ଗୋଟିଏ ଦେଶ ଗୋଟିଏ ନିର୍ବାଚନ : କମିଟିର ଅଧ୍ୟକ୍ଷ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଡାକିଲେ ପ୍ରଥମ ବୈଠକ

The Sakala Picture
Published On

ନୂଆଦିଲ୍ଲୀ : ଦେଶର ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣିବା ସହିତ ‘ ଏକ ରାଷ୍ଟ୍ର, ଏକ ନିର୍ବାଚନ’ ନୀତି ପ୍ରଚଳନ କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି। ଏଥି ନେଇ ୮ ଜଣିଆ କମିଟି ଗଠନ କରାଯାଇଥିବା ବେଳେ ଆସନ୍ତା ୧୮ ରୁ ୨୨ ତାରିଖ ଯାଏଁ ଡକାଯାଇଥିବା ସଂସଦର ସ୍ବତନ୍ତ୍ର ଅଧିବେଶନରେ ଏହି ପ୍ରସଙ୍ଗରେ ବିଲ୍‌ ଅଣାଯାଇ ଆଲୋଚନା କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି। ତେବେ ଏକ ରାଷ୍ଟ୍ର, ଏକ ନିର୍ବାଚନ ପରିକଳ୍ପନାର କାର୍ଯ୍ୟକାରିତା […]

ନୂଆଦିଲ୍ଲୀ : ଦେଶର ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣିବା ସହିତ ‘ ଏକ ରାଷ୍ଟ୍ର, ଏକ ନିର୍ବାଚନ’ ନୀତି ପ୍ରଚଳନ କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି। ଏଥି ନେଇ ୮ ଜଣିଆ କମିଟି ଗଠନ କରାଯାଇଥିବା ବେଳେ ଆସନ୍ତା ୧୮ ରୁ ୨୨ ତାରିଖ ଯାଏଁ ଡକାଯାଇଥିବା ସଂସଦର ସ୍ବତନ୍ତ୍ର ଅଧିବେଶନରେ ଏହି ପ୍ରସଙ୍ଗରେ ବିଲ୍‌ ଅଣାଯାଇ ଆଲୋଚନା କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ତେବେ ଏକ ରାଷ୍ଟ୍ର, ଏକ ନିର୍ବାଚନ ପରିକଳ୍ପନାର କାର୍ଯ୍ୟକାରିତା ଉପରେ ଆଲୋଚନା କରିବାକୁ ଗଠିତ ସ୍ବତନ୍ତ କମିଟିର ଆଜି ପ୍ରଥମ ବୈଠକ ବସିବ। କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଥିବା ୮ ଜଣିଆ କମିଟିର ଅଧ୍ୟକ୍ଷ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ବୈଠକ ଡାକିଛନ୍ତି। ରାମନାଥ କୋବିନ୍ଦଙ୍କ ଦିଲ୍ଲୀ ବାସଭବନରେ ଏହି ବୈଠକ ବସିବ। କମିଟିର ସଦସ୍ୟମାନେ ଅପରାହ୍ନରେ ଏହି ବୈଠକରେ ଭାଗ ନେବେ ବୋଲି ଜଣାପଡିଛି।

ଆହୁରି ପଢ଼ନ୍ତୁ: ‘ୟୁକେ ୦୭ ରାଇଡର’ ଅନୁରାଗ ଡୋଭାଲଙ୍କ ଆତ୍ମହତ୍ୟା ଉଦ୍ୟମ; ପରିବାର ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ

କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଥିବା କମିଟିରେ ସଦସ୍ୟ ଭାବେ ଗୃହ ମନ୍ତ୍ରୀ ଅମିତ ଶାହ, କଂଗ୍ରେସ ନେତା ଅଧୀର ଚୌଧୁରୀ ,ଗୁଲାମନବୀ ଆଜାଦ, ଏନ୍‌କେ ସିଂହ, ସୁଭାଷ କାଶ୍ୟପ,ହରିଶ ସାଲଭେ ଏବଂ ସଂଜୟ କୋଠାରୀ ରହିଛନ୍ତି । ଏଥି ସହିତ ଆଇନ ମନ୍ତ୍ରୀ ଅର୍ଜ୍ଜୁନରାମ ମେଘୱାଲ କମିଟିର ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ରହିଥିବା ବେଳେ କେନ୍ଦ୍ର ଆଇନ ବ୍ୟାପାର ସଚିବ ନିତେନ ଚନ୍ଦ୍ର କମିଟିର ସଚିବ ନିଯୁକ୍ତ ହୋଇଛନ୍ତି। ତେବେ କମିଟିର ସଦସ୍ୟ ହେବାକୁ ମନା କରିଥିବା କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଆଜି ବୈଠକରେ ଭାଗ ନେବେ କି ନାହିଁ ଜଣାପଡିନାହିଁ। ଅଧୀର ରଞ୍ଜନ ଚୌଧୁରୀ ଏହି କମିଟି ନାମକୁ ମାତ୍ର ଗଠିତ ହୋଇଛି ବୋଲି କହିଥିଲେ।

ଆହୁରି ପଢ଼ନ୍ତୁ: ବିହାରର ନବଗଛିଆରେ ରକ୍ତରଞ୍ଜିତ ହୋଲି: ଗୁଳିମାଡ଼ରେ ୩ ସାଙ୍ଗଙ୍କ ମୃତ୍ୟୁ, ଅଞ୍ଚଳରେ ଚାଞ୍ଚଲ୍ୟ

06 Sep 2023 By The Sakala

ଗୋଟିଏ ଦେଶ ଗୋଟିଏ ନିର୍ବାଚନ : କମିଟିର ଅଧ୍ୟକ୍ଷ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଡାକିଲେ ପ୍ରଥମ ବୈଠକ

ନୂଆଦିଲ୍ଲୀ : ଦେଶର ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣିବା ସହିତ ‘ ଏକ ରାଷ୍ଟ୍ର, ଏକ ନିର୍ବାଚନ’ ନୀତି ପ୍ରଚଳନ କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି। ଏଥି ନେଇ ୮ ଜଣିଆ କମିଟି ଗଠନ କରାଯାଇଥିବା ବେଳେ ଆସନ୍ତା ୧୮ ରୁ ୨୨ ତାରିଖ ଯାଏଁ ଡକାଯାଇଥିବା ସଂସଦର ସ୍ବତନ୍ତ୍ର ଅଧିବେଶନରେ ଏହି ପ୍ରସଙ୍ଗରେ ବିଲ୍‌ ଅଣାଯାଇ ଆଲୋଚନା କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି।

ତେବେ ଏକ ରାଷ୍ଟ୍ର, ଏକ ନିର୍ବାଚନ ପରିକଳ୍ପନାର କାର୍ଯ୍ୟକାରିତା ଉପରେ ଆଲୋଚନା କରିବାକୁ ଗଠିତ ସ୍ବତନ୍ତ କମିଟିର ଆଜି ପ୍ରଥମ ବୈଠକ ବସିବ। କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଥିବା ୮ ଜଣିଆ କମିଟିର ଅଧ୍ୟକ୍ଷ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ବୈଠକ ଡାକିଛନ୍ତି। ରାମନାଥ କୋବିନ୍ଦଙ୍କ ଦିଲ୍ଲୀ ବାସଭବନରେ ଏହି ବୈଠକ ବସିବ। କମିଟିର ସଦସ୍ୟମାନେ ଅପରାହ୍ନରେ ଏହି ବୈଠକରେ ଭାଗ ନେବେ ବୋଲି ଜଣାପଡିଛି।

କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଥିବା କମିଟିରେ ସଦସ୍ୟ ଭାବେ ଗୃହ ମନ୍ତ୍ରୀ ଅମିତ ଶାହ, କଂଗ୍ରେସ ନେତା ଅଧୀର ଚୌଧୁରୀ ,ଗୁଲାମନବୀ ଆଜାଦ, ଏନ୍‌କେ ସିଂହ, ସୁଭାଷ କାଶ୍ୟପ,ହରିଶ ସାଲଭେ ଏବଂ ସଂଜୟ କୋଠାରୀ ରହିଛନ୍ତି । ଏଥି ସହିତ ଆଇନ ମନ୍ତ୍ରୀ ଅର୍ଜ୍ଜୁନରାମ ମେଘୱାଲ କମିଟିର ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ରହିଥିବା ବେଳେ କେନ୍ଦ୍ର ଆଇନ ବ୍ୟାପାର ସଚିବ ନିତେନ ଚନ୍ଦ୍ର କମିଟିର ସଚିବ ନିଯୁକ୍ତ ହୋଇଛନ୍ତି। ତେବେ କମିଟିର ସଦସ୍ୟ ହେବାକୁ ମନା କରିଥିବା କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଆଜି ବୈଠକରେ ଭାଗ ନେବେ କି ନାହିଁ ଜଣାପଡିନାହିଁ। ଅଧୀର ରଞ୍ଜନ ଚୌଧୁରୀ ଏହି କମିଟି ନାମକୁ ମାତ୍ର ଗଠିତ ହୋଇଛି ବୋଲି କହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର