ରାଜ୍ୟସଭାରେ ହଙ୍ଗାମା କରି ସପ୍ତାହ ଯାଏଁ ନିଲମ୍ୱିତ ହେଲେ ୧୯ ବିରୋଧୀ ସାଂସଦ, ଜାଣନ୍ତୁ କିଏ ଏହି ସାଂସଦ…..

The Sakala Picture
Published On

ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନରେ ରାଜ୍ୟସଭାରଗୃହ କାର୍ଯ୍ୟ ପ୍ରକ୍ରିୟାରେ ବ୍ୟାଘାତ ସୃଷ୍ଟି କରିବା ଓ ସଭାପତିଙ୍କ ନିକଟରେ ଅଶ୍ଳୀଳ ବ୍ୟବହାର ଯୋଗୁଁ ବିରୋଧୀ ଦଳର ଅନେକ ସାଂସଦଙ୍କୁ ଏକ ସପ୍ତାହ ପାଇଁ ଗୃହରୁ ନିଲମ୍ବିତ କରାଯାଇଛି । ବିରୋଧୀ ଦଳର ସାଂସଦମାନେ ଗୃହ ଭିତରେ ମୁଦ୍ରାସ୍ଫୀତି ନେଇ ସରକାରଙ୍କ ନୀତିକୁ ସମାଲୋଚନା କରୁଥିଲେ ଓ ନିଜର ବିରୋଧ କାର୍ଯ୍ୟ କରୁଥିଲେ । ମଙ୍ଗଳବାର ଦିନ ଉପର ଗୃହରେ ପ୍ରକ୍ରିୟା ଆରମ୍ଭ ହେବା ପରେ ବିରୋଧୀ ସାଂସଦମାନେ […]

ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନରେ ରାଜ୍ୟସଭାରଗୃହ କାର୍ଯ୍ୟ ପ୍ରକ୍ରିୟାରେ ବ୍ୟାଘାତ ସୃଷ୍ଟି କରିବା ଓ ସଭାପତିଙ୍କ ନିକଟରେ ଅଶ୍ଳୀଳ ବ୍ୟବହାର ଯୋଗୁଁ ବିରୋଧୀ ଦଳର ଅନେକ ସାଂସଦଙ୍କୁ ଏକ ସପ୍ତାହ ପାଇଁ ଗୃହରୁ ନିଲମ୍ବିତ କରାଯାଇଛି । ବିରୋଧୀ ଦଳର ସାଂସଦମାନେ ଗୃହ ଭିତରେ ମୁଦ୍ରାସ୍ଫୀତି ନେଇ ସରକାରଙ୍କ ନୀତିକୁ ସମାଲୋଚନା କରୁଥିଲେ ଓ ନିଜର ବିରୋଧ କାର୍ଯ୍ୟ କରୁଥିଲେ ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ମଙ୍ଗଳବାର ଦିନ ଉପର ଗୃହରେ ପ୍ରକ୍ରିୟା ଆରମ୍ଭ ହେବା ପରେ ବିରୋଧୀ ସାଂସଦମାନେ ମୁଦ୍ରାସ୍ଫୀତି ଉପରେ ନିଜର ବିରୋଧ ଆରମ୍ଭ କରି ଦେଇଥିଲେ । ଗୃହ ଭିତରେ ସ୍ଲୋଗାନ ଦେଇ ବିରୋଧୀ ସାଂସଦମାନେ ପୋଡିୟମର ଅତି ନିକଟତର ହୋଇଥିଲେ। ବିରୋଧୀ ସାଂସଦମାନଙ୍କୁ ବାରମ୍ବାର ନିଜ ଆସନରେ ବସିବାକୁ ଅନୁରୋଧ କରାଯାଇଥିଲା । ଗୃହ ଭିତରେ ସ୍ଲୋଗାନ ଦେଇ ବିରୋଧୀ ସାଂସଦମାନେ ପ୍ରତିବାଦ କରୁଥିବା ବେଳେ ବାରମ୍ବାର ନିଜ ଆସନରେ ବସିବାକୁ ଅନୁରୋଧ କରାଯାଇଥିଲେ ବି ସେମାନେ ଶୁଣି ନଥିଲେ। ଏହି କାରଣରୁ ବିରୋଧୀ ଦଳର ୧୯ଜଣ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ଏକ ସପ୍ତାହ ପାଇଁ ଗୃହ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଯେଉଁ ସାଂସଦମାନେ ନିଲମ୍ବିତ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ତୃଣମୂଳ କଂଗ୍ରେସ ସାଂସଦ ସୁସ୍ମିତା ଦେବ, ଡକ୍ଟର ଶାନ୍ତନୁ ସେନ୍, ଡୋଲା ସେନ୍, ଶାନ୍ତା ଛେତ୍ରୀ, ମହମ୍ମଦ ଅବଦୁଲ୍ଲା, ଏ.ଏ. ରହୀମ, କନିମୋଝି, ଏଲ୍ ଯାଦବ, ଭି.ଭି. ଶିବଦାସନ, ଅବିର ରଞ୍ଜନ ବିଶ୍ୱାସ ଓ ନଦୀମୁଲ ହକ ନାମ ସାମିଲ ରହିଛି । ରାଜ୍ୟସଭାରୁ ଏକ ସପ୍ତାହ ପାଇଁ ନିଲମ୍ବିତ ହୋଇଥିବା ସାଂସଦଙ୍କ ମଧ୍ୟରୁ ୭ ଜଣ ଟିଏମସି ଦଳର ଅଟନ୍ତି ।

ସୂଚନାଯୋଗ୍ୟ  ଗୋଟିଏ ଦିନ ପୂର୍ବରୁ ଲୋକସଭା ବାଚସ୍ପତି ଓମ ପ୍ରକାଶ ବିର୍ଲା ମଧ୍ୟ ଲୋକସଭା ପ୍ରକ୍ରିୟା ସମୟରେ ଚାରିଜଣ କଂଗ୍ରେସ ସାଂସଦଙ୍କୁ ଗୃହ କାର୍ଯ୍ୟରେ ବାଧା ଉପୁଜାଇବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।ସଂସଦର ପ୍ରଶ୍ନୋତ୍ତର କାର୍ଯ୍ୟରେ ବାଧା ସୃଷ୍ଟିି କରିଥିବାରୁ ଧାରା ୨୫୬ ଅଧିନରେ ସେମାନଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି ।ଲୋକସଭାରେ ହୋହଲ୍ଲା କରିବା ଓ ସଂସଦ କାର୍ଯ୍ୟରେ ବାଧା ପହଞ୍ଚାଇବା ଅଭିଯୋଗରେ କଂଗ୍ରେସ ସାଂସଦ ଜ୍ୟୋତିମଣି, ମାଣିକମ୍ ଟାଗୋର, ଟିଏନ୍ ପ୍ରଥାପନ୍ ଏବଂ ରାମ୍ୟା ହରିଦାସଙ୍କୁ ସୋମବାର ନିଲମ୍ବିତ କରାଯାଇଥିଲା। ଗୃହ କାର୍ଯ୍ୟ ଚାଲିଥିବା ବେଳେ ଲଗାତର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ବିରୋଧୀ ଦଳ। ଏଥିପାଇଁ ସଂସଦର ମୌସୁମୀ ଅଧିବେଶନ ଠିକ୍‌ ଭାବେ ଚାଲି ପାରୁନଥିବା ସରକାର ତରଫରୁ ଅଭିଯୋଗ ହୋଇଛି। ସେପଟେ କିନ୍ତୁ ବିରୋଧୀ ଏହାକୁ ଖଣ୍ଡନ କରିଛନ୍ତି। ବିରୋଧୀ ଦଳ କହୁଛନ୍ତି, ସରକାର ଏହି ପ୍ରସଙ୍ଗରେ ଆଲୋଚନାରୁ ଦୂରେଇ ରହିବାକୁ ଷଡଯନ୍ତ୍ର କରୁଛନ୍ତି ।

26 Jul 2022 By The Sakala

ରାଜ୍ୟସଭାରେ ହଙ୍ଗାମା କରି ସପ୍ତାହ ଯାଏଁ ନିଲମ୍ୱିତ ହେଲେ ୧୯ ବିରୋଧୀ ସାଂସଦ, ଜାଣନ୍ତୁ କିଏ ଏହି ସାଂସଦ…..

ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନରେ ରାଜ୍ୟସଭାରଗୃହ କାର୍ଯ୍ୟ ପ୍ରକ୍ରିୟାରେ ବ୍ୟାଘାତ ସୃଷ୍ଟି କରିବା ଓ ସଭାପତିଙ୍କ ନିକଟରେ ଅଶ୍ଳୀଳ ବ୍ୟବହାର ଯୋଗୁଁ ବିରୋଧୀ ଦଳର ଅନେକ ସାଂସଦଙ୍କୁ ଏକ ସପ୍ତାହ ପାଇଁ ଗୃହରୁ ନିଲମ୍ବିତ କରାଯାଇଛି । ବିରୋଧୀ ଦଳର ସାଂସଦମାନେ ଗୃହ ଭିତରେ ମୁଦ୍ରାସ୍ଫୀତି ନେଇ ସରକାରଙ୍କ ନୀତିକୁ ସମାଲୋଚନା କରୁଥିଲେ ଓ ନିଜର ବିରୋଧ କାର୍ଯ୍ୟ କରୁଥିଲେ ।

ମଙ୍ଗଳବାର ଦିନ ଉପର ଗୃହରେ ପ୍ରକ୍ରିୟା ଆରମ୍ଭ ହେବା ପରେ ବିରୋଧୀ ସାଂସଦମାନେ ମୁଦ୍ରାସ୍ଫୀତି ଉପରେ ନିଜର ବିରୋଧ ଆରମ୍ଭ କରି ଦେଇଥିଲେ । ଗୃହ ଭିତରେ ସ୍ଲୋଗାନ ଦେଇ ବିରୋଧୀ ସାଂସଦମାନେ ପୋଡିୟମର ଅତି ନିକଟତର ହୋଇଥିଲେ। ବିରୋଧୀ ସାଂସଦମାନଙ୍କୁ ବାରମ୍ବାର ନିଜ ଆସନରେ ବସିବାକୁ ଅନୁରୋଧ କରାଯାଇଥିଲା । ଗୃହ ଭିତରେ ସ୍ଲୋଗାନ ଦେଇ ବିରୋଧୀ ସାଂସଦମାନେ ପ୍ରତିବାଦ କରୁଥିବା ବେଳେ ବାରମ୍ବାର ନିଜ ଆସନରେ ବସିବାକୁ ଅନୁରୋଧ କରାଯାଇଥିଲେ ବି ସେମାନେ ଶୁଣି ନଥିଲେ। ଏହି କାରଣରୁ ବିରୋଧୀ ଦଳର ୧୯ଜଣ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ଏକ ସପ୍ତାହ ପାଇଁ ଗୃହ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।

ଯେଉଁ ସାଂସଦମାନେ ନିଲମ୍ବିତ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ତୃଣମୂଳ କଂଗ୍ରେସ ସାଂସଦ ସୁସ୍ମିତା ଦେବ, ଡକ୍ଟର ଶାନ୍ତନୁ ସେନ୍, ଡୋଲା ସେନ୍, ଶାନ୍ତା ଛେତ୍ରୀ, ମହମ୍ମଦ ଅବଦୁଲ୍ଲା, ଏ.ଏ. ରହୀମ, କନିମୋଝି, ଏଲ୍ ଯାଦବ, ଭି.ଭି. ଶିବଦାସନ, ଅବିର ରଞ୍ଜନ ବିଶ୍ୱାସ ଓ ନଦୀମୁଲ ହକ ନାମ ସାମିଲ ରହିଛି । ରାଜ୍ୟସଭାରୁ ଏକ ସପ୍ତାହ ପାଇଁ ନିଲମ୍ବିତ ହୋଇଥିବା ସାଂସଦଙ୍କ ମଧ୍ୟରୁ ୭ ଜଣ ଟିଏମସି ଦଳର ଅଟନ୍ତି ।

ସୂଚନାଯୋଗ୍ୟ  ଗୋଟିଏ ଦିନ ପୂର୍ବରୁ ଲୋକସଭା ବାଚସ୍ପତି ଓମ ପ୍ରକାଶ ବିର୍ଲା ମଧ୍ୟ ଲୋକସଭା ପ୍ରକ୍ରିୟା ସମୟରେ ଚାରିଜଣ କଂଗ୍ରେସ ସାଂସଦଙ୍କୁ ଗୃହ କାର୍ଯ୍ୟରେ ବାଧା ଉପୁଜାଇବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।ସଂସଦର ପ୍ରଶ୍ନୋତ୍ତର କାର୍ଯ୍ୟରେ ବାଧା ସୃଷ୍ଟିି କରିଥିବାରୁ ଧାରା ୨୫୬ ଅଧିନରେ ସେମାନଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି ।ଲୋକସଭାରେ ହୋହଲ୍ଲା କରିବା ଓ ସଂସଦ କାର୍ଯ୍ୟରେ ବାଧା ପହଞ୍ଚାଇବା ଅଭିଯୋଗରେ କଂଗ୍ରେସ ସାଂସଦ ଜ୍ୟୋତିମଣି, ମାଣିକମ୍ ଟାଗୋର, ଟିଏନ୍ ପ୍ରଥାପନ୍ ଏବଂ ରାମ୍ୟା ହରିଦାସଙ୍କୁ ସୋମବାର ନିଲମ୍ବିତ କରାଯାଇଥିଲା। ଗୃହ କାର୍ଯ୍ୟ ଚାଲିଥିବା ବେଳେ ଲଗାତର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ବିରୋଧୀ ଦଳ। ଏଥିପାଇଁ ସଂସଦର ମୌସୁମୀ ଅଧିବେଶନ ଠିକ୍‌ ଭାବେ ଚାଲି ପାରୁନଥିବା ସରକାର ତରଫରୁ ଅଭିଯୋଗ ହୋଇଛି। ସେପଟେ କିନ୍ତୁ ବିରୋଧୀ ଏହାକୁ ଖଣ୍ଡନ କରିଛନ୍ତି। ବିରୋଧୀ ଦଳ କହୁଛନ୍ତି, ସରକାର ଏହି ପ୍ରସଙ୍ଗରେ ଆଲୋଚନାରୁ ଦୂରେଇ ରହିବାକୁ ଷଡଯନ୍ତ୍ର କରୁଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର