ନିର୍ବାଚନ ପ୍ରଚାର ସମୟରେ ମମତା ବାନାର୍ଜୀ ଆହତ

The Sakala Picture
Published On

କଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ । ନନ୍ଦିଗ୍ରାମରେ ନିର୍ବାଚନ ପ୍ରଚାର ବେଳେ ଆଜି ତୃଣମୂଳ ନେତ୍ରୀ ମମତା ବାନାର୍ଜୀ  ଆହତ ହୋଇଛନ୍ତି । ତାଙ୍କ ଗୋଡରେ ଆଘାତ ଲାଗିଥିବାବେଳେ ଏହା ବିଜେପିର ଚକ୍ରାନ୍ତ ବୋଲି କହିବା ସହ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ କରିଛନ୍ତି ଦିଦି । ତେବେ କିଛି ଯୁବକ ଜାଣିଶୁଣି ତାଙ୍କୁ ଆଘାତ କରିଥିବା ନେଇ ସେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି । ହେଲେ ଏହାକୁ ଡରିନଯାଇ ସେ […]

କଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ । ନନ୍ଦିଗ୍ରାମରେ ନିର୍ବାଚନ ପ୍ରଚାର ବେଳେ ଆଜି ତୃଣମୂଳ ନେତ୍ରୀ ମମତା ବାନାର୍ଜୀ  ଆହତ ହୋଇଛନ୍ତି । ତାଙ୍କ ଗୋଡରେ ଆଘାତ ଲାଗିଥିବାବେଳେ ଏହା ବିଜେପିର ଚକ୍ରାନ୍ତ ବୋଲି କହିବା ସହ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ କରିଛନ୍ତି ଦିଦି । ତେବେ କିଛି ଯୁବକ ଜାଣିଶୁଣି ତାଙ୍କୁ ଆଘାତ କରିଥିବା ନେଇ ସେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି । ହେଲେ ଏହାକୁ ଡରିନଯାଇ ସେ ନିଜର ପ୍ରଚାର ଅଭିଯାନ ଜାରି ରଖିବେ ବୋଲି କହିଛନ୍ତି ।

ଆହୁରି ପଢ଼ନ୍ତୁ: କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ: IMD

ଏହି ଘଟଣାକୁ ନେଇ ମମତା ବାନାର୍ଜୀ କହିଛନ୍ତି, ତାଙ୍କୁ ଆକ୍ରମଣ ଲାଗି ଷଡଯନ୍ତ୍ର ହୋଇଥିଲା । ସେ ଏ ନେଇ ନିର୍ବାଚନ ଆୟୋଗଙ୍କୁ ଅଭିଯୋଗ କରିବେ। ତେବେ ଏହି ଘଟଣା ଘଟିବା ସମୟରେ ସ୍ଥାନୀୟ ପୁଲିସ ବି ତାଙ୍କ ସହିତ ନ ଥିବା ମମତା ଅଭିଯୋଗ କରିଛନ୍ତି। ନାମାନଙ୍କନ ଦାଖଲ କରିବା ପରେ ସେ ଲଗାତାର ମନ୍ଦିର ଯିବା ସହ ଲୋକଙ୍କ ସହ ମିଶୁଛନ୍ତି । ଏହି ସମୟରେ ଭିଡ଼ ଭିତରେ ତାଙ୍କ ଗୋଡ଼ରେ ଆଘାତ ଲାଗିଛି ।

ସେପଟେ ଟିଏମସି ପକ୍ଷରୁ ଏହାକୁ ଏକ ଆକ୍ରମଣ ବୋଲି କହିବା ସହ ୪-୫ ଜଣ ଏମିତି କରିଥିବା କହିଛି। ପାର୍ଟି ପକ୍ଷରୁ ଏନେଇ ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ କରାଯିବ ବୋଲି ଜଣାପଡ଼ିଛି।

10 Mar 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର