ଅବସର ପରେ ନିର୍ବାଚନ ରାଜନୀତିରୁ ଦୂରେଇ ରୁହନ୍ତୁ ବିଚାରପତି: ସିଜେଆଇ

The Sakala Picture
Published On

ଲଣ୍ଡନ: ଅବସର ପରେ ବିଚାରପତିଙ୍କ ନିର୍ବାଚନ ଲଢ଼ିବା ଉପରେ ପ୍ରଶ୍ନ ଉଠାଇଛନ୍ତି ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଗଭାଇ। ସେ କହିଛନ୍ତି ଯେ ବିଚାରପତିମାନେ ସରକାରୀ ପଦ ପଦବୀରେ ରହିବା କିମ୍ବା ଅବସର ପରେ ନିର୍ବାଚନ ଲଢ଼ିବା ଏକ ଗମ୍ଭୀର ଓ ନୈତିକ ଚିନ୍ତାର ବିଷୟ। ଏହା ଜନସାଧାରଣଙ୍କୁ ଭୁଲ୍‌ ବାର୍ତ୍ତା ଦେଇପାରେ। ଭବିଷ୍ୟତର ଲାଭ ଆଶାରେ ଏଭଳି ବିଚାରପତି ଭୁଲ ରାୟ ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ବିଚାରପତିମାନେ ଅବସର ପରେ ନିର୍ବାଚନ ରାଜନୀତିରେ […]

ଲଣ୍ଡନ: ଅବସର ପରେ ବିଚାରପତିଙ୍କ ନିର୍ବାଚନ ଲଢ଼ିବା ଉପରେ ପ୍ରଶ୍ନ ଉଠାଇଛନ୍ତି ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଗଭାଇ। ସେ କହିଛନ୍ତି ଯେ ବିଚାରପତିମାନେ ସରକାରୀ ପଦ ପଦବୀରେ ରହିବା କିମ୍ବା ଅବସର ପରେ ନିର୍ବାଚନ ଲଢ଼ିବା ଏକ ଗମ୍ଭୀର ଓ ନୈତିକ ଚିନ୍ତାର ବିଷୟ। ଏହା ଜନସାଧାରଣଙ୍କୁ ଭୁଲ୍‌ ବାର୍ତ୍ତା ଦେଇପାରେ। ଭବିଷ୍ୟତର ଲାଭ ଆଶାରେ ଏଭଳି ବିଚାରପତି ଭୁଲ ରାୟ ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ବିଚାରପତିମାନେ ଅବସର ପରେ ନିର୍ବାଚନ ରାଜନୀତିରେ ସାମିଲ ହେବା ଠିକ୍ ନୁହେଁ।

ଆହୁରି ପଢ଼ନ୍ତୁ: ଦିଲ୍ଲୀର ମୁକୁନ୍ଦପୁରରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ: ଘର ଭୁଶୁଡ଼ି ୪ ଆହତ, ଅନେକ ଲୋକ ଫସି ରହିଥିବା ଆଶଙ୍କା

ନ୍ୟାୟପାଳିକାର ସ୍ବାଧୀନତାକୁ ନେଇ ପ୍ରଧାନ ବିଚାରପତି ଜଷ୍ଟିସ ବି.ଆର. ଗଭାଇ ବଡ଼ ମନ୍ତବ୍ୟ ଦେଇଛନ୍ତି। କଲେଜିୟମ ବ୍ୟବସ୍ଥାକୁ ସମାଲୋଚନା କରିପାରିବେ, କିନ୍ତୁ କୌଣସି ବ୍ୟବସ୍ଥାରେ ନ୍ୟାୟପାଳିକାର ସ୍ବାଧୀନତା ସହ ସାଲିସ କରାଯାଇପାରିବ ନାହିଁ ବୋଲି କହିଛନ୍ତି। ୨୦୧୫ରେ ଜାତୀୟ ନ୍ୟାୟିକ ନିଯୁକ୍ତି କମିଶନ (ଏନଜେଏସି) ଆଇନକୁ ସୁପ୍ରିମକୋର୍ଟ ରଦ୍ଦ କରି ଦେଇଥିଲେ। କାରଣ ଏହା ନ୍ୟାୟପାଳିକାର ସ୍ବାଧୀନତାକୁ ଦୁର୍ବଳ କରୁଥିଲା। କେନ୍ଦ୍ର ସରକାର କଲେଜିୟମ୍ ବଦଳରେ ଏହି ଆଇନକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିଥିଲେ। ସେ ବିଚାରପତିଙ୍କୁ ନେଇ ମଧ୍ୟ କଡ଼ା ଟିପ୍ପଣୀ ଦେଇଛନ୍ତି। ବାହ୍ୟ ଚାପରୁ ବିଚାରପତି ମୁକ୍ତ ରୁହନ୍ତୁ ବୋଲି ପରାମର୍ଶ ଦେଇଛନ୍ତି। ଲଣ୍ଡନରେ ବ୍ରିଟେନ ସୁପ୍ରିମକୋର୍ଟ ପକ୍ଷରୁ ଆୟୋଜିତ ରାଉଣ୍ଡ-ଟେବୁଲ ବୈଠକରେ ପ୍ରଧାନ ବିଚାରପତି ଏହି ଟିପ୍ପଣୀ ଦେଇଛନ୍ତି। ଏହି ଚର୍ଚ୍ଚାରେ ଭାରତରୁ ଜଷ୍ଟିସ ବିକ୍ରମ ନାଥ ଏବଂ ବ୍ରିଟେନ ସୁପ୍ରିମକୋର୍ଟର ବିଚାରପତି ବେରୋନେସ କାର୍‌, ଜର୍ଜ ଲେଗେଟ ସାମିଲ ଥିଲେ।

ଆହୁରି ପଢ଼ନ୍ତୁ: ବାଧ୍ୟତାମୂଳକ ଶ୍ରମ ଅଭିଯୋଗ: ଭାରତ ସମେତ ୬୦ଟି ଦେଶ ଉପରେ ଆମଦାନୀ ଶୁଳ୍କ ଲଗାଇବାକୁ ଆମେରିକାର ପ୍ରସ୍ତାବ

ପ୍ରଧାନ ବିଚାରପତି କହିଛନ୍ତି ଯେ ୧୯୯୩ ପୂର୍ବରୁ ବିଚାରପତି ନିଯୁକ୍ତି ଉପରେ ସରକାର ଶେଷ ନିଷ୍ପତ୍ତି ନେଉଥିଲେ। ତେବେ ସରକାର ଦୁଇ ଥର ବରିଷ୍ଠ ବିଚାରପତିଙ୍କୁ ଅଣଦେଖା କରି ଅନ୍ୟମାନଙ୍କୁ ପ୍ରଧାନ ବିଚାରପତି ନିଯୁକ୍ତ କରିଥିଲେ। ୧୯୬୪ରେ ଜଷ୍ଟିସ୍ ସୟଦ ଜାଫର ଇମାମଙ୍କୁ ଖରାପ ସ୍ବାସ୍ଥ୍ୟାବସ୍ଥା କାରଣରୁ ମୁଖ୍ୟ ବିଚାରପତି କରାଯାଇ ନ ଥିଲା। ତାଙ୍କ ସ୍ଥାନରେ ପିବି ଗଜେନ୍ଦ୍ର ଗଡକରଙ୍କୁ ନିଯୁକ୍ତ କରାଯାଇଥିଲା। ସେହିପରି ୧୯୭୭ରେ ଜରୁରୀକାଳୀନ ସ୍ଥିତି ସମୟରେ ସରକାରଙ୍କ ବିରୋଧରେ ରାୟ ଦେଇଥିବା ଜଷ୍ଟିସ୍ ଏଚ୍.ଆର୍. ଖାନ୍ନାଙ୍କୁ ଅଣଦେଖା କରାଯାଇଥିଲା। ଜରୁରୀକାଳୀନ ସ୍ଥିତିରେ ବି ନାଗରିକଙ୍କ ମୌଳିକ ଅଧିକାର ଶେଷ ହୁଏ ନାହିଁ, କିନ୍ତୁ ଏହାକୁ ତତ୍କାଳୀନ ଇନ୍ଦିରା ଗାନ୍ଧୀ ସରକାର ନାପସନ୍ଦ କରିଥିଲେ। ଏହାପରେ ୧୯୯୩ ଏବଂ ୧୯୯୮ ରେ ବିଚାରପତି ନିଯୁକ୍ତି ସୁପାରିସ ପାଇଁ ପ୍ରଧାନ ବିଚାରପତି ଏବଂ ଚାରି ଜଣ ବରିଷ୍ଠ ବିଚାରପତି ମିଶି କଲେଜିୟମ୍ ଗଠନ କରିଥିଲେ।

ଆହୁରି ପଢ଼ନ୍ତୁ: ଆସନ୍ତା ୧୭ ତାରିଖରେ ହୋଇପାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ବାଦ୍‌ ପଡ଼ିପାରନ୍ତି ଡଜନେ ମନ୍ତ୍ରୀ

05 Jun 2025 By The Sakala

ଅବସର ପରେ ନିର୍ବାଚନ ରାଜନୀତିରୁ ଦୂରେଇ ରୁହନ୍ତୁ ବିଚାରପତି: ସିଜେଆଇ

ଲଣ୍ଡନ: ଅବସର ପରେ ବିଚାରପତିଙ୍କ ନିର୍ବାଚନ ଲଢ଼ିବା ଉପରେ ପ୍ରଶ୍ନ ଉଠାଇଛନ୍ତି ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଗଭାଇ। ସେ କହିଛନ୍ତି ଯେ ବିଚାରପତିମାନେ ସରକାରୀ ପଦ ପଦବୀରେ ରହିବା କିମ୍ବା ଅବସର ପରେ ନିର୍ବାଚନ ଲଢ଼ିବା ଏକ ଗମ୍ଭୀର ଓ ନୈତିକ ଚିନ୍ତାର ବିଷୟ। ଏହା ଜନସାଧାରଣଙ୍କୁ ଭୁଲ୍‌ ବାର୍ତ୍ତା ଦେଇପାରେ। ଭବିଷ୍ୟତର ଲାଭ ଆଶାରେ ଏଭଳି ବିଚାରପତି ଭୁଲ ରାୟ ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ବିଚାରପତିମାନେ ଅବସର ପରେ ନିର୍ବାଚନ ରାଜନୀତିରେ ସାମିଲ ହେବା ଠିକ୍ ନୁହେଁ।

ନ୍ୟାୟପାଳିକାର ସ୍ବାଧୀନତାକୁ ନେଇ ପ୍ରଧାନ ବିଚାରପତି ଜଷ୍ଟିସ ବି.ଆର. ଗଭାଇ ବଡ଼ ମନ୍ତବ୍ୟ ଦେଇଛନ୍ତି। କଲେଜିୟମ ବ୍ୟବସ୍ଥାକୁ ସମାଲୋଚନା କରିପାରିବେ, କିନ୍ତୁ କୌଣସି ବ୍ୟବସ୍ଥାରେ ନ୍ୟାୟପାଳିକାର ସ୍ବାଧୀନତା ସହ ସାଲିସ କରାଯାଇପାରିବ ନାହିଁ ବୋଲି କହିଛନ୍ତି। ୨୦୧୫ରେ ଜାତୀୟ ନ୍ୟାୟିକ ନିଯୁକ୍ତି କମିଶନ (ଏନଜେଏସି) ଆଇନକୁ ସୁପ୍ରିମକୋର୍ଟ ରଦ୍ଦ କରି ଦେଇଥିଲେ। କାରଣ ଏହା ନ୍ୟାୟପାଳିକାର ସ୍ବାଧୀନତାକୁ ଦୁର୍ବଳ କରୁଥିଲା। କେନ୍ଦ୍ର ସରକାର କଲେଜିୟମ୍ ବଦଳରେ ଏହି ଆଇନକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିଥିଲେ। ସେ ବିଚାରପତିଙ୍କୁ ନେଇ ମଧ୍ୟ କଡ଼ା ଟିପ୍ପଣୀ ଦେଇଛନ୍ତି। ବାହ୍ୟ ଚାପରୁ ବିଚାରପତି ମୁକ୍ତ ରୁହନ୍ତୁ ବୋଲି ପରାମର୍ଶ ଦେଇଛନ୍ତି। ଲଣ୍ଡନରେ ବ୍ରିଟେନ ସୁପ୍ରିମକୋର୍ଟ ପକ୍ଷରୁ ଆୟୋଜିତ ରାଉଣ୍ଡ-ଟେବୁଲ ବୈଠକରେ ପ୍ରଧାନ ବିଚାରପତି ଏହି ଟିପ୍ପଣୀ ଦେଇଛନ୍ତି। ଏହି ଚର୍ଚ୍ଚାରେ ଭାରତରୁ ଜଷ୍ଟିସ ବିକ୍ରମ ନାଥ ଏବଂ ବ୍ରିଟେନ ସୁପ୍ରିମକୋର୍ଟର ବିଚାରପତି ବେରୋନେସ କାର୍‌, ଜର୍ଜ ଲେଗେଟ ସାମିଲ ଥିଲେ।

ପ୍ରଧାନ ବିଚାରପତି କହିଛନ୍ତି ଯେ ୧୯୯୩ ପୂର୍ବରୁ ବିଚାରପତି ନିଯୁକ୍ତି ଉପରେ ସରକାର ଶେଷ ନିଷ୍ପତ୍ତି ନେଉଥିଲେ। ତେବେ ସରକାର ଦୁଇ ଥର ବରିଷ୍ଠ ବିଚାରପତିଙ୍କୁ ଅଣଦେଖା କରି ଅନ୍ୟମାନଙ୍କୁ ପ୍ରଧାନ ବିଚାରପତି ନିଯୁକ୍ତ କରିଥିଲେ। ୧୯୬୪ରେ ଜଷ୍ଟିସ୍ ସୟଦ ଜାଫର ଇମାମଙ୍କୁ ଖରାପ ସ୍ବାସ୍ଥ୍ୟାବସ୍ଥା କାରଣରୁ ମୁଖ୍ୟ ବିଚାରପତି କରାଯାଇ ନ ଥିଲା। ତାଙ୍କ ସ୍ଥାନରେ ପିବି ଗଜେନ୍ଦ୍ର ଗଡକରଙ୍କୁ ନିଯୁକ୍ତ କରାଯାଇଥିଲା। ସେହିପରି ୧୯୭୭ରେ ଜରୁରୀକାଳୀନ ସ୍ଥିତି ସମୟରେ ସରକାରଙ୍କ ବିରୋଧରେ ରାୟ ଦେଇଥିବା ଜଷ୍ଟିସ୍ ଏଚ୍.ଆର୍. ଖାନ୍ନାଙ୍କୁ ଅଣଦେଖା କରାଯାଇଥିଲା। ଜରୁରୀକାଳୀନ ସ୍ଥିତିରେ ବି ନାଗରିକଙ୍କ ମୌଳିକ ଅଧିକାର ଶେଷ ହୁଏ ନାହିଁ, କିନ୍ତୁ ଏହାକୁ ତତ୍କାଳୀନ ଇନ୍ଦିରା ଗାନ୍ଧୀ ସରକାର ନାପସନ୍ଦ କରିଥିଲେ। ଏହାପରେ ୧୯୯୩ ଏବଂ ୧୯୯୮ ରେ ବିଚାରପତି ନିଯୁକ୍ତି ସୁପାରିସ ପାଇଁ ପ୍ରଧାନ ବିଚାରପତି ଏବଂ ଚାରି ଜଣ ବରିଷ୍ଠ ବିଚାରପତି ମିଶି କଲେଜିୟମ୍ ଗଠନ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର