ପରଲୋକରେ ‘ଷ୍ଟିଲ୍‌ ମ୍ୟାନ୍‌ ଅଫ ଇଣ୍ଡିଆ’ ପଦ୍ମ ଭୂଷଣ ଜାମସେଦ ଜେ ଇରାନୀ

The Sakala Picture
Published On

ନୂଆଦିଲ୍ଲୀ : ଭାରତର ଷ୍ଟିଲ୍‌ ମ୍ୟାନ୍‌ ଭାବେ ପରିଚିତ ପଦ୍ମ ଭୂଷଣ ଜାମସେଦ ଜେ ଇରାନୀଙ୍କ ପରଲୋକ ହୋଇଯାଇଛି। ସୋମବାର ବିଳମ୍ବିତ ରାତ୍ରୀରେ ୮୬ ବର୍ଷ ବୟସରେ ଜାମସେଦପୁରରେ ତାଙ୍କର ପରଲୋକ ହୋଇଛି। ଚାରି ଦଶନ୍ଧି ଧରି ଇରାନୀ ଟାଟା ଷ୍ଟିଲ ସହିତ ଜଡିତ ଥିଲେ। ଜାମସେଦପୁର ଟାଟା ମେନ ହସ୍ପିଟାଲ୍‌ରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ଜାମସେଦ ଜେ ଇରାନୀ ଜୁନ୍ ୨୦୧୧ରେ ଟାଟା ଷ୍ଟିଲ ବୋର୍ଡରୁ ୨୦୧୧ ଜୁନରେ ଅବସର ନେଇଥିଲେ। ଭାରତୀୟ […]

ନୂଆଦିଲ୍ଲୀ : ଭାରତର ଷ୍ଟିଲ୍‌ ମ୍ୟାନ୍‌ ଭାବେ ପରିଚିତ ପଦ୍ମ ଭୂଷଣ ଜାମସେଦ ଜେ ଇରାନୀଙ୍କ ପରଲୋକ ହୋଇଯାଇଛି। ସୋମବାର ବିଳମ୍ବିତ ରାତ୍ରୀରେ ୮୬ ବର୍ଷ ବୟସରେ ଜାମସେଦପୁରରେ ତାଙ୍କର ପରଲୋକ ହୋଇଛି। ଚାରି ଦଶନ୍ଧି ଧରି ଇରାନୀ ଟାଟା ଷ୍ଟିଲ ସହିତ ଜଡିତ ଥିଲେ। ଜାମସେଦପୁର ଟାଟା ମେନ ହସ୍ପିଟାଲ୍‌ରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ମୁଜାଫରପୁରରେ 'ଡିଜିଟାଲ୍ ଆରେଷ୍ଟ' ସାଇବର ଠକେଇର ପର୍ଦ୍ଦାଫାଶ: ୨୦୦ କୋଟିର ସନ୍ଦିଗ୍ଧ କାରବାର, ଅବସରପ୍ରାପ୍ତ ଅଧିକାରୀ ଓ ପୁଅ ଗିରଫ

ଜାମସେଦ ଜେ ଇରାନୀ ଜୁନ୍ ୨୦୧୧ରେ ଟାଟା ଷ୍ଟିଲ ବୋର୍ଡରୁ ୨୦୧୧ ଜୁନରେ ଅବସର ନେଇଥିଲେ। ଭାରତୀୟ ଶିଳ୍ପ, ଇସ୍ପାତ କାରବାର ଏବଂ ଟାଟା ପ୍ରତି ଇରାନୀଙ୍କ ଅତୁଳନୀୟ ଅବଦାନ ରହିଛି। ସେ ୧୯୬୩ରେ ୟୁକେର ସେଫିଲ୍ଡରେ ବ୍ରିଟିଶ ଆଇରନ ଏବଂ ଷ୍ଟିଲ୍ ରିସର୍ଚ୍ଚ ଆସୋସିଏସନର ବରିଷ୍ଠ ସାଇଣ୍ଟିଫିକ୍ ଅଫିସର ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ।

ଆହୁରି ପଢ଼ନ୍ତୁ: ମୁମ୍ବାଇରେ ଆମେରିକା ଫେରନ୍ତାଙ୍କ ଉନ୍ମତ୍ତ କାଣ୍ଡ: କଲମା ପଢ଼ି ନପାରିବାରୁ ୨ ସୁରକ୍ଷାକର୍ମୀଙ୍କୁ ଛୁରାମାଡ଼

ଶିକ୍ଷା ପାଇଁ ବିଦେଶ ଗସ୍ତ କରିଥିବା ଇରାନୀ ୧୯୬୮ ମସିହାରେ ଟାଟା ଆଇରନ୍ ଆଣ୍ଡ ଷ୍ଟିଲ୍ କମ୍ପାନୀ (ବର୍ତ୍ତମାନ ଟାଟା ଷ୍ଟିଲ୍) ରେ ଯୋଗଦେବା ପାଇଁ ଭାରତକୁ ଫେରିଥିଲେ ଏବଂ ଅନୁସନ୍ଧାନ ଏବଂ ବିକାଶ ନିର୍ଦ୍ଦେଶକଙ୍କ ସହକାରୀ ଭାବରେ ଏହି ଫାର୍ମରେ ଯୋଗ ଦେଇଥିଲେ। ସେ ୧୯୭୮ ରେ ଜେନେରାଲ ସୁପରିଣ୍ଟେଣ୍ଡେଣ୍ଟ, ୧୯୭୯ ରେ ଜେନେରାଲ ମ୍ୟାନେଜର ଏବଂ ୧୯୮୫ ରେ ଟାଟା ଷ୍ଟିଲର ସଭାପତି ହୋଇଥିଲେ। ୨୦୧୧ ରେ ଅବସର ନେବା ପୂର୍ବରୁ ସେ ୧୯୮୮ ରେ ଟାଟା ଷ୍ଟିଲର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଏବଂ ୧୯୯୨ ରେ ପରିଚାଳନା ନିର୍ଦ୍ଦେଶକ ହୋଇଥିଲେ।

ସୂଚନାମୁତାବକ ସେ ୧୯୮୧ ରେ ଟାଟା ଷ୍ଟିଲ ବୋର୍ଡରେ ଯୋଗ ଦେଇଥିଲେ ଏବଂ ଏକ ଦଶନ୍ଧି ପାଇଁ ୨୦୦୧ ରୁ ଜଣେ ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମଧ୍ୟ ଥିଲେ। ଟାଟା ଷ୍ଟିଲ୍ ଏବଂ ଟାଟା ସନ୍ସଙ୍କ ବ୍ୟତୀତ ଡ ଇରାନୀ ଟାଟା ମୋଟର୍ସ ଏବଂ ଟାଟା ଟେଲି ସର୍ଭିସେସ୍ ସମେତ ଅନେକ ଟାଟା ଗ୍ରୁପ୍ କମ୍ପାନୀର ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଇରାନୀଙ୍କ ପତ୍ନୀଙ୍କ ନାମ ଡେଜି ଇରାନୀ ଏବଂ ତାଙ୍କର ତିନି ସନ୍ତାନ ଅଛନ୍ତି।

ଜାମସେଦ ଜେ ଇରାନୀ

  • ୨ ଜୁନ୍ ୧୯୩୬ ରେ ଜନ୍ମ ହୋଇଥିବା ଇରାନୀ ଜଣେ ପ୍ରମୁଖ ଶିଳ୍ପପତି ଥିଲେ
  • ସେ ୧୯୬୦ ରେ ମେଟାଲୁରଜିରେ ମାଷ୍ଟର ଏବଂ ୧୯୬୩ ମସିହାରେ ବ୍ରିଟେନର ଶେଫିଲ୍ଡ ୟୁନିଭରସିଟିରୁ ମେଟାଲୁରଜିରେ ପିଏଚଡି କରିଥିଲେ।
  • ସେ ୧୯୬୩ ମସିହାରେ ବ୍ରିଟିଶ ଆଇରନ୍ ଏବଂ ଷ୍ଟିଲ୍ ରିସର୍ଚ୍ଚ ଆସୋସିଏସନରେ ଯୋଗ ଦେଇଥିଲେ। ପରେ ସେ ଟାଟା ଷ୍ଟିଲରେ ଯୋଗ ଦେଇଥିଲେ ଯେଉଁଥିରୁ ସେ ୨୦୦୭ ରେ ନିର୍ଦ୍ଦେଶକ ଭାବରେ ଅବସର ନେଇଥିଲେ। ପରେ ସେ ବିଭିନ୍ନ ଟାଟା ଗ୍ରୁପ୍ କମ୍ପାନୀ ଏବଂ ଅନ୍ୟମାନଙ୍କ ବୋର୍ଡରେ ସେବା କରିଥିଲେ।
  • ଇରାନୀ ୨୦୦୭ ରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନୀତ ହୋଇଥିଲେ।
  • ସେ ୧୯୫୬ ମସିହାରେ ନାଗପୁରର ସାଇନ୍ସ କଲେଜରୁ ସ୍ନାତକୋତ୍ତର ଡିଗ୍ରୀ ଏବଂ ୧୯୫୮ ମସିହାରେ ନାଗପୁର ବିଶ୍ୱବିଦ୍ୟାଳୟରୁ ଭୂବିଜ୍ଞାନରେ ମାଷ୍ଟର ଅଫ୍ ସାଇନ୍ସ ଡିଗ୍ରୀ ହାସଲ କରିଥିଲେ।
  • ଇରାନୀ ଭାରତକୁ ଫେରି ୧୯୬୮ ମସିହାରେ ଟାଟା ଆଇରନ୍ ଆଣ୍ଡ ଷ୍ଟିଲ୍ କମ୍ପାନୀ (ଟିସ୍କୋ, ବର୍ତ୍ତମାନ ଟାଟା ଷ୍ଟିଲ୍) ରେ ଯୋଗ ଦେଇଥିଲେ।
01 Nov 2022 By The Sakala

ପରଲୋକରେ ‘ଷ୍ଟିଲ୍‌ ମ୍ୟାନ୍‌ ଅଫ ଇଣ୍ଡିଆ’ ପଦ୍ମ ଭୂଷଣ ଜାମସେଦ ଜେ ଇରାନୀ

ନୂଆଦିଲ୍ଲୀ : ଭାରତର ଷ୍ଟିଲ୍‌ ମ୍ୟାନ୍‌ ଭାବେ ପରିଚିତ ପଦ୍ମ ଭୂଷଣ ଜାମସେଦ ଜେ ଇରାନୀଙ୍କ ପରଲୋକ ହୋଇଯାଇଛି। ସୋମବାର ବିଳମ୍ବିତ ରାତ୍ରୀରେ ୮୬ ବର୍ଷ ବୟସରେ ଜାମସେଦପୁରରେ ତାଙ୍କର ପରଲୋକ ହୋଇଛି। ଚାରି ଦଶନ୍ଧି ଧରି ଇରାନୀ ଟାଟା ଷ୍ଟିଲ ସହିତ ଜଡିତ ଥିଲେ। ଜାମସେଦପୁର ଟାଟା ମେନ ହସ୍ପିଟାଲ୍‌ରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି।

ଜାମସେଦ ଜେ ଇରାନୀ ଜୁନ୍ ୨୦୧୧ରେ ଟାଟା ଷ୍ଟିଲ ବୋର୍ଡରୁ ୨୦୧୧ ଜୁନରେ ଅବସର ନେଇଥିଲେ। ଭାରତୀୟ ଶିଳ୍ପ, ଇସ୍ପାତ କାରବାର ଏବଂ ଟାଟା ପ୍ରତି ଇରାନୀଙ୍କ ଅତୁଳନୀୟ ଅବଦାନ ରହିଛି। ସେ ୧୯୬୩ରେ ୟୁକେର ସେଫିଲ୍ଡରେ ବ୍ରିଟିଶ ଆଇରନ ଏବଂ ଷ୍ଟିଲ୍ ରିସର୍ଚ୍ଚ ଆସୋସିଏସନର ବରିଷ୍ଠ ସାଇଣ୍ଟିଫିକ୍ ଅଫିସର ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ।

ଶିକ୍ଷା ପାଇଁ ବିଦେଶ ଗସ୍ତ କରିଥିବା ଇରାନୀ ୧୯୬୮ ମସିହାରେ ଟାଟା ଆଇରନ୍ ଆଣ୍ଡ ଷ୍ଟିଲ୍ କମ୍ପାନୀ (ବର୍ତ୍ତମାନ ଟାଟା ଷ୍ଟିଲ୍) ରେ ଯୋଗଦେବା ପାଇଁ ଭାରତକୁ ଫେରିଥିଲେ ଏବଂ ଅନୁସନ୍ଧାନ ଏବଂ ବିକାଶ ନିର୍ଦ୍ଦେଶକଙ୍କ ସହକାରୀ ଭାବରେ ଏହି ଫାର୍ମରେ ଯୋଗ ଦେଇଥିଲେ। ସେ ୧୯୭୮ ରେ ଜେନେରାଲ ସୁପରିଣ୍ଟେଣ୍ଡେଣ୍ଟ, ୧୯୭୯ ରେ ଜେନେରାଲ ମ୍ୟାନେଜର ଏବଂ ୧୯୮୫ ରେ ଟାଟା ଷ୍ଟିଲର ସଭାପତି ହୋଇଥିଲେ। ୨୦୧୧ ରେ ଅବସର ନେବା ପୂର୍ବରୁ ସେ ୧୯୮୮ ରେ ଟାଟା ଷ୍ଟିଲର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଏବଂ ୧୯୯୨ ରେ ପରିଚାଳନା ନିର୍ଦ୍ଦେଶକ ହୋଇଥିଲେ।

ସୂଚନାମୁତାବକ ସେ ୧୯୮୧ ରେ ଟାଟା ଷ୍ଟିଲ ବୋର୍ଡରେ ଯୋଗ ଦେଇଥିଲେ ଏବଂ ଏକ ଦଶନ୍ଧି ପାଇଁ ୨୦୦୧ ରୁ ଜଣେ ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମଧ୍ୟ ଥିଲେ। ଟାଟା ଷ୍ଟିଲ୍ ଏବଂ ଟାଟା ସନ୍ସଙ୍କ ବ୍ୟତୀତ ଡ ଇରାନୀ ଟାଟା ମୋଟର୍ସ ଏବଂ ଟାଟା ଟେଲି ସର୍ଭିସେସ୍ ସମେତ ଅନେକ ଟାଟା ଗ୍ରୁପ୍ କମ୍ପାନୀର ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଇରାନୀଙ୍କ ପତ୍ନୀଙ୍କ ନାମ ଡେଜି ଇରାନୀ ଏବଂ ତାଙ୍କର ତିନି ସନ୍ତାନ ଅଛନ୍ତି।

ଜାମସେଦ ଜେ ଇରାନୀ

  • ୨ ଜୁନ୍ ୧୯୩୬ ରେ ଜନ୍ମ ହୋଇଥିବା ଇରାନୀ ଜଣେ ପ୍ରମୁଖ ଶିଳ୍ପପତି ଥିଲେ
  • ସେ ୧୯୬୦ ରେ ମେଟାଲୁରଜିରେ ମାଷ୍ଟର ଏବଂ ୧୯୬୩ ମସିହାରେ ବ୍ରିଟେନର ଶେଫିଲ୍ଡ ୟୁନିଭରସିଟିରୁ ମେଟାଲୁରଜିରେ ପିଏଚଡି କରିଥିଲେ।
  • ସେ ୧୯୬୩ ମସିହାରେ ବ୍ରିଟିଶ ଆଇରନ୍ ଏବଂ ଷ୍ଟିଲ୍ ରିସର୍ଚ୍ଚ ଆସୋସିଏସନରେ ଯୋଗ ଦେଇଥିଲେ। ପରେ ସେ ଟାଟା ଷ୍ଟିଲରେ ଯୋଗ ଦେଇଥିଲେ ଯେଉଁଥିରୁ ସେ ୨୦୦୭ ରେ ନିର୍ଦ୍ଦେଶକ ଭାବରେ ଅବସର ନେଇଥିଲେ। ପରେ ସେ ବିଭିନ୍ନ ଟାଟା ଗ୍ରୁପ୍ କମ୍ପାନୀ ଏବଂ ଅନ୍ୟମାନଙ୍କ ବୋର୍ଡରେ ସେବା କରିଥିଲେ।
  • ଇରାନୀ ୨୦୦୭ ରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନୀତ ହୋଇଥିଲେ।
  • ସେ ୧୯୫୬ ମସିହାରେ ନାଗପୁରର ସାଇନ୍ସ କଲେଜରୁ ସ୍ନାତକୋତ୍ତର ଡିଗ୍ରୀ ଏବଂ ୧୯୫୮ ମସିହାରେ ନାଗପୁର ବିଶ୍ୱବିଦ୍ୟାଳୟରୁ ଭୂବିଜ୍ଞାନରେ ମାଷ୍ଟର ଅଫ୍ ସାଇନ୍ସ ଡିଗ୍ରୀ ହାସଲ କରିଥିଲେ।
  • ଇରାନୀ ଭାରତକୁ ଫେରି ୧୯୬୮ ମସିହାରେ ଟାଟା ଆଇରନ୍ ଆଣ୍ଡ ଷ୍ଟିଲ୍ କମ୍ପାନୀ (ଟିସ୍କୋ, ବର୍ତ୍ତମାନ ଟାଟା ଷ୍ଟିଲ୍) ରେ ଯୋଗ ଦେଇଥିଲେ।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର