ଲୋକସଭା ନିର୍ବାଚନ: ଷଷ୍ଠ ପର୍ଯ୍ୟାୟରେ ୫୮ଟି ସଂସଦୀୟ କ୍ଷେତ୍ର ପାଇଁ ଚାଲିଛି ମତଦାନ

The Sakala Picture
Published On

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ୫ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇ ସାରିଲାଣି। ଷଷ୍ଠ ପର୍ଯ୍ୟାୟ ପାଇଁ ୭ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ମୋଟ ୫୮ଟି ସଂସଦୀୟ କ୍ଷେତ୍ରରେ  ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ କୃଷ୍ଣପାଲ୍ ସିଂହ ଗୁଜ୍ଜର, ରାଓ ଇନ୍ଦ୍ରଜିତ ସିଂହଙ୍କ ସମେତ ତିନି କେନ୍ଦ୍ରମନ୍ତ୍ରୀ ଏବଂ ମେହବୁବା ମୁଫତି, ମନୋହର ଲାଲ ଖଟରଙ୍କ ସହିତ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ମୈଦାନକୁ ଓହ୍ଲାଇଛନ୍ତି। ଏମାନଙ୍କ ବ୍ୟତୀତ ମନୋଜ ତିୱାରୀ, ନବୀନ ଜିନ୍ଦଲ, […]

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ୫ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇ ସାରିଲାଣି। ଷଷ୍ଠ ପର୍ଯ୍ୟାୟ ପାଇଁ ୭ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ମୋଟ ୫୮ଟି ସଂସଦୀୟ କ୍ଷେତ୍ରରେ  ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ କୃଷ୍ଣପାଲ୍ ସିଂହ ଗୁଜ୍ଜର, ରାଓ ଇନ୍ଦ୍ରଜିତ ସିଂହଙ୍କ ସମେତ ତିନି କେନ୍ଦ୍ରମନ୍ତ୍ରୀ ଏବଂ ମେହବୁବା ମୁଫତି, ମନୋହର ଲାଲ ଖଟରଙ୍କ ସହିତ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ମୈଦାନକୁ ଓହ୍ଲାଇଛନ୍ତି।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଦମ୍ମାମ ବିମାନବନ୍ଦରରେ ହୁଥି ଆକ୍ରମଣ: ଜଣେ ଭାରତୀୟଙ୍କ ମୃତ୍ୟୁ, ୨ ଆହତ

ଏମାନଙ୍କ ବ୍ୟତୀତ ମନୋଜ ତିୱାରୀ, ନବୀନ ଜିନ୍ଦଲ, ମେନକା ଗାନ୍ଧୀ, ବାଂଶୁରୀ ସ୍ବରାଜ, ରାଜ ବବ୍ବର, କଲକାତା ହାଇକୋର୍ଟର ପୂର୍ବତନ ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟ ପ୍ରମୁଖ ପ୍ରାର୍ଥୀ ହୋଇଛନ୍ତି। ଏହି ପର୍ଯ୍ୟାୟରେ ୯୨ ମହିଳା ପ୍ରାର୍ଥୀଙ୍କୁ ମିଶାଇ ମୋଟ ୮୮୯ ଜଣ ପ୍ରାର୍ଥୀ ଅଛନ୍ତି। ଏମାନଙ୍କ ମଧ୍ୟରେ ବିଜେପିର ୫୧, କଂଗ୍ରେସର ୨୫, ଏସ୍‌ପିର ୧୨, ଟିଏମ୍‌ସିର ୯, ବିଜେଡିର ୬, ଆପ୍‌ର ୫ ଏବଂ ଆରଜେଡିର ୬ ଜଣ ପ୍ରାର୍ଥୀ ସାମିଲ ଅଛନ୍ତି।

ଆହୁରି ପଢ଼ନ୍ତୁ: ନିର୍ବାଚନ ଆୟୋଗରେ ବଡ଼ ବିବାଦ: RTI ରିପୋର୍ଟରୁ ଖୁଲାସା ହେଲା ବରିଷ୍ଠ ଅଧିକାରୀଙ୍କ ଏକପାଖିଆ ନିଷ୍ପତ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର