ଭାରତୀୟ ନୌସେନାରେ ସାମିଲ ହେଲା ଅତ୍ୟାଧୁନିକ ବୁଡାଜାହାଜ ଆଇଏନଏସ ଭେଲା

The Sakala Picture
Published On

ମୁମ୍ବାଇ : ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ନୌସେନା । ଆଜି ଭାରତର ଚତୁର୍ଥ ‘ସ୍କର୍ପିନ୍‌-କ୍ଲାସ୍‌’ ଡିଜେଲ୍‌-ଇଲେକ୍ଟ୍ରିକ୍‌ ବୁଡ଼ାଜାହାଜ ‘ଆଇଏନ୍‌ଏସ୍‌ ଭେଲା’କୁ ମୁମ୍ବାଇରେ ଭାରତୀୟ ନୌସେନାରେ ସାମିଲ କରାଯାଇଛି।ଭାରତ ମହାସାଗରରେ ଚୀନ୍‌ର ବଢୁଥିବା ପ୍ରଭାବକୁ ରୋକିବା ପାଇଁ ଏହି ପଦକ୍ଷେପଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। କଲବରୀ ଯୁଦ୍ଧ ଜାହାଜର ଚତୁର୍ଥ ସଂସ୍କରଣରେ ନିର୍ମିତ ଆଇଏନଏସ ଭେଲା ମୁମ୍ବାଇ ମଝଗାଓଁ ଡକୟାର୍ଡରେ ନିର୍ମିତ ହୋଇଛି । ଏହା ପୂର୍ବରୁ ଭାରତୀୟ ସେନାରେ ଆଇଏନଏସ କଲବରୀ, ଖଣ୍ଡେରୀ, […]

ମୁମ୍ବାଇ : ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ନୌସେନା । ଆଜି ଭାରତର ଚତୁର୍ଥ ‘ସ୍କର୍ପିନ୍‌-କ୍ଲାସ୍‌’ ଡିଜେଲ୍‌-ଇଲେକ୍ଟ୍ରିକ୍‌ ବୁଡ଼ାଜାହାଜ ‘ଆଇଏନ୍‌ଏସ୍‌ ଭେଲା’କୁ ମୁମ୍ବାଇରେ ଭାରତୀୟ ନୌସେନାରେ ସାମିଲ କରାଯାଇଛି।ଭାରତ ମହାସାଗରରେ ଚୀନ୍‌ର ବଢୁଥିବା ପ୍ରଭାବକୁ ରୋକିବା ପାଇଁ ଏହି ପଦକ୍ଷେପଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। କଲବରୀ ଯୁଦ୍ଧ ଜାହାଜର ଚତୁର୍ଥ ସଂସ୍କରଣରେ ନିର୍ମିତ ଆଇଏନଏସ ଭେଲା ମୁମ୍ବାଇ ମଝଗାଓଁ ଡକୟାର୍ଡରେ ନିର୍ମିତ ହୋଇଛି । ଏହା ପୂର୍ବରୁ ଭାରତୀୟ ସେନାରେ ଆଇଏନଏସ କଲବରୀ, ଖଣ୍ଡେରୀ, କରଂଜ ସାମିଲ ହୋଇସାରିଛନ୍ତି । ସମସ୍ତ ବୁଡାଜାହଜ ପ୍ରାନସିସ୍ ସ୍କପ୍ରିୟନ ଶ୍ରେଣୀ ସବମେରାଇନ କୌଶଳରେ ନିର୍ମିତ ହୋଇଛିି । ଯାହାକି ଦୁନିଆର ଅନ୍ୟତମ ଉନ୍ନତମାନର ବୁଡାଜାହଜ ମଧ୍ୟରେ ଅନ୍ୟତମ ।

ଆହୁରି ପଢ଼ନ୍ତୁ: ଇରାନରେ ଘନୀଭୂତ ହେଉଛି ତୈଳ ସଙ୍କଟ: ଆମେରିକାର କଟକଣା ଯୋଗୁଁ ତୈଳ କୂଅ ବନ୍ଦ ହେବା ଆଶଙ୍କା

ଆହୁରି ପଢ଼ନ୍ତୁ: ମେ’ ପହିଲାରୁ ପୁଣି ମହଙ୍ଗା ହୋଇପାରେ ଏଲ୍‌ପିଜି ସିଲିଣ୍ଡର, ବଦଳିପାରେ ବୁକିଂ ନିୟମ

ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ବିନାଶକାରୀ ଯୁଦ୍ଧ ଜାହାଜ ଏବଂ ବୁଡ଼ାଜାହାଜ ନିର୍ମାଣ କ୍ଷେତ୍ରରେ ଭାରତ କ୍ରମାଗତ ଭାବେ ଦ୍ରୁତ ଗତିରେ ଆଗକୁ ବଡୁଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗତ ରବିବାର ଦିନ ଭାରତୀୟ ନୌସେନାକୁ INS ବିଶାଖାପାଟନମ୍ ହସ୍ତାନ୍ତର କରିଛନ୍ତି ଏବଂ ଆଜି ୨୫ ନଭେମ୍ବରରେ ନୌସେନାରେ କଲଭାରୀ ଶ୍ରେଣୀର ଚତୁର୍ଥ ବୁଡ଼ାଜାହାଜ INS ଭେଲା ସାମିଳ ହୋଇଛି।

ଆହୁରି ପଢ଼ନ୍ତୁ: ବିଜେପି ନେତା ହତ୍ୟା ମାମଲା: ୬ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ, ୨୦୨୫ ଅକ୍ଟୋବରରେ ରୁଜୁ ହୋଇଥିଲା ଏଫଆଇଆର୍

INS ଭେଲା ଲମ୍ବ ୭୫ ମିଟର ଏବଂ ଓଜନ ୧୬୧୫ ଟନ୍ । ଏଥିରେ ୩୫ ଜଣ ନୌସୈନିକ ଏବଂ ୮ ଜଣ ଅଧିକାରୀ ରହିପାରିବେ ଏବଂ ଏହା ସମୁଦ୍ର ତଳେ ୩୭ କିଲୋମିଟର (୨୦ ନଟିକାଲ୍ ମାଇଲ୍) ବେଗରେ ଚଲିପାରିବ।  ଏହା ଥରେ ସମୁଦ୍ର ତଳେ ୧୦୨୦ କିଲୋମିଟର (୫୫୦ ନଟିକାଲ୍ ମାଇଲ୍) ଦୂରତା ଅତିକ୍ରମ କରିପାରେ ଏବଂ ଥରେ ଯାତ୍ରା ଆରମ୍ଭ କରିବା ପରେ ସମୁଦ୍ରରେ ୫୦ ଦିନ ରହିପାରିବ। ଏହି ବୁଡ଼ାଜାହାଜଟି ସ୍ୱତନ୍ତ୍ର ଇସ୍ପାତରେ ନିର୍ମିତ, ଏହାର ଉଚ୍ଚ ଟେନସାଇଲ୍ ଶକ୍ତି ଅଛି ଯାହା ଜଳ ତଳେ ଗଭୀର ଭାବରେ କାର୍ଯ୍ୟ କରିବାକୁ ସକ୍ଷମ । ଏହା ବ୍ୟତୀତ ଏହା ଯେକୌଣସି ପାଗରେ ପରିଚାଳିତ ହୋଇପାରିବ ।

ଶତ୍ରୁ ଜାହାଜ ଉପରେ ଆକ୍ରମଣ କରିବା ପାଇଁ INS ଭେଲାର ୧୮ ଟି ଟର୍ପେଡୋ ଅଛି । ଏଥିରେ ଟର୍ପେଡୋ ବଦଳରେ ମଧ୍ୟ ୩୦ ଟି ସମୁଦ୍ର ଟନେଲ ମଧ୍ୟ ସ୍ଥାପନ କରାଯାଇପାରିବ, ଯାହା ଦ୍ବାରା ଶତ୍ରୁ ଜାହାଜ ନଷ୍ଟ ହୋଇପାରିବ। ଶତ୍ରୁ ଜାହାଜକୁ ଧ୍ୱଂସ କରିବା ପାଇଁ ଏହି ବୁଡ଼ାଜାହାଜରେ କ୍ଷେପଣାସ୍ତ୍ର ମଧ୍ୟ ସଜାଯାଇଛି, ଯାହା ଆଖି ପିଛୁଳାକେ ଶତ୍ରୁ ଜାହାଜକୁ ଉଡାଇଦେଇପାରିବ। INS ଭେଲାରେ ଯନ୍ତ୍ରପାତି ସ୍ଥାପନ ପାଇଁ ପ୍ରାୟ ୧୧ କିଲୋମିଟର ପାଇପ୍ ଏବଂ ୬୦ କିଲୋମିଟର କେବୁଲ୍ ଫିଟିଙ୍ଗ୍ କରାଯାଇଛି ।

ଭାରତୀୟ ନୌସେନାରେ  ବର୍ତ୍ତମାନ ୧୬ ଟି ବୁଡ଼ାଜାହାଜ ଅଛି । ସ୍ୱଦେଶୀ ଆଣବିକ ବୁଡ଼ାଜାହାଜ INS ଆରିହାଣ୍ଟ ବ୍ୟତୀତ ୪ ଟି ଶିଶୁମାର ଶ୍ରେଣୀ ଏବଂ ୮ ଟି ଇଣ୍ଡସ୍ ଶ୍ରେଣୀ ବୁଡ଼ାଜାହାଜ ଅଛି । ତିନୋଟି ସ୍ୱଦେଶୀ ନିର୍ମିତ କଲଭାରୀ ଶ୍ରେଣୀର ବୁଡ଼ାଜାହାଜ ମଧ୍ୟ ନୌସେନାରେ ଯୋଗ ଦେଇଛି । INS ଭେଲା ନୌସେନାରେ ଯୋଗଦେବା ପରେ ସେମାନଙ୍କର ମୋଟ ସଂଖ୍ୟା ୧୭ କୁ ବୃଦ୍ଧି ପାଇବ । କଲଭାରୀ ଶ୍ରେଣୀର ଆଉ ଦୁଇଟି ବୁଡ଼ାଜାହାଜ  ଆସନ୍ତା ବର୍ଷ ଶେଷ ସୁଦ୍ଧା ନୌସେନାରେ ଯୋଗଦେବେ ବୋଲି ଆଶା କରାଯାଉଛି। ଆରିହାଣ୍ଟ ଶ୍ରେଣୀର ସ୍ୱଦେଶୀ ପରମାଣୁ ବୁଡ଼ାଜାହାଜ ଆରିହାଟ ସମୁଦ୍ର ପରୀକ୍ଷଣ କରୁଛି ଏବଂ ଆସନ୍ତା ବର୍ଷ ସୁଦ୍ଧା ନୌସେନାରେ ପ୍ରବେଶ କରିବାର ସମ୍ଭାବନା ଅଛି ।

25 Nov 2021 By The Sakala

ଭାରତୀୟ ନୌସେନାରେ ସାମିଲ ହେଲା ଅତ୍ୟାଧୁନିକ ବୁଡାଜାହାଜ ଆଇଏନଏସ ଭେଲା

ମୁମ୍ବାଇ : ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ନୌସେନା । ଆଜି ଭାରତର ଚତୁର୍ଥ ‘ସ୍କର୍ପିନ୍‌-କ୍ଲାସ୍‌’ ଡିଜେଲ୍‌-ଇଲେକ୍ଟ୍ରିକ୍‌ ବୁଡ଼ାଜାହାଜ ‘ଆଇଏନ୍‌ଏସ୍‌ ଭେଲା’କୁ ମୁମ୍ବାଇରେ ଭାରତୀୟ ନୌସେନାରେ ସାମିଲ କରାଯାଇଛି।ଭାରତ ମହାସାଗରରେ ଚୀନ୍‌ର ବଢୁଥିବା ପ୍ରଭାବକୁ ରୋକିବା ପାଇଁ ଏହି ପଦକ୍ଷେପଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। କଲବରୀ ଯୁଦ୍ଧ ଜାହାଜର ଚତୁର୍ଥ ସଂସ୍କରଣରେ ନିର୍ମିତ ଆଇଏନଏସ ଭେଲା ମୁମ୍ବାଇ ମଝଗାଓଁ ଡକୟାର୍ଡରେ ନିର୍ମିତ ହୋଇଛି । ଏହା ପୂର୍ବରୁ ଭାରତୀୟ ସେନାରେ ଆଇଏନଏସ କଲବରୀ, ଖଣ୍ଡେରୀ, କରଂଜ ସାମିଲ ହୋଇସାରିଛନ୍ତି । ସମସ୍ତ ବୁଡାଜାହଜ ପ୍ରାନସିସ୍ ସ୍କପ୍ରିୟନ ଶ୍ରେଣୀ ସବମେରାଇନ କୌଶଳରେ ନିର୍ମିତ ହୋଇଛିି । ଯାହାକି ଦୁନିଆର ଅନ୍ୟତମ ଉନ୍ନତମାନର ବୁଡାଜାହଜ ମଧ୍ୟରେ ଅନ୍ୟତମ ।

ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ବିନାଶକାରୀ ଯୁଦ୍ଧ ଜାହାଜ ଏବଂ ବୁଡ଼ାଜାହାଜ ନିର୍ମାଣ କ୍ଷେତ୍ରରେ ଭାରତ କ୍ରମାଗତ ଭାବେ ଦ୍ରୁତ ଗତିରେ ଆଗକୁ ବଡୁଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗତ ରବିବାର ଦିନ ଭାରତୀୟ ନୌସେନାକୁ INS ବିଶାଖାପାଟନମ୍ ହସ୍ତାନ୍ତର କରିଛନ୍ତି ଏବଂ ଆଜି ୨୫ ନଭେମ୍ବରରେ ନୌସେନାରେ କଲଭାରୀ ଶ୍ରେଣୀର ଚତୁର୍ଥ ବୁଡ଼ାଜାହାଜ INS ଭେଲା ସାମିଳ ହୋଇଛି।

INS ଭେଲା ଲମ୍ବ ୭୫ ମିଟର ଏବଂ ଓଜନ ୧୬୧୫ ଟନ୍ । ଏଥିରେ ୩୫ ଜଣ ନୌସୈନିକ ଏବଂ ୮ ଜଣ ଅଧିକାରୀ ରହିପାରିବେ ଏବଂ ଏହା ସମୁଦ୍ର ତଳେ ୩୭ କିଲୋମିଟର (୨୦ ନଟିକାଲ୍ ମାଇଲ୍) ବେଗରେ ଚଲିପାରିବ।  ଏହା ଥରେ ସମୁଦ୍ର ତଳେ ୧୦୨୦ କିଲୋମିଟର (୫୫୦ ନଟିକାଲ୍ ମାଇଲ୍) ଦୂରତା ଅତିକ୍ରମ କରିପାରେ ଏବଂ ଥରେ ଯାତ୍ରା ଆରମ୍ଭ କରିବା ପରେ ସମୁଦ୍ରରେ ୫୦ ଦିନ ରହିପାରିବ। ଏହି ବୁଡ଼ାଜାହାଜଟି ସ୍ୱତନ୍ତ୍ର ଇସ୍ପାତରେ ନିର୍ମିତ, ଏହାର ଉଚ୍ଚ ଟେନସାଇଲ୍ ଶକ୍ତି ଅଛି ଯାହା ଜଳ ତଳେ ଗଭୀର ଭାବରେ କାର୍ଯ୍ୟ କରିବାକୁ ସକ୍ଷମ । ଏହା ବ୍ୟତୀତ ଏହା ଯେକୌଣସି ପାଗରେ ପରିଚାଳିତ ହୋଇପାରିବ ।

ଶତ୍ରୁ ଜାହାଜ ଉପରେ ଆକ୍ରମଣ କରିବା ପାଇଁ INS ଭେଲାର ୧୮ ଟି ଟର୍ପେଡୋ ଅଛି । ଏଥିରେ ଟର୍ପେଡୋ ବଦଳରେ ମଧ୍ୟ ୩୦ ଟି ସମୁଦ୍ର ଟନେଲ ମଧ୍ୟ ସ୍ଥାପନ କରାଯାଇପାରିବ, ଯାହା ଦ୍ବାରା ଶତ୍ରୁ ଜାହାଜ ନଷ୍ଟ ହୋଇପାରିବ। ଶତ୍ରୁ ଜାହାଜକୁ ଧ୍ୱଂସ କରିବା ପାଇଁ ଏହି ବୁଡ଼ାଜାହାଜରେ କ୍ଷେପଣାସ୍ତ୍ର ମଧ୍ୟ ସଜାଯାଇଛି, ଯାହା ଆଖି ପିଛୁଳାକେ ଶତ୍ରୁ ଜାହାଜକୁ ଉଡାଇଦେଇପାରିବ। INS ଭେଲାରେ ଯନ୍ତ୍ରପାତି ସ୍ଥାପନ ପାଇଁ ପ୍ରାୟ ୧୧ କିଲୋମିଟର ପାଇପ୍ ଏବଂ ୬୦ କିଲୋମିଟର କେବୁଲ୍ ଫିଟିଙ୍ଗ୍ କରାଯାଇଛି ।

ଭାରତୀୟ ନୌସେନାରେ  ବର୍ତ୍ତମାନ ୧୬ ଟି ବୁଡ଼ାଜାହାଜ ଅଛି । ସ୍ୱଦେଶୀ ଆଣବିକ ବୁଡ଼ାଜାହାଜ INS ଆରିହାଣ୍ଟ ବ୍ୟତୀତ ୪ ଟି ଶିଶୁମାର ଶ୍ରେଣୀ ଏବଂ ୮ ଟି ଇଣ୍ଡସ୍ ଶ୍ରେଣୀ ବୁଡ଼ାଜାହାଜ ଅଛି । ତିନୋଟି ସ୍ୱଦେଶୀ ନିର୍ମିତ କଲଭାରୀ ଶ୍ରେଣୀର ବୁଡ଼ାଜାହାଜ ମଧ୍ୟ ନୌସେନାରେ ଯୋଗ ଦେଇଛି । INS ଭେଲା ନୌସେନାରେ ଯୋଗଦେବା ପରେ ସେମାନଙ୍କର ମୋଟ ସଂଖ୍ୟା ୧୭ କୁ ବୃଦ୍ଧି ପାଇବ । କଲଭାରୀ ଶ୍ରେଣୀର ଆଉ ଦୁଇଟି ବୁଡ଼ାଜାହାଜ  ଆସନ୍ତା ବର୍ଷ ଶେଷ ସୁଦ୍ଧା ନୌସେନାରେ ଯୋଗଦେବେ ବୋଲି ଆଶା କରାଯାଉଛି। ଆରିହାଣ୍ଟ ଶ୍ରେଣୀର ସ୍ୱଦେଶୀ ପରମାଣୁ ବୁଡ଼ାଜାହାଜ ଆରିହାଟ ସମୁଦ୍ର ପରୀକ୍ଷଣ କରୁଛି ଏବଂ ଆସନ୍ତା ବର୍ଷ ସୁଦ୍ଧା ନୌସେନାରେ ପ୍ରବେଶ କରିବାର ସମ୍ଭାବନା ଅଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର