦି ୧୫ ଦିନ ମଧ୍ୟରେ ନିଜ ବୟାନ ପାଇଁ କ୍ଷମା ମାଗନ୍ତି ନାହିଁ ତେବେ ତାଙ୍କ ବିରୋଧରେ ଏକ ହଜାର କୋଟି ଟଙ୍କାର ମାନହାନୀ ମାମଲା ଦାଏର କରିବାକୁ ସଂଘ ଧମକ ଦେଇଛି ନୋଟିସରେ କୁହାଯାଇଛି ଯେ, ବାବା ରାମଦେବଙ୍କ […]

ରାମଦେବଙ୍କୁ ନୋଟିସ , ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାମ ନେଉନାହିଁ । ଡାକ୍ତରଙ୍କ ବିରୋଧରେ ବିବାଦିତ ବୟାନକୁ ନେଇ ଆଇଏମଏ ରାମଦେବଙ୍କୁ ମାନହାନୀ ନୋଟିସ ପଠାଇଛି । ବାବା ରାମଦେବ ଯଦି ୧୫ ଦିନ ମଧ୍ୟରେ ନିଜ ବୟାନ ପାଇଁ କ୍ଷମା ମାଗନ୍ତି ନାହିଁ ତେବେ ତାଙ୍କ ବିରୋଧରେ ଏକ ହଜାର କୋଟି ଟଙ୍କାର ମାନହାନୀ ମାମଲା ଦାଏର କରିବାକୁ ସଂଘ ଧମକ ଦେଇଛି

ଆହୁରି ପଢ଼ନ୍ତୁ: ଦେଶରେ ଖାଦ୍ୟ ସଙ୍କଟ  ଆଣିବ ଇ-୨୦ ପେଟ୍ରୋଲ; ସତର୍କ କରାଇଲେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା

ନୋଟିସରେ କୁହାଯାଇଛି ଯେ, ବାବା ରାମଦେବଙ୍କ ବୟାନ କାରଣରୁ ଡାକ୍ତରଙ୍କ ପ୍ରତି ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି ।ନୋଟିସରେ ବୟାନକୁ ଅପରାଧ ଭାବେ କୁହାଯାଇ ଏଥିପାଇଁ ସଜ୍ଜା ଓ ଜରିମାନା କଥା ଉଲ୍ଲେଖ କରାଯାଇଛି । ନୋଟିସରେ ଆଇଏମଏ ସ୍ପଷ୍ଟ ଶବ୍ଦରେ ବାବାଙ୍କୁ ତାଙ୍କ ବୟାନ ପାଇଁ ନୋଟିସ ପାଇବାର ୧୫ ଦିନ ମଧ୍ୟରେ କ୍ଷମା ମାଗିବାକୁ କୁହାଯାଇଛି । କ୍ଷମା ନମାଗିଲେ ସଂଘ ତାଙ୍କ ବିରୋଧରେ ଏକ ହଜାର କୋଟି ଟଙ୍କାର ମାନହାନୀ ମକଦ୍ଦମା କରିବ ବୋଲି କହିଛି

ଆହୁରି ପଢ଼ନ୍ତୁ: ଆଇଫୋନ ପାଇଁ ଉଜୁଡିଗଲା ପରିବାର: ପାହାଡ଼ରୁ ଖସି ବାପା-ପୁଅ ମୃତ, ମା’ଙ୍କ ଆତ୍ମହତ୍ୟା

ଆଇଏମଏ ସ୍ୱାମୀ ରାମଦେବଙ୍କ ପତଞ୍ଜଳୀ କମ୍ପାନୀର ଶ୍ୱାସରି କରୋନିଲ କିଟକୁ ନେଇ ମଧ୍ୟ ଆପତ୍ତି କରିଛି । ସଂଗଠନ ରାମଦେବଙ୍କୁ କହିଛି ଯେ, ଏହି ସୂଚନା ମିଳିବାର ୭୬ ଘଣ୍ଟା ମଧ୍ୟରେ କୋରୋନିଲ୍ କିଟ୍ ସହିତ ଜଡିତ ସମସ୍ତ ବିଜ୍ଞାପନ ଫେରାଇ ନିଅନ୍ତୁ । କରୋନା ଟିକା ନେବା ପରେ ଉତ୍ପନ ପାର୍ଶ୍ୱପ୍ରତିକ୍ରିୟା ଦୂର କରିବାରେ ଏହି କିଟ୍ ସହାୟକ ବୋଲି ବିଜ୍ଞାପନରେ ଦାବି କରାଯାଉଛି । କୋରୋନିଲ କିଟକୁ ନେଇ ବାବା ରାମଦେବ ଓ ତାଙ୍କ କମ୍ପାନୀ ଭ୍ରମପୂର୍ଣ୍ଣ ପ୍ରଚାର କରୁଛନ୍ତି ବୋଲି ଆଇଏମଏ ଅଭିଯୋଗ କରିଛି ।

ଆହୁରି ପଢ଼ନ୍ତୁ: ଜୟପୁରରେ NTA ପରୀକ୍ଷା କେନ୍ଦ୍ରରେ ବିଦ୍ୟୁତ୍ ବିଭ୍ରାଟ: ଏଣ୍ଟ୍ରାନ୍ସ ପରୀକ୍ଷା ବାଧାପ୍ରାପ୍ତ, ପରୀକ୍ଷାର୍ଥୀଙ୍କ ହଙ୍ଗାମା

26 May 2021 By The Sakala

ରାମଦେବଙ୍କୁ IMAର ନୋଟିସ , କ୍ଷମା ନମାଗିଲେ ୧୦୦୦ କୋଟିର ମାନହାନୀ ମାମଲା

ରାମଦେବଙ୍କୁ ନୋଟିସ , ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାମ ନେଉନାହିଁ । ଡାକ୍ତରଙ୍କ ବିରୋଧରେ ବିବାଦିତ ବୟାନକୁ ନେଇ ଆଇଏମଏ ରାମଦେବଙ୍କୁ ମାନହାନୀ ନୋଟିସ ପଠାଇଛି । ବାବା ରାମଦେବ ଯଦି ୧୫ ଦିନ ମଧ୍ୟରେ ନିଜ ବୟାନ ପାଇଁ କ୍ଷମା ମାଗନ୍ତି ନାହିଁ ତେବେ ତାଙ୍କ ବିରୋଧରେ ଏକ ହଜାର କୋଟି ଟଙ୍କାର ମାନହାନୀ ମାମଲା ଦାଏର କରିବାକୁ ସଂଘ ଧମକ ଦେଇଛି

ନୋଟିସରେ କୁହାଯାଇଛି ଯେ, ବାବା ରାମଦେବଙ୍କ ବୟାନ କାରଣରୁ ଡାକ୍ତରଙ୍କ ପ୍ରତି ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି ।ନୋଟିସରେ ବୟାନକୁ ଅପରାଧ ଭାବେ କୁହାଯାଇ ଏଥିପାଇଁ ସଜ୍ଜା ଓ ଜରିମାନା କଥା ଉଲ୍ଲେଖ କରାଯାଇଛି । ନୋଟିସରେ ଆଇଏମଏ ସ୍ପଷ୍ଟ ଶବ୍ଦରେ ବାବାଙ୍କୁ ତାଙ୍କ ବୟାନ ପାଇଁ ନୋଟିସ ପାଇବାର ୧୫ ଦିନ ମଧ୍ୟରେ କ୍ଷମା ମାଗିବାକୁ କୁହାଯାଇଛି । କ୍ଷମା ନମାଗିଲେ ସଂଘ ତାଙ୍କ ବିରୋଧରେ ଏକ ହଜାର କୋଟି ଟଙ୍କାର ମାନହାନୀ ମକଦ୍ଦମା କରିବ ବୋଲି କହିଛି

ଆଇଏମଏ ସ୍ୱାମୀ ରାମଦେବଙ୍କ ପତଞ୍ଜଳୀ କମ୍ପାନୀର ଶ୍ୱାସରି କରୋନିଲ କିଟକୁ ନେଇ ମଧ୍ୟ ଆପତ୍ତି କରିଛି । ସଂଗଠନ ରାମଦେବଙ୍କୁ କହିଛି ଯେ, ଏହି ସୂଚନା ମିଳିବାର ୭୬ ଘଣ୍ଟା ମଧ୍ୟରେ କୋରୋନିଲ୍ କିଟ୍ ସହିତ ଜଡିତ ସମସ୍ତ ବିଜ୍ଞାପନ ଫେରାଇ ନିଅନ୍ତୁ । କରୋନା ଟିକା ନେବା ପରେ ଉତ୍ପନ ପାର୍ଶ୍ୱପ୍ରତିକ୍ରିୟା ଦୂର କରିବାରେ ଏହି କିଟ୍ ସହାୟକ ବୋଲି ବିଜ୍ଞାପନରେ ଦାବି କରାଯାଉଛି । କୋରୋନିଲ କିଟକୁ ନେଇ ବାବା ରାମଦେବ ଓ ତାଙ୍କ କମ୍ପାନୀ ଭ୍ରମପୂର୍ଣ୍ଣ ପ୍ରଚାର କରୁଛନ୍ତି ବୋଲି ଆଇଏମଏ ଅଭିଯୋଗ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର