ଆନ୍ତର୍ଜାତୀୟ ମହିଳା ଦିବସରେ ଗୃହିଣୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭେଟି : ୧୦୦ ଟଙ୍କା କମିଲା ଗ୍ୟାସ୍ ଦର
ନୂଆଦିଲ୍ଲୀ : ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଗୃହିଣୀମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି। ଏଲପିଜି ସିଲିଣ୍ଡର ମୂଲ୍ୟରେ ୧୦୦ ଟଙ୍କା ହ୍ରାସ କରିବାକୁ ମୋଦୀ ଆଜି ଘୋଷଣା କରିଛନ୍ତି। ଏକ୍ସରେ ପୋଷ୍ଟକରି ପିଏମ ମୋଦି ଏ ନେଇ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, “ଆଜି ମହିଳା ଦିବସ ଅବସରରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୦ ଟଙ୍କା ହ୍ରାସ କରାଯାଇଛି । ଏହାଦ୍ଵାରା ନାରୀ ଶକ୍ତିଙ୍କ ଜୀବନ […]
ନୂଆଦିଲ୍ଲୀ : ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଗୃହିଣୀମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି। ଏଲପିଜି ସିଲିଣ୍ଡର ମୂଲ୍ୟରେ ୧୦୦ ଟଙ୍କା ହ୍ରାସ କରିବାକୁ ମୋଦୀ ଆଜି ଘୋଷଣା କରିଛନ୍ତି। ଏକ୍ସରେ ପୋଷ୍ଟକରି ପିଏମ ମୋଦି ଏ ନେଇ ସୂଚନା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, “ଆଜି ମହିଳା ଦିବସ ଅବସରରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୦ ଟଙ୍କା ହ୍ରାସ କରାଯାଇଛି । ଏହାଦ୍ଵାରା ନାରୀ ଶକ୍ତିଙ୍କ ଜୀବନ ସହଜ ହେବା ସହ କୋଟି କୋଟି ପରିବାରର ଆର୍ଥିକ ବୋଝ ମଧ୍ୟ ହ୍ରାସ ହେବ। ଏହି ପଦକ୍ଷେପ ପରିବେଶ ସୁରକ୍ଷା କ୍ଷେତ୍ରରେ ମଧ୍ୟ ସହାୟକ ହେବ, ଯାହା ସମଗ୍ର ପରିବାରର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ। ”
ଏହା ବ୍ୟତୀତ ଆନ୍ତର୍ଜାତୀୟ ମହିଳା ଦିବସରେ ଶୁଭେଚ୍ଛା ଜଣାଇ ମୋଦୀ କହିଛନ୍ତି, “ଆନ୍ତର୍ଜାତୀୟ ମହିଳା ଦିବସର ଅନେକ ଅନେକ ଶୁଭେଚ୍ଛା! ଆମେ ଆମର ମହିଳା ଶକ୍ତିର ଧର୍ୟ୍ୟ, ସାହସ ଏବଂ ଶକ୍ତିକୁ ସଲାମ କରୁଛୁ ଏବଂ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ସଫଳତାକୁ ପ୍ରଶଂସା କରୁଛୁ। ଆମ ସରକାର ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ୟମ କରୁଛନ୍ତି। ଏହା ଛଡା ଉଦ୍ୟୋଗ, କୃଷି, ପ୍ରଯୁକ୍ତିବିଦ୍ୟା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ଅଟୁ । ଏହା ଗତ ଦଶନ୍ଧିରେ ଆମର ସଫଳତାରେ ମଧ୍ୟ ପ୍ରତିଫଳିତ ହୋଇଛି।”