ହାଇତି ରାଷ୍ଟ୍ରପତିଙ୍କ ହତ୍ୟାର ପର୍ଦ୍ଦାଫାସ୍

The Sakala Picture
Published On

ପୋର୍ଟ-ୟୁ-ପ୍ରିନ୍ସ : ଅଠେଇଶ(୨୮)ଜଣ ଲୋକ ମିଶି ହାଇତି ରାଷ୍ଟ୍ରପତି ଜୋଭେନେଲ ମୋଇସେଙ୍କ ହତ୍ୟାର ଷଡଯନ୍ତ୍ର ରଚିଥିଲେ। ସେମାନଙ୍କ ମଧ୍ୟରେ ୨ ଆମେରିକୀୟ ବଂଶୋଭବ ଏବଂ କଲମ୍ବିଆର ୨୬ ନାଗରିକ ସାମିଲ ଥିଲେ। ଏମାନଙ୍କ ମଧ୍ୟରୁ ୩ ଜଣ ସନ୍ଦିଗ୍ଧ ପୁଲିସ ଗୁଳିରେ ନିହତ ହୋଇଛନ୍ତି। ହାଇତି ପୁଲିସ ଗୁରୁବାର ଏହି ଫର୍ଦ୍ଦାଫାସ କରିଛି। ବୁଧବାର ରାତିରେ ରାଷ୍ଟ୍ରପତିଙ୍କୁ ହତ୍ୟା କରାଯାଇଥିଲା। ହାଇତି ପୁଲିସ ନିର୍ଦ୍ଦେଶକ ଲିୟୋନ ଚାର୍ଲ୍ସ କହିଛନ୍ତି ଯେ ୧୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏଥିରେ […]

ପୋର୍ଟ-ୟୁ-ପ୍ରିନ୍ସ : ଅଠେଇଶ(୨୮)ଜଣ ଲୋକ ମିଶି ହାଇତି ରାଷ୍ଟ୍ରପତି ଜୋଭେନେଲ ମୋଇସେଙ୍କ ହତ୍ୟାର ଷଡଯନ୍ତ୍ର ରଚିଥିଲେ। ସେମାନଙ୍କ ମଧ୍ୟରେ ୨ ଆମେରିକୀୟ ବଂଶୋଭବ ଏବଂ କଲମ୍ବିଆର ୨୬ ନାଗରିକ ସାମିଲ ଥିଲେ। ଏମାନଙ୍କ ମଧ୍ୟରୁ ୩ ଜଣ ସନ୍ଦିଗ୍ଧ ପୁଲିସ ଗୁଳିରେ ନିହତ ହୋଇଛନ୍ତି। ହାଇତି ପୁଲିସ ଗୁରୁବାର ଏହି ଫର୍ଦ୍ଦାଫାସ କରିଛି। ବୁଧବାର ରାତିରେ ରାଷ୍ଟ୍ରପତିଙ୍କୁ ହତ୍ୟା କରାଯାଇଥିଲା। ହାଇତି ପୁଲିସ ନିର୍ଦ୍ଦେଶକ ଲିୟୋନ ଚାର୍ଲ୍ସ କହିଛନ୍ତି ଯେ ୧୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏଥିରେ କଲମ୍ବିଆର ୧୫ ଜଣ ଏବଂ ହାଇତି ନିବାସୀ ୨ ଆମେରିକୀୟ ସାମିଲ ଅଛନ୍ତି। ଏବେ ୮ ଜଣ ଫେରାର ଅଛନ୍ତି। ହତ୍ୟାକାଣ୍ଡ ଭିଆଇ ଫେରାର ହେଉଥିବାବେଳେ ପୁଲିସ ସେମାନଙ୍କୁ ଘେରି ଯାଇଥିଲା। ବୁଧବାର ସକାଳ ୫ଟା ସମୟରେ ରାଜଧାନୀ ପୋର୍ଟ-ୟୁ-ପ୍ରିନ୍ସ ସ୍ଥିତ ରାଷ୍ଟ୍ରପତିଙ୍କ ବାସଭବନରେ ସଶସ୍ତ୍ର ଆକ୍ରମଣକାରୀ ପଶି ରାଷ୍ଟ୍ରପତି ଏବଂ ତାଙ୍କ ପତ୍ନୀ ମାର୍ଟିନା ମୋସେଙ୍କ ଉପରେ ଗୁଳି ମାଡ କରିଥିଲେ। ଏଥିରେ ରାଷ୍ଟ୍ରପତି ପ୍ରାଣ ହରାଇଥିବାବେଳେ ତାଙ୍କ ପତ୍ନୀ ଅଳ୍ପକେ ବର୍ତ୍ତି ଯାଇଥିଲେ। ତେବେ ହତ୍ୟାର କାରଣ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ।

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ମଧ୍ୟରେ ୨ ସପ୍ତାହର ଅସ୍ତ୍ରବିରତି ଘୋଷଣା: ହରମୁଜ୍ ପ୍ରଣାଳୀ ଖୋଲିବାକୁ ରାଜି ହେଲା ତେହେରାନ, ତୈଳ ଦରରେ ବଡ଼ ହ୍ରାସ

10 Jul 2021 By The Sakala

ହାଇତି ରାଷ୍ଟ୍ରପତିଙ୍କ ହତ୍ୟାର ପର୍ଦ୍ଦାଫାସ୍

ପୋର୍ଟ-ୟୁ-ପ୍ରିନ୍ସ : ଅଠେଇଶ(୨୮)ଜଣ ଲୋକ ମିଶି ହାଇତି ରାଷ୍ଟ୍ରପତି ଜୋଭେନେଲ ମୋଇସେଙ୍କ ହତ୍ୟାର ଷଡଯନ୍ତ୍ର ରଚିଥିଲେ। ସେମାନଙ୍କ ମଧ୍ୟରେ ୨ ଆମେରିକୀୟ ବଂଶୋଭବ ଏବଂ କଲମ୍ବିଆର ୨୬ ନାଗରିକ ସାମିଲ ଥିଲେ। ଏମାନଙ୍କ ମଧ୍ୟରୁ ୩ ଜଣ ସନ୍ଦିଗ୍ଧ ପୁଲିସ ଗୁଳିରେ ନିହତ ହୋଇଛନ୍ତି। ହାଇତି ପୁଲିସ ଗୁରୁବାର ଏହି ଫର୍ଦ୍ଦାଫାସ କରିଛି। ବୁଧବାର ରାତିରେ ରାଷ୍ଟ୍ରପତିଙ୍କୁ ହତ୍ୟା କରାଯାଇଥିଲା। ହାଇତି ପୁଲିସ ନିର୍ଦ୍ଦେଶକ ଲିୟୋନ ଚାର୍ଲ୍ସ କହିଛନ୍ତି ଯେ ୧୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏଥିରେ କଲମ୍ବିଆର ୧୫ ଜଣ ଏବଂ ହାଇତି ନିବାସୀ ୨ ଆମେରିକୀୟ ସାମିଲ ଅଛନ୍ତି। ଏବେ ୮ ଜଣ ଫେରାର ଅଛନ୍ତି। ହତ୍ୟାକାଣ୍ଡ ଭିଆଇ ଫେରାର ହେଉଥିବାବେଳେ ପୁଲିସ ସେମାନଙ୍କୁ ଘେରି ଯାଇଥିଲା। ବୁଧବାର ସକାଳ ୫ଟା ସମୟରେ ରାଜଧାନୀ ପୋର୍ଟ-ୟୁ-ପ୍ରିନ୍ସ ସ୍ଥିତ ରାଷ୍ଟ୍ରପତିଙ୍କ ବାସଭବନରେ ସଶସ୍ତ୍ର ଆକ୍ରମଣକାରୀ ପଶି ରାଷ୍ଟ୍ରପତି ଏବଂ ତାଙ୍କ ପତ୍ନୀ ମାର୍ଟିନା ମୋସେଙ୍କ ଉପରେ ଗୁଳି ମାଡ କରିଥିଲେ। ଏଥିରେ ରାଷ୍ଟ୍ରପତି ପ୍ରାଣ ହରାଇଥିବାବେଳେ ତାଙ୍କ ପତ୍ନୀ ଅଳ୍ପକେ ବର୍ତ୍ତି ଯାଇଥିଲେ। ତେବେ ହତ୍ୟାର କାରଣ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର