ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଜେପି ନେତାଙ୍କ ଘୋଷଣା:  ବିଜେପିକୁ ଭୋଟ୍‌ ଦିଅ, ଆମେ ତୁମକୁ ୭୦ ଟଙ୍କାରେ ମଦ ଦେବୁ 

The Sakala Picture
Published On

ହାଇଦ୍ରାବାଦ: ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପିର ନୂଆ ଫଣ୍ଡା। ବିଜେପିକୁ ଭୋଟ ଦେଲେ କମିବ ମଦର ରେଟ୍‌। ଏପରିକି ୭୦ ଟଙ୍କାରେ ମିଳିବ ମଦ ବୋତଲ। ଯଦି ୭୦ ବି ଅଧିକ ହୋଇଯାଉଛି ତେବେ ୫୦ ଟଙ୍କା ବି ହୋଇପାରେ ମଦ ବୋତଲର ଦାମ। ଏକଥା ଅନ୍ୟ କେହିନୁହେଁ ଖୋଦ୍‌ ଆନ୍ଧ୍ରପ୍ରଦେଶ ବିଜେପି ସଭାପତି ସୋମୁ ବୀରରାଜୁ କହିଛନ୍ତି। ଆନ୍ଧ୍ରପ୍ରଦେଶର ବିଜୟୱାଡା ଠାରେ ଏକ କାର୍ଯ୍ୟକ୍ରମ ସମୟରେ ସେ କହିଛନ୍ତି ଯେ ଯଦି ତାଙ୍କ ଦଳ […]

ହାଇଦ୍ରାବାଦ: ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପିର ନୂଆ ଫଣ୍ଡା। ବିଜେପିକୁ ଭୋଟ ଦେଲେ କମିବ ମଦର ରେଟ୍‌। ଏପରିକି ୭୦ ଟଙ୍କାରେ ମିଳିବ ମଦ ବୋତଲ। ଯଦି ୭୦ ବି ଅଧିକ ହୋଇଯାଉଛି ତେବେ ୫୦ ଟଙ୍କା ବି ହୋଇପାରେ ମଦ ବୋତଲର ଦାମ। ଏକଥା ଅନ୍ୟ କେହିନୁହେଁ ଖୋଦ୍‌ ଆନ୍ଧ୍ରପ୍ରଦେଶ ବିଜେପି ସଭାପତି ସୋମୁ ବୀରରାଜୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ଯୁଦ୍ଧବିରାମ ପରେ ଦୁବାଇ ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ ବଡ଼ ଉନ୍ନତି, ନିବେଶକଙ୍କ ବଢିଲା ଆଗ୍ରହ

ଆନ୍ଧ୍ରପ୍ରଦେଶର ବିଜୟୱାଡା ଠାରେ ଏକ କାର୍ଯ୍ୟକ୍ରମ ସମୟରେ ସେ କହିଛନ୍ତି ଯେ ଯଦି ତାଙ୍କ ଦଳ ଆସନ୍ତା ନିର୍ବାଚନରେ ୧ କୋଟି ଭୋଟ ପାଇବ ତେବେ ରାଜ୍ୟରେ ୭୦ଟଙ୍କାରେ ମଦ ଯୋଗାଇଦେବ । ଏହା ବି କହିଛନ୍ତି- ଯଦି ଅଧିକ ରାଜସ୍ୱ ସଂଗ୍ରହ ହୋଇପାରେ ତେବେ ଏହି ଦର ଆହୁରି କମା ଯାଇ ୫୦ ଟଙ୍କା କରିଦିଆଯିବ ।ଆନ୍ଧ୍ରପ୍ରଦେଶ ବିଜେପି ଅଧ୍ୟକ୍ଷ ବୀରରାଜୁ ଭୋଟରଙ୍କୁ ଭୋଟ୍ ଦେବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ‘ଯଦି ଆପଣ ବିଜେପିକୁ ଭୋଟ୍ ଦେଇ ଜିତାନ୍ତି ତେବେ ରାଜ୍ୟରେ ମଦ ବେଶ୍‌ ଶସ୍ତା ହେବ।’

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶର ଧାରରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ, ଡକାୟତିର ରୂପ ଦେବାକୁ କରିଥିଲା ଉଦ୍ୟମ

ମଦ ଯୋଗୁ ଅନେକ ଧନଜୀବନ ଯାଉଥିବା ସହ ପାରିବାରିକ ଅଶାନ୍ତି ଲାଗି ରହୁଥିବାବେଳେ ଏକ ଜାତୀୟ ଦଳର ନେତାଙ୍କ ଏହି ବିବୃତି ପ୍ରଶ୍ନ ସୃଷ୍ଟି କରିଛି । ସେ ଅଭିଯୋଗ କରିଛନ୍ତି ରାଜ୍ୟ ସରକାର ଅଧିକ ମୂଲ୍ୟରେ ନିକୃଷ୍ଟ ମାନର ମଦ ଲୋକଙ୍କୁ ବିକ୍ରି କରୁଛନ୍ତି । ରାଜ୍ୟରେ ବର୍ତ୍ତମାନ ୧ କୋଟି ଲୋକ ଅଧିକ ମୂଲ୍ୟ ଦେଇ ମଦ କିଣି କ୍ଷତିରେ ପଡୁଛନ୍ତି । ଆସନ୍ତା ୨୦୨୪ ନିର୍ବାଚନରେ ତାଙ୍କ ଦଳ ଯଦି ୧ କୋଟି ଭୋଟ ପାଏ ତେବେ ରାଜ୍ୟରେ ଶସ୍ତାରେ ମଦ ଯୋଗାଇଦିଆଯିବ । ବୀରାଜୁ ବର୍ତ୍ତମାନ ବିଜେପି ରାଜ୍ୟ ସଭାପତି ରହିବା ସହ ଏମଏଲସିର ସଦସ୍ୟ ରହିଛନ୍ତି । ସାମ୍ବିଧାନିକ ପଦବିରେ ଥାଇ ବୀରାଜୁଙ୍କ ଏପରି ବୟାନ ବିବାଦ ସୃଷ୍ଟି କରିଛି।

29 Dec 2021 By The Sakala

ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଜେପି ନେତାଙ୍କ ଘୋଷଣା:  ବିଜେପିକୁ ଭୋଟ୍‌ ଦିଅ, ଆମେ ତୁମକୁ ୭୦ ଟଙ୍କାରେ ମଦ ଦେବୁ 

ହାଇଦ୍ରାବାଦ: ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପିର ନୂଆ ଫଣ୍ଡା। ବିଜେପିକୁ ଭୋଟ ଦେଲେ କମିବ ମଦର ରେଟ୍‌। ଏପରିକି ୭୦ ଟଙ୍କାରେ ମିଳିବ ମଦ ବୋତଲ। ଯଦି ୭୦ ବି ଅଧିକ ହୋଇଯାଉଛି ତେବେ ୫୦ ଟଙ୍କା ବି ହୋଇପାରେ ମଦ ବୋତଲର ଦାମ। ଏକଥା ଅନ୍ୟ କେହିନୁହେଁ ଖୋଦ୍‌ ଆନ୍ଧ୍ରପ୍ରଦେଶ ବିଜେପି ସଭାପତି ସୋମୁ ବୀରରାଜୁ କହିଛନ୍ତି।

ଆନ୍ଧ୍ରପ୍ରଦେଶର ବିଜୟୱାଡା ଠାରେ ଏକ କାର୍ଯ୍ୟକ୍ରମ ସମୟରେ ସେ କହିଛନ୍ତି ଯେ ଯଦି ତାଙ୍କ ଦଳ ଆସନ୍ତା ନିର୍ବାଚନରେ ୧ କୋଟି ଭୋଟ ପାଇବ ତେବେ ରାଜ୍ୟରେ ୭୦ଟଙ୍କାରେ ମଦ ଯୋଗାଇଦେବ । ଏହା ବି କହିଛନ୍ତି- ଯଦି ଅଧିକ ରାଜସ୍ୱ ସଂଗ୍ରହ ହୋଇପାରେ ତେବେ ଏହି ଦର ଆହୁରି କମା ଯାଇ ୫୦ ଟଙ୍କା କରିଦିଆଯିବ ।ଆନ୍ଧ୍ରପ୍ରଦେଶ ବିଜେପି ଅଧ୍ୟକ୍ଷ ବୀରରାଜୁ ଭୋଟରଙ୍କୁ ଭୋଟ୍ ଦେବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ‘ଯଦି ଆପଣ ବିଜେପିକୁ ଭୋଟ୍ ଦେଇ ଜିତାନ୍ତି ତେବେ ରାଜ୍ୟରେ ମଦ ବେଶ୍‌ ଶସ୍ତା ହେବ।’

ମଦ ଯୋଗୁ ଅନେକ ଧନଜୀବନ ଯାଉଥିବା ସହ ପାରିବାରିକ ଅଶାନ୍ତି ଲାଗି ରହୁଥିବାବେଳେ ଏକ ଜାତୀୟ ଦଳର ନେତାଙ୍କ ଏହି ବିବୃତି ପ୍ରଶ୍ନ ସୃଷ୍ଟି କରିଛି । ସେ ଅଭିଯୋଗ କରିଛନ୍ତି ରାଜ୍ୟ ସରକାର ଅଧିକ ମୂଲ୍ୟରେ ନିକୃଷ୍ଟ ମାନର ମଦ ଲୋକଙ୍କୁ ବିକ୍ରି କରୁଛନ୍ତି । ରାଜ୍ୟରେ ବର୍ତ୍ତମାନ ୧ କୋଟି ଲୋକ ଅଧିକ ମୂଲ୍ୟ ଦେଇ ମଦ କିଣି କ୍ଷତିରେ ପଡୁଛନ୍ତି । ଆସନ୍ତା ୨୦୨୪ ନିର୍ବାଚନରେ ତାଙ୍କ ଦଳ ଯଦି ୧ କୋଟି ଭୋଟ ପାଏ ତେବେ ରାଜ୍ୟରେ ଶସ୍ତାରେ ମଦ ଯୋଗାଇଦିଆଯିବ । ବୀରାଜୁ ବର୍ତ୍ତମାନ ବିଜେପି ରାଜ୍ୟ ସଭାପତି ରହିବା ସହ ଏମଏଲସିର ସଦସ୍ୟ ରହିଛନ୍ତି । ସାମ୍ବିଧାନିକ ପଦବିରେ ଥାଇ ବୀରାଜୁଙ୍କ ଏପରି ବୟାନ ବିବାଦ ସୃଷ୍ଟି କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର