ବିଜେପିରେ ଯୋଗ ଦେଉନାହିଁ, କିନ୍ତୁ କଂଗ୍ରେସ ଛାଡିବା ନିଶ୍ଚିତ : କ୍ୟାପଟେନ ଅମରିନ୍ଦର ସିଂହ

The Sakala Picture
Published On

ନୂଆଦିଲ୍ଲୀ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ କେଉଁ ଦଳରେ ମିଶିବେ ଏବଂ ତାଙ୍କର ପରବର୍ତ୍ତୀ ରଣନୀତି କଣ ତାହା ବର୍ତ୍ତମାନ ଅବୁଝା ଅଙ୍କ ପାଲଟି ଯାଇଛି। ପୂର୍ବରୁ ଅମରିନ୍ଦର ସିଂହ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା। ଏପରିକି ଅମରିନ୍ଦର ସିଂହ ବିଜେପିରେ ଯୋଗଦେବା ପରେ ତାକୁ ମୋଦୀ କ୍ୟାବିନେଟରେ କୃଷିମନ୍ତ୍ରୀ ଭଳି ଗୁରୁତ୍ବପୂର୍ଣ୍ଣ ପଦ ମିଳିବା ନେଇ ମଧ୍ୟ ରାଜନୈତିକ ମହଲରୁ ଖବର ଆସୁଥିଲା । ଗତକାଲି ଯେତେବେଳ ଅମରିନ୍ଦର ସିଂହ […]

ନୂଆଦିଲ୍ଲୀ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ କେଉଁ ଦଳରେ ମିଶିବେ ଏବଂ ତାଙ୍କର ପରବର୍ତ୍ତୀ ରଣନୀତି କଣ ତାହା ବର୍ତ୍ତମାନ ଅବୁଝା ଅଙ୍କ ପାଲଟି ଯାଇଛି। ପୂର୍ବରୁ ଅମରିନ୍ଦର ସିଂହ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା। ଏପରିକି ଅମରିନ୍ଦର ସିଂହ ବିଜେପିରେ ଯୋଗଦେବା ପରେ ତାକୁ ମୋଦୀ କ୍ୟାବିନେଟରେ କୃଷିମନ୍ତ୍ରୀ ଭଳି ଗୁରୁତ୍ବପୂର୍ଣ୍ଣ ପଦ ମିଳିବା ନେଇ ମଧ୍ୟ ରାଜନୈତିକ ମହଲରୁ ଖବର ଆସୁଥିଲା । ଗତକାଲି ଯେତେବେଳ ଅମରିନ୍ଦର ସିଂହ ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ତାଙ୍କ ବାସଭବନରେ ଭେଟିଲେ କ୍ୟାପଟେନ ବିଜେପିରେ ମିଶିବା ନେଇ ଏକ ସ୍ପଷ୍ଟ ଚିତ୍ର ଆସୁଥିବା ଆଲୋଚନା ହେଉଥିଲା କିନ୍ତୁ ସେ ସବୁ ଉପରେ ଆଜି ବିରାମ ଲଗାଇଛନ୍ତି ନିଜେ କ୍ୟାପଟେନ ଅମରିନ୍ଦର ସିଂହ । ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କ୍ୟାପଟେନ କହିଛନ୍ତି କି ଯେଉଁଠି ସ୍ୱାଭିମାନ ଓ ଆତ୍ମ ସମ୍ମାନ ଉପରେ ଆଞ୍ଚ ଆସୁଛି ସେଠାରେ ସେ ରହିବା ସମ୍ଭବ ନୁହେଁ । କଂଗ୍ରେସ ଦେଇଥିବା ଅପମାନ ସହିହେବ ନାହିଁ ଏଣୁ କଂଗ୍ରେସ ଛାଡିବା ନିଶ୍ଚିତ। କିନ୍ତୁ ବିଜେପିରେ ଯୋଗ ଦେବି ନାହିଁ ।

ଆହୁରି ପଢ଼ନ୍ତୁ: ମିରଟ୍ ବଦଳରେ ମଥୁରା ଜେଲରେ ମୁସ୍କାନକୁ ମିଳିପାରେ ଫାଶୀ !, ଜାଣନ୍ତୁ ଏହାର ପ୍ରକୃତ କାରଣ

ଅନ୍ୟପଟେ ଗତକାଲି କ୍ୟାପଟେନ ଅମରିନ୍ଦର ସିଂହ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିବା ବେଳେ ଆଜି ସକାଳେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ସାକ୍ଷାତ କରିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହା, ଆଜି ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କୁ ଭେଟିବା ପରେ କ୍ୟାପଟେନ ବିଜେପିରେ ଯୋଗ ଦେଉଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଏବେ କ୍ୟାପଟେନଙ୍କ ବୟାନ ଆସିବା ପରେ ଏହି ଚର୍ଚ୍ଚା ଥମିଛି । କ୍ୟାପଟେନ କଂଗ୍ରେସ ଛାଡିବା ସହ ରାଜନୀତି ଛାଡୁଥିବା କଥା କିଛି  ରାଜନୈତିକ ବିଶେଷଜ୍ଞ କହୁଥିବା ବେଳେ ଅନ୍ୟକିଛି ଅମରିନ୍ଦର ଏକ ଅଣ-ରାଜନୈତିକ ସଂଗଠନ ଗଠନ କରି କରିବା ସମ୍ଭାବନା ରହିଥିବା କହିଛନ୍ତି ‌‌। ଯଦି କ୍ୟାପଟେନଙ୍କ ନିକଟ ସୂତ୍ରକୁ ବିଶ୍ବାସ କରାଯାଏ, ତେବେ ତାଙ୍କ ଦ୍ଵାରା ଗଠନ ହେବାକୁ ଥିବା ଏହି ସଂଗଠନ ଦିଲ୍ଲୀ ସୀମାରେ ଏକ ବର୍ଷ ଧରି ଚାଲିଆସୁଥିବା କୃଷକଙ୍କ ଆନ୍ଦୋଳନର ସମାଧାନ ବାହାର କରିବାକୁ ଉଦ୍ୟମ କରିବ। ଏହା ପରେ ସେ ପଞ୍ଜାବରେ ଏକ ନୂଆ ରାଜନୈତିକ ଦଳ ଗଢିପାରନ୍ତି।

ଆହୁରି ପଢ଼ନ୍ତୁ: ଗ୍ରେଟର ନୋଏଡାରେ ଅଭାବନୀୟ ଘଟଣା: ସନ୍ଦେହଜନକ ଅବସ୍ଥାରେ ଗୋଟିଏ ପରିବାରର ୫ ମୃତ, ଶେଷଥର ଖାଇଥିଲେ ନୁଡୁଲ୍ସ

ଅନ୍ୟପଟେ ଦିଲ୍ଲୀରେ ଥିବା କ୍ୟାପଟେନଙ୍କୁ ବୁଝାଇବାକୁ କଂଗ୍ରେସର ବରିଷ୍ଠ ନେତାମାନେ ପ୍ରୟାସ ଆରମ୍ଭ କରିଛନ୍ତି । ବରିଷ୍ଠ କଂଗ୍ରେସ ନେତ୍ରୀ ଅମ୍ବିକା ସୋନୀ ଓ କମଲନାଥ କ୍ୟାପଟେନଙ୍କୁ ଭେଟିବାକୁ ଚେଷ୍ଟା କରୁଥିବା ବେଳେ କ୍ୟାପଟେନ ସ୍ପଷ୍ଟ କରିଛନ୍ତି କି ସେ କୌଣସି ପରିସ୍ଥିତିରେ ସୋନିଆ ଗାନ୍ଧୀଙ୍କ ସହ ବୈଠକ କରିବେ ନାହିଁ ।

ଆହୁରି ପଢ଼ନ୍ତୁ: 'ଏହି ସଙ୍କଟ ପାଇଁ ଆପଣମାନେ ଦାୟୀ': କାର୍ବନ ନିର୍ଗମନ ଓ ଜଳବାୟୁ ପାଣ୍ଠିକୁ ନେଇ ପାଶ୍ଚାତ୍ୟ ଦେଶଗୁଡ଼ିକୁ ସମାଲୋଚନା କଲେ ପୀୟୂଷ ଗୋୟଲ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର