ଡାକ ଶୁଣିଲେ ମହାପ୍ରଭୁ ଜଗନ୍ନାଥ : ଉଦ୍ଧାର ହେଲା ୫ ଦିନ ହେବ ୮୦ ଫୁଟ ଗଭୀର ବୋରୱେଲରେ ପଡିଯାଇଥିବା ରାହୁଲ

The Sakala Picture
Published On

ଭୁବନେଶ୍ବର : କୁହାଯାଏ ରଖେ ହରି ତ ମାରେ କିଏ। ଆଉ ଆଜି ଏହି ଉକ୍ତିଟି ସତ୍ୟ ପ୍ରମାଣିତ ହୋଇଛି ଛତିଶଗଡ଼ର ଜାଞ୍ଜଗିର-ଚାମ୍ପା ଜିଲ୍ଲାରେ ୧୧ ବର୍ଷୀୟ ରାହୁଲ ସାହୁ କ୍ଷେତ୍ରରେ। ଦିର୍ଘ ୫ ଦିନ ହେବ ବାପା ଚାଷ ପାଇଁ ଖୋଳିଥିବା ବୋରୱେଲ ଗର୍ତ୍ତରେ ପଡିଯାଇଥିବା ରାହୁଲ ଆଜି ଉଦ୍ଧାର ହୋଇଛି। ରାହୁଲକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଦିର୍ଘ ୧୦୪ ଘଣ୍ଟା ଧରି ସେନା ନେତୃତ୍ବରେ ଏଡିଆରଏଫ୍ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ […]

ଭୁବନେଶ୍ବର : କୁହାଯାଏ ରଖେ ହରି ତ ମାରେ କିଏ। ଆଉ ଆଜି ଏହି ଉକ୍ତିଟି ସତ୍ୟ ପ୍ରମାଣିତ ହୋଇଛି ଛତିଶଗଡ଼ର ଜାଞ୍ଜଗିର-ଚାମ୍ପା ଜିଲ୍ଲାରେ ୧୧ ବର୍ଷୀୟ ରାହୁଲ ସାହୁ କ୍ଷେତ୍ରରେ। ଦିର୍ଘ ୫ ଦିନ ହେବ ବାପା ଚାଷ ପାଇଁ ଖୋଳିଥିବା ବୋରୱେଲ ଗର୍ତ୍ତରେ ପଡିଯାଇଥିବା ରାହୁଲ ଆଜି ଉଦ୍ଧାର ହୋଇଛି। ରାହୁଲକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଦିର୍ଘ ୧୦୪ ଘଣ୍ଟା ଧରି ସେନା ନେତୃତ୍ବରେ ଏଡିଆରଏଫ୍ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅକ୍ଳାନ୍ତ ପରିଶ୍ରମ କରାଯାଇଛି। ଦିର୍ଘ ୫ ଦିନର ପରିଶ୍ରମ ପରେ ରାହୁଲକୁ ସଫଳତାର ସହିତ ଉଦ୍ଧାର କରାଯାଇ ଗ୍ରୀନ୍‌ କରିଡର କରାଯାଇ ମେଡିକାଲରେ ନିଆଯାଉଛି।

ଆହୁରି ପଢ଼ନ୍ତୁ: ଜ୍ୟୋତିଷ ରିକି ରାଧାନ ପଣ୍ଡିତ ହେଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ OSD

କୋଟି କୋଟି ଲୋକଙ୍କ ପ୍ରାର୍ଥନାକୁ ଶୁଣୁଛନ୍ତି ଜଗତର ନାଥ ଜଗନ୍ନାଥ। ଦୀର୍ଘ ୫ ଦିନର ପରିଶ୍ରମ ପରେ ଉଦ୍ଧାରକାରୀ ଦଳ ରାହୁଲ ପାଖାପାଖି ପହଞ୍ଚିବା ସହ ତାକୁ ଉଦ୍ଧାର କରିଛନ୍ତି। ସେନା, ଏନଡିଆରଏଫ ଏବଂ ଏସଡିଆରଏଫ ଟିମ ଉଦ୍ୟମ ସଫଳ ହୋଇଛି। ଗତକାଲିଠୁ ରାହୁଲର ଉଦ୍ଧାର ପକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଥିଲା କିନ୍ତୁ ଟନେଲ ଖୋଳିବା  ଶେଷ ପର୍ଯ୍ୟାୟରେ ପଥର ପଡିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହୋଇଥିଲା। ଶେଷ ପର୍ଯ୍ୟାୟର ଉଦ୍ଧାର ସମୟରେ ଯତ୍ନବାନ ଭାବେ କାର୍ଯ୍ୟ କରିବାକୁ ପଡୁଥିବାରୁ ସେନା ଏବଂ ଏନ୍‌ଡିଆରଏଫ ପକ୍ଷରୁ ସତର୍କତା ସହ କାର୍ଯ୍ୟ କରାଯାଇଥିଲା। ମେସିନରେ ପଥର ଫଟାିବା ସମୟରେ ରାହୁଲ ଉପରେ କିଛି ପ୍ରଭାବ ପଡିବା ଆଶଂଙ୍କା ଥିବାରୁ ମେସିନ ବଦଳରେ ହାତରେ ପଥର ଫଟାଇ ବାହାର କରାଯାଉଥିଲା। ଏହାପରେ ମାଟି କାଦୁଅକୁ ମଧ୍ୟ ହାତରେ ବାହାର କରାଯାଇଥିଲା।

ଆହୁରି ପଢ଼ନ୍ତୁ: ୭୯ ବର୍ଷୀୟ ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟକୁ ନେଇ ବଢୁଛି ଚିନ୍ତା: ନିଷ୍ପତ୍ତି ନେବା କ୍ଷମତା ଉପରେ ଉଠିଲା ପ୍ରଶ୍ନ

ରାହୁଲକୁ ଉଦ୍ଧାର ପାଇଁ ଟନେଲ ଭିତରକୁ ଅକ୍ସିଜେନ ଓ ଷ୍ଟ୍ରେଚର ନିଆଯାଇଥିଲା। ଏଥି ସହିତ ଆଇସିୟୁ ଥିବା ୩ ଟି ଆମ୍ବୁଲାନ୍ସ ଘଟଣାସ୍ଥଳରେ ରହିଥିଲା। ପ୍ରଶାସନ ପକ୍ଷରୁ ମଧ୍ୟ ଗ୍ରୀନ କରିଡର କରିରଖାଯାଇଥିଲା। କର୍ଡନ କରିବା ପାଇଁ ବ୍ୟାପକ ପୁଲିସ ମଧ୍ୟ ମୁତୟନ ରଖାଯାଇଥିଲା। ରାହୁଲକୁ ଉଦ୍ଧାର କରାଯିବା ପରେ ଆମ୍ବୁଲାନ୍ସରେ ବିଳାସପୁରସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତର କହିଛନ୍ତି ଯେ, ରାହୁଲ ସାଧାରଣତଃ ଶ୍ବାସକ୍ରିୟା କରୁଛି। ତା’ର ସ୍ବାସ୍ଥ୍ୟ ପାଇଁ ରାଜ୍ୟବ୍ୟାପୀ ଲୋକେ ପୂଜାର୍ଚ୍ଚନା କରୁଛନ୍ତି। ବଲୌଦା ବଜାରରେ ରାହୁଲଙ୍କ ପାଇଁ ଗାୟତ୍ରୀ ପରିବାରଙ୍କ ତରଫରୁ ହୋମ-ଯଜ୍ଞ କରାଯାଉଛି। ଏଥି ସହିତ ଦୀର୍ଘାୟୁ କାମନା କରି ମହାମୃତ୍ୟୁଞ୍ଜୟ ଜପ ମଧ୍ୟ ଚାଲିଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନକୁ ସ୍ଥଳସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀଙ୍କ କଡ଼ା ଚେତାବନୀ: 'ଭୂଗୋଳ ନା ଇତିହାସ, ନିଜେ କରୁ ନିଷ୍ପତ୍ତି'

ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଟୁଇଟ୍ କରି କହିଛନ୍ତି ଯେ, ବାଳକ ରାହୁଲଙ୍କ ପ୍ରତି ସମସ୍ତଙ୍କର ଆଶୀର୍ବାଦ ରହିଛି। ଦିର୍ଘ ୧୦୦ ଘଣ୍ଟା ଧରି ବୋରୱେଲ ଗର୍ତ୍ତରେ ପଡିରହିବା ପରେ ମଧ୍ୟ ବାଳକଟିର ସାହସିକତା ଉଦ୍ଧାକାରୀ ଦଳକୁ ତାଜୁବ କରିଛି। ଉଦ୍ଧାର କାର୍ଯ୍ୟରେ  ନିୟୋଜିତ ଟିମ୍ ମଧ୍ୟ ବାଳକର ସାହସ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ସୂଚନାଯୋଗ୍ୟ, ଛତିଶଗଡ଼ ରାଜ୍ୟର ଜାଞ୍ଜଗିର-ଚାମ୍ପାର ମାଲଖାଦାରୁଆ ଥାନା ଅଧୀନରେ ଥିବା ପିରହ୍ରିଡ ଗାଁର ୧୧ବର୍ଷର ମୂକ-ବଧିର ବାଳକ ରାହୁଲ ୮୦ ଫୁଟ ଗଭୀର ବୋରୱେଲରେ ଖସିପଡ଼ିଥିଲା।ଗତ ଶୁକ୍ରବାର ଦିନରେ ୨ଟା ବେଳେ ପିଲାଟି ତାଙ୍କ ଘର ପଛରେ ଖେଳୁଥିବା ବେଳେ ଏକ ପରିତ୍ୟକ୍ତ ବୋରୱେଲରେ ଖସିପଡିଥିଲା । ପିଲାଟିର ପରିବାର ସଦସ୍ୟ ଖୋଜି ଖୋଜି ନପାଇବାରୁ ପାଟି କରି ଡାକିଥିଲେ । ତେବେ ଶିଶୁର ସ୍ୱର ଗର୍ତ୍ତ ଭିତରୁ ଶୁଣାଯାଇଥିଲା । ଯାହା ପରେ ତୁରନ୍ତ ପରିବାର ସଦସ୍ୟ ଏହା ବିଷୟରେ ୧୧୨ କୁ ଫୋନ କରି ସାହାଯ୍ୟ ପାଇଁ ଜଣାଇଥିଲେ।

ଏହାପରେ ଏହାପରେ ପୁଲିସ୍‌ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଅପରାହ୍ନ ୪ଟାରୁ ରାହୁଲଙ୍କୁ ୮୦ ଫୁଟ ତଳୁ ଉଦ୍ଧାର କରିବାକୁ ପ୍ରୟାସ ଆରମ୍ଭ କରିଥିଲେ। ରାହୁଲଙ୍କୁ ଉଦ୍ଧାର କରିବା ପାଇଁ ବୋରୱେଲ ନିକଟରେ ସମାନ୍ତରଳ ଭାବେ ଜେସିବି ଦ୍ୱାରା ଆଉ ଗୋଟିଏ ଗାତ ଖୋଳା ଯଇଥିଲା। କିନ୍ତୁ ସେଠାରେ ପଥର ପଡିବାରୁ ଆଉ ଖୋଳିବା ସମ୍ଭବ ହୋଇନଥିଲା। ଯାହା ଫଳରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଅଧିକାରୀମାନଙ୍କୁ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଯାହା ପରେ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ, ଏନଡିଆରଏଫ ଏବଂ ସ୍ୱାସ୍ଥ୍ୟ ବିଭାଗର ଟିମ୍ ନିୟୋଜିତ ହୋଇ ଅପରେସନ୍‌ ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ଆଇଜି, ଡିଜି, କଲେକ୍ଟର ଏସପିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଅପରେସନ୍‌ ରାହୁଲର ତଦାରଖ କରିଥିଲେ। ଶିଶୁଟିକୁ ନିରାପଦରେ ବାହାରକୁ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ଜୋରସୋର କରାଯାଇଥିଲା।

ରାହୁଲ ଜନ୍ମରୁ ମୁକ ବଧୀର ଅଟେ। ଏଣୁ ଏତେ ସମୟ ୮୦ ଫୁଟ ଗର୍ତ୍ତରେ ପଡିଥିବା ରାହୁଲର ଅବସ୍ଥା କିଭଳି ରହିଛି, ତାହା ଅନୁଧ୍ୟାନ କରିବାପାଇଁ ଗୁଜରାଟରୁ ଏକ ରୋବୋଟ ମଧ୍ୟ ଆସିଥିଲା। ସେହିପରି କ୍ୟାମେରା ଦ୍ୱାରା ତାଙ୍କ ଅବସ୍ଥିତି ଜାଣିଥିଲା ପ୍ରଶାସନ। ବୋରୱେଲ ପାଖରେ ଡାକ୍ତରୀ ଟିମ ଉପସ୍ଥିତି ଥିବା ବେଳେ ରାହୁଲକୁ ଅମ୍ଳଜାନ ଯୋଗାଇବାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ପାଇପ୍‌ ମାଧ୍ୟମରେ ରାହୁଲ ପାଖକୁ ଅମ୍ଳଜାନ ପଠାଯାଇଥିଲା। ଶିଶୁ ଫସି ରହିଥିବାରୁ କିଛି କିଛି ସମୟର ବ୍ୟବଧାନରେ ଖାଦ୍ୟ ସାମଗ୍ରୀ ପଠାଯାଉଥିଲା। କଦଳୀ, ଫଳ ଏବଂ ଓଆର୍‌ଏସ୍‌ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ପଠାଯାଉଥିଲା।

14 Jun 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର