ହସ୍ପିଟାଲରେ ଭର୍ତ୍ତି ହେଲେ ଏନ୍‌ସିପି ପ୍ରମୁଖ ଶରଦ ପାଓ୍ଵାର,

The Sakala Picture
Published On

ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହେଲେ ଏନସିପି ନେତା ଶରଦ ପାୱାର । ଏନସିପି ମୁଖ୍ୟ ଶରଦ ପାୱାର ନିଜ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ତାଙ୍କୁ ଚିକିତ୍ସା ପାଇଁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ପିତ୍ତକୋଷରେ ସମସ୍ୟା ଉପୁଜିଥିବା କଥା ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିଛି ଏବଂ ଏଥିପାଇଁ ଅସ୍ତ୍ରୋପଚାର କରାଯିବ ବୋଲି ଦଳ ସୂଚନା ଦେଇଛି। କର୍କଟ ରୋଗରୁ ସୁସ୍ଥ ହୋଇଥିବା ୮୦ ବର୍ଷୀୟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ପଓ୍ଵାର୍‌ ଆରୋଗ୍ୟ […]

ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହେଲେ ଏନସିପି ନେତା ଶରଦ ପାୱାର । ଏନସିପି ମୁଖ୍ୟ ଶରଦ ପାୱାର ନିଜ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ତାଙ୍କୁ ଚିକିତ୍ସା ପାଇଁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ପିତ୍ତକୋଷରେ ସମସ୍ୟା ଉପୁଜିଥିବା କଥା ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିଛି ଏବଂ ଏଥିପାଇଁ ଅସ୍ତ୍ରୋପଚାର କରାଯିବ ବୋଲି ଦଳ ସୂଚନା ଦେଇଛି। କର୍କଟ ରୋଗରୁ ସୁସ୍ଥ ହୋଇଥିବା ୮୦ ବର୍ଷୀୟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ପଓ୍ଵାର୍‌ ଆରୋଗ୍ୟ ହେବା ନିମନ୍ତେ ୨୦୦୪ରେ ଅସ୍ତ୍ରୋପଚାର କରାଇଥିଲେ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଦିଲ୍ଲୀରେ ଚାଞ୍ଚଲ୍ୟ: ଘରକୁ 'ଖରାପ ଶକ୍ତି' ଆଣୁଥିବା ସନ୍ଦେହରେ ଘରୋଇ ସହାୟିକାଙ୍କୁ ପିଟି ପିଟି ହତ୍ୟା କଲେ ଡାକ୍ତର

ଏ ନେଇ ନବାବ ମଲ୍ଲିକ ଟ୍ଵିଟ୍‌ରେ କହିଛନ୍ତି, ଶରଦ ପାଓ୍ଵାରଙ୍କୁ ଏଣ୍ଡୋସ୍କୋପି ପାଇଁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ହସ୍ପିଟାଲରେ ରହିବାକୁ ହେବ। ସେ ଏହା ମଧ୍ୟ ଜଣାଇଛନ୍ତି କି, ଶରଦ ପାଓ୍ଵାର ରକ୍ତକୁ ପତଳା କରିଦେବା ଭଳି ଔଷଧ ଖାଉଥିଲେ, ଯଦ୍ଦ୍ଵାରା ଏହି ସମସ୍ୟା ପରେ ଏବେ ଡାକ୍ତରଙ୍କ ପରାମର୍ଶ କ୍ରମେ ଏହାକୁ ରୋକି ଦିଆଯାଇଛି। ହସ୍ପିଟାଲରେ ଭର୍ତ୍ତି ହେବା ଯୋଗୁ ଶରଦ ପାଓ୍ଵାରଙ୍କ ସମସ୍ତ କାର୍ଯ୍ୟକ୍ରମକୁ ଆଗାମୀ ନୋଟିସ୍‌ ଜାରି ହେବା ପର୍ଯ୍ୟନ୍ତ ରଦ୍ଦ କରି ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଏବେ କ୍ୟୁବା ଉପରେ ଚଢ଼ାଉ ପାଇଁ ପ୍ରସ୍ତୁତ ଆମେରିକା? ଡୋନାଲ୍ଡ ଟ୍ରମ୍ପ ଦେଲେ ବଡ଼ ସଙ୍କେତ

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରରେ ଏବେ ଏନସିପି ଘୋର ରାଜନୈତିକ ସଂକଟ ଭିତରେ ଗତି କରୁଛି । ଏନଆଇଏ ଆଣ୍ଟିଲିଆ ଏବଂ ସଚିନ ବାଜେ ମାମଲାରେ ଯାଂଚ ଜାରି ରଖିଛି । ଏହି କେସରେ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହ ଓ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଉପରେ ଆରୋପ ଲାଗିଛି । ଯାହାକୁ ନେଇ ମହାରାଷ୍ଟ୍ରରେ ଶାସନ ଟଳମଳ ହେବା ଭଳି ସ୍ଥିତି ଉପୁଜିଛି । ଏଭଳି ସ୍ଥିତିରେ ଶରଦ ପାୱାର ଅସୁସ୍ଥ ହେବା ଏନସିପି ନେତାଙ୍କ ଚିନ୍ତା ବଢାଇଛି ।

ଆହୁରି ପଢ଼ନ୍ତୁ: "ମୋତେ ବକବାସ ତଥ୍ୟ ଦିଅ ନାହିଁ": ଭାରତର ଟିକସକୁ ନେଇ ବାଣିଜ୍ୟ ସଚିବଙ୍କ ଉପରେ ବର୍ଷିଲେ ଟ୍ରମ୍ପ, ପୁସ୍ତକରୁ ବଡ଼ ଖୁଲାସା

29 Mar 2021 By The Sakala

ହସ୍ପିଟାଲରେ ଭର୍ତ୍ତି ହେଲେ ଏନ୍‌ସିପି ପ୍ରମୁଖ ଶରଦ ପାଓ୍ଵାର,

ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହେଲେ ଏନସିପି ନେତା ଶରଦ ପାୱାର । ଏନସିପି ମୁଖ୍ୟ ଶରଦ ପାୱାର ନିଜ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ତାଙ୍କୁ ଚିକିତ୍ସା ପାଇଁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ପିତ୍ତକୋଷରେ ସମସ୍ୟା ଉପୁଜିଥିବା କଥା ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିଛି ଏବଂ ଏଥିପାଇଁ ଅସ୍ତ୍ରୋପଚାର କରାଯିବ ବୋଲି ଦଳ ସୂଚନା ଦେଇଛି। କର୍କଟ ରୋଗରୁ ସୁସ୍ଥ ହୋଇଥିବା ୮୦ ବର୍ଷୀୟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ପଓ୍ଵାର୍‌ ଆରୋଗ୍ୟ ହେବା ନିମନ୍ତେ ୨୦୦୪ରେ ଅସ୍ତ୍ରୋପଚାର କରାଇଥିଲେ।

ଏ ନେଇ ନବାବ ମଲ୍ଲିକ ଟ୍ଵିଟ୍‌ରେ କହିଛନ୍ତି, ଶରଦ ପାଓ୍ଵାରଙ୍କୁ ଏଣ୍ଡୋସ୍କୋପି ପାଇଁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ହସ୍ପିଟାଲରେ ରହିବାକୁ ହେବ। ସେ ଏହା ମଧ୍ୟ ଜଣାଇଛନ୍ତି କି, ଶରଦ ପାଓ୍ଵାର ରକ୍ତକୁ ପତଳା କରିଦେବା ଭଳି ଔଷଧ ଖାଉଥିଲେ, ଯଦ୍ଦ୍ଵାରା ଏହି ସମସ୍ୟା ପରେ ଏବେ ଡାକ୍ତରଙ୍କ ପରାମର୍ଶ କ୍ରମେ ଏହାକୁ ରୋକି ଦିଆଯାଇଛି। ହସ୍ପିଟାଲରେ ଭର୍ତ୍ତି ହେବା ଯୋଗୁ ଶରଦ ପାଓ୍ଵାରଙ୍କ ସମସ୍ତ କାର୍ଯ୍ୟକ୍ରମକୁ ଆଗାମୀ ନୋଟିସ୍‌ ଜାରି ହେବା ପର୍ଯ୍ୟନ୍ତ ରଦ୍ଦ କରି ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରରେ ଏବେ ଏନସିପି ଘୋର ରାଜନୈତିକ ସଂକଟ ଭିତରେ ଗତି କରୁଛି । ଏନଆଇଏ ଆଣ୍ଟିଲିଆ ଏବଂ ସଚିନ ବାଜେ ମାମଲାରେ ଯାଂଚ ଜାରି ରଖିଛି । ଏହି କେସରେ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହ ଓ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଉପରେ ଆରୋପ ଲାଗିଛି । ଯାହାକୁ ନେଇ ମହାରାଷ୍ଟ୍ରରେ ଶାସନ ଟଳମଳ ହେବା ଭଳି ସ୍ଥିତି ଉପୁଜିଛି । ଏଭଳି ସ୍ଥିତିରେ ଶରଦ ପାୱାର ଅସୁସ୍ଥ ହେବା ଏନସିପି ନେତାଙ୍କ ଚିନ୍ତା ବଢାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର