ମନୋରଞ୍ଜନ
ପ୍ରଶ୍ନପତ୍ର ଲିକକୁ ନେଇ ମୋଦୀଙ୍କୁ ରାହୁଲଙ୍କ ସମାଲୋଚନା
ନୂଆଦିଲ୍ଲୀ: ନିଟ୍ ୟୁଜି ୨୦୨୪ ଓ ୟୁଜିସି ନେଟ୍ ୨୦୨୪ ପରୀକ୍ଷାରେ ଅବ୍ୟବସ୍ଥାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ଦେଶର ଶିକ୍ଷା ବ୍ୟବସ୍ଥାକୁ ଯୋଜନାବଦ୍ଧ ଭାବେ ଅକ୍ତିଆର କରାଯାଇଛି । ଏହାକୁ ବନ୍ଦ କରିବାକୁ ପଡ଼ିବ। ଏହାକୁ ବଦଳାଇବାକୁ ପଡ଼ିବ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହୁଛନ୍ତି ସେ ଇସ୍ରାଏଲ, ଗାଜା ଓ ରୁଷିଆ-ୟୁକ୍ରେନ ଯୁଦ୍ଧ ଅଟକାଇଦେଇଥିଲେ, କିନ୍ତୁ ପ୍ରଶ୍ନପତ୍ର ଲିକକୁ ରୋକିପାରୁ ନାହାନ୍ତି ବୋଲି […]
ନୂଆଦିଲ୍ଲୀ: ନିଟ୍ ୟୁଜି ୨୦୨୪ ଓ ୟୁଜିସି ନେଟ୍ ୨୦୨୪ ପରୀକ୍ଷାରେ ଅବ୍ୟବସ୍ଥାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ଦେଶର ଶିକ୍ଷା ବ୍ୟବସ୍ଥାକୁ ଯୋଜନାବଦ୍ଧ ଭାବେ ଅକ୍ତିଆର କରାଯାଇଛି । ଏହାକୁ ବନ୍ଦ କରିବାକୁ ପଡ଼ିବ। ଏହାକୁ ବଦଳାଇବାକୁ ପଡ଼ିବ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହୁଛନ୍ତି ସେ ଇସ୍ରାଏଲ, ଗାଜା ଓ ରୁଷିଆ-ୟୁକ୍ରେନ ଯୁଦ୍ଧ ଅଟକାଇଦେଇଥିଲେ, କିନ୍ତୁ ପ୍ରଶ୍ନପତ୍ର ଲିକକୁ ରୋକିପାରୁ ନାହାନ୍ତି ବୋଲି ରାହୁଲ କଟାକ୍ଷ କରିଛନ୍ତି।
ଆହୁରି ପଢ଼ନ୍ତୁ: ୨୦୧୮ ମାନହାନି ମାମଲା: ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ବିରୋଧରେ ଜାମିନଯୋଗ୍ୟ ୱାରେଣ୍ଟ ଜାରି କଲେ ଦିଲ୍ଲୀ କୋର୍ଟ
ରାହୁଲ ଗାନ୍ଧି କହିଛନ୍ତି, ଯେଉଁମାନେ ପ୍ରଶ୍ନପତ୍ର ଲିକ୍ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। କାଗଜ ଲିକ୍ ହେବା ପୂର୍ବରୁ ଆମକୁ ସିଷ୍ଟମ ଯାଞ୍ଚ କରିବାକୁ ପଡିବ । ଯୁବପିଢିଙ୍କ ଭବିଷ୍ୟ ସହ ଖେଳ ହୋଇଛି। ନିଟ୍ ପ୍ରଶ୍ନପତ୍ର ଲିକ୍ ହୋଇଛି। ୟୁଜିସି ନେଟ୍ ପେପରରେ ଜାଲିଆତି ହୋଇଛି। ଏସବୁର ତଦନ୍ତ ହେବା ଦରକାର ବୋଲି ରାହୁଲ କହିଛନ୍ତି।
ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଇଣ୍ଟରନେଟ୍ ବ୍ୟବହାର କରିବା ପିଲାମାନଙ୍କ ସମେତ ପ୍ରତ୍ୟେକ ବ୍ୟକ୍ତିଙ୍କ ମୌଳିକ ଅଧିକାର
ଆହୁରି ପଢ଼ନ୍ତୁ: ଆଇଟିବିପି ମୁଖ୍ୟଙ୍କ ଅରୁଣାଚଳ ସୀମା ବୟାନ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କଲେ ଅଭିଜିତ ଡିପକେ






