ଭାରତର ୮ ପୂର୍ବତନ ନୌସେନା କର୍ମଚାରୀଙ୍କୁ କାତାର କୋର୍ଟଙ୍କ ମୃତ୍ୟୁ ଦଣ୍ଡାଦେଶ ବିରୋଧରେ ଅପିଲ କଲା ଭାରତ

The Sakala Picture
Published On

ନୂଆଦିଲ୍ଲୀ: ଭାରତର ୮ ପୂର୍ବତନ ନୌସେନା କର୍ମଚାରୀଙ୍କୁ କାତାରର ଏକ କୋର୍ଟ ଦେଇଥିବା ମୃତ୍ୟୁ ଦଣ୍ଡାଦେଶ ବିରୋଧରେ ଭାରତ ଅପିଲ କରିଛି । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଗୁରୁବାର ଏହି ସୂଚନା ଦେଇଛନ୍ତି। ମୃତ୍ୟୁଦଣ୍ଡ ପାଇଥିବା ଏହି ନୌସେନା କର୍ମଚାରୀଙ୍କୁ ଭେଟିବା ପାଇଁ ନିକଟରେ ଭାରତୀୟ ଦୂତାବାସକୁ କନସୁଲାର ସୁବିଧା ଉପଲବ୍ଧ କରାଯାଇଥିଲା। କତାରର ଏକ କୋର୍ଟ ଅକ୍ଟୋବର ୨୬ରେ ୮ ଜଣ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ଫାଶୀ ଦଣ୍ଡ ଶୁଣାଇଥିଲେ। […]

ନୂଆଦିଲ୍ଲୀ: ଭାରତର ୮ ପୂର୍ବତନ ନୌସେନା କର୍ମଚାରୀଙ୍କୁ କାତାରର ଏକ କୋର୍ଟ ଦେଇଥିବା ମୃତ୍ୟୁ ଦଣ୍ଡାଦେଶ ବିରୋଧରେ ଭାରତ ଅପିଲ କରିଛି । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଗୁରୁବାର ଏହି ସୂଚନା ଦେଇଛନ୍ତି। ମୃତ୍ୟୁଦଣ୍ଡ ପାଇଥିବା ଏହି ନୌସେନା କର୍ମଚାରୀଙ୍କୁ ଭେଟିବା ପାଇଁ ନିକଟରେ ଭାରତୀୟ ଦୂତାବାସକୁ କନସୁଲାର ସୁବିଧା ଉପଲବ୍ଧ କରାଯାଇଥିଲା। କତାରର ଏକ କୋର୍ଟ ଅକ୍ଟୋବର ୨୬ରେ ୮ ଜଣ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ଫାଶୀ ଦଣ୍ଡ ଶୁଣାଇଥିଲେ। ଏ ସମସ୍ତଙ୍କ ଉପରେ ଇସ୍ରାଏଲ ପାଇଁ ଗୁପ୍ତଚର କାମ କରିବାର ଅଭିଯୋଗ ଲଗାଇଥିଲା କତାର।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

ଅକ୍ଟୋବର ୨୬ରେ କତାରର‌ ଏକ କୋର୍ଟ ଗୁପ୍ତଚର କାର୍ଯ୍ୟ ଅଭିଯୋଗରେ କ୍ୟାପଟେନ୍ ବୀରେନ୍ଦ୍ର କୁମାର ବର୍ମା, କ୍ୟାପଟେନ ସୌରଭ ବୈଷ୍ଣବ, କ୍ୟାପଟେନ୍ ନବତେଜ ସିଂ ଗିଲ୍, କମାଣ୍ଡର ଅର୍ଣ୍ଣ ନାଗପାଲ, କମାଣ୍ଡର ଅମିତ ନାଗପାଲ, କମାଣ୍ଡର ସଞ୍ଜୀବ ଗୁପ୍ତା, କମାଣ୍ଡର ସୁଗୁନାକର ପକାଲା ଏବଂ ବିକ୍ରେତା ରାଗେଙ୍କ ସହ ଭାରତର ୮ ଜଣ ପୂର୍ବତନ ନୌସେନା କର୍ମଚାରୀଙ୍କୁ ଫାଶି ଦଣ୍ଡାଦେଶ ଦେଇଥିଲେ। ଏମାନେ ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରୁଥିବା ନେଇ କାତାର କୋର୍ଟରେ ଅଭିଯୋଗ ହୋଇଛି ।

ଆହୁରି ପଢ଼ନ୍ତୁ: ୟେମେନରେ ହୁଥି ବିଦ୍ରୋହୀଙ୍କ ବଡ଼ ବିଜୟ: ରଣନୀତିକ ମୋଚା ସହର ଦଖଲ ପରେ ବିଶ୍ୱ ବାଣିଜ୍ୟ ପାଇଁ ବଢିଲା ବିପଦ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର