ଦାର୍ଜିଲିଂରେ ଟ୍ରେନ୍‌ ଦୁର୍ଘଟଣା : କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ପିଟିଲା ମାଲବାହୀ ଟ୍ରେନ୍‌, ବହୁ ଯାତ୍ରୀ ଆହତ

The Sakala Picture
Published On

କୋଲକାତା : ପଶ୍ଚିମବଙ୍ଗର ଦାର୍ଜିଲିଂରେ ଟ୍ରେନ୍‌ ଦୁର୍ଘଟଣା। ନିଉଜଲପାଇଗୁଡି ଷ୍ଟେସନ ନିକଟ ରଙ୍ଗପାଣି ଠାରେ କାଞ୍ଚନଜଙ୍ଗା ଏକ୍ସପ୍ରେସ ଟ୍ରେନକୁ ପଛ ପଟରୁ ଧକ୍କା ମାରିଛି ମାଲବାହୀ ଟ୍ରେନ୍‌। ଦୁର୍ଘଟଣାରେ ଯାତ୍ରୀବାହୀ କାଞ୍ଚନଜଙ୍ଗା ଏକ୍ସପ୍ରେସର ତିନିଟି ବଗିର ବହୁ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। #WATCH | West Bengal | Wagon of Kanchenjunga Express train suspended in the air after a goods train […]

କୋଲକାତା : ପଶ୍ଚିମବଙ୍ଗର ଦାର୍ଜିଲିଂରେ ଟ୍ରେନ୍‌ ଦୁର୍ଘଟଣା। ନିଉଜଲପାଇଗୁଡି ଷ୍ଟେସନ ନିକଟ ରଙ୍ଗପାଣି ଠାରେ କାଞ୍ଚନଜଙ୍ଗା ଏକ୍ସପ୍ରେସ ଟ୍ରେନକୁ ପଛ ପଟରୁ ଧକ୍କା ମାରିଛି ମାଲବାହୀ ଟ୍ରେନ୍‌। ଦୁର୍ଘଟଣାରେ ଯାତ୍ରୀବାହୀ କାଞ୍ଚନଜଙ୍ଗା ଏକ୍ସପ୍ରେସର ତିନିଟି ବଗିର ବହୁ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଆହୁରି ପଢ଼ନ୍ତୁ: ତ୍ରିପୁରା ଡିଜିପି ଅନୁରାଗ ଧନଖରଙ୍କ ସନ୍ଦେହଜନକ ମୃତ୍ୟୁ: ପୋଲିସ ମୁଖ୍ୟାଳୟ ବାଥରୁମରୁ ମୃତଦେହ ଉଦ୍ଧାର

ସୂଚନା ମୁତାବକ, କଞ୍ଚନଜଙ୍ଗା ଏକ୍ସପ୍ରେସ୍ ଟ୍ରେନ୍ ଠିଆ ହୋଇଥିବା ବେଳେ ମାଲବାହୀ ଟ୍ରେନ୍ ପଛପଟୁ ଆସି ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଟ୍ରେନର ୩ଟି ବଗି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କିନ୍ତୁ ଏ ନେଇ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ।

ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ୍ସରେ ପୋଷ୍ଟ କରି ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଏଥି ସହିତ ଉଦ୍ଧାର କାର୍ଯ୍ୟ ପାଇଁ ଡିଏମ୍, ଏସପି, ଡାକ୍ତରୀ ଟିମ୍, ଆମ୍ବୁଲାନ୍ସ ଓ ଉଦ୍ଧାରକାରାୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଏଥି ସହିତ ସେହି ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ପ୍ରାଇଭେଟ୍‌ ହସ୍ପିଟାଲକୁ ଆଲର୍ଟ କରାଯାଇଛି।

https://www.youtube.com/watch?v=wURcezbhXGA

17 Jun 2024 By The Sakala

ଦାର୍ଜିଲିଂରେ ଟ୍ରେନ୍‌ ଦୁର୍ଘଟଣା : କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ପିଟିଲା ମାଲବାହୀ ଟ୍ରେନ୍‌, ବହୁ ଯାତ୍ରୀ ଆହତ

କୋଲକାତା : ପଶ୍ଚିମବଙ୍ଗର ଦାର୍ଜିଲିଂରେ ଟ୍ରେନ୍‌ ଦୁର୍ଘଟଣା। ନିଉଜଲପାଇଗୁଡି ଷ୍ଟେସନ ନିକଟ ରଙ୍ଗପାଣି ଠାରେ କାଞ୍ଚନଜଙ୍ଗା ଏକ୍ସପ୍ରେସ ଟ୍ରେନକୁ ପଛ ପଟରୁ ଧକ୍କା ମାରିଛି ମାଲବାହୀ ଟ୍ରେନ୍‌। ଦୁର୍ଘଟଣାରେ ଯାତ୍ରୀବାହୀ କାଞ୍ଚନଜଙ୍ଗା ଏକ୍ସପ୍ରେସର ତିନିଟି ବଗିର ବହୁ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସୂଚନା ମୁତାବକ, କଞ୍ଚନଜଙ୍ଗା ଏକ୍ସପ୍ରେସ୍ ଟ୍ରେନ୍ ଠିଆ ହୋଇଥିବା ବେଳେ ମାଲବାହୀ ଟ୍ରେନ୍ ପଛପଟୁ ଆସି ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଟ୍ରେନର ୩ଟି ବଗି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କିନ୍ତୁ ଏ ନେଇ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ।

ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ୍ସରେ ପୋଷ୍ଟ କରି ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଏଥି ସହିତ ଉଦ୍ଧାର କାର୍ଯ୍ୟ ପାଇଁ ଡିଏମ୍, ଏସପି, ଡାକ୍ତରୀ ଟିମ୍, ଆମ୍ବୁଲାନ୍ସ ଓ ଉଦ୍ଧାରକାରାୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଏଥି ସହିତ ସେହି ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ପ୍ରାଇଭେଟ୍‌ ହସ୍ପିଟାଲକୁ ଆଲର୍ଟ କରାଯାଇଛି।

https://www.youtube.com/watch?v=wURcezbhXGA

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର