ଜାକର୍ତ୍ତାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ବସୁଧୈବ କୁଟୁମ୍ବକମ’ର ବାର୍ତ୍ତା

The Sakala Picture
Published On

ଜାକର୍ତ୍ତା: ଏସିଆନ୍‌ ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାକର୍ତ୍ତାରେ ପହଞ୍ଚିଛନ୍ତି। ଏସିଆନ୍‌ରେ ସମସ୍ତ ଦେଶର ସ୍ବର ଶୁଣାଯାଉଛି ଏବଂ ଆମେ ସମଗ୍ର ବିଶ୍ୱରେ ଗ୍ଲୋବାଲ ସାଉଥର ସ୍ବର ଉତ୍ତୋଳନ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଏଠାରେ ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏସିଆନ୍‌ ହେଉଛି ଭାରତର ଆକ୍ଟ ଇଷ୍ଟ ପଲିସିର କେନ୍ଦ୍ରୀୟ ସ୍ତମ୍ଭ। ଭାରତର ଇଣ୍ଡୋ-ପାସିଫିକ ପଦକ୍ଷେପରେ ଏସିଆନ୍‌ ଅଞ୍ଚଳର ମଧ୍ୟ ଏକ ପ୍ରମୁଖ ସ୍ଥାନ ରହିଛ। ବିଶ୍ୱର ଅନିଶ୍ଚିତତା ପରିବେଶରେ ମଧ୍ୟ ପ୍ରତ୍ୟେକ […]

ଜାକର୍ତ୍ତା: ଏସିଆନ୍‌ ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାକର୍ତ୍ତାରେ ପହଞ୍ଚିଛନ୍ତି। ଏସିଆନ୍‌ରେ ସମସ୍ତ ଦେଶର ସ୍ବର ଶୁଣାଯାଉଛି ଏବଂ ଆମେ ସମଗ୍ର ବିଶ୍ୱରେ ଗ୍ଲୋବାଲ ସାଉଥର ସ୍ବର ଉତ୍ତୋଳନ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଏଠାରେ ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏସିଆନ୍‌ ହେଉଛି ଭାରତର ଆକ୍ଟ ଇଷ୍ଟ ପଲିସିର କେନ୍ଦ୍ରୀୟ ସ୍ତମ୍ଭ। ଭାରତର ଇଣ୍ଡୋ-ପାସିଫିକ ପଦକ୍ଷେପରେ ଏସିଆନ୍‌ ଅଞ୍ଚଳର ମଧ୍ୟ ଏକ ପ୍ରମୁଖ ସ୍ଥାନ ରହିଛ। ବିଶ୍ୱର ଅନିଶ୍ଚିତତା ପରିବେଶରେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ଆମର ପାରସ୍ପରିକ ସହଯୋଗରେ ନିରନ୍ତର ଅଗ୍ରଗତି ହେଉଛି। ଏହି ସମ୍ମିଳନୀକୁ ଚମତ୍କାର ଭାବରେ ଆୟୋଜନ କରିଥିବାରୁ ମୁଁ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କୁ ଅଭିନନ୍ଦନ ଜଣାଉଛି। ଏସିଆନ୍‌ ସମ୍ମିଳନୀର ଅଧ୍ୟକ୍ଷତା ପାଇଁ ତାଙ୍କୁ ଅନେକ ଅନେକ ଅଭିନନ୍ଦନ।

ଆହୁରି ପଢ଼ନ୍ତୁ: ପାକିସ୍ତାନର JF-17 ଥଣ୍ଡର: 'ଗେମ୍ ଚେଞ୍ଜର' ନା ବଡ଼ ବିଫଳତା? ସାମ୍ନାକୁ ଆସିଲା ସତ

ବିଶ୍ୱ ବିକାଶରେ ଏସିଆନ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ‘ବସୁଧୈବ କୁଟୁମ୍ବକମ୍‌’ -ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ଏହି ଭାବନା ଭାରତର ଜି -୨୦ ଅଧ୍ୟକ୍ଷତାର ବିଷୟବସ୍ତୁ ଅଟେ। ଏକବିଂଶ ଶତାବ୍ଦୀ ହେଉଛି ଏସିଆର ଶତାବ୍ଦୀ। ମୁଁ ନିଶ୍ଚିତ ଯେ ଆଜି ଆମର ଆଲୋଚନା ମାଧ୍ୟମରେ ଭାରତ ଏବଂ ଏସିଆନ୍‌ ଅଞ୍ଚଳର ଭବିଷ୍ୟତକୁ ଆହୁରି ମଜଭୁତ କରିବା ପାଇଁ ନୂତନ ନିଷ୍ପତ୍ତି ନିଆଯିବ।

ଆହୁରି ପଢ଼ନ୍ତୁ: ଟି-୨୦ ବିଶ୍ୱକପ୍: ପାକିସ୍ତାନର ୟୁ-ଟର୍ଣ୍ଣ, ଭାରତ ବିପକ୍ଷରେ ଖେଳିବାକୁ ରାଜି; ମୁହଁ ଖୋଲିଲା ବିସିସିଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp