ଭାରତୀୟ ନୌସେନା ଦିବସ ୨୦୨୧

The Sakala Picture
Published On

ନୂଆଦିଲ୍ଲୀ: ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ ପାଳନ ହୁଏ ନୌସେନା ଦିବସ । ଆଜି ଶନିବାର ଦେଶବ୍ୟାପୀ ନୌସେନା ଦିବସ ପାଳନ କରାଯାଉଛି । ଆସନ୍ତୁ ଜାଣିବା ନୌସେନା ଦିବସର ଇତିହାସ । ୧୯୭୧ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧରେ କରାଚୀ ଉପରେ ଆକ୍ରମଣ କରିଥିଲା ଭାରତ । ଏହି ଅପରେସନର ନାଁ ‘ଅପରେସନ୍ ଟ୍ରାଇଡେଣ୍ଟ’ ଥିଲା । ଏହି ଅପରେସନ୍ ୪ ଡିସେମ୍ବରରେ ଆରମ୍ଭ ହୋଇଥିଲା । ଏଥିପାଇଁ ଭାରତୀୟ ନୌସେନା ଏହି ମିଶନର ସଫଳତାକୁ […]

ନୂଆଦିଲ୍ଲୀ: ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ ପାଳନ ହୁଏ ନୌସେନା ଦିବସ । ଆଜି ଶନିବାର ଦେଶବ୍ୟାପୀ ନୌସେନା ଦିବସ ପାଳନ କରାଯାଉଛି । ଆସନ୍ତୁ ଜାଣିବା ନୌସେନା ଦିବସର ଇତିହାସ । ୧୯୭୧ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧରେ କରାଚୀ ଉପରେ ଆକ୍ରମଣ କରିଥିଲା ଭାରତ । ଏହି ଅପରେସନର ନାଁ ‘ଅପରେସନ୍ ଟ୍ରାଇଡେଣ୍ଟ’ ଥିଲା । ଏହି ଅପରେସନ୍ ୪ ଡିସେମ୍ବରରେ ଆରମ୍ଭ ହୋଇଥିଲା । ଏଥିପାଇଁ ଭାରତୀୟ ନୌସେନା ଏହି ମିଶନର ସଫଳତାକୁ ନେଇ ନୌସେନା ଦିବସ ପାଳନ କରେ । ପ୍ରକୃତରେ, ୧୯୭୧ ଡିସେମ୍ବର ୩ରେ ଯୁଦ୍ଧ ଆରମ୍ଭ ହୋଇଥିଲା । ସେତେବେଳେ ପାକିସ୍ତାନ ଭାରତୀୟ ବାୟୁ ସୀମା ସହ ସୀମାବର୍ତ୍ତୀ ଅଞ୍ଚଳରେ ଆକ୍ରମଣ କରିଥିଲା ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

ପାକିସ୍ତାନକୁ ଜବାବ ଦେବା ପାଇଁ ନୌସେନା ପକ୍ଷରୁ ଆରମ୍ଭ ହୋଇଥିଲା ‘ଅପରେସନ୍ ଟ୍ରାଇଡେଣ୍ଟ’ । ଏହି ଅଭିଯାନରେ ପାକିସ୍ତାନର ନୌସେନା ମୁଖ୍ୟାଳୟକୁ ଟାର୍ଗେଟ୍ କରାଯାଇଥିଲା, ଯାହାକି କରାଚୀରେ ଥିଲା । ଭାରତୀୟ ନୌସେନା ପକ୍ଷରୁ ହୋଇଥିବା ଆକ୍ରମଣରେ ୩ଟି ବିଦ୍ୟୁତ କ୍ଲାସ୍ ମିସାଇଲ୍ ବୋଟ୍, ୨ଟି ଆଣ୍ଟି ସବମରିନ ଓ ଗୋଟିଏ ଟ୍ୟାଙ୍କର ସାମିଲ୍ ଥିଲା । ରାତି ସମୟରେ ପାକିସ୍ତାନ ଉପରେ ଆକ୍ରମଣ ପାଇଁ ଯୋଜନା କରିଥିଲା ଭାରତ । କାରଣ ସେତେବେଳେ ପାକିସ୍ତାନ ପାଖରେ ରାତିରେ ବୋମାମାଡ଼ କରିବାରେ ସକ୍ଷମ ବିମାନ ନଥିଲା । ଏହି ଯୁଦ୍ଧରେ ପାକିସ୍ତାନର ୫ ଜଣ ନୌସୈନିକ ମୃତ୍ୟୁବରଣ କରିଥିବା ବେଳେ ୭୦୦ରୁ ଅଧିକ ଆହାତ ହୋଇଥିଲେ । ଏହି ବିଜୟକୁ ନେଇ ଡିସେମ୍ବର ୪ ତାରିଖରେ ପାଳନ କରାଯାଏ ନୌସେନା ଦିବସ ।

ଆହୁରି ପଢ଼ନ୍ତୁ: ଦୀର୍ଘ ୬ ବର୍ଷ ପରେ ଗୁଆଙ୍ଗଜୋ-ଦିଲ୍ଲୀ ବିମାନ ସେବା ପୁଣି ଆରମ୍ଭ କରିବ ଚୀନ୍ ସଦର୍ଣ୍ଣ ଏୟାରଲାଇନ୍ସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର