ଶେଷ ଦୀପାବଳୀ, ବର୍ଷ ଶେଷକୁ ମୁଁ ଏ ଦୁନିଆରେ ନଥିବି': ଭାବବିହ୍ୱଳ କରିଛି ୨୧ ବର୍ଷୀୟ ଯୁବକଙ୍କ ରେଡିଟ୍ ପୋଷ୍ଟ

The Sakala Picture
Published On

ନୂଆଦିଲ୍ଲୀ: ଦୀପାବଳିର ଆଗମନ ପାଇଁ ଚାରିଆଡେ ଖୁସି ଓ ଉତ୍ସାହର ବାତାବରଣ ଥିବାବେଳେ ଜଣେ ୨୧ ବର୍ଷୀୟ ଯୁବକଙ୍କ ଏକ ଭାବବିହ୍ୱଳ ପୋଷ୍ଟ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି। "ଆଉ କିଛି ଦିନ ମଧ୍ୟରେ ସବୁ ଶେଷ ହୋଇଯିବ। ଏ ସୁନ୍ଦର ପୃଥିବୀ ଦେଖିବାକୁ ମୁଁ ଆଉ ନଥିବି। ଏବର୍ଷ ମୁଁ ଶେଷ ଥର ପାଇଁ ଦୀପାବାଳି ଦେଖିବି। ବର୍ଷ ଶେଷକୁ ମୁଁ ଆଉ ଏ ଦୁନିଆରେ ନଥିବି," ଏହା ଥିଲା ତାଙ୍କ ପୋଷ୍ଟର କିଛି ଅଂଶ।

ଆହୁରି ପଢ଼ନ୍ତୁ: ୨୦ ଲକ୍ଷ ଯୌତୁକ ପାଇଁ ଜୀବନ ହାରିଲେ ମହିଳା: ଉତ୍ତରପ୍ରଦେଶ ବଲିଆରେ ସ୍ୱାମୀ ଓ ଶାଶୁଘର ଲୋକଙ୍କ ନାମରେ ମାମଲା ରୁଜୁ

କୋଲୋରେକ୍ଟାଲ କର୍କଟ ରୋଗରେ ପୀଡ଼ିତ ଏହି ଯୁବକ ସବୁ ପ୍ରକାର ଚିକିତ୍ସା ପରେ ଡାକ୍ତର ହାତ ଟେକି ଦେବା ପରେ ଏବେ ମୃତ୍ୟୁର ନିକଟତର ହେଉଥିବା ରେଡିଟ୍‌ରେ ଲେଖିଛନ୍ତି। ତାଙ୍କର ଏହି ହୃଦୟ ବିଦାରକ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ: Monalisa Bhosale: ପ୍ରେମିକଙ୍କ ସହ ରହିବାକୁ ଜିଦ୍: ପରିବାରକୁ ଭୟ କରି କେରଳରେ ଆଶ୍ରୟ ନେଲେ ଭାଇରାଲ୍ ଗାର୍ଲ ମୋନାଲିସା

ପୋଷ୍ଟରେ ସେ ଆହୁରି ଲେଖିଛନ୍ତି, "ଦୀପାବଳି ଖୁବ୍ ଶୀଘ୍ର ଆସିବାକୁ ଯାଉଛି। ରାସ୍ତା ଏବେ ଆଲୋକମାଳାରେ ସଜାଇ ହେଲାଣି। ଶେଷ ଥର ପାଇଁ ମୁଁ ଏସବୁ ଦେଖିବି ଜାଣି ବହୁତ କଷ୍ଟ ଲାଗୁଛି। ମୁଁ ଆଲୋକ, ହସ ଏବଂ ଶବ୍ଦକୁ ମନେ ପକାଇବି। ଅନ୍ୟମାନଙ୍କ ଜୀବନ ଆଗକୁ ବଢ଼ୁଥିବା ବେଳେ ମୁଁ ମୃତ୍ୟୁ ଆଡ଼କୁ ଟାଣି ହୋଇଯାଉଥିବା ଦେଖି ଅଜବ ଲାଗୁଛି।"

ଆହୁରି ପଢ଼ନ୍ତୁ: ଧରାପଡିଲା 'ବଦମାସଙ୍କ ଦେବତା': ପୋଲିସ ଏନକାଉଣ୍ଟରରେ ଆହତ ହେବା ପରେ କହିଲା, ଯୋଗୀଙ୍କୁ ଲାଗେ ଭାରି ଡର

ଆଗାମୀ ବର୍ଷ ସେ କେବଳ ଲୋକଙ୍କ ସ୍ମୃତିରେ ହିଁ ରହିବେ ବୋଲି ସେ ଜାଣିଛନ୍ତି। "ବେଳେ ବେଳେ ମୃତ୍ୟୁ କଥା ଭୁଲି ମୁଁ ଭବିଷ୍ୟତ ଯୋଜନାରେ ଲାଗିପଡ଼ୁଛି। କେଉଁଆଡେ ବୁଲିଯିବି, ନିଜର କିଛି ବ୍ୟବସାୟ କରିବି...। ହେଲେ ପରେ ମନେ ପଡ଼ୁଛି ମୋ ପାଖରେ ସମୟ ବହୁତ କମ୍। ମୁଁ ଏବେ ଘରେ ଅଛି ଏବଂ ମୋ ପିତାମାତାଙ୍କ ମୁହଁରେ ଥିବା ଦୁଃଖ ସ୍ପଷ୍ଟ ବାରି ହୋଇପଡ଼ୁଛି," ସେ ନିଜର ମନର କଥା ଖୋଲି ଲେଖିଛନ୍ତି।

କାହିଁକି ଏହି ପୋଷ୍ଟ କଲେ, ସେ ବିଷୟରେ ଉଲ୍ଲେଖ କରି ସେ ଶେଷରେ ଲେଖିଛନ୍ତି, "ମୁଁ ପ୍ରକୃତରେ ଜାଣିନାହିଁ ଯେ ମୁଁ କାହିଁକି ଏହି ପୋଷ୍ଟ କରୁଛି। ବୋଧହୁଏ ପରବର୍ତ୍ତୀ ସମୟରେ ଚୁପଚାପ୍ ଚାଲିଯିବା ପୂର୍ବରୁ ଏକ ଛୋଟ ଚିହ୍ନ ଛାଡିଯିବା ପାଇଁ।" ଏହି ଯୁବକଙ୍କ କଷ୍ଟ ଓ ସାହସିକତା ଅନେକଙ୍କ ହୃଦୟକୁ ଛୁଇଁଛି।

17 Oct 2025 By The Sakala

ଶେଷ ଦୀପାବଳୀ, ବର୍ଷ ଶେଷକୁ ମୁଁ ଏ ଦୁନିଆରେ ନଥିବି': ଭାବବିହ୍ୱଳ କରିଛି ୨୧ ବର୍ଷୀୟ ଯୁବକଙ୍କ ରେଡିଟ୍ ପୋଷ୍ଟ

ନୂଆଦିଲ୍ଲୀ: ଦୀପାବଳିର ଆଗମନ ପାଇଁ ଚାରିଆଡେ ଖୁସି ଓ ଉତ୍ସାହର ବାତାବରଣ ଥିବାବେଳେ ଜଣେ ୨୧ ବର୍ଷୀୟ ଯୁବକଙ୍କ ଏକ ଭାବବିହ୍ୱଳ ପୋଷ୍ଟ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି। "ଆଉ କିଛି ଦିନ ମଧ୍ୟରେ ସବୁ ଶେଷ ହୋଇଯିବ। ଏ ସୁନ୍ଦର ପୃଥିବୀ ଦେଖିବାକୁ ମୁଁ ଆଉ ନଥିବି। ଏବର୍ଷ ମୁଁ ଶେଷ ଥର ପାଇଁ ଦୀପାବାଳି ଦେଖିବି। ବର୍ଷ ଶେଷକୁ ମୁଁ ଆଉ ଏ ଦୁନିଆରେ ନଥିବି," ଏହା ଥିଲା ତାଙ୍କ ପୋଷ୍ଟର କିଛି ଅଂଶ।

କୋଲୋରେକ୍ଟାଲ କର୍କଟ ରୋଗରେ ପୀଡ଼ିତ ଏହି ଯୁବକ ସବୁ ପ୍ରକାର ଚିକିତ୍ସା ପରେ ଡାକ୍ତର ହାତ ଟେକି ଦେବା ପରେ ଏବେ ମୃତ୍ୟୁର ନିକଟତର ହେଉଥିବା ରେଡିଟ୍‌ରେ ଲେଖିଛନ୍ତି। ତାଙ୍କର ଏହି ହୃଦୟ ବିଦାରକ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପୋଷ୍ଟରେ ସେ ଆହୁରି ଲେଖିଛନ୍ତି, "ଦୀପାବଳି ଖୁବ୍ ଶୀଘ୍ର ଆସିବାକୁ ଯାଉଛି। ରାସ୍ତା ଏବେ ଆଲୋକମାଳାରେ ସଜାଇ ହେଲାଣି। ଶେଷ ଥର ପାଇଁ ମୁଁ ଏସବୁ ଦେଖିବି ଜାଣି ବହୁତ କଷ୍ଟ ଲାଗୁଛି। ମୁଁ ଆଲୋକ, ହସ ଏବଂ ଶବ୍ଦକୁ ମନେ ପକାଇବି। ଅନ୍ୟମାନଙ୍କ ଜୀବନ ଆଗକୁ ବଢ଼ୁଥିବା ବେଳେ ମୁଁ ମୃତ୍ୟୁ ଆଡ଼କୁ ଟାଣି ହୋଇଯାଉଥିବା ଦେଖି ଅଜବ ଲାଗୁଛି।"

ଆଗାମୀ ବର୍ଷ ସେ କେବଳ ଲୋକଙ୍କ ସ୍ମୃତିରେ ହିଁ ରହିବେ ବୋଲି ସେ ଜାଣିଛନ୍ତି। "ବେଳେ ବେଳେ ମୃତ୍ୟୁ କଥା ଭୁଲି ମୁଁ ଭବିଷ୍ୟତ ଯୋଜନାରେ ଲାଗିପଡ଼ୁଛି। କେଉଁଆଡେ ବୁଲିଯିବି, ନିଜର କିଛି ବ୍ୟବସାୟ କରିବି...। ହେଲେ ପରେ ମନେ ପଡ଼ୁଛି ମୋ ପାଖରେ ସମୟ ବହୁତ କମ୍। ମୁଁ ଏବେ ଘରେ ଅଛି ଏବଂ ମୋ ପିତାମାତାଙ୍କ ମୁହଁରେ ଥିବା ଦୁଃଖ ସ୍ପଷ୍ଟ ବାରି ହୋଇପଡ଼ୁଛି," ସେ ନିଜର ମନର କଥା ଖୋଲି ଲେଖିଛନ୍ତି।

କାହିଁକି ଏହି ପୋଷ୍ଟ କଲେ, ସେ ବିଷୟରେ ଉଲ୍ଲେଖ କରି ସେ ଶେଷରେ ଲେଖିଛନ୍ତି, "ମୁଁ ପ୍ରକୃତରେ ଜାଣିନାହିଁ ଯେ ମୁଁ କାହିଁକି ଏହି ପୋଷ୍ଟ କରୁଛି। ବୋଧହୁଏ ପରବର୍ତ୍ତୀ ସମୟରେ ଚୁପଚାପ୍ ଚାଲିଯିବା ପୂର୍ବରୁ ଏକ ଛୋଟ ଚିହ୍ନ ଛାଡିଯିବା ପାଇଁ।" ଏହି ଯୁବକଙ୍କ କଷ୍ଟ ଓ ସାହସିକତା ଅନେକଙ୍କ ହୃଦୟକୁ ଛୁଇଁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର