୮୦୦ କର୍ମଚାରୀଙ୍କୁ ଛଟେଇ କଲା OLX ଗ୍ରୁପ୍‌

The Sakala Picture
Published On

ନୂଆଦିଲ୍ଲୀ: ଅନଲାଇନ​‌ରେ ଜିନିଷ କିଣିବା ଏବଂ ବିକ୍ରି ସୁବିଧା ପ୍ରଦାନ କରୁଥିବା କମ୍ପାନୀ OLX ଏହାର କିଛି କର୍ମଚାରୀଙ୍କୁ ଛଟେଇ କରିଛି।  OLX  ଭିନ୍ନଭିନ୍ନ ବିଭାଗରୁ ପ୍ରାୟ ୮୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଛି। ଏହି ନିଷ୍ପତ୍ତିର ପ୍ରଭାବ OLXର ପ୍ୟରେଣ୍ଟ କମ୍ପାନୀ କର୍ମଚାରୀଙ୍କ ଉପରେ ପଡ଼ିଛି। ଖବର ଅନୁଯାୟୀ, ଏହାର କିଛି ସ୍ଥାନରେ ଥିବା Olx Autos ନାମକ ଏହାର କାର୍‌ ବିକ୍ରି ବ୍ୟବସାୟକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ କାରବାରକୁ ଚାଲୁ ରଖିବା […]

ନୂଆଦିଲ୍ଲୀ: ଅନଲାଇନ​‌ରେ ଜିନିଷ କିଣିବା ଏବଂ ବିକ୍ରି ସୁବିଧା ପ୍ରଦାନ କରୁଥିବା କମ୍ପାନୀ OLX ଏହାର କିଛି କର୍ମଚାରୀଙ୍କୁ ଛଟେଇ କରିଛି।  OLX  ଭିନ୍ନଭିନ୍ନ ବିଭାଗରୁ ପ୍ରାୟ ୮୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଛି। ଏହି ନିଷ୍ପତ୍ତିର ପ୍ରଭାବ OLXର ପ୍ୟରେଣ୍ଟ କମ୍ପାନୀ କର୍ମଚାରୀଙ୍କ ଉପରେ ପଡ଼ିଛି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ଖବର ଅନୁଯାୟୀ, ଏହାର କିଛି ସ୍ଥାନରେ ଥିବା Olx Autos ନାମକ ଏହାର କାର୍‌ ବିକ୍ରି ବ୍ୟବସାୟକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ କାରବାରକୁ ଚାଲୁ ରଖିବା ପାଇଁ ନିବେଶକଙ୍କ କିମ୍ବା ଗ୍ରାହକଙ୍କ ଖୋଜିବାକୁ ଚେଷ୍ଟା କରିଥିଲା କିନ୍ତୁ ଦୁର୍ଭାଗ୍ୟର ଏହାର ସମାଧାନ ହୋଇପାରି ନ ଥିଲା। ଯାହା ଫଳରେ ଏହାକୁ ବନ୍ଦ କରିବାକୁ କଠିନ ନିଷ୍ପତ୍ତି ନେବାକୁ ପଡ଼ିଲା। କିଛି ସପ୍ତାହ ତଳେ OLX  ଗ୍ରୁପ୍‌ ନିଜ କର୍ମଚାରୀଙ୍କ ସଂଖ୍ୟାରେ ୧୫% କମ୍‌ କରିବାକୁ ଯୋଜନା କରୁଥିବା ନେଇ ଘୋଷଣା କରିଥିଲା। ତେବେ କମ୍ପାନୀ ଛଟେଇ ହୋଇଥିବା କର୍ମଚାରୀଙ୍କୁ ସାହଯ୍ୟ ଯୋଗାଇବ ବୋଲି ମଧ୍ୟ କହିଛି।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର