ପଞ୍ଜାବ, ୟୁପି ନିର୍ବାଚନକୁ ଭଣ୍ଡୁର କରିବାକୁ ଆଇଏସ୍‌ଆଇର ଯୋଜନା; ସତର୍କତା ଜାରିକଲା କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସି

The Sakala Picture
Published On

ନୂଆଦିଲ୍ଲୀ : ପଞ୍ଜାବ ଏବଂ ଉତ୍ତରପ୍ରଦେଶରେ ହେବାକୁ ଯାଉଥିବା ଆଗାମୀ ବିଧାନସଭା ନିର୍ବାଚନକୁ ଭଣ୍ଡୁର କରିବାକୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରୁଛି। ପଞ୍ଜାବରେ ନିର୍ବାଚନକୁ ଭଣ୍ଡୁର କରିବା ସହିତ ପୁଣିଥରେ ଖଲିସ୍ଥାନୀ ଆତଙ୍କବାଦକୁ ଉଜାଗର କରିବାକୁ ଆଇଏସଆଇ ଜାଲ ବିଛାଇଛି। ଏଥିପାଇଁ ଭାରତରେ କିଛି ଆତଙ୍କୀ ସଂଗଠନକୁ ସକ୍ରିୟ କରିବା ସହିତ ବିଭିନ୍ନ ସ୍ଥାନରେ ଅରାଜକତା ସୃଷ୍ଟି କରିବା ପାଇଁ ଏହି ସଂସ୍ଥା ଉଦ୍ୟମ ଜାରି ରଖିଛି ବୋଲି କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସି […]

ନୂଆଦିଲ୍ଲୀ : ପଞ୍ଜାବ ଏବଂ ଉତ୍ତରପ୍ରଦେଶରେ ହେବାକୁ ଯାଉଥିବା ଆଗାମୀ ବିଧାନସଭା ନିର୍ବାଚନକୁ ଭଣ୍ଡୁର କରିବାକୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରୁଛି। ପଞ୍ଜାବରେ ନିର୍ବାଚନକୁ ଭଣ୍ଡୁର କରିବା ସହିତ ପୁଣିଥରେ ଖଲିସ୍ଥାନୀ ଆତଙ୍କବାଦକୁ ଉଜାଗର କରିବାକୁ ଆଇଏସଆଇ ଜାଲ ବିଛାଇଛି। ଏଥିପାଇଁ ଭାରତରେ କିଛି ଆତଙ୍କୀ ସଂଗଠନକୁ ସକ୍ରିୟ କରିବା ସହିତ ବିଭିନ୍ନ ସ୍ଥାନରେ ଅରାଜକତା ସୃଷ୍ଟି କରିବା ପାଇଁ ଏହି ସଂସ୍ଥା ଉଦ୍ୟମ ଜାରି ରଖିଛି ବୋଲି କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସି ସତର୍କତା ଜାରି କରି କହିଛି।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

କେବଳ ଏତିକି ନୁହେଁ, ପଞ୍ଜାବ ଏବଂ ଉତ୍ତରପ୍ରଦେଶରେ ନିର୍ବାଚନ ବେଳେ ପ୍ରମୁଖ ନେତାଙ୍କ ଉପରେ ଆକ୍ରମଣ କରିବାକୁ ମଧ୍ୟ ଯୋଜନା କରାଯାଇଛି ବୋଲି ଗୁଇନ୍ଦା ଏଜେନ୍ସି କହିଛି। ବିଶେଷକରି ନିର୍ବାଚନ ବେଳେ ଶିଖ ବିଚ୍ଛିନ୍ନତାବାଦୀ ସଂଗଠନଗୁଡିକୁ ହାତ କରି ଆଇଏସଆଇ ଏହି ଘୃଣ୍ୟ କାର୍ଯ୍ୟ କରିବାକୁ ଯୋଜନା କରିଛି ବୋଲି କୁହାଯାଇଛି। ପଞ୍ଜାବ ନିର୍ବାଚନ ବେଳେ ଖଲିସ୍ଥାନୀ ଆନ୍ଦୋଳନକୁ ତେଜିବା ନେଇ ପ୍ରକୃଷ୍ଟ ସମୟ ଭାବେ ଧରି ନେଇ ଆଇଏସଆଇ ଏଠାକାର ଛୋଟ ବଡ ସମସ୍ତ ବିଚ୍ଛନ୍ନବାଦୀ ସଂଗଠନ ସହ ହାତ ମିଳାଇ କାର୍ଯ୍ୟ କରୁଛି। ପଞ୍ଜାବ ସମେତ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର କିଛି ଅଞ୍ଚଳରେ ନିର୍ବାଚନ ବେଳେ ହିଂସା ଭିଆଇ ଭାରତରେ ଅରାଜକତା ସୃଷ୍ଟି କରିବା ଆଇଏସଆଇର ଲକ୍ଷ୍ୟ ରହିଛି।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

ଏହି ଉଦ୍ଦେଶ୍ୟରେ ପଞ୍ଜାବର ଇଣ୍ଟରନ୍ୟାସନାଲ ଶିଖ ୟୁଥ ଫେଡେରେସନ ,ବାବର ଖଲସା ଇଣ୍ଟରନ୍ୟାସନାଲ ଭଳି ଅନେକ ସଂଗଠନକୁ ଆଇଏସଆଇ ଚୋରାରେ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ମଧ୍ୟ ଉଦ୍ୟମ ଜାରି ରଖିଛି ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ କୁହାଯାଇଛି। ଏଥିପାଇଁ ଏହି ତିନୋଟି ରାଜ୍ୟରେ ଏବେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯିବା ସହିତ ବିଭିନ୍ନ ସ୍ପର୍ଶକାତର ଅଞ୍ଚଳରେ ତଲାସୀ ଅଭିଯାନ ଆରମ୍ଭ କରାଯାଇଥିବା କୁହାଯାଇଛି।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

ଗାଜିପୁରରେ ବୋମା ଭର୍ତ୍ତି ବ୍ୟାଗ୍‌ ପଛରେ ଆଇଏସ୍‌ଆଇ ହାତ

ଦିଲ୍ଲୀ-ଉତ୍ତରପ୍ରଦେଶ ଗାଜିପୁର ସୀମାସ୍ଥିତ ଏକ ଫୁଲ ବଜାରରୁ ଶୁକ୍ରବାର ଉଦ୍ଧାର ହୋଇଥିବା ଆଇଡି ଭର୍ତ୍ତି ବ୍ୟାଗ ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଆଇଏସଆଇ ଦ୍ବାରା ଯୋଜନାବଦ୍ଧ ଭାବେ ରଖାଯାଇଥିଲା ବୋଲି ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ ଜାଣିବାକୁ ପାଇଛି। ବୋମା ଭର୍ତ୍ତି ବ୍ୟାଗ୍‌ ଉଦ୍ଧାର ପରେ ତଦନ୍ତକାରୀ ଟିମ୍‌ ବିଭିନ୍ନ ଦିଗରେ ଅନୁସନ୍ଧାନ କରି ଏହି ନିର୍ଯ୍ୟାସରେ ପହଞ୍ଚିଥିବା ଜଣାପଡ଼ିଛି। ଦିଲ୍ଲୀ ପୁଲିସ୍ ଓ ଗୁଇନ୍ଦା ବିଭାଗକୁ ଏଭଳି କିଛି ତଥ୍ୟ ମିଳିବା ପରେ ଏ ସମ୍ପର୍କରେ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ବିଶେଷକରି କେଉଁ ସଂଗଠନ ଦ୍ବାରା ଏହି ବୋମା ଭର୍ତ୍ତି ବ୍ୟାଗ ରଖାଯାଇଥÒଲା ସେ ସମ୍ପର୍କରେ ଜାଣିବାକୁ ପୁଲିସର ସ୍ବତନ୍ତ୍ର ଟିମ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଯାଞ୍ଚ କରୁଛି। ବର୍ତ୍ତମାନ ଆତଙ୍କୀ ସଙ୍ଗଠନର କିଛି ଏଜେଣ୍ଟ ଏବେ ବି ଦିଲ୍ଲୀରେ ସକ୍ରିୟ ଥିବା ସୁରାକ୍ ମିଳିଛି। କେବଳ ଏହି ସ୍ଥାନ ନୁହେଁ ଦିଲ୍ଲୀ ଏବଂ ପଞ୍ଜାବ ଆଖପାଖ ଅନ୍ୟ ସ୍ଥାନରେ ମଧ୍ୟ ବୋମା ରଖାଯାଇପାରିଥାଏ ବୋଲି ଆଶଙ୍କା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର