ଅପରେସନ ସିନ୍ଦୂର ପରେ ପାକିସ୍ତାନରେ ଭୟ, ଭାଇରଲ ହେଉଛି ପାକିସ୍ତାନ ନ୍ୟୁଜ ଆଙ୍କରଙ୍କ କାନ୍ଦୁଥିବା ଭିଡିଓ….
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାର ୧୫ଦିନ ପରେ ଭାରତ ମଧ୍ଯ ଗତକାଲି ବିଳମ୍ବିତ ରାତିରେ ବଦଲା ନେଇଛି। ମକ୍ଡ୍ରିଲ ପୂର୍ବରୁ ଭାରତ ଆତଙ୍କବାଦ ବିରୋଧରେ ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରିଛି। ଭାରତୀୟ ବାୟୁସେନା ପାକିସ୍ତାନ ଓ ପିଓକେରେ ବଡ଼ଧରଣର ଆକ୍ରମଣ କରିଛି। ବୁଧବାର ରାତି ୧ଟା ୧୫ରେ କ୍ଷେପଣାସ୍ତ୍ର ମାଡ଼ କରି ପ୍ରମୁଖ ୯ଟି ଆତଙ୍କବାଦୀ କେନ୍ଦ୍ର ଧ୍ବଂସ କରିଦେଇଛି। ଆତଙ୍କବାଦୀ ଓ ଏହାର ସମର୍ଥକଙ୍କୁ ମାଟିରେ ମିଶାଇ ଦେଇଛି। ଏହାପରେ ପାକିସ୍ତାନରେ ହଇଚଇ ସୃଷ୍ଟି […]
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାର ୧୫ଦିନ ପରେ ଭାରତ ମଧ୍ଯ ଗତକାଲି ବିଳମ୍ବିତ ରାତିରେ ବଦଲା ନେଇଛି। ମକ୍ଡ୍ରିଲ ପୂର୍ବରୁ ଭାରତ ଆତଙ୍କବାଦ ବିରୋଧରେ ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରିଛି। ଭାରତୀୟ ବାୟୁସେନା ପାକିସ୍ତାନ ଓ ପିଓକେରେ ବଡ଼ଧରଣର ଆକ୍ରମଣ କରିଛି। ବୁଧବାର ରାତି ୧ଟା ୧୫ରେ କ୍ଷେପଣାସ୍ତ୍ର ମାଡ଼ କରି ପ୍ରମୁଖ ୯ଟି ଆତଙ୍କବାଦୀ କେନ୍ଦ୍ର ଧ୍ବଂସ କରିଦେଇଛି। ଆତଙ୍କବାଦୀ ଓ ଏହାର ସମର୍ଥକଙ୍କୁ ମାଟିରେ ମିଶାଇ ଦେଇଛି। ଏହାପରେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି। ଏହି ସମୟରେ, ପାକ୍ ଗଣମାଧ୍ୟମର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଏକ ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲର ଜଣେ ଆଙ୍କର କାନ୍ଦୁଥିବାର ଦେଖାଯାଉଛି। ଏହି ଭଡିଓକୁ ସମାଜବାଦୀ ପାର୍ଟି ନେତା ଆଇପି ସିଂହ କଡ଼ା ଟାର୍ଗେଟ କରିଛନ୍ତି। କହିଛନ୍ତି ଯେ, ଭାରତ ଆତଙ୍କବାଦର ସମସ୍ତ ଚିହ୍ନ ବର୍ଣ୍ଣ ହଜାଇ ଦେବ।
पाकिस्तान की TV एंकर…
अभी तुम लोगों को और फूट फूट कर रोना है।
सिंदूर उजाड़ने वालों का अब यही अंजाम होगा।आतंकवाद का नामोनिशान मिटा देगा भारत।
जयहिंद। pic.twitter.com/NsATvfcOK2
— I.P. Singh (@IPSinghSp) May 7, 2025
ଖବର ଅନୁଯାୟୀ, ସମାଜବାଦୀ ପାର୍ଟି ନେତା ଆଇପି ସିଂହ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ‘X’ ରେ ଜଣେ ପାକିସ୍ତାନୀ ନ୍ୟୁଜ ଆଙ୍କରଙ୍କ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ କାନ୍ଦୁଛନ୍ତି ଏବଂ ଆକ୍ରମଣରେ ମୃତ ଲୋକଙ୍କ ପାଇଁ ଦୁଃଖ ପ୍ରକାଶ କରୁଛନ୍ତି। କହୁଛନ୍ତି ଖୁଦା ସେମାନଙ୍କୁ ଶକ୍ତି ଦିଅନ୍ତୁ। ଏହାର ଜବାବରେ ଆଇପି ସିଂହ କହିଛନ୍ତି ଯେ, ତୁମ ଲୋକମାନଙ୍କୁ ଆହୁରି କାନ୍ଦିବାକୁ ପଡିବ। ସିନ୍ଦୁର ପୋଛିଥିବା ଲୋକଙ୍କୁ ଏପରି ଅବସ୍ଥା ଭୋଗିବାକୁ ପଡ଼ିବ। ଭାରତ ଆତଙ୍କବାଦକୁ ସମ୍ପୂର୍ଣ୍ଣ ମୂଳପୋଛ କରିବ। ପରେ ଜୟ ହିନ୍ଦ ବୋଲି ନିଜ ଟ୍ବିଟରେ ଲେଖିଛନ୍ତି।