ବିଜେପିରେ ସାମିଲ ହେଲେ ମେଗାଷ୍ଟାର ମିଥୁନ ଚକ୍ରବର୍ତ୍ତୀ

The Sakala Picture
Published On

କୋଲକାତା  : ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମେଗାଷ୍ଟାର ମିଥୁନ ଚକ୍ରବର୍ତ୍ତୀ ବିଜେପିରେ ସାମିଲ ହୋଇଛନ୍ତି । ମୋଦୀଙ୍କ ବ୍ରିଗେଡ ଗ୍ରାଉଣ୍ଡ ରାଲିରେ ସାମିଲ ହୋଇ ସେ ବିଧିବଦ୍ଧଭାବ ବିଜେପିରେ ଯୋଗ ଦେଇଛନ୍ତି। ମିଥୁନ ବିଜେପିରେ ସାମିଲ ହେବେ ବୋଲି ଦୀର୍ଘ ଦିନ ହେବ ଚର୍ଚ୍ଚା ଜୋର୍ ଧରିଥିଲା । ସେ ସମସ୍ତ ଚର୍ଚ୍ଚା ଉପରୁ ପରଦା ହଟାଇ ପଦ୍ମ ଧରିଛନ୍ତି। ସେପଟେ ବିଜେପି ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରେ ବୋଲି କଳ୍ପନାଜଳ୍ପନା କରାଯାଉଛି। […]

କୋଲକାତା  : ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମେଗାଷ୍ଟାର ମିଥୁନ ଚକ୍ରବର୍ତ୍ତୀ ବିଜେପିରେ ସାମିଲ ହୋଇଛନ୍ତି । ମୋଦୀଙ୍କ ବ୍ରିଗେଡ ଗ୍ରାଉଣ୍ଡ ରାଲିରେ ସାମିଲ ହୋଇ ସେ ବିଧିବଦ୍ଧଭାବ ବିଜେପିରେ ଯୋଗ ଦେଇଛନ୍ତି। ମିଥୁନ ବିଜେପିରେ ସାମିଲ ହେବେ ବୋଲି ଦୀର୍ଘ ଦିନ ହେବ ଚର୍ଚ୍ଚା ଜୋର୍ ଧରିଥିଲା । ସେ ସମସ୍ତ ଚର୍ଚ୍ଚା ଉପରୁ ପରଦା ହଟାଇ ପଦ୍ମ ଧରିଛନ୍ତି। ସେପଟେ ବିଜେପି ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରେ ବୋଲି କଳ୍ପନାଜଳ୍ପନା କରାଯାଉଛି।

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ଯୁଦ୍ଧ: ହୋରମୁଜ୍ ବନ୍ଦ ନେଇ ବଢିଲା ଚିନ୍ତା, କିନ୍ତୁ ଭାରତ ପାଖରେ ରହିଛି ଏହି ‘ପ୍ଲାନ୍-ବି’

ଆହୁରି ପଢ଼ନ୍ତୁ: ବୈଶାଳୀରେ ହାଇଭୋଲଟେଜ୍ ଡ୍ରାମା: ପ୍ରେମିକାକୁ ନେଇ ଫେରାର ହେଉଥିବା ବେଳେ ପ୍ରେମିକକୁ ନିସ୍ତୁକ ମାଡ଼

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ମଞ୍ଚରେ ଉଦବୋଧନ ଦେବେ ସେଠାରେ ହିଁ ମିଥୁନ ବିଜେପିର ହାତ ଧରିଛନ୍ତି । ଶନିବାର ରାତିରେ ଭାରତୀୟ ଜନତା ପାର୍ଟିର ସାଧାରଣ ସମ୍ପାଦକ କୈଲାଶ ବିଜୟଭର୍ଗିଆ କୋଲକାତାରେ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଭେଟିଥିଲେ। କୋଲକାତାର ବ୍ରିଗେଡ୍ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଲି ପୂର୍ବରୁ ଶନିବାର ଏ ଦୁହେଁ ସାକ୍ଷାତକୁ ନେଇ ଏବେ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା। ୭୦ ବର୍ଷୀୟ ମିଥୁନ ଚକ୍ରବର୍ତ୍ତୀ ପୂର୍ବରୁ ଟିଏମସି ପାଇଁ ୨ ବର୍ଷ ରାଜ୍ୟସଭା ସଦସ୍ୟ ରହି ସାରିଛନ୍ତି।

ଆହୁରି ପଢ଼ନ୍ତୁ: ବଲିଭିଆରେ ବ୍ୟାଙ୍କ ନୋଟ ନେଇ ଯାଉଥିବା ବିମାନ କ୍ରାସ; ୧୫ ମୃତ, ୩୦ ଆହତ

ମିଥୁନ ବିଜେପିରେ ସାମିଲ ହେବାକୁ ନେଇ ହେଉଥିବା ଚର୍ଚ୍ଚା କାରଣରୁ ପଶ୍ଚିମବଙ୍ଗ ବିଜେପି ସଭାପତିଙ୍କୁ ମିଥୁନ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ କି ବୋଲି ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ ସେ କହିଥିଲେ ଯେ, ସେ ଆଗ ବିଜେପିରେ ସାମିଲ ହୁଅନ୍ତୁ । ଏବେ ମୁଖ୍ୟମନ୍ତ୍ରୀ ପଦବୀ ନେଇ କୌଣସି ସୂଚନା ନାହିଁ । ସେ ମୋଦୀଙ୍କୁ ଭେଟିବାକୁ ଚାହୁଁଛନ୍ତି । ବିଜେପିର ରାଜ୍ୟ ପ୍ରଭାରୀ କୈଳାସ ବିଜୟବର୍ଗୀୟ ମଧ୍ୟ ମିଥୁନ ମୋଦୀଙ୍କୁ ଭେଟିବାକୁ ଚାହୁଁଥିବା ଶନିବାର କହିଥିଲେ ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଥମ ରାଲିକୁ ସମ୍ବୋଧନ କରିବେ। ଏଥିପାଇଁ କୋଲକାତାର ବ୍ରିଗେଡ୍ ଗ୍ରାଉଣ୍ଡ ପଡିଆକୁ ପ୍ରସ୍ତୁତ କରାଯାଇଛି । ଦିନ ୨ଟାରେ ସେ ଜନସଭାକୁ ସମ୍ବୋଧିତ କରିବେ । ଏହି ପରିପ୍ରେକ୍ଷୀରେ ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ମଞ୍ଚରେ ଉପସ୍ଥିତ ରହିଛନ୍ତି । ସେ ମୋଦୀଙ୍କ ପହଁଚିବା ପୂର୍ବରୁ ଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି। ପଶ୍ଚିମବଙ୍ଗର ୨୯୪ଟି ବିଧାନସଭା ଆସନ ପାଇଁ ଆସନ୍ତା ମାର୍ଚ୍ଚ ୨୭ ତାରିଖରୁ ନିର୍ବାଚନ ଆରମ୍ଭ ହେବ। ନିର୍ବାଚନ ପ୍ରକ୍ରିୟା ୮ଟି ପର୍ୟ୍ୟାୟରେ କରାଯିବ। ଶେଷ ପର୍ଯ୍ୟାୟରେ  ଏପ୍ରିଲ ୨୯ରେ ହେବ। ମେ’ ୩୦ ଫଳାଫଳ ପ୍ରକାଶ ପାଇବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp