ବିଜେପି ଟଙ୍କା ଦେଇ ଭୋଟ ଲୁଟେ , ବିପତ୍ତି ବେଳେ ନଥାଏ : ମମତା

The Sakala Picture
Published On

କଲକାତା : ପୁରୁଲିଆ ଜନସମାବେଶରେ ପ୍ରଧାନମନ୍ତ୍ରୀ ମୋଦୀ ମମତାଙ୍କୁ ସମାଲୋଚନା କରିଥିଲେ ବେଳେ ଗୁରୁବାର ପଶ୍ଚିମ ମେଦିନପୁରରେ ଆୟୋଜିତ ଟିଏମସି ଜନସଭାରେ ମମତା ମଧ୍ୟ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ବିଜେପି କେବଳ ନିର୍ବାଚନ ସମୟରେ ସାଧାରଣ ଲୋକଙ୍କୁ ମନେ ପକାଏ ଏବଂ ସେମାନଙ୍କୁ ପାଖକୁ ଆସେ। ଦଳୀୟ ନେତାମାନେ ହେଲିକପ୍ଟରେ ଆସନ୍ତି ଏବଂ ବ୍ୟାଗ ବ୍ୟାଗ ଟଙ୍କା ଆଣି ଲୋକଙ୍କୁ ବାଣ୍ଟି ଭୋଟ ଲୁଟନ୍ତି। ହେଲେ ଅସଲ ବିପତ୍ତି ବେଳେ ଏହି ଦଳର କୌଣସି ନେତାଙ୍କ ଦେଖା […]

କଲକାତା : ପୁରୁଲିଆ ଜନସମାବେଶରେ ପ୍ରଧାନମନ୍ତ୍ରୀ ମୋଦୀ ମମତାଙ୍କୁ ସମାଲୋଚନା କରିଥିଲେ ବେଳେ ଗୁରୁବାର ପଶ୍ଚିମ ମେଦିନପୁରରେ ଆୟୋଜିତ ଟିଏମସି ଜନସଭାରେ ମମତା ମଧ୍ୟ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ବିଜେପି କେବଳ ନିର୍ବାଚନ ସମୟରେ ସାଧାରଣ ଲୋକଙ୍କୁ ମନେ ପକାଏ ଏବଂ ସେମାନଙ୍କୁ ପାଖକୁ ଆସେ। ଦଳୀୟ ନେତାମାନେ ହେଲିକପ୍ଟରେ ଆସନ୍ତି ଏବଂ ବ୍ୟାଗ ବ୍ୟାଗ ଟଙ୍କା ଆଣି ଲୋକଙ୍କୁ ବାଣ୍ଟି ଭୋଟ ଲୁଟନ୍ତି। ହେଲେ ଅସଲ ବିପତ୍ତି ବେଳେ ଏହି ଦଳର କୌଣସି ନେତାଙ୍କ ଦେଖା ଦର୍ଶନ ମିଳିନଥାଏ ବୋଲି ମମତା କହିଛନ୍ତି। ବିଗତ ଦିନରେ ରାଜ୍ୟରେ ଘଟିଯାଇଥିବା ପ୍ରଳୟଙ୍କରୀ ବାତ୍ୟାରେ ଆମ ସରକାର ଲୋକଙ୍କ ପାଇଁ ହଜାର ହଜାର ଟଙ୍କାର ସହାୟତା ଘୋଷଣା କରିଥିଲା। କିନ୍ତୁ ସେ ସମୟରେ ବିଜେପି କୁଆଡେ ଥିଲା ବୋଲି ମମତା ପ୍ରଶ୍ନ କରିଥିଲେ।

ଆହୁରି ପଢ଼ନ୍ତୁ: ବିଜେପି ଛାଡିଲେ କେ. ଆନ୍ନାମଲାଇ: ନୂଆ ଦଳ ଗଠନ ନେଇ ତାମିଲନାଡୁରେ ଚର୍ଚ୍ଚା ଜୋର

ସୂଚନାଯୋଗ୍ୟ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୁଲିଆ ଠାରେ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ଉପରେ ବର୍ଷିଥିଲା ବେଳେ ରାମାୟଣ ମହାକାବ୍ୟର ଦୃଷ୍ଟାନ୍ତ ଦେଇ ତାଙ୍କୁ ସମାଲୋଚନା କରିଛନ୍ତି। ପଶ୍ଚିମବଙ୍ଗ ରାଜ୍ୟ ପ୍ରଭୁ ରାମ ଏବଂ ଦେବୀ ସୀତାଙ୍କ ବନବାସ କାଳର ସାକ୍ଷୀ ରହିଥିବା ବେଳେ ଏ ଭୂମିରେ ସୀତାକୁଣ୍ଡ ଅଛି। ଦେବୀ ସୀତାଙ୍କୁ ଶୋଷ ଲାଗିବାରୁ ପ୍ରଭୁ ରାମ ଏହି ଭୂଇଁରେ ଶରବିଦ୍ଧ କରି ଜଳ ବାହାର କରିଥିଲେ; କିନ୍ତୁ ସେହି ଭୂମିରେ (ପୁରୁଲିଆରେ) ଜଳସଙ୍କଟ ଦେଖାଦେବା ବଡ଼ ବିଚିତ୍ର କଥା ବୋଲି ମୋଦୀ କହିଥିଲେ । ପୁରୁଲିଆକୁ କେବଳ ମମତାଙ୍କ ସରକାର ନୁହେଁ, ବାମପନ୍ଥୀ ଏବଂ କଂଗ୍ରେସ ଦଳ ମଧ୍ୟ ଉନ୍ନତି କରାଇବାରେ ପ୍ରତିବନ୍ଧକ ସାଜିଛନ୍ତି। ଏଠାରେ ଶିଳ୍ପ ବିକାଶ ପାଇଁ ଯଥେଷ୍ଟ ସମ୍ଭାବନା ରହିଥିଲେ ହେଁ ମମତା ୧୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି କ୍ଷମତାରେ ରହି ପୁରୁଲିଆ ପ୍ରତି ଅବହେଳା ଦେଖାଇଆସିଛନ୍ତି। ଏଠାରେ ଜଳସେଚନ ନିମନ୍ତେ ଯେଉଁ ପ୍ରକାର କାର୍ଯ୍ୟ ହେବା କଥା ତାହା ହୋଇନାହିଁ। ଜଳସଙ୍କଟକୁ ନେଇ ସାଧାରଣ ଲୋକେ ଯେଉଁଭଳି ଭାବେ ସମସ୍ୟାରେ ରହିଛନ୍ତି ତାହା ମଧ୍ୟ ମୋଦୀ ଜାଣନ୍ତି ବୋଲି କହିଥିଲେ। କିନ୍ତୁ ରାଜ୍ୟରେ ବିଜେପି ସରକାର ଆସିଲେ ଏହିସବୁ ସମସ୍ୟାର ଅନ୍ତ ଘଟିବ ବୋଲି ମୋଦୀ କହିଥିଲେ।

ଆହୁରି ପଢ଼ନ୍ତୁ: ସିବିଏସ୍ଇ ରିଭାଲୁଏସନ୍ ପୋର୍ଟାଲ୍ ଉପରେ ସାଇବର ଆକ୍ରମଣ: ୨ ମିନିଟରେ ୧୫ ଲକ୍ଷ ଥର ହ୍ୟାକ୍ ଉଦ୍ୟମ

19 Mar 2021 By The Sakala

ବିଜେପି ଟଙ୍କା ଦେଇ ଭୋଟ ଲୁଟେ , ବିପତ୍ତି ବେଳେ ନଥାଏ : ମମତା

କଲକାତା : ପୁରୁଲିଆ ଜନସମାବେଶରେ ପ୍ରଧାନମନ୍ତ୍ରୀ ମୋଦୀ ମମତାଙ୍କୁ ସମାଲୋଚନା କରିଥିଲେ ବେଳେ ଗୁରୁବାର ପଶ୍ଚିମ ମେଦିନପୁରରେ ଆୟୋଜିତ ଟିଏମସି ଜନସଭାରେ ମମତା ମଧ୍ୟ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ବିଜେପି କେବଳ ନିର୍ବାଚନ ସମୟରେ ସାଧାରଣ ଲୋକଙ୍କୁ ମନେ ପକାଏ ଏବଂ ସେମାନଙ୍କୁ ପାଖକୁ ଆସେ। ଦଳୀୟ ନେତାମାନେ ହେଲିକପ୍ଟରେ ଆସନ୍ତି ଏବଂ ବ୍ୟାଗ ବ୍ୟାଗ ଟଙ୍କା ଆଣି ଲୋକଙ୍କୁ ବାଣ୍ଟି ଭୋଟ ଲୁଟନ୍ତି। ହେଲେ ଅସଲ ବିପତ୍ତି ବେଳେ ଏହି ଦଳର କୌଣସି ନେତାଙ୍କ ଦେଖା ଦର୍ଶନ ମିଳିନଥାଏ ବୋଲି ମମତା କହିଛନ୍ତି। ବିଗତ ଦିନରେ ରାଜ୍ୟରେ ଘଟିଯାଇଥିବା ପ୍ରଳୟଙ୍କରୀ ବାତ୍ୟାରେ ଆମ ସରକାର ଲୋକଙ୍କ ପାଇଁ ହଜାର ହଜାର ଟଙ୍କାର ସହାୟତା ଘୋଷଣା କରିଥିଲା। କିନ୍ତୁ ସେ ସମୟରେ ବିଜେପି କୁଆଡେ ଥିଲା ବୋଲି ମମତା ପ୍ରଶ୍ନ କରିଥିଲେ।

ସୂଚନାଯୋଗ୍ୟ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୁଲିଆ ଠାରେ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ଉପରେ ବର୍ଷିଥିଲା ବେଳେ ରାମାୟଣ ମହାକାବ୍ୟର ଦୃଷ୍ଟାନ୍ତ ଦେଇ ତାଙ୍କୁ ସମାଲୋଚନା କରିଛନ୍ତି। ପଶ୍ଚିମବଙ୍ଗ ରାଜ୍ୟ ପ୍ରଭୁ ରାମ ଏବଂ ଦେବୀ ସୀତାଙ୍କ ବନବାସ କାଳର ସାକ୍ଷୀ ରହିଥିବା ବେଳେ ଏ ଭୂମିରେ ସୀତାକୁଣ୍ଡ ଅଛି। ଦେବୀ ସୀତାଙ୍କୁ ଶୋଷ ଲାଗିବାରୁ ପ୍ରଭୁ ରାମ ଏହି ଭୂଇଁରେ ଶରବିଦ୍ଧ କରି ଜଳ ବାହାର କରିଥିଲେ; କିନ୍ତୁ ସେହି ଭୂମିରେ (ପୁରୁଲିଆରେ) ଜଳସଙ୍କଟ ଦେଖାଦେବା ବଡ଼ ବିଚିତ୍ର କଥା ବୋଲି ମୋଦୀ କହିଥିଲେ । ପୁରୁଲିଆକୁ କେବଳ ମମତାଙ୍କ ସରକାର ନୁହେଁ, ବାମପନ୍ଥୀ ଏବଂ କଂଗ୍ରେସ ଦଳ ମଧ୍ୟ ଉନ୍ନତି କରାଇବାରେ ପ୍ରତିବନ୍ଧକ ସାଜିଛନ୍ତି। ଏଠାରେ ଶିଳ୍ପ ବିକାଶ ପାଇଁ ଯଥେଷ୍ଟ ସମ୍ଭାବନା ରହିଥିଲେ ହେଁ ମମତା ୧୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି କ୍ଷମତାରେ ରହି ପୁରୁଲିଆ ପ୍ରତି ଅବହେଳା ଦେଖାଇଆସିଛନ୍ତି। ଏଠାରେ ଜଳସେଚନ ନିମନ୍ତେ ଯେଉଁ ପ୍ରକାର କାର୍ଯ୍ୟ ହେବା କଥା ତାହା ହୋଇନାହିଁ। ଜଳସଙ୍କଟକୁ ନେଇ ସାଧାରଣ ଲୋକେ ଯେଉଁଭଳି ଭାବେ ସମସ୍ୟାରେ ରହିଛନ୍ତି ତାହା ମଧ୍ୟ ମୋଦୀ ଜାଣନ୍ତି ବୋଲି କହିଥିଲେ। କିନ୍ତୁ ରାଜ୍ୟରେ ବିଜେପି ସରକାର ଆସିଲେ ଏହିସବୁ ସମସ୍ୟାର ଅନ୍ତ ଘଟିବ ବୋଲି ମୋଦୀ କହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର