ଛାତିଥରା ଘଟଣା: କନ୍ୟାସନ୍ତାନ ଜନ୍ମ ହେବାରୁ ସ୍ତ୍ରୀକୁ ଜୀଅନ୍ତା ଜାଳିଦେଲା ସ୍ବାମୀ, ଜୀବନ ବଞ୍ଚାଇବା ପାଇଁ ଜଳନ୍ତା ଅବସ୍ଥାରେ ରାସ୍ତାରେ ଦୌଡିଲେ ମହିଳା…

The Sakala Picture
Published On

ମହାରାଷ୍ଟ୍ର: ମହାରାଷ୍ଟ୍ରର ପରଭଣି ଅଞ୍ଚଳରେ ଦେଖିବାକୁ ମିଳିଛି ଛାତିଥରା ଘଟଣା । କନ୍ୟାସନ୍ତାନ ଜନ୍ମ ହେବାରୁ ରାକ୍ଷସ ସାଜିଲା ସ୍ବାମୀ। ନିଜ ସ୍ବାମୀ ପତ୍ନୀଙ୍କୁ ଜୀବନ୍ତ ନିଆଁ ଲଗାଇଦେଇଥିବା ଚିତ୍ର ସାମ୍ନାକୁ ଆସିଛି। ଏହି ଘଟଣାଟି ଗତ ଗୁରୁବାର ଅର୍ଥାତ ୨୬ ଡିସେମ୍ବର ରାତି ୮ଟା ସମୟରେ ଘଟିିଥିବା କୁହାଯାଉଛି। ନିଆଁ ଲାଗିଥିବା ମହିଳା ଜଣଙ୍କ ଜୀବନ ବଞ୍ଚାଇବାଇ ପାଇଁ ଜୀବନ ବିକଳରେ ରାସ୍ତାରେ ଦୌଡୁଥିବାର ଦେଖିବାକୁ ମିଳିଛି। କିଛି ଲୋକ ମଧ୍ୟ ନିଆଁ ଲିଭାଇବାକୁ ଚେଷ୍ଟା […]

ମହାରାଷ୍ଟ୍ର: ମହାରାଷ୍ଟ୍ରର ପରଭଣି ଅଞ୍ଚଳରେ ଦେଖିବାକୁ ମିଳିଛି ଛାତିଥରା ଘଟଣା । କନ୍ୟାସନ୍ତାନ ଜନ୍ମ ହେବାରୁ ରାକ୍ଷସ ସାଜିଲା ସ୍ବାମୀ। ନିଜ ସ୍ବାମୀ ପତ୍ନୀଙ୍କୁ ଜୀବନ୍ତ ନିଆଁ ଲଗାଇଦେଇଥିବା ଚିତ୍ର ସାମ୍ନାକୁ ଆସିଛି। ଏହି ଘଟଣାଟି ଗତ ଗୁରୁବାର ଅର୍ଥାତ ୨୬ ଡିସେମ୍ବର ରାତି ୮ଟା ସମୟରେ ଘଟିିଥିବା କୁହାଯାଉଛି। ନିଆଁ ଲାଗିଥିବା ମହିଳା ଜଣଙ୍କ ଜୀବନ ବଞ୍ଚାଇବାଇ ପାଇଁ ଜୀବନ ବିକଳରେ ରାସ୍ତାରେ ଦୌଡୁଥିବାର ଦେଖିବାକୁ ମିଳିଛି। କିଛି ଲୋକ ମଧ୍ୟ ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି, ହେଲେ ଶେଷରେ ମହିଳା ଜଣଙ୍କ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏହି ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ସିସିଟିଭି ଫୁଟେଜ ବର୍ତ୍ତମାନ ସାମ୍ନାକୁ ଆସିବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ଲଣ୍ଡନରେ ସିଜେଆଇ ସୂର୍ଯ୍ୟକାନ୍ତଙ୍କ କାର୍ଯ୍ୟକ୍ରମରେ ବିଶୃଙ୍ଖଳା: 'ଅଶୋଭନୀୟ ଆଚରଣ' କହି ନିନ୍ଦା କଲା ଭାରତୀୟ ହାଇକମିଶନ

ପୁଲିସ ସୂଚନା ଅନୁଯାୟୀ, ସ୍ବାମୀ କୁଣ୍ଡଲିକ ନିଜ ପତ୍ନୀ ଓ ୨ ଝିଅଙ୍କ ସହ ପରଭଣି ଫ୍ଳାଏ ଓଭର ଅଞ୍ଚଳରେ ରହୁଥିଲେ। କୁଣ୍ଡଲିକ ୩ ୟ ଥର ପାଇଁ ପିତା ହୋଇଥିଲେ। ତାଙ୍କର ପୂର୍ବରୁ ଦୁଇଟି ଝିଅ ଥିଲେ। ଏଥର ମଧ୍ୟ କନ୍ୟାସନ୍ତାନ ଜନ୍ମ ହେବାରୁ ସେ ତାଙ୍କ ପତ୍ନୀଙ୍କ ଉପରେ ରାଗିଯାଇଥିଲେ। ସେ ତାଙ୍କୁ ନିର୍ଯ୍ୟାତନା ମଧ୍ଯ ଦେଉଥିଲେ। ଶେଷରେ ନିଷ୍ଠୁର ସ୍ବମୀ ଜଣଙ୍କ ନିଜ ସ୍ତ୍ରୀକୁ ପୋଡ଼ି ମାରିଥିବା ଅଭିଯୋଗ ହୋଇଛି। ପତ୍ନୀଙ୍କ ଭଉଣୀ କୁଣ୍ଡଲିକଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛନ୍ତି। ପୁଲିସ ଅଭିଯୁକ୍ତ କୁଣ୍ଡଲିକଙ୍କୁ ଅଟକ ରଖିଛି। ଘଟଣାର ତଦନ୍ତ କରାଯାଉଛି ବୋଲି ପୁଲିସ କହିଛି।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆରେ ବଢ଼ିଲା ଉତ୍ତେଜନା: ଇରାନ ଉପରେ ଇସ୍ରାଏଲର ପାଲଟା ମିସାଇଲ ମାଡ଼, ତେହେରାନରେ ଥରିଲା ଛାତି

28 Dec 2024 By The Sakala

ଛାତିଥରା ଘଟଣା: କନ୍ୟାସନ୍ତାନ ଜନ୍ମ ହେବାରୁ ସ୍ତ୍ରୀକୁ ଜୀଅନ୍ତା ଜାଳିଦେଲା ସ୍ବାମୀ, ଜୀବନ ବଞ୍ଚାଇବା ପାଇଁ ଜଳନ୍ତା ଅବସ୍ଥାରେ ରାସ୍ତାରେ ଦୌଡିଲେ ମହିଳା…

ମହାରାଷ୍ଟ୍ର: ମହାରାଷ୍ଟ୍ରର ପରଭଣି ଅଞ୍ଚଳରେ ଦେଖିବାକୁ ମିଳିଛି ଛାତିଥରା ଘଟଣା । କନ୍ୟାସନ୍ତାନ ଜନ୍ମ ହେବାରୁ ରାକ୍ଷସ ସାଜିଲା ସ୍ବାମୀ। ନିଜ ସ୍ବାମୀ ପତ୍ନୀଙ୍କୁ ଜୀବନ୍ତ ନିଆଁ ଲଗାଇଦେଇଥିବା ଚିତ୍ର ସାମ୍ନାକୁ ଆସିଛି। ଏହି ଘଟଣାଟି ଗତ ଗୁରୁବାର ଅର୍ଥାତ ୨୬ ଡିସେମ୍ବର ରାତି ୮ଟା ସମୟରେ ଘଟିିଥିବା କୁହାଯାଉଛି। ନିଆଁ ଲାଗିଥିବା ମହିଳା ଜଣଙ୍କ ଜୀବନ ବଞ୍ଚାଇବାଇ ପାଇଁ ଜୀବନ ବିକଳରେ ରାସ୍ତାରେ ଦୌଡୁଥିବାର ଦେଖିବାକୁ ମିଳିଛି। କିଛି ଲୋକ ମଧ୍ୟ ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି, ହେଲେ ଶେଷରେ ମହିଳା ଜଣଙ୍କ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏହି ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ସିସିଟିଭି ଫୁଟେଜ ବର୍ତ୍ତମାନ ସାମ୍ନାକୁ ଆସିବାରେ ଲାଗିଛି।

ପୁଲିସ ସୂଚନା ଅନୁଯାୟୀ, ସ୍ବାମୀ କୁଣ୍ଡଲିକ ନିଜ ପତ୍ନୀ ଓ ୨ ଝିଅଙ୍କ ସହ ପରଭଣି ଫ୍ଳାଏ ଓଭର ଅଞ୍ଚଳରେ ରହୁଥିଲେ। କୁଣ୍ଡଲିକ ୩ ୟ ଥର ପାଇଁ ପିତା ହୋଇଥିଲେ। ତାଙ୍କର ପୂର୍ବରୁ ଦୁଇଟି ଝିଅ ଥିଲେ। ଏଥର ମଧ୍ୟ କନ୍ୟାସନ୍ତାନ ଜନ୍ମ ହେବାରୁ ସେ ତାଙ୍କ ପତ୍ନୀଙ୍କ ଉପରେ ରାଗିଯାଇଥିଲେ। ସେ ତାଙ୍କୁ ନିର୍ଯ୍ୟାତନା ମଧ୍ଯ ଦେଉଥିଲେ। ଶେଷରେ ନିଷ୍ଠୁର ସ୍ବମୀ ଜଣଙ୍କ ନିଜ ସ୍ତ୍ରୀକୁ ପୋଡ଼ି ମାରିଥିବା ଅଭିଯୋଗ ହୋଇଛି। ପତ୍ନୀଙ୍କ ଭଉଣୀ କୁଣ୍ଡଲିକଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛନ୍ତି। ପୁଲିସ ଅଭିଯୁକ୍ତ କୁଣ୍ଡଲିକଙ୍କୁ ଅଟକ ରଖିଛି। ଘଟଣାର ତଦନ୍ତ କରାଯାଉଛି ବୋଲି ପୁଲିସ କହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର