ଆଉ ମାତ୍ର କିଛି ସମୟର ଅପେକ୍ଷା : ୧୦୦ ଘଣ୍ଟାର ସଂଘର୍ଷ ପରେ ବାହାରକୁ ଆସୁଛି ରାହୁଲ

The Sakala Picture
Published On

ଭୁବନେଶ୍ବର : ଛତିଶଗଡ଼ର ଜାଞ୍ଜଗିର-ଚାମ୍ପା ଜିଲ୍ଲା ମାଲଖାଦାରୁଆ ଥାନା ଅଧୀନରେ ଥିବା ପିରହ୍ରିଡ ଗାଁରେ ବୋରୱେଲ ପାଇଁ ଖେଳାଯାଇଥିବା ଗାତରେ ରାହୁଲ ନାମକ ୧୧ ବର୍ଷୀୟ ବାଳକ ୫ ଦିନ ହେବ ଫସି ରହିଛି। ୧୦୦ ଘଣ୍ଟାରୁ ବି ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ବୋରୱେଲ ଭିତରୁ ବାଳକଟିକୁ ଉଦ୍ଧାର କାର୍ୟ୍ୟ ଶେଷ ହୋଇନାହିଁ। ରାହୁଲଙ୍କୁ ଉଦ୍ଧାର ପାଇଁ ଭାରତୀୟ ସେନା, ଏନଡିଆରଏଫର ଟିମ, ସ୍ଥାନୀୟ ପୋଲିସ ଲାଗିପଡିଛନ୍ତି । ତେବେ ଗ୍ରାନାଇଡ୍ ପଥର ଥିବାରୁ ତାକୁ କାଟି […]

ଭୁବନେଶ୍ବର : ଛତିଶଗଡ଼ର ଜାଞ୍ଜଗିର-ଚାମ୍ପା ଜିଲ୍ଲା ମାଲଖାଦାରୁଆ ଥାନା ଅଧୀନରେ ଥିବା ପିରହ୍ରିଡ ଗାଁରେ ବୋରୱେଲ ପାଇଁ ଖେଳାଯାଇଥିବା ଗାତରେ ରାହୁଲ ନାମକ ୧୧ ବର୍ଷୀୟ ବାଳକ ୫ ଦିନ ହେବ ଫସି ରହିଛି। ୧୦୦ ଘଣ୍ଟାରୁ ବି ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ବୋରୱେଲ ଭିତରୁ ବାଳକଟିକୁ ଉଦ୍ଧାର କାର୍ୟ୍ୟ ଶେଷ ହୋଇନାହିଁ। ରାହୁଲଙ୍କୁ ଉଦ୍ଧାର ପାଇଁ ଭାରତୀୟ ସେନା, ଏନଡିଆରଏଫର ଟିମ, ସ୍ଥାନୀୟ ପୋଲିସ ଲାଗିପଡିଛନ୍ତି । ତେବେ ଗ୍ରାନାଇଡ୍ ପଥର ଥିବାରୁ ତାକୁ କାଟି ଉଦ୍ଧାର କରିବାରେ ସମୟ ଲାଗୁଛି । ପ୍ରଥମେ ସ୍ଥାନୀୟ ପୋଲିସ ଓ ଏନଡିଆରଏଫର ଟିମ ରାହୁଲଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ କରିଥିଲେ । ତେବେ ସେନାର ସହଯୋଗ ଲୋଡାଯିବା ପରେ ଭାରତୀୟ ସେନାର ଗୋଟିଏ ଟିମ ପହଞ୍ଚି ଉଦ୍ଧାରକାମରେ ସହଯୋଗ କରିଥିଲା । ତେବେ ପଥର ଚଟାଣ ପ୍ରମୁଖ ସମସ୍ୟା ପାଲଟିଥିବା ବେଳେ ଶୀଘ୍ର ଉଦ୍ଧାର ପାଇଁ ସମସ୍ତ ପ୍ରୟାସ ଏବେବି ଜାରିରହିଛି ।

ଆହୁରି ପଢ଼ନ୍ତୁ: ଯୌନ ଅପରାଧ ମାମଲାଗୁଡ଼ିକ ତୁରନ୍ତ ରୁଜୁ କର, ଦୋଷୀଙ୍କୁ କଠୋର ଦଣ୍ଡ ସୁନିଶ୍ଚିତ କର: ପୋଲିସକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ନିର୍ଦ୍ଦେଶ

ଅନ୍ୟପଟେ ମିଳିଥିବା ସୂଚନା ଅନୁସାରେ ରାହୁଲଙ୍କ ଠାରୁ ରେସ୍କ୍ୟୁ ଟିମ୍‌ ଆଉ ଅଳ୍ପ ଦୂରରେ ଥିବା କୁହାଯାଉଛି। ଆଉ ମାତ୍ର କିଛି ସମୟର ଅପେକ୍ଷା। ରାହୁଲ ବାହାରକୁ ଆସିବ। ରାହୁଲକୁ ଉଦ୍ଧା ପରେ ତାକୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଘଟଣାସ୍ଥଳରେ ମଡେିକାଲ ଟିମ୍‌ ଉପସ୍ଥିତ ରହିବା ସହ ଆଖପାଖର ସମସ୍ତ ମେଡିକାଲକୁ ଆଲର୍ଟରେ ରଖାଯାଇଛି। ଏଥି ସହିତ ମେଡିକାଲରେ ଆଇସିୟୁ ୟୁନିଟକୁ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି। ଆମ୍ବୁଲାନ୍ସ ମଧ୍ୟ ପ୍ରସ୍ତୁତ ହୋଇ ରହିଛି। ରାହୁଲକୁ ଉଦ୍ଧାର ପରେ କିପରି ଶିଘ୍ର ମେଡିକାଲକୁ ନିଆଯିବ ସେନେଇ ଗ୍ରୀନ୍‌ କରିଡର ମଧ୍ୟ ପ୍ରସ୍ତୁତ କରାଯାଇଛି।

ଆହୁରି ପଢ଼ନ୍ତୁ: ବାହା ହେବାକୁ ବ୍ୟାଣ୍ଡ ବାଜା ବଜାଇ ଆସିଥିଲେ ୪୨ ବର, ମାତ୍ର ଥାନାରେ ଅଭିଯୋଗ କରି ଫେରିଲେ ଘରକୁ...

ସେପଟେ ଗତକାଲି କିଛି ଖାଇ ନ ଥିବାରୁ ପିଲାଟିର ସ୍ୱାସ୍ଥ୍ୟାବସ୍ଥା କିଛି ମାତ୍ରାରେ ବିଗିଡିଥିଲା। ୧୦୦ ଘଣ୍ଟାଧରି ଫସିରହିଥିବା ରାହୁଲ ଆଜି ମଧ୍ୟାନ୍ନ ସମୟରେ ଭୋକ ହେଉଥିବା ଇସାରା ଦେଉଛି । ଗତକାଲି ସକାଳେ କେବଳ ସେ କଦଳୀ ଖାଇଥିଲା, ତା ପରଠାରୁ ଆଉ ଖାଦ୍ୟ ଗ୍ରହଣ କରିନାହିଁ । ତେବେ ଅନେକ ସମୟ ଭିତରେ ଫସିରହିବା ପରେ ବର୍ତ୍ତମାନ ଖାଦ୍ୟ ପାଇଁ ସେ ଇସାରା ଦେଉଛି । ତେବେ ୧୧ ବର୍ଷୀୟ ରାହୁଲ ସାହୁଙ୍କ ଶ୍ୱାସ ପ୍ରକ୍ରିୟା ସ୍ୱାଭାବିକ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ନିର୍ମାଣ: BSFକୁ ସ୍ୱେଚ୍ଛାକୃତ ଭାବେ ଜମି ଦାନ କରୁଛନ୍ତି ସ୍ଥାନୀୟ ହିନ୍ଦୁ ପରିବାର

ରାହୁଲଙ୍କୁ ଉଦ୍ଧାର ପାଇଁ ରେସ୍କ୍ୟୁ ଟିମ୍‌ ଜୋରଦାର ଉଦ୍ୟମ ଚଳାଇଛି। ଟନେଲ୍ ଭିତରେ ଲଗାତାର ଖନନ କାର୍ୟ୍ୟ ଚାଲିଛି। ଦୁଇ ପାଖରୁ ରାହୁଲଙ୍କ ପାଖରେ ପହଞ୍ଚିବା ପାଇଁ ଉଦ୍ଧାରକାରୀ ଦଳ ଉଦ୍ୟମ ଚଳାଇଛନ୍ତି। ତେବେ ରାହୁଲ ପାଖରେ ପହଞ୍ଚିବା ପାଇଁ ପଥର ବାଧକ ସାଜିଛି। ସିଧା ପଥର ଖୋଲିବାରେ ଯଦି କିଛି ଅସୁବିଧା ହୁଏ ତେବେ ତେରଚ୍ଛା ଖୋଳା ଯିବ। ଏଥିପାଇଁ ଦେଢ଼ ଫୁଟ୍‌ ଖୋଲିବାକୁ ପଡିବ ବୋଲି ସୂଚନା ମିଳିଛି। ଗତ ଶୁକବ୍ରାର ଠାରୁ ରେସ୍କ୍ୟୁ ଅପରେସନ୍ ଚାଲିଛି। ଅଣଓସାରିଆ ସୁଡଙ୍ଗ ଦେଇ ପହଞ୍ଚିବାକୁ ଉଦ୍ୟମ ହେଉଛି। ମିଶନ ମୋଡରେ ଅପରେସନ୍‌ ଚାଲିଥିବା ଏନ୍‌ଡିଆର୍‌ଏଫ୍‌ ଟିମ୍‌ କହିଛି।

14 Jun 2022 By The Sakala

ଆଉ ମାତ୍ର କିଛି ସମୟର ଅପେକ୍ଷା : ୧୦୦ ଘଣ୍ଟାର ସଂଘର୍ଷ ପରେ ବାହାରକୁ ଆସୁଛି ରାହୁଲ

ଭୁବନେଶ୍ବର : ଛତିଶଗଡ଼ର ଜାଞ୍ଜଗିର-ଚାମ୍ପା ଜିଲ୍ଲା ମାଲଖାଦାରୁଆ ଥାନା ଅଧୀନରେ ଥିବା ପିରହ୍ରିଡ ଗାଁରେ ବୋରୱେଲ ପାଇଁ ଖେଳାଯାଇଥିବା ଗାତରେ ରାହୁଲ ନାମକ ୧୧ ବର୍ଷୀୟ ବାଳକ ୫ ଦିନ ହେବ ଫସି ରହିଛି। ୧୦୦ ଘଣ୍ଟାରୁ ବି ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ବୋରୱେଲ ଭିତରୁ ବାଳକଟିକୁ ଉଦ୍ଧାର କାର୍ୟ୍ୟ ଶେଷ ହୋଇନାହିଁ। ରାହୁଲଙ୍କୁ ଉଦ୍ଧାର ପାଇଁ ଭାରତୀୟ ସେନା, ଏନଡିଆରଏଫର ଟିମ, ସ୍ଥାନୀୟ ପୋଲିସ ଲାଗିପଡିଛନ୍ତି । ତେବେ ଗ୍ରାନାଇଡ୍ ପଥର ଥିବାରୁ ତାକୁ କାଟି ଉଦ୍ଧାର କରିବାରେ ସମୟ ଲାଗୁଛି । ପ୍ରଥମେ ସ୍ଥାନୀୟ ପୋଲିସ ଓ ଏନଡିଆରଏଫର ଟିମ ରାହୁଲଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ କରିଥିଲେ । ତେବେ ସେନାର ସହଯୋଗ ଲୋଡାଯିବା ପରେ ଭାରତୀୟ ସେନାର ଗୋଟିଏ ଟିମ ପହଞ୍ଚି ଉଦ୍ଧାରକାମରେ ସହଯୋଗ କରିଥିଲା । ତେବେ ପଥର ଚଟାଣ ପ୍ରମୁଖ ସମସ୍ୟା ପାଲଟିଥିବା ବେଳେ ଶୀଘ୍ର ଉଦ୍ଧାର ପାଇଁ ସମସ୍ତ ପ୍ରୟାସ ଏବେବି ଜାରିରହିଛି ।

ଅନ୍ୟପଟେ ମିଳିଥିବା ସୂଚନା ଅନୁସାରେ ରାହୁଲଙ୍କ ଠାରୁ ରେସ୍କ୍ୟୁ ଟିମ୍‌ ଆଉ ଅଳ୍ପ ଦୂରରେ ଥିବା କୁହାଯାଉଛି। ଆଉ ମାତ୍ର କିଛି ସମୟର ଅପେକ୍ଷା। ରାହୁଲ ବାହାରକୁ ଆସିବ। ରାହୁଲକୁ ଉଦ୍ଧା ପରେ ତାକୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଘଟଣାସ୍ଥଳରେ ମଡେିକାଲ ଟିମ୍‌ ଉପସ୍ଥିତ ରହିବା ସହ ଆଖପାଖର ସମସ୍ତ ମେଡିକାଲକୁ ଆଲର୍ଟରେ ରଖାଯାଇଛି। ଏଥି ସହିତ ମେଡିକାଲରେ ଆଇସିୟୁ ୟୁନିଟକୁ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି। ଆମ୍ବୁଲାନ୍ସ ମଧ୍ୟ ପ୍ରସ୍ତୁତ ହୋଇ ରହିଛି। ରାହୁଲକୁ ଉଦ୍ଧାର ପରେ କିପରି ଶିଘ୍ର ମେଡିକାଲକୁ ନିଆଯିବ ସେନେଇ ଗ୍ରୀନ୍‌ କରିଡର ମଧ୍ୟ ପ୍ରସ୍ତୁତ କରାଯାଇଛି।

ସେପଟେ ଗତକାଲି କିଛି ଖାଇ ନ ଥିବାରୁ ପିଲାଟିର ସ୍ୱାସ୍ଥ୍ୟାବସ୍ଥା କିଛି ମାତ୍ରାରେ ବିଗିଡିଥିଲା। ୧୦୦ ଘଣ୍ଟାଧରି ଫସିରହିଥିବା ରାହୁଲ ଆଜି ମଧ୍ୟାନ୍ନ ସମୟରେ ଭୋକ ହେଉଥିବା ଇସାରା ଦେଉଛି । ଗତକାଲି ସକାଳେ କେବଳ ସେ କଦଳୀ ଖାଇଥିଲା, ତା ପରଠାରୁ ଆଉ ଖାଦ୍ୟ ଗ୍ରହଣ କରିନାହିଁ । ତେବେ ଅନେକ ସମୟ ଭିତରେ ଫସିରହିବା ପରେ ବର୍ତ୍ତମାନ ଖାଦ୍ୟ ପାଇଁ ସେ ଇସାରା ଦେଉଛି । ତେବେ ୧୧ ବର୍ଷୀୟ ରାହୁଲ ସାହୁଙ୍କ ଶ୍ୱାସ ପ୍ରକ୍ରିୟା ସ୍ୱାଭାବିକ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ରାହୁଲଙ୍କୁ ଉଦ୍ଧାର ପାଇଁ ରେସ୍କ୍ୟୁ ଟିମ୍‌ ଜୋରଦାର ଉଦ୍ୟମ ଚଳାଇଛି। ଟନେଲ୍ ଭିତରେ ଲଗାତାର ଖନନ କାର୍ୟ୍ୟ ଚାଲିଛି। ଦୁଇ ପାଖରୁ ରାହୁଲଙ୍କ ପାଖରେ ପହଞ୍ଚିବା ପାଇଁ ଉଦ୍ଧାରକାରୀ ଦଳ ଉଦ୍ୟମ ଚଳାଇଛନ୍ତି। ତେବେ ରାହୁଲ ପାଖରେ ପହଞ୍ଚିବା ପାଇଁ ପଥର ବାଧକ ସାଜିଛି। ସିଧା ପଥର ଖୋଲିବାରେ ଯଦି କିଛି ଅସୁବିଧା ହୁଏ ତେବେ ତେରଚ୍ଛା ଖୋଳା ଯିବ। ଏଥିପାଇଁ ଦେଢ଼ ଫୁଟ୍‌ ଖୋଲିବାକୁ ପଡିବ ବୋଲି ସୂଚନା ମିଳିଛି। ଗତ ଶୁକବ୍ରାର ଠାରୁ ରେସ୍କ୍ୟୁ ଅପରେସନ୍ ଚାଲିଛି। ଅଣଓସାରିଆ ସୁଡଙ୍ଗ ଦେଇ ପହଞ୍ଚିବାକୁ ଉଦ୍ୟମ ହେଉଛି। ମିଶନ ମୋଡରେ ଅପରେସନ୍‌ ଚାଲିଥିବା ଏନ୍‌ଡିଆର୍‌ଏଫ୍‌ ଟିମ୍‌ କହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର