ମୋଦୀଙ୍କୁ ପୁଣି ରାହୁଲଙ୍କ ଟାର୍ଗେଟ୍, କହିଲେ- ‘ମଣିପୁର ଜଳୁଛି କିନ୍ତୁ ପ୍ରଧାନମନ୍ତ୍ରୀ ହସୁଛନ୍ତି’

The Sakala Picture
Published On

ନୂଆଦିଲ୍ଲୀ: ଉଭୟ ସଦନରେ ଶେଷ ହେଲା ମୌସୁମୀ ଅଧିବେଶନ ୨୦୨୩ । ଆଜି ଅଧିବେଶନର ଶେଷ ଦିନ ଥିବା ବେଳେ ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି । ହଟ୍ଟଗୋଳ ଓ ନାରାବାଜି ମଧ୍ୟରେ ସଂସଦର ମୌସୁମୀ ଅଧିବେଶନ ଶେଷ ହୋଇଥିଲେ ମଧ୍ୟ ମଣିପୁର ପ୍ରସଙ୍ଗରେ କଂଗ୍ରେସ ମୋଦୀ ସରକାରଙ୍କ ଉପରେ ଆକ୍ରମଣ ଜାରି ରଖିଛି । ସାଂସଦ ପଦ ଫେରିପାଇବା ପରେ ନିଜ ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ ମଣିପୁର […]

ନୂଆଦିଲ୍ଲୀ: ଉଭୟ ସଦନରେ ଶେଷ ହେଲା ମୌସୁମୀ ଅଧିବେଶନ ୨୦୨୩ । ଆଜି ଅଧିବେଶନର ଶେଷ ଦିନ ଥିବା ବେଳେ ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି । ହଟ୍ଟଗୋଳ ଓ ନାରାବାଜି ମଧ୍ୟରେ ସଂସଦର ମୌସୁମୀ ଅଧିବେଶନ ଶେଷ ହୋଇଥିଲେ ମଧ୍ୟ ମଣିପୁର ପ୍ରସଙ୍ଗରେ କଂଗ୍ରେସ ମୋଦୀ ସରକାରଙ୍କ ଉପରେ ଆକ୍ରମଣ ଜାରି ରଖିଛି । ସାଂସଦ ପଦ ଫେରିପାଇବା ପରେ ନିଜ ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ ମଣିପୁର ସଙ୍କଟ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କରି କହିଛନ୍ତି ମଣିପୁର ଉପରେ ପ୍ରଧାନମନ୍ତ୍ରୀ ଲୋକସଭାରେ ମାତ୍ର ଦୁଇ ମିନିଟ୍ କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ରାହୁଲଙ୍କ ସହ ଅଧୀର ରଞ୍ଜନ ଚୌଧୁରୀ ଓ ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ଟଳିବ ତୈଳ ସଙ୍କଟ ! ରୁଷ ତେଲ କିଣିବାକୁ ସବୁ ଦେଶଙ୍କୁ ଟ୍ରମ୍ପ୍‌ଙ୍କ ଅନୁମତି

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି ଯେ ୧୯ ବର୍ଷର ଅଭିଜ୍ଞତାରେ ମୁଁ ମଣିପୁରରେ ଯାହା ଦେଖିଛି ଏବଂ ଶୁଣିଛି, ତାହା ମୁଁ ପୂର୍ବରୁ କେବେ ଦେଖି ନଥିଲି। ମୁଁ ସଂସଦରେ କହିଲି ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଭାରତ ମାତାଙ୍କୁ ହତ୍ୟା କରିଛନ୍ତି, ମଣିପୁରରେ ଭାରତକୁ ଧ୍ୱଂସ କରିଦେଇଛନ୍ତି। ଏଗୁଡ଼ିକ ଫମ୍ପା ଶବ୍ଦ ନୁହେଁ । ମଣିପୁରରେ ଯେତେବେଳେ ଆମେ ମୈତେଇ ଅଞ୍ଚଳକୁ ଯାଇଥିଲୁ, ଆମକୁ ସ୍ପଷ୍ଟ ଭାବରେ କୁହାଯାଇଥିଲା ଯେ ଯଦି ଆମର ସୁରକ୍ଷା ଦଳରେ କୌଣସି କୁକି ସମୁଦାୟ ଲୋକ ଥାଆନ୍ତି ତେବେ ସେମାନଙ୍କୁ ଏଠାକୁ ଆଣିବା ଠିକ୍ ହେବନି କାରଣ ସେମାନେ ମୈତେଇ ଲୋକଙ୍କୁ ହତ୍ୟା କରିବେ । ଯେତେବେଳେ ଆମେ କୁକି ଅଞ୍ଚଳକୁ ଯାଇଥିଲୁ, ଆମକୁ କୁହାଯାଇଥିଲା ଯେ ଯଦି ଆମେ କୌଣସି ମୈତେଇ ଲୋକଙ୍କୁ ଆଣିଥାଉ, ତେବେ ସେମାନେ ଗୁଳି କରିଦେବେ ଜ୍ଝ ରାହୁଲ କହିଛନ୍ତି ଯେ ମଣିପୁର ଏବେ ଗୋଟିଏ ରାଜ୍ୟ ନୁହେଁ ବରଂ ଦୁଇଟି ରାଜ୍ୟରେ ପରିଣତ ହୋଇଛି। ଏହି ରାଜ୍ୟକୁ ହତ୍ୟା କରାଯାଇଛି ।

ଆହୁରି ପଢ଼ନ୍ତୁ: ପରିବେଶବିତ୍ ସୋନମ ୱାଙ୍ଗଚୁକ୍‌ଙ୍କ ନାଁରୁ NSA ହଟାଇଲେ କେନ୍ଦ୍ର ସରକାର, ଖୁବଶୀଘ୍ର ମୁକୁଳିବେ ଜେଲ୍‌ରୁ

ରାହୁଲ କହିଛନ୍ତି, ଭାରତୀୟ ସେନା ଏହି ଡ୍ରାମାକୁ ଦୁଇ ଦିନରେ ବନ୍ଦ କରିପାରିବ । କିନ୍ତୁ ପ୍ରଧାନମନ୍ତ୍ରୀ ମଣିପୁରକୁ ଜାଳିଦେବାକୁ ଚାହୁଁଛନ୍ତି, କିନ୍ତୁ ନିଆଁ ଲିଭାଇବାକୁ ଚାହୁଁନାହାଁନ୍ତି । ରାହୁଲ କହିଛନ୍ତି, ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ ସଂସଦରେ ପ୍ରାୟ ୨ ଘଣ୍ଟା ୧୩ ମିନିଟ୍ କାଳ ଭାଷଣ ଦେଇଥିଲେ। ଶେଷରେ ସେ ମଣିପୁର ପ୍ରସଙ୍ଗରେ ମାତ୍ର ୨ ମିନିଟ୍ କହିଥିଲେ । ମଣିପୁର ମାସେ ଧରି ଜଳୁଛି, ଲୋକଙ୍କୁ ହତ୍ୟା କରାଯାଉଛି, ବଳାତ୍କାର କରାଯାଉଛି କିନ୍ତୁ ପ୍ରଧାନମନ୍ତ୍ରୀ ହସୁଥିଲେ, ଥଟ୍ଟା କରୁଥିଲେ।

ଆହୁରି ପଢ଼ନ୍ତୁ: ହର୍ମୁଜ ପ୍ରଣାଳୀ ବନ୍ଦ ହେଲେ ବି ଭାରତରେ ନାହିଁ ଇନ୍ଧନର ଅଭାବ; ଆଶ୍ୱାସନା ଦେଲେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ

ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ ଅନ୍ତତଃ ପକ୍ଷେ ମଣିପୁରକୁ ଯାଇପାରିଥାନ୍ତେ, ବିଭିନ୍ନ ସମ୍ପ୍ରଦାୟ ସହ କଥା ହୋଇପାରିଥାନ୍ତେ । ମୋଦୀ ୨୦୨୪ରେ ପ୍ରଧାନମନ୍ତ୍ରୀ ହେବେ କି ନାହିଁ ତାହା ଏବେ ବଡ଼ ପ୍ରଶ୍ନ ନୁହେଁ । ପ୍ରଶ୍ନ ହେଉଛି ମଣିପୁରର, ଯେଉଁଠାରେ ପିଲା ଓ ଲୋକଙ୍କୁ ହତ୍ୟା କରାଯାଉଛି।ରାହୁଲ ଗାନ୍ଧୀ କହିଛନ୍ତି ଯେ ଯେତେବେଳେ କେହି ପ୍ରଧାନମନ୍ତ୍ରୀ ହୁଅନ୍ତି, ସେ ଆଉ ରାଜନେତା ହୋଇ ରୁହନ୍ତି ନାହିଁ। ସେ ଦେଶର ସ୍ୱରର ପ୍ରତିନିଧୀ ହୁଅନ୍ତି ଜ୍ଝ ରାଜନୀତିକୁ ଅଲଗା ରଖିବା ଉଚିତ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଜଣେ ଛୋଟ ରାଜନେତା ଭାବରେ ନୁହେଁ ବରଂ ପ୍ରଧାନମନ୍ତ୍ରୀ ଭାବରେ କହିବା ଉଚିତ୍।

11 Aug 2023 By The Sakala

ମୋଦୀଙ୍କୁ ପୁଣି ରାହୁଲଙ୍କ ଟାର୍ଗେଟ୍, କହିଲେ- ‘ମଣିପୁର ଜଳୁଛି କିନ୍ତୁ ପ୍ରଧାନମନ୍ତ୍ରୀ ହସୁଛନ୍ତି’

ନୂଆଦିଲ୍ଲୀ: ଉଭୟ ସଦନରେ ଶେଷ ହେଲା ମୌସୁମୀ ଅଧିବେଶନ ୨୦୨୩ । ଆଜି ଅଧିବେଶନର ଶେଷ ଦିନ ଥିବା ବେଳେ ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି । ହଟ୍ଟଗୋଳ ଓ ନାରାବାଜି ମଧ୍ୟରେ ସଂସଦର ମୌସୁମୀ ଅଧିବେଶନ ଶେଷ ହୋଇଥିଲେ ମଧ୍ୟ ମଣିପୁର ପ୍ରସଙ୍ଗରେ କଂଗ୍ରେସ ମୋଦୀ ସରକାରଙ୍କ ଉପରେ ଆକ୍ରମଣ ଜାରି ରଖିଛି । ସାଂସଦ ପଦ ଫେରିପାଇବା ପରେ ନିଜ ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ ମଣିପୁର ସଙ୍କଟ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କରି କହିଛନ୍ତି ମଣିପୁର ଉପରେ ପ୍ରଧାନମନ୍ତ୍ରୀ ଲୋକସଭାରେ ମାତ୍ର ଦୁଇ ମିନିଟ୍ କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ରାହୁଲଙ୍କ ସହ ଅଧୀର ରଞ୍ଜନ ଚୌଧୁରୀ ଓ ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ଉପସ୍ଥିତ ଥିଲେ।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି ଯେ ୧୯ ବର୍ଷର ଅଭିଜ୍ଞତାରେ ମୁଁ ମଣିପୁରରେ ଯାହା ଦେଖିଛି ଏବଂ ଶୁଣିଛି, ତାହା ମୁଁ ପୂର୍ବରୁ କେବେ ଦେଖି ନଥିଲି। ମୁଁ ସଂସଦରେ କହିଲି ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଭାରତ ମାତାଙ୍କୁ ହତ୍ୟା କରିଛନ୍ତି, ମଣିପୁରରେ ଭାରତକୁ ଧ୍ୱଂସ କରିଦେଇଛନ୍ତି। ଏଗୁଡ଼ିକ ଫମ୍ପା ଶବ୍ଦ ନୁହେଁ । ମଣିପୁରରେ ଯେତେବେଳେ ଆମେ ମୈତେଇ ଅଞ୍ଚଳକୁ ଯାଇଥିଲୁ, ଆମକୁ ସ୍ପଷ୍ଟ ଭାବରେ କୁହାଯାଇଥିଲା ଯେ ଯଦି ଆମର ସୁରକ୍ଷା ଦଳରେ କୌଣସି କୁକି ସମୁଦାୟ ଲୋକ ଥାଆନ୍ତି ତେବେ ସେମାନଙ୍କୁ ଏଠାକୁ ଆଣିବା ଠିକ୍ ହେବନି କାରଣ ସେମାନେ ମୈତେଇ ଲୋକଙ୍କୁ ହତ୍ୟା କରିବେ । ଯେତେବେଳେ ଆମେ କୁକି ଅଞ୍ଚଳକୁ ଯାଇଥିଲୁ, ଆମକୁ କୁହାଯାଇଥିଲା ଯେ ଯଦି ଆମେ କୌଣସି ମୈତେଇ ଲୋକଙ୍କୁ ଆଣିଥାଉ, ତେବେ ସେମାନେ ଗୁଳି କରିଦେବେ ଜ୍ଝ ରାହୁଲ କହିଛନ୍ତି ଯେ ମଣିପୁର ଏବେ ଗୋଟିଏ ରାଜ୍ୟ ନୁହେଁ ବରଂ ଦୁଇଟି ରାଜ୍ୟରେ ପରିଣତ ହୋଇଛି। ଏହି ରାଜ୍ୟକୁ ହତ୍ୟା କରାଯାଇଛି ।

ରାହୁଲ କହିଛନ୍ତି, ଭାରତୀୟ ସେନା ଏହି ଡ୍ରାମାକୁ ଦୁଇ ଦିନରେ ବନ୍ଦ କରିପାରିବ । କିନ୍ତୁ ପ୍ରଧାନମନ୍ତ୍ରୀ ମଣିପୁରକୁ ଜାଳିଦେବାକୁ ଚାହୁଁଛନ୍ତି, କିନ୍ତୁ ନିଆଁ ଲିଭାଇବାକୁ ଚାହୁଁନାହାଁନ୍ତି । ରାହୁଲ କହିଛନ୍ତି, ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ ସଂସଦରେ ପ୍ରାୟ ୨ ଘଣ୍ଟା ୧୩ ମିନିଟ୍ କାଳ ଭାଷଣ ଦେଇଥିଲେ। ଶେଷରେ ସେ ମଣିପୁର ପ୍ରସଙ୍ଗରେ ମାତ୍ର ୨ ମିନିଟ୍ କହିଥିଲେ । ମଣିପୁର ମାସେ ଧରି ଜଳୁଛି, ଲୋକଙ୍କୁ ହତ୍ୟା କରାଯାଉଛି, ବଳାତ୍କାର କରାଯାଉଛି କିନ୍ତୁ ପ୍ରଧାନମନ୍ତ୍ରୀ ହସୁଥିଲେ, ଥଟ୍ଟା କରୁଥିଲେ।

ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ ଅନ୍ତତଃ ପକ୍ଷେ ମଣିପୁରକୁ ଯାଇପାରିଥାନ୍ତେ, ବିଭିନ୍ନ ସମ୍ପ୍ରଦାୟ ସହ କଥା ହୋଇପାରିଥାନ୍ତେ । ମୋଦୀ ୨୦୨୪ରେ ପ୍ରଧାନମନ୍ତ୍ରୀ ହେବେ କି ନାହିଁ ତାହା ଏବେ ବଡ଼ ପ୍ରଶ୍ନ ନୁହେଁ । ପ୍ରଶ୍ନ ହେଉଛି ମଣିପୁରର, ଯେଉଁଠାରେ ପିଲା ଓ ଲୋକଙ୍କୁ ହତ୍ୟା କରାଯାଉଛି।ରାହୁଲ ଗାନ୍ଧୀ କହିଛନ୍ତି ଯେ ଯେତେବେଳେ କେହି ପ୍ରଧାନମନ୍ତ୍ରୀ ହୁଅନ୍ତି, ସେ ଆଉ ରାଜନେତା ହୋଇ ରୁହନ୍ତି ନାହିଁ। ସେ ଦେଶର ସ୍ୱରର ପ୍ରତିନିଧୀ ହୁଅନ୍ତି ଜ୍ଝ ରାଜନୀତିକୁ ଅଲଗା ରଖିବା ଉଚିତ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଜଣେ ଛୋଟ ରାଜନେତା ଭାବରେ ନୁହେଁ ବରଂ ପ୍ରଧାନମନ୍ତ୍ରୀ ଭାବରେ କହିବା ଉଚିତ୍।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର