ୱାଶିଂଟନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ଆଜି ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଭେଟିବେ, କାଲି ବାଇଡେନଙ୍କ ସହ ଆଲୋଚନା କରିବେ ମୋଦୀ

The Sakala Picture
Published On

ୱାଶିଂଟନ: ୫ ଦିନିଆ ଆମେରିକା ଗସ୍ତରେ ଆସି ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୱାଶିଂଟନରେ ପହଞ୍ଚିଛନ୍ତି। ମୋଦୀ ୱାଶିଂଟନରେ ପହଞ୍ଚିବାପରେ ଭାରତୀୟମାନେ ସ୍ୱାଗତ କରିଥିଲେ । ତ୍ରିରଙ୍ଗା ଉଡାଇ ମୋଦୀଙ୍କ ଜୋରଦାର ସ୍ୱାଗତ କରିଥିଲେ ଆମେରିକାରେ ଅବସ୍ଥିତ ଭାରତୀୟ । ଦୁଇ ବର୍ଷ ପରେ ଏହା ମୋଦିଙ୍କ ପ୍ରଥମ ଆମେରିକା ଗସ୍ତ । ଏହି ଗସ୍ତ ଅବସରରେ ସେ ଆମେରିକା ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କୁ ଭେଟିବା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବେ। ବିଶେଷକରି ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ […]

ୱାଶିଂଟନ: ୫ ଦିନିଆ ଆମେରିକା ଗସ୍ତରେ ଆସି ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୱାଶିଂଟନରେ ପହଞ୍ଚିଛନ୍ତି। ମୋଦୀ ୱାଶିଂଟନରେ ପହଞ୍ଚିବାପରେ ଭାରତୀୟମାନେ ସ୍ୱାଗତ କରିଥିଲେ । ତ୍ରିରଙ୍ଗା ଉଡାଇ ମୋଦୀଙ୍କ ଜୋରଦାର ସ୍ୱାଗତ କରିଥିଲେ ଆମେରିକାରେ ଅବସ୍ଥିତ ଭାରତୀୟ । ଦୁଇ ବର୍ଷ ପରେ ଏହା ମୋଦିଙ୍କ ପ୍ରଥମ ଆମେରିକା ଗସ୍ତ ।

ଆହୁରି ପଢ଼ନ୍ତୁ: ଇସ୍ରାଏଲର ସର୍ବୋଚ୍ଚ ନାଗରିକ ସମ୍ମାନ ପାଇବେ ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛର: ବିମାନରେ ବଞ୍ଚାଇଥିଲେ ୧୭୪ ଯାତ୍ରୀଙ୍କ ଜୀବନ

ଏହି ଗସ୍ତ ଅବସରରେ ସେ ଆମେରିକା ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କୁ ଭେଟିବା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବେ। ବିଶେଷକରି ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଆତଙ୍କବାଦ ଦମନ ତାଙ୍କ ଗସ୍ତ, ଆମେରିକା ସହିତ ପ୍ରତିରକ୍ଷା ଓ ବାଣିଜ୍ୟିକ ସହଯୋଗକୁ ଅଧିକ ନିବିଡ କରିବା ଏବଂ କୋଭିଡ ଆଦି ପ୍ରସଙ୍ଗ ତାଙ୍କ କାର୍ଯ୍ଯକ୍ରମରେ ମୁଖ୍ୟସ୍ଥାନ ନେବ।

ଆହୁରି ପଢ଼ନ୍ତୁ: ହୁଥିଙ୍କ ବିରୋଧରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍: ଆମେରିକା ମନା କରିବାରୁ ସାହାରା ସାଜିଲା ଚୀନ୍ ଫାଇଟର୍ ଜେଟ୍

ଆଜି ପ୍ରଧାନମନ୍ତ୍ରୀ ଆମେରିକା ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଭେଟିବେ । ଦିନ ପାଖାପାଖି ୧୨ଟା ୩୦ରେ କମଲା ହାରିସଙ୍କୁ ଭେଟିବା ପାଇଁ ଆଇଜନହାବର ଏଗଜିକ୍ୟୁଟିଭ୍ ଅଫିସ୍ ଯିବେ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଆଲୋଚନା କରିବେ । ଆତଙ୍କବାଦ ସମେତ ବାଣିଜ୍ୟ ଓ ବିନିଯୋଗ, ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ଆଦି କ୍ଷେତ୍ରରେ ଆଲୋଚନା କରିବେ । ଆଫଗାନିସ୍ତାନରେ ବର୍ତ୍ତମାନର ଆଂଚଳିକ ସୁରକ୍ଷା ସ୍ଥିତି ସଂକ୍ରାନ୍ତରେ ମଧ୍ୟ ବୈଠକରେ ଆଲୋଚନା ହୋଇପାରେ ।

ଆହୁରି ପଢ଼ନ୍ତୁ: ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟକା: ନାଭି ପିଲ୍ଲେଙ୍କୁ ୨୦୨୬ ନୋବେଲ ଶାନ୍ତି ପୁରସ୍କାର ମିଳିବା ପରେ ଖପ୍ପା ହେଲେ ଟ୍ରମ୍ପ, ପାଲଟା ଜବାବ ଦେଇ ଥଟ୍ଟା କଲେ ନାଭି

ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, ଅନ୍ତରଭରା ସ୍ବାଗତ ଜଣାଇଥିବାରୁ ୱାଶିଂଟନ ଡିସିରେ ବାସ କରୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ପ୍ରତି କୃତଜ୍ଞ । ଆମ ବଂଶୋଦ୍ଭବମାନେ ହିଁ ଆମର ଶକ୍ତି । ସମଗ୍ର ବିଶ୍ବରେ ଭାରତୀୟ ବଂଶୋଦ୍ଭବମାନେ ଯେଭଳି ପ୍ରସିଦ୍ଧି ଅର୍ଜନ କରିଛନ୍ତି ତାହା ପ୍ରଶଂସାଯୋଗ୍ୟ । ‘ଏୟାର୍‌ବେସ୍‌’ରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗାଡ଼ି ପେନ୍‌ସିଲ୍‌ଭେନିଆ ଆଭେନ୍ୟୁସ୍ଥିତ ହୋଟେଲ୍‌ ୱିଲାର୍ଡ ଅଭିମୁଖେ ଯାତ୍ରା କରିଥିଲା ।

ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ। ବାଇଡେନ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବାପରେ ଏହା ଦୁଇନେତାଙ୍କ ମଧ୍ୟରେ ପ୍ରଥମ ସାମନା ସାମନି ସାକ୍ଷାତ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର